ସୁରକ୍ଷା ଖୋଜୁଛି ଶାଳ ଜଙ୍ଗଲ

କେନ୍ଦୁଝର,୪।୪(ସ୍ବ.ପ୍ର.)- କେନ୍ଦୁଝର ଜିଲାରେ ଗତ ଏକ ଦଶନ୍ଧି ହେଲା ଦ୍ରୁତ ଜଙ୍ଗଲ କ୍ଷୟ ଯୋଗୁ ବ୍ୟାପକ ଶାଳ ଜଙ୍ଗଲ ନଷ୍ଟ ହୋଇଗଲାଣି। ପ୍ରାକୃତିକ ପରିବେଶରେ ଆପେ ଆପେ ଗଛ ଉଠୁଥିବା ଶାଳ ଜଙ୍ଗଲର ବିକଳ୍ପ ନାହିଁ। ଅର୍ଥାତ ଏହି ଗଛ ପ୍ରସ୍ତୁତ କରି ବନୀକରଣ କରିବା ଅସମ୍ଭବ ବ୍ୟାପାର। ଏକଦା ଜିଲାରେ ବ୍ୟାପକ ଶାଳ ଜଙ୍ଗଲ ଥିଲା। ଖଣିଖନନ, ଶିଳ୍ପ,ରାସ୍ତା ଓ ବନ୍ଧ ନିର୍ମାଣ ନାମରେ ଜଙ୍ଗଲ ଧ୍ୱଂସ, ଜବର ଦଖଲ, ଜଙ୍ଗଲ ପୋଡ଼ି, କାଠ ମାଫିଆଙ୍କ ପ୍ରାଦୂର୍ଭାବ ବୃଦ୍ଧି ଆଦି କାରଣରୁ ଜିଲାରେ ଶାଳ ଜଙ୍ଗଲ ନଷ୍ଟ ହେବାକୁ ବସିଥିବା ବେଳେ ଏହାର ସୁରକ୍ଷା ଜରୁରୀ ହୋଇପଡ଼ିଛି ା
ଜିଲାର ତେଲକୋଇ, ବାଂଶପାଳ, ହରିଚନ୍ଦନପୁର, ଯୋଡ଼ା,ଚମ୍ପୁୁଆ ଆଦି ବ୍ଲକ ଅଞ୍ଚଳରେ ଅଧିକ ଶାଳ ଜଙ୍ଗଲ ରହିଛି। ଜିଲାର ସମୁଦାୟ ଭୌଗଳିକ ଅଞ୍ଚଳର ୩୭.୩୦ ପ୍ରତିଶତ ଜଙ୍ଗଲାଞ୍ଚଳ। ମୋଟ ୩୦୯୭.୧୮ ବର୍ଗ କି.ମି. ଜଙ୍ଗଲ ମଧ୍ୟରୁ ୧୮୩୪.୦୯ ବର୍ଗ କି.ମି. ରିଜର୍ଭ ଜଙ୍ଗଲ,୨୭୩.୬୪ ବର୍ଗ କି.ମି. ଚିହ୍ନିତ ସୁରକ୍ଷିତ ଜଙ୍ଗଲ, ୨୨୦.୭୯ ବର୍ଗ କି.ମି. ଅଚିହ୍ନିତ ଜଙ୍ଗଲ ଓ ଅବଶିଷ୍ଟ ଅନ୍ୟାନ୍ୟ ଜଙ୍ଗଲ ରହିଛି।
ଗତ କିଛି ବର୍ଷ ହେଲା ଜିଲାରେ ଥିବା ଘଞ୍ଚ ଜଙ୍ଗଲ ନଷ୍ଟ ହୋଇସାରିଥିବା ବେଳେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଶାଳ ଜଙ୍ଗଲ। ମୂଲ୍ୟବାନ ଶାଳ କାଠକୁ ଚୋରାରେ ଆଣି ଘର ନିର୍ମାଣ, ସାୈଖୀନ ସାମଗ୍ରୀ ନିର୍ମାଣ କରାଯାଉଥିବା ଦେଖିବାକୁ ମିଳୁଛି। ଦୈନିକ ଜାଳ କାଠ ପାଇଁ ହଜାର ହଜାର ଶାଳ ଗଜା କଟାଯାଉଛି। ଏହା ଲୋକଙ୍କ ଘରଠାରୁ ଆରମ୍ଭ କରି ଢ଼ାବା, ହୋଟେଲ, ସ୍କୁଲ ହଷ୍ଟେଲ ଆଦିରେ ବ୍ୟବହାର ହେଉଛି। ତେବେ ଗୋଟିଏ ଭଲ ଗଛ ପାଇବା ପାଇଁ କାଠ ମାଫିଆମାନେ ବହୁ ସଂଖ୍ୟକ ଗଛ କାଟି ପକାଉଛନ୍ତି। ଶାଳ କାଠ ବ୍ୟତୀତ ଝୁଣା,ଶାଳ ମଞ୍ଜିି, ଶାଳପତ୍ର,ଦାନ୍ତକାଠି ଆଦି ସଂଗ୍ରହ କରି ହଜାର ହଜାର ବନବାସୀ ଜୀବିକା ନିର୍ବାହ କରିଥାନ୍ତି। ଆଜିକାଲି କୃତିମ ଉପାୟରେ ଶାଳ ଜଙ୍ଗଲ ସୃଷ୍ଟି କରାଯାଉଥିଲେ ହେଁ କ୍ଷତିଗ୍ରସ୍ତ ହୋଇଥିବା ପ୍ରାକୃତିକ ଶାଳ ଜଙ୍ଗଲର ଆବଶ୍ୟକତା ପୂରଣ ହୋଇ ପାରୁନି। ପୋଡ଼ୁ ଚାଷ, କୋଇଲା ଆଦି ପାଇଁ ଜଙ୍ଗଲ ପୋଡ଼ି ଯୋଗୁ ଏହି ଶାଳ ଗଛ ଧ୍ୱଂସ ପାଇବାରେ ଲାଗିଛି। ତେଣୁ ଅନ୍ୟ ଗଛ ବନୀକରଣ କରିବା ପରିବର୍ତ୍ତେ ଶାଳ ଜଙ୍ଗଲର ସୁରକ୍ଷା କରାଯିବାକୁ ମତ ପ୍ରକାଶ ପାଉଛି ା ଏ ନେଇ ଡିଏଫ୍‌ଓ କେନ୍ଦୁଝର ସ୍ବୟମ ମଲ୍ଲିକଙ୍କୁ ପଚାରିବାରୁ ଜଙ୍ଗଲ ନଷ୍ଟ ରୋକିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ଧରପଗଡ଼ ସହ ବନୀକରଣ କରାଯାଉଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଜୁଡ଼ିଲା ଧାନ, ପରିବା ଫସଲ

ଭୁବନେଶ୍ୱର,୬ା୧୨(ବ୍ୟୁରୋ): ବାତ୍ୟାର ପ୍ରଭାବ ସବୁଠୁ ଅଧିକ ଜଗତ୍‌ସିଂହପୁର ଜିଲାରେ ପଡ଼ିଛି। ପାରାଦୀପ, ତିର୍ତ୍ତୋଲ, ଏରସମା ଓ ରଘୁନାଥପୁର ବ୍ଲକର ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି। ତିର୍ତ୍ତୋଲରେ...

ରାଜ୍ୟରେ ୧୧ ସାଇବର ଅପରାଧ ଥାନା ଖୋଲିବ

ଭୁବନେଶ୍ୱର,୧୫ା୧୨(ବ୍ୟୁରୋ): ସାଇବର ଅପରାଧ ଏବେ ସାରା ବିଶ୍ବରେ ଚିନ୍ତାର କାରଣ ହେଇଛି। ଦେଶ ତଥା ଓଡ଼ିଶାରେ ମଧ୍ୟ ସାଇବର ଅପରାଧର ଅନେକ ଘଟଣା ଦୃଷ୍ଟିକୁ ଆସୁଛି।...

ସ୍ମାର୍ଟସିଟି ସର୍ବସାଧାରଣ ସ୍ଥାନର ଜାତୀୟ ମାନ ନିର୍ଦ୍ଧାରଣ ହେବ: ପ୍ରସ୍ତୁତି ଚାଲିଛି ନୂଆ ଆପ୍‌, ମିଳିବ ସମସ୍ତ ତଥ୍ୟ

ଭୁବନେଶ୍ୱର, ୧୯।୭(ବ୍ୟୁରୋ)- ମୋବାଇଲରେ ଜାଣିହେବ ଦେଶରେ ଥିବା ସ୍ମାର୍ଟସିଟିଗୁଡ଼ିକର ସବିଶେଷ ତଥ୍ୟ। ବିଶେଷକରି ପାର୍କ, ମାର୍କେଟ, ଐତିହ୍ୟସ୍ଥଳ, ଜଳାଶୟ, ରାସ୍ତା ଆଦି ସର୍ବସାଧାରଣ ସ୍ଥାନ ସଂକ୍ରାନ୍ତରେ...

ରାଜ୍ୟରେ ୧୩ ନିଗମ କ୍ଷତିରେ ଚାଲିଛି: ଖର୍ଚ୍ଚ କମାଇବା ପାଇଁ ସ୍ବେଚ୍ଛାକୃତ ଅବସର ଯୋଜନା

ଭୁବନେଶ୍ୱର,୩।୮(ବ୍ୟୁରୋ): ରାଜ୍ୟରେ ୩୬ଟି ନିଗମ ଅଛି। ସେଥିରେ ୧୦,୪୭୩ ପଦବୀ ଖାଲି ରହିଛି। ନିଗମଗୁଡ଼ିକ ମଧ୍ୟରୁ ୨୩ଟି ଲାଭ କରୁଥିବା ବେଳେ ୧୩ଟି କ୍ଷତିରେ ଚାଲୁଛି।...

ହୋମ୍‌ ଆଇସୋଲେଶନରେ ୭୦% ଆକ୍ରାନ୍ତ

ଭୁବନେଶ୍ୱର, ୧୯। ୯(ବ୍ୟୁରୋ):  ଦେଶ ତୁଳନାରେ ରାଜ୍ୟରେ କରୋନା ସ୍ଥିତି ଭଲ ରହିଛି। ଓଡ଼ିଶାରେ କରୋନା ମୃତ୍ୟୁ ହାର ସାରା ଦେଶରେ କମ୍‌ ରହିଛି। ରାଜ୍ୟରେ...

ମନୀଷ୍‌ ଦାସ ହତ୍ୟାକାଣ୍ଡ ମାମଲା: ୩୦୦ରୁ ଊର୍ଦ୍ଧ୍ୱ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ

ଭୁବନେଶ୍ୱର,୧୨ା୨(ବ୍ୟୁରୋ): ବହୁଚର୍ଚ୍ଚିତ ମନୀଷ୍‌ ଦାସ ହତ୍ୟାକାଣ୍ଡ ମାମଲାରେ ଚାର୍ଜଶିଟ୍‌ ଦାଖଲ ହୋଇଛି। ଇନ୍‌ଫୋସିଟି ଥାନା ପୋଲିସ ପକ୍ଷରୁ ୩୦୦ରୁ ଅଧିକ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କରାଯାଇଛି।...

ଜାତୀୟ ଅନୁସୂଚିତ ଜାତି କମିଶନର ତଥ୍ୟ ସଂଗ୍ରହକାରୀ କମିଟିଙ୍କ କେନ୍ଦୁଝର ଗସ୍ତ

କେନ୍ଦୁଝର,୨୯ା୧୦(ସ୍ବ.ପ୍ର.): ଜାତୀୟ ଅନୁସୂଚିତ ଜାତି କମିଶନର ୪ ଜଣିଆ ଏକ ତଥ୍ୟ ସଂଗ୍ରହକାରୀ ଦଳ କେନ୍ଦୁଝର ଗସ୍ତରେ ଆସି ଶୁଆକାଟୀସ୍ଥିତ ଗନ୍ଧମାର୍ଦ୍ଦନ ଲୌହ ଖଣିର ପାରିପାର୍ଶ୍ୱିକ...

ପୁରୀ ଗଣବଳାତ୍କାର ଘଟଣା: ହାଇକୋର୍ଟରେ ମିସ୍‌ କେସ୍‌ ଦାଏର

କଟକ ଅଫିସ,୧୯ା୧୨- ରାଜ୍ୟର ବହୁଚର୍ଚ୍ଚିତ ପୁରୀ ଗଣବଳାତ୍କାର ଘଟଣାରେ ଗୁରୁବାର ହାଇକୋର୍ଟରେ ଏକ ମିସ୍‌ କେସ୍‌ ଦାଏର କରାଯାଇଛି। ଉକ୍ତ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ...

Advertisement
Archives

Model This Week