୧୦ ଲକ୍ଷର ରାସ୍ତା ୧୦ଦିନ ଗଲାନାହିଁ

ଯାଜପୁର ଅଫିସ,୧୪ା୧: କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ବ୍ୟାସନଗର ସହରରେ ଗତ ପ୍ରାୟ ୫ ବର୍ଷ ହେବ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ମହାଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି। ଏହି ୫ ଦିନ ହେବ ଆରମ୍ଭ ହୋଇଥିବା ୧୭ ନମ୍ବର ୱାର୍ଡ ଅନ୍ତର୍ଗତ ସାପଗଡିଆ ମୁଖ୍ୟ ରାସ୍ତାଠାରୁ ଷ୍ଟାଡିୟମ ପର୍ଯ୍ୟନ୍ତ ପ୍ରାୟ ୨ କିମି ରାସ୍ତାକୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ୧୦ ଲକ୍ଷ ଟଙ୍କାର ନିର୍ମାଣାଧୀନ ପିଚୁ ରାସ୍ତାରେ ଏଇ ୫ଦିନ ମଧ୍ୟରେ ନିଜର ଦୁର୍ବଳତା ଲୁଚାଇବାକୁ ଯାଇ ପୁଣି ମରାମତି କରାଯାଇଛି। ବ୍ୟାପକ ପିସି କାରବାର ଓ ଏଥିରେ ବିଭାଗୀୟ ଯନ୍ତ୍ରୀଙ୍କ ସହଯୋଗ କାରଣରୁ ପତଲା ପିଚୁ ପକାଇ ସିଂହଭାଗ ଅର୍ଥ ହରିଲୁଟ କରିବାକୁ ଯୋଜନା ଚାଲିଛି। ସ୍ଥାନେ ସ୍ଥାନେ ପିଚୁ ଉଠିଯାଇଥିବା ଦେଖିବାକୁ ମିଳିଥିଲେ ହେଁ ସଂପୃକ୍ତ ଠିକାଦାରଙ୍କ ପାଇଁ ଦାୟିତ୍ୱରେ ରହିଥିବା ଯନ୍ତ୍ରୀ ସୁରକ୍ଷା କବଚ ସାଜିଛନ୍ତି। କେବଳ ସାମାନ୍ୟ ମରାମତି କରି ଏହି ଦୁର୍ନୀତିକୁ ପରଦା ଘୋଡ଼ାଇବାକୁ ଉଦ୍ୟମ ଚାଲିଛି। ବିଡମ୍ବନା ଯେ, ଅଞ୍ଚଳବାସୀ ଏନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ହେଁ କେହି ଶୁଣୁ ନାହାନ୍ତି।
ଗତ ୨୦୧୬-୧୭ରୁ ଏହି ୱାର୍ଡରେ ପ୍ରାୟ ୬୦ ଲକ୍ଷ ଟଙ୍କାର ରାସ୍ତା ଓ ଡ୍ରେନ କାମ ହୋଇଛି। ଏଥିରେ ମିଶ୍ର ବାବୁ ଘରଠାରୁ ଧନଞ୍ଜୟ ସାହୁ ଘର ପର୍ଯ୍ୟନ୍ତ ରାସ୍ତାରେ ୧,୮୭,୭୪୬ ଟଙ୍କା, ରାଜୁ ବାବୁଙ୍କ ଘରଠାରୁ ସୁତାର ବାବୁ ଘର ରାସ୍ତାରେ ୨,୫୦,୦୦୦ ଟଙ୍କା, ସାପଗଡିଆ ମୁଖ୍ୟ ରାସ୍ତାଠାରୁ ମୁଖୀସାହି କଲୋନୀ ୮୭,୫୪୭ ଟଙ୍କା, ପାଦୁକା ଆଶ୍ରମ ରାସ୍ତାରେ ଡ୍ରେନ ନିର୍ମାଣରେ ୧,୫୦,୦୦୦ ଟଙ୍କା, ଗୋପାଳ ମଣ୍ଡଳ ଘର ଠାରୁ ଦେବ ଦାସ ଘର ପଯର୍‌ୟନ୍ତ କଂକ୍ରିଟ ରାସ୍ତା ଓ ଡ୍ରେନ ପାଇଁ ୮,୫୦,୦୦୦ ଟଙ୍କା, ଏସ୍‌ବିଆଇ ରିଓଜିନାଲ ଅଫିସ ନିକଟରେ କଂକ୍ରିଟ ରାସ୍ତାରେ ୧,୫୦,୦୦୦ ଟଙ୍କା, ଗାୟତ୍ରୀ ବିହାର ମୁଖ୍ୟ ରାସ୍ତା ଠାରୁ ସଞ୍ଜୀବ ବେହେରା ଘର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତାରେ ୨,୫୦,୦୦୦ ଟଙ୍କା, ଅଲେଖ ସ୍ବାଇଁ ଘରଠାରୁ ପ୍ରେମା ଦିଦି ଘର ପର୍ଯ୍ୟନ୍ତ ଡ୍ରେନ ନିର୍ମାଣରେ ୪,୩୨,୫୬୬ ଟଙ୍କା, ଗଡମଧୁପୁରଠାରୁ ବିଶ୍ୱାଳ ବାବୁ ଘର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତାରେ ୮,୬୪,୪୬୬ ଟଙ୍କା, ଗାୟତ୍ରୀ ବିହାର ମୁଖ୍ୟ ରାସ୍ତାଠାରୁ ରାଧେଶ୍ୟାମ ସ୍ବାଇଁ ଘର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତାରେ ୭,୯୭,୫୨୫ ଟଙ୍କା, ଗାୟତ୍ରୀ ବିହାର ମୁଖ୍ୟ ରାସ୍ତା ଠାରୁ ତାରାକାନ୍ତ ସାମଲ ଘର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ୫,୪୪,୦୬୪ ଟଙ୍କା ଇତ୍ୟାଦି ରାସ୍ତା କାମ ହୋଇଛି। ତେବେ ଏହି ସବୁ କାର୍ଯ୍ୟକୁ ଦେଖିଲେ ଯେ କେହି ବି କାମର ମାନ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରି ପାରିବେ। ଅନୁରୂପ ଭାବେ ଏବେ ନିର୍ମାଣାଧୀନ ପିଚୁ ରାସ୍ତାରେ ବ୍ୟାପକ ଅନିୟମିତତା କାମ ଚାଲିଛି। ବ୍ୟାସନଗର ପୌରପରିଷଦ ଓ ପୂର୍ତ୍ତ ବିଭାଗର ସଂପୃକ୍ତ ଯନ୍ତ୍ରୀମାନେ ମିଶି ଅସାଧୁ ଠିକାଦାରମାନଙ୍କୁ ସହଯୋଗ କରି ଆସୁଥିବାରୁ ଏବେ ସହରର ରାସ୍ତାଘାଟ ବିପର୍ଯ୍ୟସ୍ତ ହୋଇଛି ବୋଲି ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଏସ୍‌ଡିଓ ପ୍ରଶାନ୍ତ ଦାସଙ୍କୁ ପଚାରିବାରେ ସେ କହିଛନ୍ତି, ରାସ୍ତାରେ ଦୁର୍ନୀତି ହୋଇ ନାହିଁ। ନିର୍ମାଣ ଚାଲିଥିବା ସମୟରେ ବର୍ଷା ହେବାରୁ ପିଚୁ ଉଠିଯାଇଛି। ଉପଯୁକ୍ତ ଭାବେ ମରାମତି କାମ ସମ୍ପନ୍ନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?