୨୮ ପଞ୍ଚାୟତର ୧୦ ହଜାର ଲୋକ ଜଳବନ୍ଦୀ

ଜଳେଶ୍ୱର, ୨୩ା୮(ଡି.ଏନ.ଏ.):ସୁବର୍ଣ୍ଣରେଖାରେ ବନ୍ୟା ଯୋଗୁ ଜଳେଶ୍ୱର ବ୍ଲକ ୨୮ଟି ପଞ୍ଚାୟତର ୧୪୯ ଗାଁ ପ୍ରଭାବିତ ହୋଇଛି ା ଏଥିରେ ୧୦ହଜାର ଲୋକ ଜଳବନ୍ଦୀ ହୋଇଥିବା ବେଳେ ୧୧୪ଟି କେନ୍ଦ୍ରରେ ଥଇଥାନ କରାଯାଇଛି ା ସେମାନଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଛି। ୬ହଜାର ହେକ୍ଟର ଚାଷଜମିରେ ବନ୍ୟାଜଳ ପ୍ଲାବିତ ହୋଇଛି। ବିଭିନ୍ନ ଅଞ୍ଚଳକୁ ଯାଇଥିବା ମୁଖ୍ୟ ରାସ୍ତାଗୁଡିକ ପାଣିରେ ବୁଡି ରହିଛି। ସୋମବାର ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ପ୍ରତାପ ଦେବ, ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର, ଆର୍‌ଡିସି ସୁରେଶ ଚନ୍ଦ୍ର ଦଳେଇ ବନ୍ୟାଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ବ୍ଲକର ଆରୁହା, ବାଇଗଣ ବାଡିଆ, ବର୍ତ୍ତନା, ଚମାର ଗାଁ, ଦକ୍ଷିଣ ପ୍ରହରାଜପୁର, ଗୋବରଘଟା, ଝାଡପିମ୍ପଳ, ଖୁଦିଆ ମାଝିସାହି, ଖାଲିନା, ଖୁଲୁଡା, କୋଟସାହି, ଲକ୍ଷ୍ମଣନାଥ, ମହମ୍ମଦନଗରପାଟଣା, ନାମ୍ପୋ, ନେତୁଆ, ପଶ୍ଚିମବାର୍ଡ, ଓଲମରା, ପାଇକସିଦା, ନଛିମପୁର, ରାଜପୁର, ସମ୍ପତ୍ତିଆ, ମାକିଡିଆ, ଶିଖରପୁର, ଶ୍ରୀରାମପୁର, ରାୟାଁ ରାମଚନ୍ଦ୍ରପୁର, ସୁଗୋ, ଗଡସାହି ବାଲିଆପାଳ ଓ ଗୋପିମୋହନପୁରର ୧୧୪ଟି କେନ୍ଦ୍ରରେ ୧୦୦୫୮ ଲୋକଙ୍କୁ ଆଶ୍ରୟ ଦିଆଯାଇ ରନ୍ଧାଖାଦ୍ୟ ଦିଆଯାଇଛି। ପ୍ରାୟ ୪୧ କୁଇଣ୍ଟାଲ ଚୂଡା ବଣ୍ଟନ କରାଯାଇଥିବା ବେଳେ ୩୫ ପଞ୍ଚାୟତରୁ ୨୮ପଞ୍ଚାୟତର ୧୪୯ ଗାଁର ୬ହଜାର ହେକ୍ଟର ଜମି ବନ୍ୟା ପ୍ଲାବିତ ହୋଇଛି। ୫ହଜାର ହେକ୍ଟର ଧାନ ଜମି ଓ ପ୍ରାୟ ୧ହଜାର ହେକ୍ଟର ପନିପରିବା ଚାଷ ହୋଇଥିବା ଜମିରେ ପାଣିର ସୁଅ ଛୁଟୁଛି ା ବନ୍ୟା ଫଳରେ ଗୁରୁଦାସପୁର-ଚାଫଲା, ଶିଖରପୁର-ରାଇବଣିଆ, ଜଳେଶ୍ୱର ପଶ୍ଚିମବାର୍ଡ, ଜମାଳପୁର-କୋଟସାହି-ଚୋରମରା, ନାମ୍ପୋ-ଖାଲିନା, ଡେମୁରିଆ-ସମ୍ପତ୍ତିଆ, ନାମ୍ପୋ -ଇକଡା ରାସ୍ତାରେ ପାଣିସୁଅ ଛୁଟୁଛି ା ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଆର୍‌ଡିସି ସୁରେଶ ଚନ୍ଦ୍ର ଦଳାଇ ପରିସ୍ଥିତି ସ୍ବଭାବିକ ହେବା ପଯର୍‌ୟନ୍ତ ରନ୍ଧା ଖାଦ୍ୟ ଯୋଗାଇଦେବାକୁ କହିଥିଲେ। ତାଙ୍କ ସହ ବିଡିଓ ପୁନମ୍‌ ରାଉତ, ତହସିଲଦାର ସ୍ମୃତିରଞ୍ଜନ ମଲ୍ଲିକ, ବ୍ଳକ ଅଧ୍ୟକ୍ଷ ମାନସ ଜେନା, ବନ୍ୟା ପରିଚାଳକ ନୀଲୁ ମହାପାତ୍ର, ଜିଲାପାଳ ଦତ୍ତାତ୍ରୟ ଭାଉ ସାହେବ ଶିନ୍ଦେ ପ୍ରମୁଖ ବନ୍ୟାଞ୍ଚଳ ଗସ୍ତ କରିଛନ୍ତି ା ଅପରାହ୍ନରେ କ୍ୟାବିଟେନ୍‌ ମନ୍ତ୍ରୀ ପ୍ରତାପ ଦେବ ଜଳେଶ୍ୱର ବ୍ଳକର ରାୟାଁ, ରାମଚନ୍ଦ୍ରପୁର ଓ ଝାଡପିମ୍ପଳ ପଞ୍ଚାୟତର କେତେକ ବନ୍ୟା ପ୍ଳାବିତ ଗ୍ରାମ ବୁଲି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ବିପନ୍ନ ଚାଷୀଙ୍କୁ ଆଗାମୀ ରବି ଋତୁରେ ସରକାର ବିଭିନ୍ନ ସହାୟତା ଯୋଗାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତାଙ୍କ ସହିତ ଜିଲାପରିଷଦ ସଭାପତି ନାରାୟଣ ଚନ୍ଦ୍ର ପ୍ରଧାନ, ପୂର୍ବତନ ଏମ୍‌ପି ତଥା ବିଜେଡି ସଭାପତି ଇଂ ରବୀନ୍ଦ୍ର ଜେନା ବିଭିନ୍ନ ଆଶ୍ରୟସ୍ଥଳ ବୁଲିଥିଲେ ଓ ସରକାରୀ ସହାୟତା ସମ୍ପର୍କରେ ପଚାରି ବୁଝିଥିଲେ। ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ରାଇବଣିଆର ଓଲମରା, ବ୍ରହ୍ମାପୁର, ଗୋପାଳପୁର, ରାଜନଗର, ମାକିଡିଆ ଓ କୁଅଁରପୁର ବନ୍ୟାଞ୍ଚଳ ବୁଲି ପରିସ୍ଥିତି ଅନୁଧ୍ୟାନ କରିବା ସହିତ ମାକିଡିଆ ଓ କୁଅଁରପୁରରେ ନଦୀର ପଥରପ୍ୟାକିଂ ଓ ସ୍କୋରର ଆବଶ୍ୟକତା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ ା ତାଙ୍କ ସହିତ ଜିଲାପରିଷଦ ଉପାଧ୍ୟକ୍ଷା ଅନୁସୂୟା ପ୍ରଧାନ, ଲେଲିନ୍‌ ପ୍ରଧାନ, ଯତିନ୍ଦ୍ର ମହାନ୍ତି, ନିମାଇଁ ଘୋଷ, ଦୀପକ କାପୁଡି, ସମୀର ଘଡେଇ, ରାଧାକାନ୍ତ ଘୋଷ, ବ୍ରିଜେଶ ରଣା ପ୍ରମୁଖ ଅନୁଧ୍ୟାନ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri