ଅନ୍ଧାର କୋଠରୀରେ ୧୦ ବର୍ଷ

ସୋର,୪।୪(ଡି.ଏନ.ଏ.)-ଗୋଟିଏ ଘରେ ରହିବା, ଖାଇବା ସହ ସେହିଠାରେ ଶୌଚ। ଫ୍ୟାନ ବୁଲିବା ତ ଦୂରର କଥା, ଲାଇଟ୍‌ ମଧ୍ୟ ଲାଗିନି। ଏମିତି ୧୦ ବର୍ଷ ହେଲା ଅନ୍ଧାର କୋଠରୀରେ ରହିଆସୁଛନ୍ତି ନିରାକାର ସାହୁ।
ନିରାକାରଙ୍କ ଘର ସୋର ବ୍ଲକ ଅଧୀନ ନଦିଗାଁ କାନପୁର ଗ୍ରାମରେ। ସେ ୨୦୦୬ରେ ଜ୍ୟୋତ୍ସ୍ନାଙ୍କୁ ବିବାହ କରିବା ପରେ ବେଶ ହସଖୁସିରେ ସଂସାର ଚାଲିଥିଲା। ବର୍ଷକ ପରେ ତାଙ୍କ କୋଳକୁ ଆସିଥିଲା କନ୍ୟା ଲକ୍ଷ୍ମୀପ୍ରିୟା । କିଛି ଦିନ ପରେ ସ୍ତ୍ରୀ ଜ୍ୟୋତ୍ସା ନିରାକାରଙ୍କ ବ୍ୟବହାରରେ କିଛିଟା ଅସ୍ବାଭାବିକ ଅନୁଭବ କରିଥିଲେ। ଧୀରେ ଧୀରେ ନିରାକାର ଏକୁଟିଆ ରହିବାକୁ ପସନ୍ଦ କରିବା ସହ ମନକୁ ମନ ଏଣୁତେଣୁ ଗପୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଡାକ୍ତରଙ୍କ ପରାମର୍ଶରେ ତାଙ୍କୁ କଟକ ବଡ ଡାକ୍ତରଖାନାରେ ଚିକିତ୍ସା କରାଇବା ପରେ ବ୍ୟବହାରରେ ସାମୟିକ ପରିବର୍ତ୍ତନ ଆସିଥିଲା। ଏହାପରେ ତାଙ୍କର ଦ୍ୱିତୀୟ ଶିଶୁକନ୍ୟା ସୁପ୍ରିୟା ଜନ୍ମ ନେଇଥିଲା। ନିରାକାରଙ୍କ ବାପା ରଘୁନାଥଙ୍କ ମୃତ୍ୟୁ ପରେ ପରିସ୍ଥିତି ସମ୍ପୂର୍ଣ୍ଣ ବିଗିଡିଯାଇଥିଲା। ସ୍ତ୍ରୀ ଜ୍ୟୋତ୍ସ୍ନାଙ୍କ ସହ ମା’ ସତ୍ୟଭାମାଙ୍କ ମୁଣ୍ଡରେ ଚଡକ ପଡିଥିଲା। ସ୍ବାମୀଙ୍କୁ ସୁସ୍ଥ କରିବା ଯାଇ ଜ୍ୟୋତ୍ସ୍ନା ଗହଣାଗାଣ୍ଠି ବିକ୍ରି କରି ରାଞ୍ଚିରେ ଚିକିତ୍ସା କରାଇବା ପରେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ନିରାକାର ପରିବାର ଲୋକଙ୍କ ସହ ଗାଁ ଲୋକଙ୍କୁ ମାରପିଟ୍‌ କରିବା, ଘର ଛାଡି ଏଣେତେଣେ ବୁଲିବା ଓ ତାଙ୍କଠାରେ ସବୁବେଳେ ଚିଡଚିଡା ଭାବ ପରିଲକ୍ଷିତ ହେବାରୁ ନିରାକାରଙ୍କୁ ଏକ ଘରେ ବନ୍ଦ କରି ରଖାଯାଇଛି। ଆର୍ଥିକ ଅନଟନରେ ଥିବା ଜ୍ୟୋତ୍ସ୍ନାଙ୍କ ଉପରେ ଏବେ ବିଧବା ଶାଶୁଙ୍କ ସହ ଦୁଇ ଝିଅଙ୍କ ବୋଝ। ଦୁଇ ଓଳି ପେଟକୁ ଦାନା ଯୋଗାଇବା କଷ୍ଟ ଥିବା ବେଳେ ନିରାକାରଙ୍କ ଚିକିତ୍ସା ସମ୍ଭବ ହେଉନି। ସରକାରୀ ସହାୟତା ଶୂନ। ଜ୍ୟୋତ୍ସା ଏମିତି ଏକ ଦୟନୀୟ ସ୍ଥିତିରେ ସହାୟତା ଲାଗି ନିବେଦନ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଶୋଇଥିବାବେଳେ ମାଡ଼ି ଆସିଲା ବିପଦ: ଆକାଶରୁ ଖସିଲା ମୃତ୍ୟୁ, ଗୋଟିଏ ପରିବାରର…

ନୀଳଗିରି,୨୦ା୭(ପ୍ରଶାନ୍ତ କୁମାର ବିଶ୍ୱାଳ): ଘରେ ଶୋଇଥିବା ଅବସ୍ଥାରେ ରବିବାର ରାତିରେ ହଠାତ୍‌ ହେଲା ବଜ୍ରପାତ। ଏହି ବଜ୍ରପାତରେ ଗୋଟିଏ ପରିବାରର ୮ ଜଣଙ୍କ ମଧ୍ୟରୁ ୫ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri