ଡାକ୍ତରଙ୍କ ଆକାଉଣ୍ଟରୁ କାଟି ନେଲେ ୧୦ ଲକ୍ଷ

ଆଳି,୧୪।୬(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଯୁବ ଡାକ୍ତର ବାଦଲ କୁମାର ମହାନ୍ତି ସାଇବର ଠକଙ୍କ ଶିକାର ହୋଇଛନ୍ତି। ଆଳି ଥାନା ଅନ୍ତର୍ଗତ ବଡାମ୍ବିଳା ଗାଁର ଡା. ବାଦଲ ବିଟ୍‌ କଏନ ନାମକ ଏକ ଠକ ସଂସ୍ଥାର ମେସେଜ୍‌ରେ ପ୍ରଲୋଭିତ ହୋଇ ନିଜ ଘର ତିଆରି ପାଇଁ କରିଥିବା ଋଣ ଟଙ୍କାରୁ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହରାଇଛନ୍ତି। ଏ ନେଇ ସେ ଜୁନ୍‌ ୨ରେ କଟକ ସାଇବର ସେଲ୍‌ର ଦ୍ୱାରସ୍ଥ ହୋଇଛନ୍ତି।
କଟକ ସାଇବର ସେଲ୍‌ରେ ଅଭିଯୋଗ ଅନୁଯାୟୀ, ମେ’ ୧ରେ ଡାକ୍ତର ବାଦଲଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟକୁ ବିଟ୍‌ କଏନ ନାମକ ଏକ ସଂସ୍ଥାର ମେସେଜ୍‌ ଆସିଥିଲା। କମ୍‌ ବ୍ୟୟରେ ଅଧିକ ଅର୍ଥ ଦେବ ବୋଲି ଲୋଭ ଦେଖାଇ ଟଙ୍କା ଜମା କରିବାକୁ ତାଙ୍କୁ ସେହି ମେସେଜ୍‌ରେ ପ୍ରଲୋଭିତ କରାଯାଇଥିଲା। ୧୦୦ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରା ଅନୁଯାୟୀ ୯୦୦୦ ଟଙ୍କା ଦେଲେ ୧୩୦୦ ଡଲାର(୧ଲକ୍ଷ)ଟଙ୍କା ମିଳିବ ବୋଲି ମେସେଜ ଆସିଥିଲା। ପରେ ସେ ମେ’ ୩ ରେ ତାଙ୍କ ଆକାଉଣ୍ଟରୁ ୧୦୦ ଡଲାର ବା ୯ ହଜାର ଟଙ୍କା ଉକ୍ତ କମ୍ପାନୀ ଆକାଉଣ୍ଟରେ ଜମା କରିଥିଲେ। ଏହାପରେ ତାଙ୍କ ଆକାଉଣ୍ଟରୁ ସେହିମାସ ୯ତାରିଖରେ ୭୩ ହଜାର, ୧୦ ତାରିଖରେ ୭୩ ହଜାର,୧୧ ତାରିଖରେ ୪୫ ହଜାର,୧୭ ତାରିଖରେ ୬୦ହଜାର,୨୧ ତାରିଖରେ ୧ ଲକ୍ଷ,୨୪ ତାରିଖରେ ଦେଢ ଲକ୍ଷ,୨୭ ତାରିଖରେ ୧ ଲକ୍ଷ, ୨୮ ତାରିଖରେ ୮୩ ହଜାର, ୩୦ ତାରିଖରେ ୧ଲକ୍ଷ ୪୫ ହଜାର ସହ ଅନ୍ୟ ଚାର୍ଜକୁ ମିଶାଇ ମୋଟ ୧୦ ଲକ୍ଷ ୫୨ ହଜାର ୧୦୦ ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ କଟି ଯାଇଥିଲା। ବାରମ୍ବାର ଟଙ୍କା କଟିବା ପରେ ମଧ୍ୟ ତାଙ୍କ ଆକାଉଣ୍ଟକୁ କୌଣସି ରିଟର୍ନ ନ ଆସିବାରୁ ସେ ସମ୍ପୃକ୍ତ ସଂସ୍ଥାର ହ୍ବାଟସ୍‌ଆପ୍‌ ନମ୍ବରରେ ଟଙ୍କା ପାଇଁ କହିବାରୁ ତୁମ ନାମରେ ଲିଡସ କମରସିଆଲ ନାମକ ଏକ ବ୍ୟାଙ୍କରେ ଆକାଉଣ୍ଟ ଖୋଲା ଯାଇଥିବା ଜଣାଇଥିଲେ। ସେହି ବ୍ୟାଙ୍କ ମାଧ୍ୟମରେ ସେ ଟଙ୍କା ପାଇବେ ବୋଲି ସୂଚନା ଦେଇଥିଲେ। ସେହି ବ୍ୟାଙ୍କ ସହ ଯୋଗାଯୋଗ କରିବା ପରେ ଆରଟିସି ଓ ଟ୍ୟାକ୍ସ କୋଡ୍‌ ପାଇଁ ଆଉ ୫ଲକ୍ଷ ୫୦ ହଜାର ଟଙ୍କା ଡିପୋଜିଟ କଲେ ସୁଧ ସହ ଲାଭାଂଶ ପାଇବେ ବୋଲି ସୂଚନା ମିଳିଥିଲା। ଏଥିରେ ସନ୍ଦେହ ହେବାରୁ ସେ ଆଉ ଟଙ୍କା ଡିପୋଜିଟ କରି ନ ଥିଲେ। ଏହାପରେ ଉକ୍ତ ବ୍ୟାଙ୍କ ଓ କମ୍ପାନୀ ସମ୍ପର୍କରେ ଇଣ୍ଟରନେଟରୁ ସର୍ଚ୍ଚ କରି ସେ ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ପରେ ସେ ଜୁନ ୨ରେ କଟକ ସାଇବର ସେଲର ଦ୍ୱାରସ୍ଥ ହୋଇ ଠକ୍‌ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri