୧୦ ଲକ୍ଷର ରାସ୍ତା ୧୦ଦିନ ଗଲାନାହିଁ

ଯାଜପୁର ଅଫିସ,୧୪ା୧: କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ବ୍ୟାସନଗର ସହରରେ ଗତ ପ୍ରାୟ ୫ ବର୍ଷ ହେବ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ମହାଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି। ଏହି ୫ ଦିନ ହେବ ଆରମ୍ଭ ହୋଇଥିବା ୧୭ ନମ୍ବର ୱାର୍ଡ ଅନ୍ତର୍ଗତ ସାପଗଡିଆ ମୁଖ୍ୟ ରାସ୍ତାଠାରୁ ଷ୍ଟାଡିୟମ ପର୍ଯ୍ୟନ୍ତ ପ୍ରାୟ ୨ କିମି ରାସ୍ତାକୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ୧୦ ଲକ୍ଷ ଟଙ୍କାର ନିର୍ମାଣାଧୀନ ପିଚୁ ରାସ୍ତାରେ ଏଇ ୫ଦିନ ମଧ୍ୟରେ ନିଜର ଦୁର୍ବଳତା ଲୁଚାଇବାକୁ ଯାଇ ପୁଣି ମରାମତି କରାଯାଇଛି। ବ୍ୟାପକ ପିସି କାରବାର ଓ ଏଥିରେ ବିଭାଗୀୟ ଯନ୍ତ୍ରୀଙ୍କ ସହଯୋଗ କାରଣରୁ ପତଲା ପିଚୁ ପକାଇ ସିଂହଭାଗ ଅର୍ଥ ହରିଲୁଟ କରିବାକୁ ଯୋଜନା ଚାଲିଛି। ସ୍ଥାନେ ସ୍ଥାନେ ପିଚୁ ଉଠିଯାଇଥିବା ଦେଖିବାକୁ ମିଳିଥିଲେ ହେଁ ସଂପୃକ୍ତ ଠିକାଦାରଙ୍କ ପାଇଁ ଦାୟିତ୍ୱରେ ରହିଥିବା ଯନ୍ତ୍ରୀ ସୁରକ୍ଷା କବଚ ସାଜିଛନ୍ତି। କେବଳ ସାମାନ୍ୟ ମରାମତି କରି ଏହି ଦୁର୍ନୀତିକୁ ପରଦା ଘୋଡ଼ାଇବାକୁ ଉଦ୍ୟମ ଚାଲିଛି। ବିଡମ୍ବନା ଯେ, ଅଞ୍ଚଳବାସୀ ଏନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ହେଁ କେହି ଶୁଣୁ ନାହାନ୍ତି।
ଗତ ୨୦୧୬-୧୭ରୁ ଏହି ୱାର୍ଡରେ ପ୍ରାୟ ୬୦ ଲକ୍ଷ ଟଙ୍କାର ରାସ୍ତା ଓ ଡ୍ରେନ କାମ ହୋଇଛି। ଏଥିରେ ମିଶ୍ର ବାବୁ ଘରଠାରୁ ଧନଞ୍ଜୟ ସାହୁ ଘର ପର୍ଯ୍ୟନ୍ତ ରାସ୍ତାରେ ୧,୮୭,୭୪୬ ଟଙ୍କା, ରାଜୁ ବାବୁଙ୍କ ଘରଠାରୁ ସୁତାର ବାବୁ ଘର ରାସ୍ତାରେ ୨,୫୦,୦୦୦ ଟଙ୍କା, ସାପଗଡିଆ ମୁଖ୍ୟ ରାସ୍ତାଠାରୁ ମୁଖୀସାହି କଲୋନୀ ୮୭,୫୪୭ ଟଙ୍କା, ପାଦୁକା ଆଶ୍ରମ ରାସ୍ତାରେ ଡ୍ରେନ ନିର୍ମାଣରେ ୧,୫୦,୦୦୦ ଟଙ୍କା, ଗୋପାଳ ମଣ୍ଡଳ ଘର ଠାରୁ ଦେବ ଦାସ ଘର ପଯର୍‌ୟନ୍ତ କଂକ୍ରିଟ ରାସ୍ତା ଓ ଡ୍ରେନ ପାଇଁ ୮,୫୦,୦୦୦ ଟଙ୍କା, ଏସ୍‌ବିଆଇ ରିଓଜିନାଲ ଅଫିସ ନିକଟରେ କଂକ୍ରିଟ ରାସ୍ତାରେ ୧,୫୦,୦୦୦ ଟଙ୍କା, ଗାୟତ୍ରୀ ବିହାର ମୁଖ୍ୟ ରାସ୍ତା ଠାରୁ ସଞ୍ଜୀବ ବେହେରା ଘର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତାରେ ୨,୫୦,୦୦୦ ଟଙ୍କା, ଅଲେଖ ସ୍ବାଇଁ ଘରଠାରୁ ପ୍ରେମା ଦିଦି ଘର ପର୍ଯ୍ୟନ୍ତ ଡ୍ରେନ ନିର୍ମାଣରେ ୪,୩୨,୫୬୬ ଟଙ୍କା, ଗଡମଧୁପୁରଠାରୁ ବିଶ୍ୱାଳ ବାବୁ ଘର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତାରେ ୮,୬୪,୪୬୬ ଟଙ୍କା, ଗାୟତ୍ରୀ ବିହାର ମୁଖ୍ୟ ରାସ୍ତାଠାରୁ ରାଧେଶ୍ୟାମ ସ୍ବାଇଁ ଘର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତାରେ ୭,୯୭,୫୨୫ ଟଙ୍କା, ଗାୟତ୍ରୀ ବିହାର ମୁଖ୍ୟ ରାସ୍ତା ଠାରୁ ତାରାକାନ୍ତ ସାମଲ ଘର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ୫,୪୪,୦୬୪ ଟଙ୍କା ଇତ୍ୟାଦି ରାସ୍ତା କାମ ହୋଇଛି। ତେବେ ଏହି ସବୁ କାର୍ଯ୍ୟକୁ ଦେଖିଲେ ଯେ କେହି ବି କାମର ମାନ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରି ପାରିବେ। ଅନୁରୂପ ଭାବେ ଏବେ ନିର୍ମାଣାଧୀନ ପିଚୁ ରାସ୍ତାରେ ବ୍ୟାପକ ଅନିୟମିତତା କାମ ଚାଲିଛି। ବ୍ୟାସନଗର ପୌରପରିଷଦ ଓ ପୂର୍ତ୍ତ ବିଭାଗର ସଂପୃକ୍ତ ଯନ୍ତ୍ରୀମାନେ ମିଶି ଅସାଧୁ ଠିକାଦାରମାନଙ୍କୁ ସହଯୋଗ କରି ଆସୁଥିବାରୁ ଏବେ ସହରର ରାସ୍ତାଘାଟ ବିପର୍ଯ୍ୟସ୍ତ ହୋଇଛି ବୋଲି ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଏସ୍‌ଡିଓ ପ୍ରଶାନ୍ତ ଦାସଙ୍କୁ ପଚାରିବାରେ ସେ କହିଛନ୍ତି, ରାସ୍ତାରେ ଦୁର୍ନୀତି ହୋଇ ନାହିଁ। ନିର୍ମାଣ ଚାଲିଥିବା ସମୟରେ ବର୍ଷା ହେବାରୁ ପିଚୁ ଉଠିଯାଇଛି। ଉପଯୁକ୍ତ ଭାବେ ମରାମତି କାମ ସମ୍ପନ୍ନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁ ଗ୍ୟାସ ଦୁର୍ଘଟଣା: ମୃତକଙ୍କ ପରିବାରକୁ ଭେଟିଲା ବିଜେଡି ପ୍ରତିନିଧି ଦଳ, ସରକାରଙ୍କୁ କଡ଼ା ସମାଲୋଚନା

କେନ୍ଦୁଝର, ୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ଗ୍ୟାସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା କେନ୍ଦୁଝର ଜିଲ୍ଲାର ୧୫ ଜଣ ଆଦିବାସୀ ଶ୍ରମିକଙ୍କ ପରିବାରକୁ ରାଜ୍ୟ ବିଜୁ ଜନତା ଦଳ…

ଅଡବା ପୋଲିସକୁ ବଡ଼ ସଫଳତା: ୭୨.୫ ଲିଟର ବେଆଇନ ମଦ ଜବତ, ଜଣେ ଗିରଫ

ମୋହନା, ୯।୭(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ପୋଲିସକୁ ବେଆଇନ ମଦ କାରବାର ବିରୋଧରେ ଏକ ବଡ଼ ସଫଳତା ମିଳିଛି। ଥାନା ଅନ୍ତର୍ଗତ ପଟୁମା ଗାଁରେ…

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…

କେମିତି ପାତାଳଗଙ୍ଗା ନଦୀରେ ଭାସିଗଲା ହଜାର ହଜାର LPG ସିଲିଣ୍ଡର, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ନିରନ୍ତର ମୁଷଳଧାରାରେ ବର୍ଷା ଏବେ ଦୈନନ୍ଦିନ ଜୀବନ ଏବଂ ଶିଳ୍ପ ପ୍ରତିଷ୍ଠାନ ଉଭୟ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଚାଭନେ (ପାନଭେଲ ତାଲୁକା, ରାୟଗଡ…

ବେଆଇନ ବିସ୍ଫୋରକ ବିରୋଧରେ ଗଞ୍ଜାମ ପୋଲିସର ସ୍ୱତନ୍ତ୍ର ଅଭିଯାନ: ୧୮ ମାମଲା ରୁଜୁ, ୨୪ ଗିରଫ

ଛତ୍ରପୁର,୯।୭ (ଦିଲ୍ଲୀପ ସାମଲ): ଜନସାଧାରଣଙ୍କ ସୁରକ୍ଷା ନିଶ୍ଚିତ କରିବା ଏବଂ ବିସ୍ଫୋରକ ପଦାର୍ଥର ବେଆଇନ ମହଜୁଦ, ପରିବହନ ଓ ଦୁରୁପଯୋଗକୁ ରୋକିବା ଲକ୍ଷ୍ୟରେ ଗଞ୍ଜାମ ପୋଲିସ ପକ୍ଷରୁ…

ଜୋତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୮ ଜଣ, ଆସିଲା ଛାତିଥରା Video

ବେଜିଂ,୯।୭: ଗୁରୁବାର (ଜୁଲାଇ ୯, ୨୦୨୬) ଦିନ ଚାଇନାର ଜିନଜିଆଙ୍ଗରେ ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri