୬ ମାସରେ ୧୦ ହଜାର ଷ୍ଟାର୍ଟ ଅପ୍‌

ନୂଆଦିଲ୍ଲୀ,୨୯।୧୨:  ଭାରତର ଟେକ୍ନୋଲୋଜି ଏବଂ ନବସୃଜନ କ୍ଷେତ୍ରରେ ଦେଶର କ୍ଷମତାକୁ ଚିହ୍ନଟ କରିବା ପାଇଁ ଗତ ୬ ମାସ ମଧ୍ୟରେ ପ୍ରାୟ ୧୦,୦୦୦ ଷ୍ଟାର୍ଟ ଅପ୍‌ ଆସିଥିଲା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି)ର ଛାତ୍ରୀଛାତ୍ରମାନଙ୍କୁ ଉଦ୍‌ବୋଧନ ଅଭିଭାଷଣରେ ପ୍ରଶଂସାକରି ଏଭଳି କିଛି ସୂଚନା ପ୍ରଦାନ କରିଛନ୍ତି। ମୋଦି ଆଇଆଇଟି କାନପୁରର ୫୪ତମ ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କରି କହିଥିଲେ, ଭାରତ ହେଉଛି ବିଶ୍ୱର ୨ୟ ବୃହତ୍ତମ ଷ୍ଟାର୍ଟ ଅପ୍‌ ହବ୍‌ ଏବଂ ୟୁନିକର୍ନ ପାଇଁ ତୃତୀୟ ବୃହତ୍ତମ ଯାହା ଆମର ଆଇଆଇଟି ଛାତ୍ରମାନଙ୍କ ପାଇଁ ସମ୍ଭବ ହୋଇପାରିଛି ।
ଏହି ଅବସରରେ ସେ କହିଛନ୍ତି, ଭାରତରେ ବର୍ତ୍ତମାନ ୭୫ରୁ ଅଧିକ ୟୁନିକର୍ନ ଥିବାବେଳେ ଷ୍ଟାର୍ଟ ଅପ୍‌ ସଂଖ୍ୟା ପ୍ରାୟ ୫୦,୦୦୦ ରହିଛି। ବିଶେଷକରି ଗତ ୬ ମାସ ମଧ୍ୟରେ ପ୍ରାୟ ୧୦,୦୦୦ ଷ୍ଟାର୍ଟ ଅପ୍‌ ଆସିଛନ୍ତି ବୋଲି ମୋଦି ମତବ୍ୟକ୍ତ କରିଛନ୍ତି। ଜଗତୀକରଣକୁ ନେଇ ଆଜି ଅନେକ ବିତର୍କ ଚାଲିଛି। ଏହା ମଧ୍ୟରେ ଭାରତୀୟ କମ୍ପାନୀ ଏବଂ ଉତ୍ପାଦଗୁଡିକ ସର୍ବଭାରତୀୟ ସ୍ତରରେ ଲକ୍ଷ୍ୟ କରିବାର ସୁଯୋଗ ପାଇଛନ୍ତି। ଦେଶର ଛାତ୍ରୀଛାତ୍ରଙ୍କ ସାମର୍ଥ୍ୟ ଉପରେ ମୋର ବିଶ୍ୱାସ ରହିଛି ଏବଂ ନିଶ୍ଚିତ କରିବାକୁ ଚାହୁଁଛି ଯେ ସରକାର ଆପଣଙ୍କ ସହ ସବୁ ସମୟରେ ଛିଡ଼ା ହେବେ। ସେହିପରି ସ୍ବାଧୀନତାର ୨୫ବର୍ଷ ପର୍ଯ୍ୟନ୍ତ ଭାରତ ଯାହା ପାଇବା ଉଚିତ ତାହା ହାସଲ କରିପାରିଲା ନାହିଁ। ଫଳରେ ସେ ସମୟର ଯୁବସମାଜ ତାଙ୍କର ମୂଲ୍ୟବାନ୍‌ ସମୟ ପ୍ରାୟ ୨ପିଢ଼ି ପର୍ଯ୍ୟନ୍ତ ହରାଇଲୁ। ବର୍ତ୍ତମାନ ଆମକୁ ନଷ୍ଟ କରିବାକୁ ଆଉ ସମୟ ନାହିଁ। ବର୍ତ୍ତମାନ ଏକବିଂଶ ଶତାବ୍ଦୀର ଜ୍ଞାନକୌଶଳ ଓ ଟେକ୍ନୋଲୋଜି ଚାଳିତ ବୋଲି ମୋଦି କହିଛନ୍ତି, ପ୍ରତ୍ୟେକ କ୍ଷେତ୍ରରେ ଟେକ୍ନୋଲୋଜି ବ୍ୟାପି ଚାଲିଛି। ଆଇଆଇଟି ଟେକ୍ନୋଲୋଜି ଇନ୍‌କ୍ୟୁବେସନ ସେଣ୍ଟର ଭାବେ କାର୍ଯ୍ୟ କରି ଚାଲିଛି। ଆପଣ ବିଶ୍ୱସ୍ତରରେ ଟେକ୍ନୋଲୋଜି କ୍ଷେତ୍ରରେ ଅବଦାନ ରଖିବା ପାଇଁ ସଜ୍ଜିତ ହୋଇଛନ୍ତି। ବୈଜ୍ଞାନିକ ଅନୁସନ୍ଧାନ କ୍ଷେତ୍ରରେ ଆଇଆଇଟି କାନପୁରର ଅବଦାନକୁ ପ୍ରଶଂସା କରି ମୋଦି କହିଛନ୍ତି, ଏହାର ଛାତ୍ରମାନେ ସେମାନଙ୍କ ଅନୁଷ୍ଠାନର ଗୌରବମୟ ଉତ୍ତରାଧିକାରୀ ଧାରା ବଜାୟ ରଖିବା ଉଚିତ। କାନପୁର ଆଇଆଇଟିର କାର୍ଯ୍ୟକ୍ରମ ପରେ ମୋଦି ୧୧,୦୦୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେଉଥିବା କାନପୁର ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟର ଉଦ୍‌ଘାଟନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...

8th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର: ଜାନୁଆରୀ ୧ରୁ ବୃଦ୍ଧି ପାଇବ ଦରମା, ପେନସନ! ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୩୦।୧୨: ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ଏହି ସପ୍ତାହ ୨୦୨୬ର ଆରମ୍ଭ। ଏହି ବର୍ଷ ଅନେକ ଦିଗରେ ଅନେକ ପରିବର୍ତ୍ତନ ଆଣିଛି। କେନ୍ଦ୍ର ସରକାରୀ...

ଯୁବବର୍ଗଙ୍କୁ ନୂଆବର୍ଷର ଉପହାର ଦେଲେ ସରକାର: ମିଳିବ ୧୫ ହଜାର ଟଙ୍କା, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୩୦।୧୨: ନୂଆବର୍ଷ ପୂର୍ବରୁ ସରକାର ଯୁବପିଢ଼ିଙ୍କୁ ଏକ ନୂତନ ବର୍ଷର ଉପହାର ଦେଇଛନ୍ତି। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ X ରେ ଟୁଇଟ୍‌ କରିଛି, ଯେଉଁଥିରେ...

କ୍ଷମା ମାଗିଲେ ଲଲିତ ମୋଦି

ନୂଆଦିଲ୍ଲୀ,୩୦ା୧୨ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦି ନିକଟରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସହ ଲଣ୍ଡନରେ ପାର୍ଟି କରୁଥିବାର...

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri