ଅନ୍ଧାର କୋଠରୀରେ ୧୦ ବର୍ଷ

ସୋର,୪।୪(ଡି.ଏନ.ଏ.)-ଗୋଟିଏ ଘରେ ରହିବା, ଖାଇବା ସହ ସେହିଠାରେ ଶୌଚ। ଫ୍ୟାନ ବୁଲିବା ତ ଦୂରର କଥା, ଲାଇଟ୍‌ ମଧ୍ୟ ଲାଗିନି। ଏମିତି ୧୦ ବର୍ଷ ହେଲା ଅନ୍ଧାର କୋଠରୀରେ ରହିଆସୁଛନ୍ତି ନିରାକାର ସାହୁ।
ନିରାକାରଙ୍କ ଘର ସୋର ବ୍ଲକ ଅଧୀନ ନଦିଗାଁ କାନପୁର ଗ୍ରାମରେ। ସେ ୨୦୦୬ରେ ଜ୍ୟୋତ୍ସ୍ନାଙ୍କୁ ବିବାହ କରିବା ପରେ ବେଶ ହସଖୁସିରେ ସଂସାର ଚାଲିଥିଲା। ବର୍ଷକ ପରେ ତାଙ୍କ କୋଳକୁ ଆସିଥିଲା କନ୍ୟା ଲକ୍ଷ୍ମୀପ୍ରିୟା । କିଛି ଦିନ ପରେ ସ୍ତ୍ରୀ ଜ୍ୟୋତ୍ସା ନିରାକାରଙ୍କ ବ୍ୟବହାରରେ କିଛିଟା ଅସ୍ବାଭାବିକ ଅନୁଭବ କରିଥିଲେ। ଧୀରେ ଧୀରେ ନିରାକାର ଏକୁଟିଆ ରହିବାକୁ ପସନ୍ଦ କରିବା ସହ ମନକୁ ମନ ଏଣୁତେଣୁ ଗପୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଡାକ୍ତରଙ୍କ ପରାମର୍ଶରେ ତାଙ୍କୁ କଟକ ବଡ ଡାକ୍ତରଖାନାରେ ଚିକିତ୍ସା କରାଇବା ପରେ ବ୍ୟବହାରରେ ସାମୟିକ ପରିବର୍ତ୍ତନ ଆସିଥିଲା। ଏହାପରେ ତାଙ୍କର ଦ୍ୱିତୀୟ ଶିଶୁକନ୍ୟା ସୁପ୍ରିୟା ଜନ୍ମ ନେଇଥିଲା। ନିରାକାରଙ୍କ ବାପା ରଘୁନାଥଙ୍କ ମୃତ୍ୟୁ ପରେ ପରିସ୍ଥିତି ସମ୍ପୂର୍ଣ୍ଣ ବିଗିଡିଯାଇଥିଲା। ସ୍ତ୍ରୀ ଜ୍ୟୋତ୍ସ୍ନାଙ୍କ ସହ ମା’ ସତ୍ୟଭାମାଙ୍କ ମୁଣ୍ଡରେ ଚଡକ ପଡିଥିଲା। ସ୍ବାମୀଙ୍କୁ ସୁସ୍ଥ କରିବା ଯାଇ ଜ୍ୟୋତ୍ସ୍ନା ଗହଣାଗାଣ୍ଠି ବିକ୍ରି କରି ରାଞ୍ଚିରେ ଚିକିତ୍ସା କରାଇବା ପରେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ନିରାକାର ପରିବାର ଲୋକଙ୍କ ସହ ଗାଁ ଲୋକଙ୍କୁ ମାରପିଟ୍‌ କରିବା, ଘର ଛାଡି ଏଣେତେଣେ ବୁଲିବା ଓ ତାଙ୍କଠାରେ ସବୁବେଳେ ଚିଡଚିଡା ଭାବ ପରିଲକ୍ଷିତ ହେବାରୁ ନିରାକାରଙ୍କୁ ଏକ ଘରେ ବନ୍ଦ କରି ରଖାଯାଇଛି। ଆର୍ଥିକ ଅନଟନରେ ଥିବା ଜ୍ୟୋତ୍ସ୍ନାଙ୍କ ଉପରେ ଏବେ ବିଧବା ଶାଶୁଙ୍କ ସହ ଦୁଇ ଝିଅଙ୍କ ବୋଝ। ଦୁଇ ଓଳି ପେଟକୁ ଦାନା ଯୋଗାଇବା କଷ୍ଟ ଥିବା ବେଳେ ନିରାକାରଙ୍କ ଚିକିତ୍ସା ସମ୍ଭବ ହେଉନି। ସରକାରୀ ସହାୟତା ଶୂନ। ଜ୍ୟୋତ୍ସା ଏମିତି ଏକ ଦୟନୀୟ ସ୍ଥିତିରେ ସହାୟତା ଲାଗି ନିବେଦନ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri