୧୦ ହଜାର ହେକ୍ଟର ଚାଷ ଜମି ଜଳମଗ୍ନ

ଜଗତ୍‌ସିଂହପୁର, ୧୯ା୯ (ପ୍ରମୋଦ କୁମାର ନାୟକ): ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିରିଡ଼ି, ରଘୁନାଥପୁର ଓ ତିର୍ତ୍ତୋଲ ବ୍ଲକ ଅଞ୍ଚଳର ଚାଷୀଙ୍କ ପାଇଁ ହଂସୁଆ ନଦୀ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏହି ନଦୀର ଜଳ ଉପରେ ଶହସ୍ରାଧିକ ଚାଷୀ ନିର୍ଭରଶୀଳ। କିନ୍ତୁ ହଂସୁଆ ସୁଖ ଦେବା ପରିବର୍ତ୍ତେ ଚାଷୀଙ୍କୁ ଦୁଃଖ ଦେଉଛି। କାରଣ ଏହି ନଦୀର ଶଯ୍ୟା ଖନନ ନ ହେବାରୁ ଜଳ ନିଷ୍କାସନରେ ବାଧା ସୃଷ୍ଟି କରୁଛି। ଏଥିସହ ଆବଶ୍ୟକ ପୁନରୁଦ୍ଧାର କରାଯାଉ ନ ଥିବାରୁ ତାହା ଚାଷୀଙ୍କ ଜୀବନ ଜୀବିକାକୁ ବିପର୍ଯ୍ୟସ୍ତ କରି ଦେଲାଣି। ରାଜ୍ୟ ସରକାର ଏହାର ପ୍ରତିକାର ପାଇଁ ୧ ମାସ ଭିତରେ ପଦକ୍ଷେପ ନ ନେଲେ ଆନ୍ଦୋଳନ ତୀବ୍ର କରାଯିବ ବୋଲି ସୋମବାର ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ତରଫରୁ ଏଭଳି ଚେତାବନୀ ଦିଆଯାଇଛି।
ଜିଲା କଂଗ୍ରେସ ମୁଖପାତ୍ର ଇଂ.ହିମାଂଶୁ ଭୂଷଣ ମଲ୍ଲିକଙ୍କ ନେତୃତ୍ୱରେ ଏକ ଦଳ ଜଗତ୍‌ସିଂହପୁର ଜଳ ସମ୍ପଦ ବିଭାଗ (ଜଳ ସମ୍ପଦ ଓ ଜଳ ନିକାଶ) ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ ଏନେଇ ୫ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନେ କହିଛନ୍ତି, ପ୍ରତିବର୍ଷ ବର୍ଷା ଦିନେ ହଂସୁଆ ନଦୀରେ ପ୍ରାୟ ୫ରୁ ୬ ଥର ବନ୍ୟା ଆସେ। ଏଥିଯୋଗୁ ନଦୀ ଉଭୟ ପାର୍ଶ୍ୱରେ ଥିବା ଚାଷ ଜମିରେ ବନ୍ୟା ଜଳ ମାଡ଼ିଯାଏ । ଏହାଦ୍ୱାରା ପ୍ରତିବର୍ଷ ଶହ ଶହ ଏକର ଚାଷ ଜମି ଜଳମଗ୍ନ ହୋଇଯାଏ। ଏପରି କି ସାମାନ୍ୟ ଲଗାଣ ବର୍ଷାରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ। ଚଳିତବର୍ଷ ଲଘୁଚାପଜନିତ ଲଗାଣ ବର୍ଷାରେ ଏହି ୩ ବ୍ଲକର ପାଖାପାଖି ୧୦ ହଜାର ହେକ୍ଟର ଚାଷ ଜମିରେ ରୂଆ ଯାଇଥିବା ଧାନ ଫସଲ ଉପରେ ୩ ଫୁଟ ଉଚ୍ଚତାର ବନ୍ୟାଜଳ ପ୍ରବାହିତ ହେଉଛି। ଶଯ୍ୟା ଖୋଳା ନ ଯିବା ଓ ନଦୀ ଉପରେ ତିଆରି କରାଯାଇଥିବା ପୋଲଗୁଡ଼ିକର ସ୍ତମ୍ଭରେ ଦଳ ଓ ଅଳିଆ ଲାଗିଯିବାରୁ ଜଳ ପ୍ରବାହରେ ବାଧା ଉପୁଜିଛି। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯିବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଗଲା ନାହିଁ। ଫଳରେ ଚାଷୀଙ୍କ ଧାନ ଚାଷଠାରୁ ଆରମ୍ଭ କରି ଫୁଲ ଚାଷ ପର୍ଯନ୍ତୁ ସବୁ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏନେଇ ସେମାନେ ମୁଣ୍ଡରେ ହାତଦେଇ ବସିଛନ୍ତି । ସରକାର ଏହି ପ୍ରସଙ୍ଗର ଗମ୍ଭୀରତା ହୃଦୟଙ୍ଗମ କରି ଆବଶ୍ୟକ ପଦକ୍ଷେପସ୍ବରୂପ ନଦୀର ପୁନରୁଦ୍ଧାର, ଶଯ୍ୟା ଖନନ, ଜଳ ନିଷ୍କାସନ, ନଦୀ ବନ୍ଧର ସୁଦୃଢୀକରଣ ସମେତ ବନ୍ୟା ଜଳ ମାଡି ଯାଇ କ୍ଷତି ସହିଥିବା ଚାଷୀଙ୍କୁ କ୍ଷତି ପୂରଣ ଦେବା ଓ ହଂସୁଆ ସଫେଇ କରିବା ପାଇଁ ଦାବି ହୋଇଛି । ଏହି ଦାବିପତ୍ରର ନକଲ ମୁଖ୍ୟମନ୍ତ୍ରୀ, ୫-ଟି ସଚିବ, ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ, ବିକାଶ କମିଶନର ତଥା ଅତିରିକ୍ତ ମୁଖ୍ୟ ସଚିବ, ମହାନଦୀ ପ୍ରକଳ୍ପର ସ୍ବତନ୍ତ୍ର ସଚିବ, ଜଳ ସମ୍ପଦ ବଭାଗ ପ୍ରମୁଖ ଯନ୍ତ୍ରୀ ଓ ଜଗତ୍‌ସିଂହପୁର ଜିଲାପାଳଙ୍କ ଅବଗତି ନିମନ୍ତେ ପଠାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ଜିଲା କଂଗ୍ରେସ ସଭାପତି ନଟବର ବାରିକ, ତିର୍ତ୍ତୋଲ ବ୍ଲକ କଂଗ୍ରେସ ସଭାପତି ନିହାର ରଞ୍ଜନ ନାୟକ, ରଘୁନାଥପୁର ବ୍ଲକ କଂଗ୍ରେସ ଉପସଭାପତି ଆର୍ତ୍ତତ୍ରାଣ ପଣ୍ଡା, ମନମୋହନ ଗୋଚ୍ଛାୟତ, ଜିଲା କଂଗ୍ରେସ ସମ୍ପାଦକ ମନୋରଞ୍ଜନ ଜେନା, ନାରାୟଣ ନାୟକ, ବଂଶୀଧର ପାତ୍ର, ଚୌଧୁରୀ ବିମଳାକାନ୍ତ ଦାସ, ହେମନ୍ତ କୁମାର ବେହେରା, ଅନିରୁଦ୍ଧ ନାୟକ, ଅଭୟ କୁମାର ସ୍ବାଇଁ, ପ୍ରଦୀପ୍ତ କୁମାର ରାଉତ, ବିଶ୍ୱଜିତ ମହାନ୍ତି, ଲୋକନାଥ ସ୍ବାଇଁ, ବିକ୍ରମ କିଶୋର ଦାଶ, ସୁଶାନ୍ତ କୁମାର ବାରିକ, ସୁଧାଂଶୁ ବିଶ୍ୱାଳ, ବ୍ଲକ ଯୁବ କଂଗ୍ରେସ ସଭାପତି ମୁକ୍ତାର ଅଲ୍ଲୀ, ସୁରେନ୍ଦ୍ର ବିଶ୍ୱାଳ, କିଶୋର ପଟ୍ଟନାୟକ ଓ ପରିକ୍ଷିତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri