Posted inଜାତୀୟ

ମାଡ଼ିଆସିଥିଲେ ୧୦୦ ଚାଇନା ସୈନ୍ୟ

ଡେରାଡୁନ/ନୂଆଦିଲ୍ଲୀ,୨୯।୯(ପି.ଟି.): ଏଲ୍‌ଏସି ଠିକ୍‌ ଭାବେ ନିର୍ଦ୍ଧାରଣ ହୋଇ ନ ଥିବାରୁ ଭାରତ-ଚାଇନା ସୀମାରେ ଅନେକ ସମୟରେ ଦ୍ୱନ୍ଦ୍ୱ ଓ ବିବାଦ ସୃଷ୍ଟି ହେଉଛି। ଏହି କ୍ରମରେ ଅଗଷ୍ଟ ୩୦ରେ ୧୦୦ରୁ ଊର୍ଦ୍ଧ୍ୱ ପିଏଲ୍‌ଏ ସୈନ୍ୟ ଉତ୍ତରାଖଣ୍ଡର ବାରାହୋତିକୁ ଅନୁପ୍ରବେଶ କରି ଭଙ୍ଗାରୁଜା କରିଥିଲେ। ତେବେ ଭାରତୀୟ ପାଟ୍ରୋଲିଂ ପାର୍ଟି ପହଞ୍ଚତ୍ବା ପୂର୍ବରୁ ସେମାନେ ଫେରିଯାଇଥିବା ନେଇ ମଙ୍ଗଳବାର କେତେକ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଚାଇନାର ଶତାଧିକ ସୈନ୍ୟ ଗତ ଅଗଷ୍ଟ ୩୦ରେ ଭାରତୀୟ ଭୂଖଣ୍ଡର ୫ କି.ମି. ଭିତରକୁ ଅନୁପ୍ରବେଶ କରିଥିଲେ। ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ସୈନ୍ୟମାନେ ୫୫ ଘୋଡ଼ାରେ ଜୁନ୍‌ ଲା ପାସ୍‌ ଦେଇ ଉତ୍ତରାଖଣ୍ଡର ବାରାହୋତି ରିଜ୍‌ ପର୍ଯ୍ୟନ୍ତ ଆସିଥିଲେ। ବାରାହୋତି କ୍ଷେତ୍ରରେ ସେମାନେ ପ୍ରାୟ ୩ ଘଣ୍ଟା ରହିଥିଲେ। ଏହି ସମୟରେ ସେମାନେ ଅନେକ ବ୍ରିଜ୍‌ ଓ ଅନ୍ୟ ଭିତ୍ତିଭୂମିକୁ ଭାଙ୍ଗିଦେଇଥିଲେ। ସ୍ଥାନୀୟ ଲୋକେ ଚାଇନା ସୈନ୍ୟଙ୍କ ଅତିକ୍ରମଣ ବିଷୟ ପ୍ରଶାସନକୁ ଜଣାଇବା ପରେ ଭାରତୀୟ ସେନା ଓ ଇଣ୍ଡୋ-ଟିବେଟାନ୍‌ ବର୍ଡର ପୋଲିସ (ଆଇଟିବିପି) ଯବାନମାନଙ୍କୁ ପାଟ୍ରୋଲିଂ ପାଇଁ ସମ୍ପୃକ୍ତ ଅଞ୍ଚଳକୁ ପଠାଯାଇଥିଲା। ହେଲେ ଯବାନମାନେ ସେଠାରେ ପହଞ୍ଚତ୍ବା ପୂର୍ବରୁ ଚାଇନା ସୈନ୍ୟ ପଳାୟନ କରିଥିଲେ। କିନ୍ତୁ ଏ ବିଷୟରେ ଭାରତ ସରକାରଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ମିଳିପାରି ନାହିଁ।
ଉତ୍ତରାଖଣ୍ଡର ନନ୍ଦାଦେବୀ ଜାତୀୟ ଉଦ୍ୟାନର ଉତ୍ତରରେ ଅବସ୍ଥିତ ବାରାହୋତି ରିଜ୍‌ ଜୋଷୀ ମଠକୁ ସଂଯୋଗ କରିଥାଏ। ଉତ୍ତରାଖଣ୍ଡ ସଂଲଗ୍ନ ଭାରତ-ଚାଇନାର ୩୫୦ କି.ମି. ସୀମା ଉପରେ ଆଇଟିବିପି ନଜର ରଖିଥାଏ। ଚାମୋଲି ଜିଲାର ବାରାହୋତି ଅଞ୍ଚଳରେ ଗୋପାଳକମାନେ ଗୋରୁ ଚରାଇଥାଆନ୍ତି। ୭୦ ବର୍ଗ କି.ମି. ବିସ୍ତୃତ ଉକ୍ତ ଅଞ୍ଚଳର ଶେଷଭାଗରେ ତିବ୍ବତର ଦାଫା ଗ୍ରାମ ରହିଛି। ତେବେ ଏହା ଏକ ଡିମିଲିଟାରାଇଜ୍‌ଡ ଜୋନ୍‌ ବା ସୈନ୍ୟ ଅପସାରିତ କ୍ଷେତ୍ର ହୋଇଥିବାରୁ ଏହି ଘଟଣା ସୁରକ୍ଷାଗତ ଚିନ୍ତା ବୃଦ୍ଧିର କାରଣ ହୋଇଛି। ଅନ୍ୟପକ୍ଷରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଚାଇନା ସୈନ୍ୟଙ୍କ ଅନୁପ୍ରବେଶ ସମ୍ପର୍କରେ କିଛି ଜାଣି ନ ଥିବା କହିଛନ୍ତି। ଇତିମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି, ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)କୁ ନେଇ ଭାରତ ଓ ଚାଇନା ମଧ୍ୟରେ ମତଭେଦ ରହିଛି। ଏଥିଯୋଗୁ ପିଏଲ୍‌ଏ ସୈନ୍ୟ ବାରମ୍ବାର ସୀମା ଅତିକ୍ରମ କରୁଛନ୍ତି।
ପ୍ରକାଶ ଯେ, ଭାରତ ଓ ଚାଇନା ମଧ୍ୟରେ ଥିବା ୩,୪୮୮ କି.ମି. ବିସ୍ତୃତ ସୀମାକୁ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି) କୁହାଯାଏ। ଲଦାଖରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଲମ୍ବିଥିବା ଏହି ସୀମାରୁ ସୈନ୍ୟ ଅପସାରଣ କରି ସ୍ଥିତାବସ୍ଥା ଓ ଶାନ୍ତି ବଜାୟ ପାଇଁ ଉଦ୍ୟମ ଚାଲିଥିବା ଉଭୟ ପକ୍ଷ କହିଥାଆନ୍ତି। ଉପଯୁକ୍ତ ଭାବେ ସୀମା ନିର୍ଦ୍ଧାରଣ ହୋଇ ନ ଥିବାରୁ ବିଭିନ୍ନ ସମୟରେ ଉଭୟ ଦେଶର ସୈନ୍ୟ ମୁହଁାମୁହିଁ ହେଉଛନ୍ତି। ୨୦୨୦ ମେ’ରେ ପୂର୍ବ ଲଦାଖର ଗଲଓ୍ବାନ ଉପତ୍ୟକାରେ ଦୁଇଦେଶର ସୈନ୍ୟ ସାମ୍ନାସାମ୍ନି ହୋଇଥିଲେ। ଗତବର୍ଷ ଜୁନ୍‌ ୧୫ରେ ରକ୍ତାକ୍ତ ସଂଘର୍ଷରେ ଭାରତର ୨୦ ଯବାନ ଶହୀଦ ହୋଇଥିବାବେଳେ ଚାଇନାର କେତେ ସୈନ୍ୟ ମୃତାହତ ହୋଇଥିଲେ ତାହା ବେଜିଂ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ। ଗତ ଫେବୃୟାରୀରେ ପାଙ୍ଗୋଙ୍ଗ୍‌ ହ୍ରଦରୁ ସୈନ୍ୟ ଅପସାରଣ କରାଯାଇଥିଲା। ଜୁଲାଇ ୩୧ରେ କମାଣ୍ଡରସ୍ତରୀୟ ବୈଠକ ପରେ ଗୋଗ୍ରାରୁ ଭାରତୀୟ ଯବାନ ଓ ପିଏଲ୍‌ଏ ସୈନ୍ୟ ଓରହିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri