ସୁରକ୍ଷା ଖୋଜୁଛି ଶାଳ ଜଙ୍ଗଲ

କେନ୍ଦୁଝର,୪।୪(ସ୍ବ.ପ୍ର.)- କେନ୍ଦୁଝର ଜିଲାରେ ଗତ ଏକ ଦଶନ୍ଧି ହେଲା ଦ୍ରୁତ ଜଙ୍ଗଲ କ୍ଷୟ ଯୋଗୁ ବ୍ୟାପକ ଶାଳ ଜଙ୍ଗଲ ନଷ୍ଟ ହୋଇଗଲାଣି। ପ୍ରାକୃତିକ ପରିବେଶରେ ଆପେ ଆପେ ଗଛ ଉଠୁଥିବା ଶାଳ ଜଙ୍ଗଲର ବିକଳ୍ପ ନାହିଁ। ଅର୍ଥାତ ଏହି ଗଛ ପ୍ରସ୍ତୁତ କରି ବନୀକରଣ କରିବା ଅସମ୍ଭବ ବ୍ୟାପାର। ଏକଦା ଜିଲାରେ ବ୍ୟାପକ ଶାଳ ଜଙ୍ଗଲ ଥିଲା। ଖଣିଖନନ, ଶିଳ୍ପ,ରାସ୍ତା ଓ ବନ୍ଧ ନିର୍ମାଣ ନାମରେ ଜଙ୍ଗଲ ଧ୍ୱଂସ, ଜବର ଦଖଲ, ଜଙ୍ଗଲ ପୋଡ଼ି, କାଠ ମାଫିଆଙ୍କ ପ୍ରାଦୂର୍ଭାବ ବୃଦ୍ଧି ଆଦି କାରଣରୁ ଜିଲାରେ ଶାଳ ଜଙ୍ଗଲ ନଷ୍ଟ ହେବାକୁ ବସିଥିବା ବେଳେ ଏହାର ସୁରକ୍ଷା ଜରୁରୀ ହୋଇପଡ଼ିଛି ା
ଜିଲାର ତେଲକୋଇ, ବାଂଶପାଳ, ହରିଚନ୍ଦନପୁର, ଯୋଡ଼ା,ଚମ୍ପୁୁଆ ଆଦି ବ୍ଲକ ଅଞ୍ଚଳରେ ଅଧିକ ଶାଳ ଜଙ୍ଗଲ ରହିଛି। ଜିଲାର ସମୁଦାୟ ଭୌଗଳିକ ଅଞ୍ଚଳର ୩୭.୩୦ ପ୍ରତିଶତ ଜଙ୍ଗଲାଞ୍ଚଳ। ମୋଟ ୩୦୯୭.୧୮ ବର୍ଗ କି.ମି. ଜଙ୍ଗଲ ମଧ୍ୟରୁ ୧୮୩୪.୦୯ ବର୍ଗ କି.ମି. ରିଜର୍ଭ ଜଙ୍ଗଲ,୨୭୩.୬୪ ବର୍ଗ କି.ମି. ଚିହ୍ନିତ ସୁରକ୍ଷିତ ଜଙ୍ଗଲ, ୨୨୦.୭୯ ବର୍ଗ କି.ମି. ଅଚିହ୍ନିତ ଜଙ୍ଗଲ ଓ ଅବଶିଷ୍ଟ ଅନ୍ୟାନ୍ୟ ଜଙ୍ଗଲ ରହିଛି।
ଗତ କିଛି ବର୍ଷ ହେଲା ଜିଲାରେ ଥିବା ଘଞ୍ଚ ଜଙ୍ଗଲ ନଷ୍ଟ ହୋଇସାରିଥିବା ବେଳେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଶାଳ ଜଙ୍ଗଲ। ମୂଲ୍ୟବାନ ଶାଳ କାଠକୁ ଚୋରାରେ ଆଣି ଘର ନିର୍ମାଣ, ସାୈଖୀନ ସାମଗ୍ରୀ ନିର୍ମାଣ କରାଯାଉଥିବା ଦେଖିବାକୁ ମିଳୁଛି। ଦୈନିକ ଜାଳ କାଠ ପାଇଁ ହଜାର ହଜାର ଶାଳ ଗଜା କଟାଯାଉଛି। ଏହା ଲୋକଙ୍କ ଘରଠାରୁ ଆରମ୍ଭ କରି ଢ଼ାବା, ହୋଟେଲ, ସ୍କୁଲ ହଷ୍ଟେଲ ଆଦିରେ ବ୍ୟବହାର ହେଉଛି। ତେବେ ଗୋଟିଏ ଭଲ ଗଛ ପାଇବା ପାଇଁ କାଠ ମାଫିଆମାନେ ବହୁ ସଂଖ୍ୟକ ଗଛ କାଟି ପକାଉଛନ୍ତି। ଶାଳ କାଠ ବ୍ୟତୀତ ଝୁଣା,ଶାଳ ମଞ୍ଜିି, ଶାଳପତ୍ର,ଦାନ୍ତକାଠି ଆଦି ସଂଗ୍ରହ କରି ହଜାର ହଜାର ବନବାସୀ ଜୀବିକା ନିର୍ବାହ କରିଥାନ୍ତି। ଆଜିକାଲି କୃତିମ ଉପାୟରେ ଶାଳ ଜଙ୍ଗଲ ସୃଷ୍ଟି କରାଯାଉଥିଲେ ହେଁ କ୍ଷତିଗ୍ରସ୍ତ ହୋଇଥିବା ପ୍ରାକୃତିକ ଶାଳ ଜଙ୍ଗଲର ଆବଶ୍ୟକତା ପୂରଣ ହୋଇ ପାରୁନି। ପୋଡ଼ୁ ଚାଷ, କୋଇଲା ଆଦି ପାଇଁ ଜଙ୍ଗଲ ପୋଡ଼ି ଯୋଗୁ ଏହି ଶାଳ ଗଛ ଧ୍ୱଂସ ପାଇବାରେ ଲାଗିଛି। ତେଣୁ ଅନ୍ୟ ଗଛ ବନୀକରଣ କରିବା ପରିବର୍ତ୍ତେ ଶାଳ ଜଙ୍ଗଲର ସୁରକ୍ଷା କରାଯିବାକୁ ମତ ପ୍ରକାଶ ପାଉଛି ା ଏ ନେଇ ଡିଏଫ୍‌ଓ କେନ୍ଦୁଝର ସ୍ବୟମ ମଲ୍ଲିକଙ୍କୁ ପଚାରିବାରୁ ଜଙ୍ଗଲ ନଷ୍ଟ ରୋକିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ଧରପଗଡ଼ ସହ ବନୀକରଣ କରାଯାଉଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୌର ପରିଷଦ ଅଧ୍ୟକ୍ଷା,ଉପାଧ୍ୟକ୍ଷଙ୍କୁ ଭାଜପାର ସ୍ବାଗତ

ଗୁଣପୁର,୨୨।୭(ସୁଜାତା ପାଢ଼ୀ)- ନିକଟରେ ଗୁଣପୁର ପୌର ପରିଷଦ ଅଧ୍ୟକ୍ଷା ମମତା ଗୌଡ଼ ଓ ଉପାଧ୍ୟକ୍ଷ ଶିବପ୍ରସାଦ ଗୌଡ଼ ତାଙ୍କ ସମର୍ଥକଙ୍କ ସହ ବିଧିବଦ୍ଧ ଭାବେ ଭାଜପାରେ ଯୋଗଦାନ…

ସୋରିଷରେ ବିଶ୍ୱର କ୍ଷୁଦ୍ରତମ ରଥ ନିର୍ମାଣ କଲେ ପ୍ରତ୍ୟୁଷ

ଫୁଲବାଣୀ, ୨୨।୭(ରାକେଶ କୁମାର ରାଉତ):ସୋରିଷରେ ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ରଥ ନିର୍ମାଣ ହୋଇଛି। ଏହା କରି ଦେଖାଇଛନ୍ତି କନ୍ଧମାଳ ଜିଲା ଫୁଲବାଣୀ ସହର ନଦୀଖଣ୍ଡିସାହିର ଯୁବଶିଳ୍ପୀ ଏନ.ପ୍ରତ୍ୟୁଷ…

ସାକ୍ଷୀଗୋପାଳଙ୍କ ଚନ୍ଦନ ପୋଖରୀ ଜଳ ପ୍ରଦୂଷିତ: ଅତିଷ୍ଠ ହେଉଛି ପଚାମାଛ ଦୁର୍ଗନ୍ଧ

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶ୍ରୀ ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ପୋଖରୀ ଜଳ ଅତିମାତ୍ରାରେ ପ୍ରଦୂଷିତ ହୋଇଛି। ଫଳରେ ବୁଧବାର ସକାଳୁ ଶହଶହ ସଂଖ୍ୟାରେ ରୋହି, ଭାକୁର,…

ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର: ହସ୍ପିଟାଲରରେ ହେଲେ ଭର୍ତ୍ତିି, ଆରୋଗ୍ୟ କାମନା କଲେ…

ପାଟଣା, ୨୨।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଆନ୍ଦୋଳନ, ଇସ୍ତଫା ଦାବି ଉପରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଥମ ବଡ଼ ବୟାନ, କହିଲେ ଏମିତି… ରାଜନୀତି ହଲଚଲ

ନୂଆଦିଲ୍ଲୀ,୨୨।୭: କଂଗ୍ରେସ ସାଂସଦ ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ ବାସଭବନ ବାହାରେ ଧାରଣା ପ୍ରଦର୍ଶନକୁ ନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ରାହୁଲଙ୍କ ନାକରୁ ବାହାରିଲା ରକ୍ତ: ଅଟକରୁ ମୁକ୍ତ ହେବା ପରେ ପିଏମ ମୋଦିଙ୍କୁ ଏମିତି ମେସେଜ୍‌ ଦେଲେ ରାହୁଲ

ନୂଆଦିଲ୍ଲୀ,୨୨।୭: ପ୍ରଧାନମନ୍ତ୍ରୀ ବାସବଭନ ବାହାରେ ଛାତ୍ରୀଛାତ୍ରଙ୍କ ବିଭିନ୍ନ ପ୍ରସଙ୍ଗକୁ ନେଇ ହୋଇଥିବା ପ୍ରତିବାଦ ପ୍ରଦର୍ଶନ ପରେ ହାଜତକୁ ନିଆଯାଇଥିବା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ…

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri