Posted inଜାତୀୟ

ଏମ୍‌ପି ସରକାରଙ୍କ ବିରୋଧରେ ୧୦ ହଜାର କୋଟିର ମାମଲା

ଇନ୍ଦୋର,୫।୧: ମଧ୍ୟପ୍ରଦେଶର ପଟଲମ୍‌ ଅଞ୍ଚଳର ଜଣେ ଆଦିବାସୀଙ୍କୁ ମିଛ ଅଭିଯୋଗରେ ୬୬୬ ଦିନ ଜେଲରେ ରଖାଯାଇଥିଲା। ଗତବର୍ଷ ଅକ୍ଟୋବରରେ ତାଙ୍କୁ ଗଣବଳାତ୍କାର ମାମଲାରେ ଦୋଷମୁକ୍ତ କରାଯାଇଥିଲା। ଏହି ବ୍ୟକ୍ତି ଜଣକ ବିନା ଦୋଷରେ ଜେଲ ଯାଇଥିବାରୁ ମଧ୍ୟପ୍ରଦେଶ ସରକାର ତାଙ୍କୁ ୧୦,୦୦୬ କୋଟି ଟଙ୍କା କ୍ଷତିପୂରଣ ଦିଅନ୍ତୁ ବୋଲି ସେ ଦାବି କରି ମାନହାନି ମାମଲା ଦାଏର କରିଛନ୍ତି। ଆବେଦନକାରୀ କନ୍ତୁ ଓରଫ କାନ୍ତିଲାଲ ଭିଲ୍‌ (୩୫)ଙ୍କୁ ଯୌନ ସୁଖରୁ ବଞ୍ଚତ୍ତ କରାଯାଇଥିବାରୁ ସେ ଏତେ ପରିମାଣରେ ଅର୍ଥରାଶି ଦାବି କରିଛନ୍ତି।

ଏବେ ବି ସେ ଜେଲ ସମୟର ଯନ୍ତ୍ରଣାକୁ ଭୁଲିପାରି ନାହାନ୍ତି। ଏହା ତାଙ୍କର ସଂସାରକୁ ଓଲଟପାଲଟ କରିଦେଇଥିଲା। ତାଙ୍କ ସ୍ତ୍ରୀ, ପିଲା ଓ ବୃଦ୍ଧା ମାଆ ନାହିଁ ନ ଥିବା ହଇରାଣ ହୋଇଥିଲେ। ଜେଲରେ ରହିବାରୁ ତାଙ୍କୁ ଚର୍ମରୋଗ ସମେତ ଅନ୍ୟାନ୍ୟ ରୋଗ ହୋଇଥିଲା, ଯାହା ଏବେ ମଧ୍ୟ ଅନୁଭୂତ ହେଉଛି ବୋଲି କନ୍ତୁ ତାଙ୍କ ପିଟିଶନରେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁମାରସ୍ବାମୀ କରୋନା ପଜିଟିଭ୍‌

ବେଙ୍ଗାଲୁରୁ,୧୭।୪: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏନେଇ ସେ ଶନିବାର ଟୁଇଟ୍‌ କରି ସୂଚନା ଦେଇଛନ୍ତି।...

କରୋନା ପୀଡ଼ିତ ପିଜା ଡେଲିଭରି ବୟଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ରିପୋର୍ଟ ଆସିଲା

ନୂଆଦିଲ୍ଲୀ,୨୦।୪: ଦକ୍ଷିଣ ଦିଲ୍ଲୀରେ ଜଣେ ପିଜା ଡେଲିଭରି ବୟ କରୋନା ଭାଇରସରେ ସଂକ୍ରମିତ ହେବା ପରେ ପାଖାପାଖି ୭୨ ପରିବାରକୁ କ୍ୱାରାଣ୍ଟାଇନରେ ରଖାଯାଇଥିଲା। ଏହାସହ ଉକ୍ତ...

ଠିକ୍‌ ସମୟରେ ହସ୍ତକ୍ଷେପ କରିବୁ

ନୂଆଦିଲ୍ଲୀ,୧୨ା୨(ପି.ଟି.): ପ୍ରତ୍ୟେକ ନାଗରିକଙ୍କ ସାମ୍ବିଧାନିକ ଅଧିକାରର ସୁରକ୍ଷା କରାଯିବ ଏବଂ ଉପଯୁକ୍ତ ସମୟରେ ହିଜାବ ପିଟିଶନର ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ ଶୁକ୍ରବାର କହିଛନ୍ତି। ଶିକ୍ଷାନୁଷ୍ଠାନରେ...

ବିଦାୟ ନେଲେ କୋବିନ୍ଦ…

ନୂଆଦିଲ୍ଲୀ, ୨୩।୭ : ସଂସଦ ଗୃହର ସେଣ୍ଟ୍ରାଲ ହଲରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ବିଦାୟ ଦିଆଯାଇଛି। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀ,...

ବରଫରେ ଖାଲକୁ ଖସିଲା କାର୍‌, ଭିଡିଓ ଦେଖିଲେ…

ଶ୍ରୀନଗର,୨୭ା୧୨: ବର୍ତ୍ତମାନ ଦେଶର ଅନେକ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଏହି ସମୟରେ କଶ୍ମୀରର ଚାରିଆଡ଼େ ବରଫ ପଡ଼ିଛି। ଯଦିଓ ଶୀତଋତୁରେ କଶ୍ମୀର ସବୁଠାରୁ...

୧୮ କୁକୁରଙ୍କୁ ଜହର ଦେଇ ହତ୍ୟା, ସାଧାରଣରେ ଉତ୍ତେଜନା ବୃଦ୍ଧି…

ହାଇଦ୍ରାବାଦ,୧୭।୧୦ : ଆନ୍ଧ୍ରପ୍ରଦେଶର ଏଲୁରୁ ଜିଲାରେ ଏକାସାଙ୍ଗରେ ୧୮ କୁକୁରଙ୍କୁ ଜହର ଦେଇ ହତ୍ୟା କରାଯାଇଛି। ଏହା ପରେ ପୋଲିସ ଅଭିଯୁକ୍ତ ବୀରବାବୁଙ୍କ ବିରୋଧରେ ମାମଲା...

ଅନ୍ତର୍ଜାତୀୟ ମହିଳା ଦିବସରେ ମୁମ୍ବାଇ ମହିଳା ପୋଲିସକୁ ଉପହାର

ମୁମ୍ବାଇ,୮ ।୩: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମୁମ୍ବାଇ ମହିଳା ପୋଲିସକୁ ଏକ ବଡ ଉପହାର ମିଳିଛି । ଏବେ ମୁମ୍ବାଇ ମହିଳା ପୋଲିସ ଦିନକୁ...

ଚିନ୍ତାରେ ଚନ୍ଦ୍ରାବାବୁ

ଅମରାବତୀ,୨୫।୬: ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲଗୁ ଦେଶମ ପାର୍ଟି(ଟିଡିପି) ମୁଖ୍ୟ ଚନ୍ଦ୍ରାବାବୁଙ୍କ ଅଡୁଆ ବଢି ବଢି ଚାଲିଛି। ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଜଗନ...

Advertisement
Archives

Model This Week