Posted inଖେଳ

ଆଇପିଏଲ ଦ୍ୱିତୀୟ ପର୍ଯ୍ୟାୟରେ ଖେଳିବେନି ଏସବୁ ଖେଳାଳି…

ନୂଆଦିଲ୍ଲୀ,୨୩।୮: ଆଇପିଏଲ ୨୦୨୧ ର ଦ୍ୱିତୀୟ ପର୍ଯ୍ୟାୟ ୟୁଏଇରେ ଅନୁଷ୍ଠିତ ହେବାକୁ ଯାଉଛି। ଆଇପିଏଲର ପ୍ରଥମ ପର୍ଯ୍ୟାୟ ଭାରତରେ ଖେଳାଯାଉଥିଲା, କିନ୍ତୁ କରୋନା ମହାମାରୀ ସଂକ୍ରମଣ ଯୋଗୁ ଏହାକୁ ସ୍ଥଗିତ ରଖାଯାଇଥିଲା। ବର୍ତ୍ତମାନ ସେପ୍ଟେମ୍ବର ୧୯ରୁ ପୁଣି ଥରେ ଆଇପିଏଲର ଅବଶିଷ୍ଟ ମ୍ୟାଚ ୟୁଏଇରେ ଅନୁଷ୍ଠିତ ହେବାକୁ ଯାଉଛି। ଇତିମଧ୍ୟରେ ଆଇପିଏଲର ୨୯ଟି ମ୍ୟାଚ ହୋଇସାରିଛି ଏବଂ ୩୧ ଟି ମ୍ୟାଚ ବାକି ଅଛି। ଅବଶିଷ୍ଟ ମ୍ୟାଚ ୟୁଏଇର ଆବୁଧାବି, ଦୁବାଇ ଏବଂ ଶାରଜା ସ୍ଥିତ ତିନୋଟି ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହା ମଧ୍ୟ ସ୍ପଷ୍ଟ ହେବାରେ ଲାଗିଛି ଯେ କେଉଁ ଖେଳାଳି ଆଇପିଏଲ ଖେଳିବେ ଏବଂ କେଉଁ ଖେଳାଳି ଖେଳିବେ ନାହିଁ। ଆଇପିଏଲ୍‌ ଦ୍ୱିତୀୟ ପର୍ଯ୍ୟାୟରେ ୧୦ ଅଭିଜ୍ଞ ଖେଳାଳି ଖେଳିବେନି।

ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ପ୍ୟାଟ କମିନ୍ସ ଆଇପିଏଲ ଦ୍ୱିତୀୟ ପର୍ଯ୍ୟାୟରେ ଦେଖାଯିବ ନାହିଁ। ସେହିପରି ଜୋ ବଟଲର ମଧ୍ୟ ବିଦାୟ ନେଇଛନ୍ତି। ଉଭୟ ଖେଳାଳି ଖୁବ୍‌ ଶୀଘ୍ର ପିତା ହେବାକୁ ଯାଉଛନ୍ତି। ରାଜସ୍ଥାନ ରୟାଲ୍ସ ବଟଲରଙ୍କ ସ୍ଥାନରେ ଗ୍ଲେନ ଫିଲିପ୍ସଙ୍କୁ ଦଳରେ ସାମିଲ କରିଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳୁଥିବା ଆଦାମ ଜାମ୍ପା ମଧ୍ୟ ଆଇପିଏଲ ୨୦୨୧ ଦ୍ୱିତୀୟ ପର୍ଯ୍ୟାୟର ଅଂଶ ଗ୍ରହଣ କରିବେ ନାହିଁ। ତାଙ୍କ ସ୍ଥାନରେ ଶ୍ରୀଲଙ୍କାର ସ୍ପିନର ୱାନିନ୍ଦୁ ହାସରାଙ୍ଗା ଖେଳିବେ।

ସେହିପରି ଆରସିବି ପାଇଁ ଖେଳୁଥିବା ଅଷ୍ଟ୍ରେଲୀୟ ବୋଲର କେନ ରିଚାର୍ଡସନଙ୍କୁ ମଧ୍ୟ ଏଥର ଦେଖିବାକୁ ମିଳିବ ନାହିଁ। ସେ ନିଜକୁ ପ୍ରତ୍ୟାହାର କରି ନେଇଛନ୍ତି। ତେବେ ସେ ଟି-୨୦ ବିଶ୍ୱକପରେ ଖେଳିବେ। ଅନ୍ୟ ଜଣେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ରିଲେ ମେରେଡିଥ ମଧ୍ୟ ଆଇପିଏଲ ଖେଳିବାକୁ ମନା କରି ଦେଇଛନ୍ତି। ସେ ସାଇଡ୍‌ ଷ୍ଟ୍ରେନ୍‌ରେ ପୀଡିତ ଥିବା କହିଛନ୍ତି। ମେରେଡିଥ ଆଇପିଏଲ ପ୍ରଥମ ପର୍ଯ୍ୟାୟରେ ପଞ୍ଜାବ କିଙ୍ଗ୍ସ ପାଇଁ ଖେଳୁଥିଲେ।
ଆଉ ଜଣେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଜେଇ ରିଚାର୍ଡସନଙ୍କୁ ମଧ୍ୟ ଏଥର ଦେଖିବାକୁ ମିଳିବ ନାହିଁ। ସେ ମଧ୍ୟ ତାଙ୍କ ନାମ ପ୍ରତ୍ୟାହାର କରିଛନ୍ତି। ସେ ପଞ୍ଜାବ କିଙ୍ଗ୍ସ ପାଇଁ ଖେଳୁଥିଲେ। ଡାନିଏଲ ସାମସ ମଧ୍ୟ ନିଜ ନାମ ପ୍ରତ୍ୟାହାର କରିଛନ୍ତି। ଡାନିଏଲ ମାନସିକ ଅବସ୍ଥା ଯୋଗୁ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଡାନିଏଲ ଆରସିବି ପାଇଁ ଖେଳୁଥିଲେ। ଆରସିବି ପାଇଁ ଖେଳୁଥିବା ଫିନ ଆଲେନ ମଧ୍ୟ ଆଇପିଏଲ ବାହାରେ ରହିପାରନ୍ତି। କୁହାଯାଉଛି ଯେ ସେ ନିଜ ଦଳରେ ଖେଳିବେ ତେଣୁ ଆଇପିଏଲର ଅବଶିଷ୍ଟ ମ୍ୟାଚ ହରାଇବାର ଆଶଙ୍କା ରହିଛି। ଇଂଲଣ୍ଡର ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଆଇପିଏଲ ଦ୍ୱିତୀୟ ପର୍ଯ୍ୟାୟରେ ଖେଳିବେ ନାହିଁ। କହୁଣିରେ ଆଘାତ ଯୋଗୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ସେ ରାଜସ୍ଥାନ ରୟାଲ୍ସ ଦଳର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି। ତାଙ୍କ ଅନୁପସ୍ଥିତି ଦଳ ଉପରେ ବଡ ଧରଣର ପ୍ରଭାବ ପଡ଼ିବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ

ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri