୧୦ବର୍ଷ ହେଲା ଶଯ୍ୟାଶାୟୀ ତରୁଣ

ପିପିଲି,୧୨।୧୦(ସ୍ବ.ପ୍ର.): ଗଛରୁ ପଡ଼ି ମେରୁଦଣ୍ଡ ଆଘାତ ଲାଗିଥିବାରୁ ୧୦ବର୍ଷ ହେଲା ଶଯ୍ୟାଶାୟୀ ହୋଇଛନ୍ତି ୩୦ ବର୍ଷୀୟ ତରୁଣ ଡଗର। ନିଜେ ଉଠିବସି ପାରୁନାହାନ୍ତି କି ନିତ୍ୟକାର୍ଯ୍ୟ କରିପାରୁନାହାନ୍ତି। ଦୀର୍ଘବର୍ଷ ଶଯ୍ୟାରେ ପଡ଼ି ରହିବାରୁ ଦେହରେ ଘାଆ ହେବାକୁ ଲାଗିଲାଣି। ସ୍ବାସ୍ଥ୍ୟବସ୍ଥା ବିଗୁଡ଼ୁଥିଲେ ବି ଚିକିତ୍ସା ପାଇଁ ସମ୍ବଳ ନାହିଁ। ତାଙ୍କ ଉପରେ ପରିବାର ଦାୟିତ୍ୱ ଥିବାବେଳେ ସେ ଅନ୍ୟର ସହାୟତାକୁ ଆଶ୍ରା କରୁଛନ୍ତି। ଏବେ ବାପା ପରିଣତ ବୟସରେ ତାଙ୍କ ସାହା ଭରସା ପାଲଟିଛନ୍ତି। ସହାୟତା ପାଇଁ ସୋସିଆଲ ମିଡିଆରେ କୋହଭରା କଣ୍ଠରେ ଗୁହାରି ଜଣାଇଛନ୍ତି ମା’। ଏଭଳି ଦୁଃଖଦ ଚିତ୍ର ପିପିଲି ବ୍ଲକ ଦୁର୍ଗାଦାସପୁର ପଞ୍ଚାୟତ ଠଣଠଣା ଗ୍ରାମରେ ଦେଖିବାକୁ ମିଳିଛି।
ଠଣଠଣା ଗ୍ରାମର ଶରତ ଡଗରାଙ୍କ ପୁଅ ତରୁଣ ୨୦୧୦ ଜାନୁୟାରୀ ୪ରେ ନଡ଼ିଆ ଗଛରୁ ଖସି ପଡ଼ିବାରୁ ମେରୁଦଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ପୁଅର ଚିକିତ୍ସା ପାଇଁ ବାପା ସବୁ ବିକି ୬୦ହଜାର ଟଙ୍କା ଖର୍ଚ୍ଚ କରିବା ସତ୍ତ୍ୱେ ଅବସ୍ଥା ଭଲ ହୋଇ ନ ଥିଲା। ଅପରେଶନ ପାଇଁ ୧ଲକ୍ଷ ୬୦ହଜାର ଦରକାର ବୋଲି ଡାକ୍ତରଙ୍କଠାରୁ ଶୁଣି ଭାଙ୍ଗି ପଡ଼ିଥିଲେ ପରିବାର ବର୍ଗ। ଅର୍ଥ ଅଭାବରୁ ଅଧା ଚିକିତ୍ସାରୁ ଘରକୁ ଫେରି ଆସିଥିଲେ। ସେହିଦିନଠାରୁ ଏପର୍ଯ୍ୟନ୍ତ ୧୦ବର୍ଷ ହେଲା ତରୁଣ ଶଯ୍ୟାଶାୟୀ ଅଛନ୍ତି। ସରକାରୀ ସହାୟତା ଭାବେ ପିପିଲି ତହସିଲ ପକ୍ଷରୁ ତାଙ୍କୁ ୨୦ହଜାର ଟଙ୍କା ମିଳିଥିବାବେଳେ ଏବେ ମାସିକ ଭତ୍ତା ପାଉଥିବା ପରିବାର ଲୋକେ କହିଛନ୍ତି। ପୁଅର ଅବସ୍ଥା ବିଗିଡ଼ିବାରେ ଲାଗିଛି। ଚିକିତ୍ସା ପାଇଁ ଅର୍ଥ ବାଧକ ଥିବାରୁ ତରୁଣ ଓ ତାଙ୍କ ମା ସୋସିଆଲ ମିଡିଆରେ ଦୁଃଖ ଜଣାଇଥିଲେ। ଏହାପରେ ମାରୁତି ସେନା ସଙ୍ଗଠନ ତରୁଣକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି। ରବିବାର ଏହି ସଙ୍ଗଠନର ରାଜ୍ୟ ସଭାପତି ପପୁ ଦଳବେହେରାଙ୍କ ଆହ୍ବାନକ୍ରମେ ପିପିଲି-ଡେଲାଙ୍ଗ ସଭାପତି ଶ୍ରୀଧର ଆଚାର୍ଯ୍ୟ, ଜିଲା ସମ୍ପାଦକ ଅନିଲ ସ୍ବାଇଁ, ସଂଯୋଜିକା ଇତିଶ୍ରୀ ସରିତା ମହାନ୍ତି, ସଭ୍ୟା ପୁଷ୍ପାଞ୍ଜଳି ସାହୁ, ସଭ୍ୟ ଜୟକୃଷ୍ଣ ପରିଡ଼ା, ରଶ୍ମିରଞ୍ଜନ ଦାସ, କୀର୍ତ୍ତିରଞ୍ଜନ ପ୍ରମୁଖ ତରୁଣଙ୍କ ଘରେ ପହଞ୍ଚତ୍ ଆର୍ଥତ୍କ ସହାୟତା ଦେବା ସହ ଚିକିତ୍ସା କ୍ଷେତ୍ରରେ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ତରୁଣଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଦାବି କରାଯିବ ବୋଲି ସଙ୍ଗଠନ ତରଫରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri