୨୮ ପଞ୍ଚାୟତର ୧୦ ହଜାର ଲୋକ ଜଳବନ୍ଦୀ

ଜଳେଶ୍ୱର, ୨୩ା୮(ଡି.ଏନ.ଏ.):ସୁବର୍ଣ୍ଣରେଖାରେ ବନ୍ୟା ଯୋଗୁ ଜଳେଶ୍ୱର ବ୍ଲକ ୨୮ଟି ପଞ୍ଚାୟତର ୧୪୯ ଗାଁ ପ୍ରଭାବିତ ହୋଇଛି ା ଏଥିରେ ୧୦ହଜାର ଲୋକ ଜଳବନ୍ଦୀ ହୋଇଥିବା ବେଳେ ୧୧୪ଟି କେନ୍ଦ୍ରରେ ଥଇଥାନ କରାଯାଇଛି ା ସେମାନଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଛି। ୬ହଜାର ହେକ୍ଟର ଚାଷଜମିରେ ବନ୍ୟାଜଳ ପ୍ଲାବିତ ହୋଇଛି। ବିଭିନ୍ନ ଅଞ୍ଚଳକୁ ଯାଇଥିବା ମୁଖ୍ୟ ରାସ୍ତାଗୁଡିକ ପାଣିରେ ବୁଡି ରହିଛି। ସୋମବାର ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ପ୍ରତାପ ଦେବ, ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର, ଆର୍‌ଡିସି ସୁରେଶ ଚନ୍ଦ୍ର ଦଳେଇ ବନ୍ୟାଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ବ୍ଲକର ଆରୁହା, ବାଇଗଣ ବାଡିଆ, ବର୍ତ୍ତନା, ଚମାର ଗାଁ, ଦକ୍ଷିଣ ପ୍ରହରାଜପୁର, ଗୋବରଘଟା, ଝାଡପିମ୍ପଳ, ଖୁଦିଆ ମାଝିସାହି, ଖାଲିନା, ଖୁଲୁଡା, କୋଟସାହି, ଲକ୍ଷ୍ମଣନାଥ, ମହମ୍ମଦନଗରପାଟଣା, ନାମ୍ପୋ, ନେତୁଆ, ପଶ୍ଚିମବାର୍ଡ, ଓଲମରା, ପାଇକସିଦା, ନଛିମପୁର, ରାଜପୁର, ସମ୍ପତ୍ତିଆ, ମାକିଡିଆ, ଶିଖରପୁର, ଶ୍ରୀରାମପୁର, ରାୟାଁ ରାମଚନ୍ଦ୍ରପୁର, ସୁଗୋ, ଗଡସାହି ବାଲିଆପାଳ ଓ ଗୋପିମୋହନପୁରର ୧୧୪ଟି କେନ୍ଦ୍ରରେ ୧୦୦୫୮ ଲୋକଙ୍କୁ ଆଶ୍ରୟ ଦିଆଯାଇ ରନ୍ଧାଖାଦ୍ୟ ଦିଆଯାଇଛି। ପ୍ରାୟ ୪୧ କୁଇଣ୍ଟାଲ ଚୂଡା ବଣ୍ଟନ କରାଯାଇଥିବା ବେଳେ ୩୫ ପଞ୍ଚାୟତରୁ ୨୮ପଞ୍ଚାୟତର ୧୪୯ ଗାଁର ୬ହଜାର ହେକ୍ଟର ଜମି ବନ୍ୟା ପ୍ଲାବିତ ହୋଇଛି। ୫ହଜାର ହେକ୍ଟର ଧାନ ଜମି ଓ ପ୍ରାୟ ୧ହଜାର ହେକ୍ଟର ପନିପରିବା ଚାଷ ହୋଇଥିବା ଜମିରେ ପାଣିର ସୁଅ ଛୁଟୁଛି ା ବନ୍ୟା ଫଳରେ ଗୁରୁଦାସପୁର-ଚାଫଲା, ଶିଖରପୁର-ରାଇବଣିଆ, ଜଳେଶ୍ୱର ପଶ୍ଚିମବାର୍ଡ, ଜମାଳପୁର-କୋଟସାହି-ଚୋରମରା, ନାମ୍ପୋ-ଖାଲିନା, ଡେମୁରିଆ-ସମ୍ପତ୍ତିଆ, ନାମ୍ପୋ -ଇକଡା ରାସ୍ତାରେ ପାଣିସୁଅ ଛୁଟୁଛି ା ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଆର୍‌ଡିସି ସୁରେଶ ଚନ୍ଦ୍ର ଦଳାଇ ପରିସ୍ଥିତି ସ୍ବଭାବିକ ହେବା ପଯର୍‌ୟନ୍ତ ରନ୍ଧା ଖାଦ୍ୟ ଯୋଗାଇଦେବାକୁ କହିଥିଲେ। ତାଙ୍କ ସହ ବିଡିଓ ପୁନମ୍‌ ରାଉତ, ତହସିଲଦାର ସ୍ମୃତିରଞ୍ଜନ ମଲ୍ଲିକ, ବ୍ଳକ ଅଧ୍ୟକ୍ଷ ମାନସ ଜେନା, ବନ୍ୟା ପରିଚାଳକ ନୀଲୁ ମହାପାତ୍ର, ଜିଲାପାଳ ଦତ୍ତାତ୍ରୟ ଭାଉ ସାହେବ ଶିନ୍ଦେ ପ୍ରମୁଖ ବନ୍ୟାଞ୍ଚଳ ଗସ୍ତ କରିଛନ୍ତି ା ଅପରାହ୍ନରେ କ୍ୟାବିଟେନ୍‌ ମନ୍ତ୍ରୀ ପ୍ରତାପ ଦେବ ଜଳେଶ୍ୱର ବ୍ଳକର ରାୟାଁ, ରାମଚନ୍ଦ୍ରପୁର ଓ ଝାଡପିମ୍ପଳ ପଞ୍ଚାୟତର କେତେକ ବନ୍ୟା ପ୍ଳାବିତ ଗ୍ରାମ ବୁଲି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ବିପନ୍ନ ଚାଷୀଙ୍କୁ ଆଗାମୀ ରବି ଋତୁରେ ସରକାର ବିଭିନ୍ନ ସହାୟତା ଯୋଗାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତାଙ୍କ ସହିତ ଜିଲାପରିଷଦ ସଭାପତି ନାରାୟଣ ଚନ୍ଦ୍ର ପ୍ରଧାନ, ପୂର୍ବତନ ଏମ୍‌ପି ତଥା ବିଜେଡି ସଭାପତି ଇଂ ରବୀନ୍ଦ୍ର ଜେନା ବିଭିନ୍ନ ଆଶ୍ରୟସ୍ଥଳ ବୁଲିଥିଲେ ଓ ସରକାରୀ ସହାୟତା ସମ୍ପର୍କରେ ପଚାରି ବୁଝିଥିଲେ। ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ରାଇବଣିଆର ଓଲମରା, ବ୍ରହ୍ମାପୁର, ଗୋପାଳପୁର, ରାଜନଗର, ମାକିଡିଆ ଓ କୁଅଁରପୁର ବନ୍ୟାଞ୍ଚଳ ବୁଲି ପରିସ୍ଥିତି ଅନୁଧ୍ୟାନ କରିବା ସହିତ ମାକିଡିଆ ଓ କୁଅଁରପୁରରେ ନଦୀର ପଥରପ୍ୟାକିଂ ଓ ସ୍କୋରର ଆବଶ୍ୟକତା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ ା ତାଙ୍କ ସହିତ ଜିଲାପରିଷଦ ଉପାଧ୍ୟକ୍ଷା ଅନୁସୂୟା ପ୍ରଧାନ, ଲେଲିନ୍‌ ପ୍ରଧାନ, ଯତିନ୍ଦ୍ର ମହାନ୍ତି, ନିମାଇଁ ଘୋଷ, ଦୀପକ କାପୁଡି, ସମୀର ଘଡେଇ, ରାଧାକାନ୍ତ ଘୋଷ, ବ୍ରିଜେଶ ରଣା ପ୍ରମୁଖ ଅନୁଧ୍ୟାନ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri