Odisha Elections 2024

୧୦୦ କୋଟି କ୍ଲବରେ ‘ଯବାନ’

ବଲିଉଡର କିଙ୍ଗ ଖାନ ଶାହରୁଖ ବ୍ୟାକ୍‌ ଟୁ ବ୍ୟାକ୍‌ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ‘ପଠାନ’ ପରେ ‘ଯବାନ’ ଏବେ ବକ୍ସ ଅଫିସ୍‌ରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ଓପନିଂ ଡେ’ରେ ଫିଲ୍ମ ‘ଯବାନ’ ଘରୋଇ ବଜାରରେ ୭୫ କୋଟି ଟଙ୍କା ଏବଂ ସାରା ବିଶ୍ୱରେ ୧୦୦ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରି ଇତିହାସ ସୃଷ୍ଟି କରିଛି। କିଙ୍ଗ ଖାନଙ୍କ ଏହି ଫିଲ୍ମ ପାଇଁ ଦର୍ଶକଙ୍କ କ୍ରେଜ ଦ୍ରୁତ ଗତିରେ ବଢିବାରେ ଲାଗିଛି ଏବଂ ‘ଯବାନ’ ଦେଖିବା ପାଇଁ ପ୍ରେକ୍ଷାଳୟରେ ଦର୍ଶକଙ୍କ ଲମ୍ବା ଧାଡି ଦେଖିବାକୁ ମିଳୁଛି। ଏହା ସହିତ ‘ଯବାନ’ ରିଲିଜ ହେବାର ଦ୍ୱିତୀୟ ଦିନର ଆନୁମାନିକ ରୋଜଗାର ମଧ୍ୟ ଆକଳନ କରାଯାଇଛି।
ପ୍ରାରମ୍ଭିକ ଟ୍ରେଣ୍ଡ ରିପୋର୍ଟ ଅନୁଯାୟୀ, ‘ଯବାନ’ ରିଲିଜ ହେବାର ଦ୍ୱିତୀୟ ଦିନରେ ଅର୍ଥାତ୍‌ ଶୁକ୍ରବାର ସମସ୍ତ ଭାଷାରେ ୪୫ କୋଟି ଟଙ୍କାର ବ୍ୟବସାୟ କରିପାରିବ, ଯେଉଁଥିରେ ହିନ୍ଦୀ ଏବଂ ତାମିଲ ଆଗରେ ଅଛି। ଏହା ସହିତ ଦୁଇ ଦିନ ମଧ୍ୟରେ ଫିଲ୍ମର ମୋଟ ରୋଜଗାର ୧୨୦ କୋଟି ଟଙ୍କା ହେବ।
୩୦୦ କୋଟି ବଜେଟରେ ନିର୍ମିତ ହୋଇଥିବା ‘ଯବାନ’ ହିନ୍ଦୀ, ତାମିଲ ଓ ତେଲଗୁ ଭାଷାରେ ମୁକ୍ତିଲାଭ କରିଛି। ଫିଲ୍ମରେ ସୁପରଷ୍ଟାର ଶାହରୁଖ ଦମଦାର ଆକ୍ସନ ରହିଛି। ପ୍ରସିଦ୍ଧ ନିର୍ଦ୍ଦେଶକ ଏଟଲିଙ୍କ ନିର୍ଦ୍ଦେଶିତ ‘ଯବାନ’ ଫିଲ୍ମରେ ଶାହରୁଖଙ୍କ ବ୍ୟତୀତ ଦୀପିକା ପାଦୁକୋନ, ନୟନତାରା, ସାନ୍ନ୍ୟା ମାଲହୋତ୍ରା, ସୁନୀଲ ଗ୍ରୋଭର, ଯୋଗୀ ବାବୁ ଏବଂ ତା’ ସହିତ ବିଜୟ ସେତୁପତିଙ୍କୁ ଭିନ୍ନ ଏକ ଅନ୍ଦାଜରେ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁ ମନ୍ଦିରକୁ ଯାଉଛନ୍ତି କଙ୍ଗନା, ସେହି ମନ୍ଦିରକୁ ସଫା କରିବା ଜରୁରୀ, ବିକ୍ରମାଦିତ୍ୟ ସିଂଙ୍କ ବିବାଦୀୟ ବୟାନ

ମଣ୍ଡି,୨୦।୫: ହିମାଚଳ ପ୍ରଦେଶର ମଣ୍ଡି ସଂସଦୀୟ ଆସନରୁ କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟ ସିଂ ଭାଜପା ପ୍ରାର୍ଥୀ କଙ୍ଗନା ରାଣାଓ୍ବତଙ୍କୁ ଟାର୍ଗେଟ କରିଛନ୍ତି। ଦେବ ସମାଜ ବିଷୟରେ...

ମା’ ହେଲେ ୟାମୀ ଗୌତମ

ବଲିଉଡ୍‌ ଅଭିନେତ୍ରୀ ୟାମୀ ଗୌତମ ମା’ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ୟାମି ଏବଂ ତାଙ୍କ ସ୍ବାମୀ...

ମତଦାନ ସାବ୍ୟସ୍ତ କଲେ ଅକ୍ଷୟ କୁମାର, କହିଲେ…

ମୁମ୍ବାଇ,୨୦ା୫: ସୋମବାର ଆଠଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଆସନରେ ୨୦୨୪ ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ମତଦାନ ଆରମ୍ଭ ହୋଇଛି। ପଞ୍ଚମ...

ମୁମ୍ବାଇ ନିର୍ବାଚନ ପୂର୍ବରୁ ଶାହାରୁଖଙ୍କ ବିଶେଷ ଅପିଲ

ମୁମ୍ବାଇ,୧୯।୫: ୨୦୨୪ ଲୋକ ସଭା ନିର୍ବାଚନର ପର୍ଯ୍ୟାୟ ଚାଲିଛି। ୨୦ ମେ’ ୨୦୨୪ରେ ମୁମ୍ବାଇରେ ଭୋଟିଂ ଅନୁଷ୍ଠିତ ହେବ। ଏହାପୂର୍ବରୁ ଅନେକ ସେଲିବ୍ରିଟି ଯେମିତିକି ବଲିଉଡର...

ବାହା ହେବେ ସାରା!

ମୁମ୍ବାଇ: ବଲିଉଡର ଯୁବ ତାରକାମାନଙ୍କ ମଧ୍ୟରେ ଅଛନ୍ତି ଶୈଫ ଅଲି ଖାନ ଏବଂ ତାଙ୍କ ପୂର୍ବତନ ପତ୍ନୀ ଅମୃତା ସିଂଙ୍କ ଝିଅ ସାରା ଅଲି ଖାନ...

କଣ ଏହି ‘ଗଜଗାମିନୀ’ ଚାଲି? ଅଦିତିଙ୍କ ବାସ ୧୦ ସେକେଣ୍ଡର ଝଲକ୍‌ରେ ଲୋକେ ହେଉଛନ୍ତି ଦିୱାନା

ଫ୍ୟାଶନ ଦୁନିଆରେ ‘କ୍ୟାଟୱାକ’ ବିଷୟରେ ଆପଣ ନିଶ୍ଚୟ ବହୁତ ଶୁଣିଥିବେ। କିନ୍ତୁ କେବେ ସ୍ବାନ ଓ୍ବାକ୍‌ କିମ୍ବା ଗଜ ଗାମିନୀ ବିଷୟରେ ଶୁଣିଛନ୍ତି କି? ପ୍ରାୟତ...

୨୬ ଦିନ ପରେ ଫେରିଲେ ନିଖୋଜ ତାରକ ମେହେତା ଅଭିନେତା, ଚିହ୍ନିବା ହେଉଛି ମୁସ୍କିଲ

ବମ୍ବେ: ନିଖୋଜ ହେବାର ୨୬ ଦିନ ପରେ ଘରକୁ ଫେରିଲେ ‘ତାରକ ମେହେଟ୍ଟା କା ଉଲଟା ଚଷମା’ ଷ୍ଟାର ଗୁରୁଚରଣ ସିଂ। ଏପ୍ରିଲ ୨୨ରେ ସେ...

ଗର୍ଲଫ୍ରେଣ୍ଡଙ୍କ ମୃତ୍ୟୁକୁ ସହିପାରିଲେନି ଏହି ଅଭିନେତା: ହାରିଲେ ଜୀବନ

କିଛି ଦିନ ପୂର୍ବରୁ ଅଭିନେତ୍ରୀ ପବିତ୍ରା ଜୟାରାମ ଏକ କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ବର୍ତ୍ତମାନ ତାଙ୍କ ପ୍ରେମିକ ତଥା ସହ-ଅଭିନେତା ଚନ୍ଦ୍ରକାନ୍ତ ଆତ୍ମହତ୍ୟା କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri