୬ ମାସରେ ୧୦ ହଜାର ଷ୍ଟାର୍ଟ ଅପ୍‌

ନୂଆଦିଲ୍ଲୀ,୨୯।୧୨:  ଭାରତର ଟେକ୍ନୋଲୋଜି ଏବଂ ନବସୃଜନ କ୍ଷେତ୍ରରେ ଦେଶର କ୍ଷମତାକୁ ଚିହ୍ନଟ କରିବା ପାଇଁ ଗତ ୬ ମାସ ମଧ୍ୟରେ ପ୍ରାୟ ୧୦,୦୦୦ ଷ୍ଟାର୍ଟ ଅପ୍‌ ଆସିଥିଲା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି)ର ଛାତ୍ରୀଛାତ୍ରମାନଙ୍କୁ ଉଦ୍‌ବୋଧନ ଅଭିଭାଷଣରେ ପ୍ରଶଂସାକରି ଏଭଳି କିଛି ସୂଚନା ପ୍ରଦାନ କରିଛନ୍ତି। ମୋଦି ଆଇଆଇଟି କାନପୁରର ୫୪ତମ ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କରି କହିଥିଲେ, ଭାରତ ହେଉଛି ବିଶ୍ୱର ୨ୟ ବୃହତ୍ତମ ଷ୍ଟାର୍ଟ ଅପ୍‌ ହବ୍‌ ଏବଂ ୟୁନିକର୍ନ ପାଇଁ ତୃତୀୟ ବୃହତ୍ତମ ଯାହା ଆମର ଆଇଆଇଟି ଛାତ୍ରମାନଙ୍କ ପାଇଁ ସମ୍ଭବ ହୋଇପାରିଛି ।
ଏହି ଅବସରରେ ସେ କହିଛନ୍ତି, ଭାରତରେ ବର୍ତ୍ତମାନ ୭୫ରୁ ଅଧିକ ୟୁନିକର୍ନ ଥିବାବେଳେ ଷ୍ଟାର୍ଟ ଅପ୍‌ ସଂଖ୍ୟା ପ୍ରାୟ ୫୦,୦୦୦ ରହିଛି। ବିଶେଷକରି ଗତ ୬ ମାସ ମଧ୍ୟରେ ପ୍ରାୟ ୧୦,୦୦୦ ଷ୍ଟାର୍ଟ ଅପ୍‌ ଆସିଛନ୍ତି ବୋଲି ମୋଦି ମତବ୍ୟକ୍ତ କରିଛନ୍ତି। ଜଗତୀକରଣକୁ ନେଇ ଆଜି ଅନେକ ବିତର୍କ ଚାଲିଛି। ଏହା ମଧ୍ୟରେ ଭାରତୀୟ କମ୍ପାନୀ ଏବଂ ଉତ୍ପାଦଗୁଡିକ ସର୍ବଭାରତୀୟ ସ୍ତରରେ ଲକ୍ଷ୍ୟ କରିବାର ସୁଯୋଗ ପାଇଛନ୍ତି। ଦେଶର ଛାତ୍ରୀଛାତ୍ରଙ୍କ ସାମର୍ଥ୍ୟ ଉପରେ ମୋର ବିଶ୍ୱାସ ରହିଛି ଏବଂ ନିଶ୍ଚିତ କରିବାକୁ ଚାହୁଁଛି ଯେ ସରକାର ଆପଣଙ୍କ ସହ ସବୁ ସମୟରେ ଛିଡ଼ା ହେବେ। ସେହିପରି ସ୍ବାଧୀନତାର ୨୫ବର୍ଷ ପର୍ଯ୍ୟନ୍ତ ଭାରତ ଯାହା ପାଇବା ଉଚିତ ତାହା ହାସଲ କରିପାରିଲା ନାହିଁ। ଫଳରେ ସେ ସମୟର ଯୁବସମାଜ ତାଙ୍କର ମୂଲ୍ୟବାନ୍‌ ସମୟ ପ୍ରାୟ ୨ପିଢ଼ି ପର୍ଯ୍ୟନ୍ତ ହରାଇଲୁ। ବର୍ତ୍ତମାନ ଆମକୁ ନଷ୍ଟ କରିବାକୁ ଆଉ ସମୟ ନାହିଁ। ବର୍ତ୍ତମାନ ଏକବିଂଶ ଶତାବ୍ଦୀର ଜ୍ଞାନକୌଶଳ ଓ ଟେକ୍ନୋଲୋଜି ଚାଳିତ ବୋଲି ମୋଦି କହିଛନ୍ତି, ପ୍ରତ୍ୟେକ କ୍ଷେତ୍ରରେ ଟେକ୍ନୋଲୋଜି ବ୍ୟାପି ଚାଲିଛି। ଆଇଆଇଟି ଟେକ୍ନୋଲୋଜି ଇନ୍‌କ୍ୟୁବେସନ ସେଣ୍ଟର ଭାବେ କାର୍ଯ୍ୟ କରି ଚାଲିଛି। ଆପଣ ବିଶ୍ୱସ୍ତରରେ ଟେକ୍ନୋଲୋଜି କ୍ଷେତ୍ରରେ ଅବଦାନ ରଖିବା ପାଇଁ ସଜ୍ଜିତ ହୋଇଛନ୍ତି। ବୈଜ୍ଞାନିକ ଅନୁସନ୍ଧାନ କ୍ଷେତ୍ରରେ ଆଇଆଇଟି କାନପୁରର ଅବଦାନକୁ ପ୍ରଶଂସା କରି ମୋଦି କହିଛନ୍ତି, ଏହାର ଛାତ୍ରମାନେ ସେମାନଙ୍କ ଅନୁଷ୍ଠାନର ଗୌରବମୟ ଉତ୍ତରାଧିକାରୀ ଧାରା ବଜାୟ ରଖିବା ଉଚିତ। କାନପୁର ଆଇଆଇଟିର କାର୍ଯ୍ୟକ୍ରମ ପରେ ମୋଦି ୧୧,୦୦୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେଉଥିବା କାନପୁର ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟର ଉଦ୍‌ଘାଟନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?