ବଢ଼ିଲା ଆଇନଜୀବୀଙ୍କ ସହାୟତା ରାଶି

ଭୁବନେଶ୍ୱର, ୪ା୪ (ବ୍ୟୁରୋ): ଭୁବନେଶ୍ୱର, ୩।୪(ବ୍ୟୁରୋ)- ଆଇନ୍‌ଜୀବୀଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ଅଧିବକ୍ତା କଲ୍ୟାଣ ପାଣ୍ଠି ୧୯୮୭ର ସଂଶୋଧନ କରିଛନ୍ତି। ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ଆଗତ ଓଡ଼ିଶା ଅଧିବକ୍ତା କଲ୍ୟାଣ ପାଣ୍ଠି (ସଂଶୋଧନ) ବିଲ୍‌-୨୦୨୧ ଶନିବାର ବିଧାନସଭାରେ ଗୃହୀତ ହୋଇଛି। ଏଣିକି ଅତିକମ୍‌ରେ ୫ବର୍ଷ ଓକିଲାତି କରିଥିବା ଆଇନ୍‌ଜୀବୀଙ୍କୁ ସର୍ବନିମ୍ନ ୭୫ ହଜାର ଟଙ୍କା ଏବଂ ୩୦ ବର୍ଷ ଓକିଲାତି କରିଥିବା ଆଇନଜୀବୀଙ୍କୁ ସର୍ବାଧିକ ୪ଲକ୍ଷ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ। ପ୍ରଚଳିତ ହାରଠାରୁ ୧.୬୭ ହାରରେ ଏହି ଆର୍ଥିକ ସହାୟତା ରାଶି ବୃଦ୍ଧି କରାଯାଇଛି।

ରାଜ୍ୟରେ ଆଇନର ଶାସନକୁ ସୁନିଶ୍ଚିତ କରିବା ଦିଗରେ ସେମାନେ ସର୍ବଦା କାର୍ଯ୍ୟରତ ଥାଆନ୍ତି। ଓକିଲାତିକୁ ପେସା ଭାବେ ଗ୍ରହଣ କରିଥିବାରୁ ସେମାନଙ୍କ ମହକିଲଙ୍କଠାରୁ ଯେଉଁ ଫିସ୍‌ ପାଇଥାଆନ୍ତି। ସେଥିରେ ନିଜର ପରିବାର ପ୍ରତିପୋଷଣ କରିଥାଆନ୍ତି। ଚାକିରି କରିଥିବା ବ୍ୟକ୍ତି ଯେମିତି ନିର୍ଦ୍ଦିଷ୍ଟ ଦରମା ପାଇଥାଆନ୍ତି ସେମାନଙ୍କ କୌଣସି ନିର୍ଦ୍ଦିଷ୍ଟ ଆୟ ଓ ପେନ୍‌ସନ ନ ଥାଏ। ଏହାକୁ ଦୃଷ୍ଟିରେ ରଖି ଆଇନ୍‌ଜୀବୀଙ୍କ କଲ୍ୟାଣ ନିମନ୍ତେ ଅଧିବକ୍ତା କଲ୍ୟାଣ ପାଣ୍ଠି ଅଧିନିୟମ ୧୯୮୭ ପ୍ରଣୟନ କରାଯାଇଥିଲା। ୨୦୧୩ରେ ଏହି ଅଧିନିୟମରେ ସଂଶୋଧନ କରାଯାଇ ମୃତ୍ୟୁକାଳୀନ ଓ ଅବସରକାଳୀନ ସୁବିଧା ବାବଦକୁ ପ୍ରଦାନ କରାଯାଇଥିବା ଅର୍ଥ ପରିମାଣକୁ ବୃଦ୍ଧି କରାଯାଇଥିଲା। ଏଥିରେ ସର୍ବନିମ୍ନ ୫ ବର୍ଷ ଓକିଲାତି କରିଥିବା ଆଇନ୍‌ଜୀବୀଙ୍କୁ ୪୫ ହଜାର ଟଙ୍କାରୁ ୩୦ ବର୍ଷ ଓକିଲାତି ପାଇଁ ସର୍ବାଧିକ ୨ ଲକ୍ଷ ୭୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବାକୁ ସ୍ଥିର ହୋଇଥିଲା। ବର୍ତ୍ତମାନର ସ୍ଥିତିକୁ ଦେଖି ଏବେ ଏହାକୁ ଆଉ ଥରେ ସଂଶୋଧନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri