ସ୍ଥାପନ ହେବ ୧ ହଜାର ଶୀତଳଭଣ୍ଡାର

ଭୁବନେଶ୍ୱର,୧୭ା୨(ବ୍ୟୁରୋ):ପନିପରିବା ସଂରକ୍ଷଣ ପାଇଁ ରାଜ୍ୟରେ ୧୦୦୦ କ୍ଷୁଦ୍ର ଶୀତଳଭଣ୍ଡାର ନିର୍ମାଣ କରାଯିବ। ଗ୍ରାମାଞ୍ଚଳର ଯେଉଁ ସ୍ଥାନରେ ପନିପରିବା ଉତ୍ପାଦନ ଅଧିକ ହେଉଥିବ ସେଠାରେ ଏହି ଶୀତଳଭଣ୍ଡାର ସ୍ଥାପନ କରାଯିବ। ପ୍ରତ୍ୟେକ କେନ୍ଦ୍ରର ସଂରକ୍ଷଣ କ୍ଷମତା ୧୦ରୁ ୧୫ ମେଟ୍ରିକ୍‌ ଟନ ହେବ। ଗୁରୁବାର ଭୁବନେଶ୍ୱରଠାରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଆୟୋଜିତ କୃଷି ଓଡ଼ିଶା ଅବସରରେ ବିଭାଗୀୟ ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଶୀତଳଭଣ୍ଡାରଗୁଡ଼ିକ ସୌରଶକ୍ତି ଦ୍ୱାରା ପରିଚାଳିତ ହେବ। ମିଶନ ଶକ୍ତି ଗୋଷ୍ଠୀ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ଅନ୍ୟ କୃଷି ସହ ଜଡ଼ିତ ସଂସ୍ଥାଗୁଡ଼ିକୁ ଏଥିରେ ସାମିଲ କରାଯିବ। ଭଣ୍ଡାରଗୁଡ଼ିକ ଆକାର ୧୦ରୁ ୧୫ ଫୁଟ ମଧ୍ୟରେ ହେବ। ୧୭ ଡିଗ୍ରୀ ତାପମାତ୍ରା ମଧ୍ୟରେ ପନିପରିବାକୁ ରଖାଯିବ। ଯେଉଁ ପରିବାଗୁଡ଼ିକ ଅଧିକ ଦିନ ରହିପାରିବ ସେଗୁଡ଼ିକୁ ସେଠାରେ ସଂରକ୍ଷିତ କରାଯିବ। ଏହା ଚାଷୀମାନଙ୍କୁ ସେମାନଙ୍କ ଆୟ ବୃଦ୍ଧି ଦିଗରେ ସହାୟକ ହେବ। ବଡ଼ ଶୀତଳଭଣ୍ଡାରଗୁଡ଼ିକ ସଫଳ ହେଉ ନ ଥିବାରୁ ଛୋଟ ଶୀତଳଭଣ୍ଡାର ଲକ୍ଷ୍ୟ ସଫଳ ହେବା ନେଇ କୃଷି ବିଭାଗ ଆଶା ରଖିଛି। ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳରେ ଏହି ଶୀତଳଭଣ୍ଡାର ସ୍ଥାପନ କରାଯିବ। ଗୋଟିଏ ୟୁନିଟ୍‌ ପାଇଁ ପ୍ରାୟ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ରାଜ୍ୟ ଯୋଜନା ଓ ଜାତୀୟ ଉଦ୍ୟାନ କୃଷି ଯୋଜନା ଅର୍ଥରେ ଏହି ଛୋଟ ଶୀତଳଭଣ୍ଡାରଗୁଡ଼ିକ ନିର୍ମାଣ ହେବ। ସୌରଶକ୍ତିରେ ଚାଲୁଥିବାରୁ ଏହାକୁ ରକ୍ଷଣାବେକ୍ଷଣ କରିବାରେ ସେପରି କିଛି ସମସ୍ୟା ହେବ ନାହିଁ ବୋଲି ସଚିବ କହିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ ବରମୁଣ୍ଡା ପଡ଼ିଆଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବାର୍ଷିକ କୃଷି ମହୋତ୍ସବ ‘କୃଷି ଓଡ଼ିଶା’ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ କୃଷକମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଫାର୍ମ ମେକାନାଇଜେଶନ ଓ ଫସଲ ବିବିଧତା ଉପରେ ଗୁରୁତ୍ୱାରୋପ କରି ଚାଷୀମାନଙ୍କୁ ନୂଆ ଜ୍ଞାନକୌଶଳ ବ୍ୟବହାର କରିବା ସହିତ ଅଧିକ ପରିମାଣରେ ଅଣଧାନ ଅର୍ଥକରୀ ଫସଲ ଚାଷ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଟେକ୍ନୋଲୋଜି ହେଉଛି ବିକାଶର ଆଧାର। କୃଷି କ୍ଷେତ୍ରରେ ମଧ୍ୟ ଟେକ୍ନୋଲୋଜିର ବହୁତ ଆବଶ୍ୟକତା ରହିଛି। ଏ ବର୍ଷ ମେଳାରେ କୃଷି କ୍ଷେତ୍ରରେ ନୂଆ ଟେକ୍ନୋଲୋଜିର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଥିବାରୁ ସେ ଖୁସି ପ୍ରକାଶ କରିଛନ୍ତି। ଚାଷୀମାନେ ସମସ୍ତେ ନୂଆ ନୂଆ ଟେକ୍ନୋଲୋଜି ବିଷୟରେ ଜାଣିବେ, ବ୍ୟବହାର କରିବେ ଏବଂ କୃଷି କ୍ଷେତ୍ରରେ ସଫଳ ହୋଇ ନିଜର ଓ ନିଜ ରାଜ୍ୟର ଉନ୍ନତିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି। କୃଷି ଓ କୃଷକମାନଙ୍କ ଉନ୍ନତି ରାଜ୍ୟ ସରକାରଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ। କୃଷି କ୍ଷେତ୍ରରେ ଓଡ଼ିଶା ଆଜି ଏକ ଆଗୁଆ ରାଜ୍ୟ ହୋଇପାରିଛି। ଖାଦ୍ୟରେ ଅଭାବ ଥିବା ଏକ ରାଜ୍ୟ ଖାଦ୍ୟ ଶସ୍ୟରେ ଏକ ବଳକା ରାଜ୍ୟ ହୋଇ ସାରା ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଚାଉଳ ଯୋଗାଇ ପାରୁଛି ବୋଲି ସେ କହିଛନ୍ତି। କାଳିଆ ଯୋଜନା ଦ୍ବାରା ଚାଷୀମାନଙ୍କୁ ରୋଜଗାର ସୁରକ୍ଷା ମିଳିପାରିଛି ବୋଲି ପ୍ରକାଶ କରି ସେ କହିଲେ, ଫାର୍ମ ମେକାନାଇଜେଶନ ଉପରେ ଗୁରୁତ୍ୱ ଦିଆଯାଇ ଫସଲ ଉତ୍ପାଦକତା ବଢ଼ାଇବା ପାଇଁ ଉଦ୍ୟମ ଜାରି ରହିଛି। ପଣସ ମିଶନ, ଛତୁ ମିଶନ ଆଦି ସ୍ବତନ୍ତ୍ର ମିଶନ ଜରିଆରେ ଚାଷୀଙ୍କ ରୋଜଗାର ସହିତ ପୁଷ୍ଟି ନିରାପତ୍ତା ପାଇଁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ମିଲେଟ ମିଶନ ଆଜି ସାରା ଦେଶ ଓ ବିଶ୍ବର ଦୃଷ୍ଟି ଆକର୍ଷଣ କରିପାରିଛି। ଏହା ମିଶନ ଶକ୍ତି ମା’ମାନଙ୍କର ରୋଜଗାର ବଢ଼ାଇବାରେ ସହାୟକ ହୋଇପାରିଛି। ‘କୃଷି ଓଡ଼ିଶା’ରେ ଉପସ୍ଥିତ ଥିବା ଡବ୍ଲ୍ୟୁଏଫ୍‌ପି, ଆଇଏଫ୍‌ଏଡି ଏବଂ ଏଫ୍‌ଏଓ ଭଳି ସଂସ୍ଥାର ପ୍ରତିନିଧିମାନଙ୍କୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ କୃଷି କ୍ଷେତ୍ରରେ ସେମାନଙ୍କ ନିରନ୍ତର ସହଯୋଗ ପାଇଁ ଧନ୍ୟବାଦ ଦେଇଛନ୍ତି। ଏହି ଅବସରରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ କୃଷି ବିଭାଗ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଛି। କୃଷକମାନଙ୍କ ଆୟବୃଦ୍ଧିରେ କୃଷି ଆନୁଷଙ୍ଗିକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦିଆଯାଇ ଗତ ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶା ମାଛ, ମାଂସ, ଅଣ୍ଡା ଓ ଦୁଗ୍ଧ ଉତ୍ପାଦନରେ ସ୍ବାବଲମ୍ବୀ ହୋଇପାରିବା ସହିତ ଚାଷୀମାନଙ୍କ ରୋଜଗାର ମଧ୍ୟ ବୃଦ୍ଧି କରାଯାଇପାରିଛି ବୋଲି ସେ କହିଛନ୍ତି। ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତୋ ବାଗ୍‌ଚୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପ୍ରମୁଖ ବିଭାଗୀୟ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। କୃଷି ଓ କୃଷକ ସଶକ୍ତୀକରଣ ବିକାଶ ପ୍ରମୁଖ ସଚିବ ସ୍ବାଗତ ଭାଷଣ ଦେଇଥିଲେ ଏବଂ ନିର୍ଦ୍ଦେଶକ ପ୍ରେମଚନ୍ଦ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।
ମୁଖ୍ୟମନ୍ତ୍ରୀ ଏକ ଗଛରେ ପାଣି ଦେଇ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଛୋଟ ଗଛ ପ୍ରଦାନ କରାଯାଇଥିଲା। ‘କୃଷି ଓଡ଼ିଶା’ ତିନି ଦିନ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷର ରାଜ୍ୟ କୃଷି ମହୋତ୍ସବର ଶୀର୍ଷକ ହେଉଛି ‘କୃଷି ବିକାଶରେ ନୂତନ ଜ୍ଞାନକୌଶଳ’।
ରାଜ୍ୟର ବିଭିନ୍ନ ସ୍ଥାନରୁ ଚାଷୀମାନେ ଏହି ମହୋତ୍ସବକୁ ଆସୁଛନ୍ତି। ବିଭିନ୍ନ କମ୍ପାନୀ ଦ୍ବାରା କୃଷି କ୍ଷେତ୍ରରେ ପ୍ରଦର୍ଶିତ ହେଉଥିବା ମେଶିନ ଓ ଯନ୍ତ୍ରାଂଶ ସମ୍ପର୍କରେ ସେମାନଙ୍କୁ ଅବଗତ କରାଯିବ। ପାରମ୍ପରିକ କୃଷି ବ୍ୟତୀତ ନୂତନ ଜ୍ଞାନକୌଶଳରେ କିପରି ଚାଷ କରାଯିବ ସେ ସମ୍ପର୍କରେ ଆଲୋଚନା ହେବ। ରାଜ୍ୟ ସରକାରଙ୍କ ବିଭିନ୍ନ କୃଷି କଲ୍ୟାଣ ଯୋଜନାର ମଧ୍ୟ ସମୀକ୍ଷା ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?