ଠକି ନେଲେ ୧୦ଲକ୍ଷ

ବାରିପଦା ଅଫିସ,୬।୧:  ଏକ କମ୍ପାନୀର ରିଟେଲର ହେବା ପାଇଁ ବାରିପଦା ୱାର୍ଡ ନଂ.୫ର ବିକାଶ ଚନ୍ଦ୍ର ଶାହା ୧୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଠକେଇର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ଏନେଇ ମୟୂରଭଞ୍ଜ ଜିଲା ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ବୁଧବାର ଏକ ମାମଲା(ନଂ.୧/୨୨) ରୁଜୁ ହୋଇଛି।
ଅନୁଯାୟୀ, ସୋସିଆଲ ମିଡିଆରୁ ବିଜ୍ଞାପନ ଦେଖି ବିକାଶ ଏକ କମ୍ପାନୀର ରିଟେଲର ହେବା ପାଇଁ ଆବେଦନ କରିଥିଲେ। ବିଜ୍ଞାପନ ମୁତାବକ ତାଙ୍କୁ ଇ ମେଲ୍‌ ମାଧ୍ୟମରେ ରେଜିଷ୍ଟ୍ରେଶନ ବାବଦରେ ୨୫ହଜାର ୯୬୦ ଟଙ୍କା ଜମା କରିବାକୁ କୁହାଯାଇଥିଲା। ସେ ଅନ୍‌ଲାଇନ୍‌ ମାଧ୍ୟମରେ ଉକ୍ତ ରାଶି ଜମା କରିବା ପରେ ଏଗ୍ରିମେଣ୍ଟ ବାବଦରେ ୧ଲକ୍ଷ ୨୫ହଜାର ଜମା କରିଥିଲେ। ଏନ୍‌ଇଏଫ୍‌ଟି ଓ ଆର୍‌ଟିଜିଏସ୍‌ ମାଧ୍ୟମରେ ୩ଟି ବ୍ୟାଙ୍କରେ ଏହି ଟଙ୍କା ସେ ଜମା କରିଥିଲେ। ପରବର୍ତ୍ତୀ ସମୟରେ ଦୋକାନ ଘର ଯାଞ୍ଚ ଓ ସ୍ଥାନ ନିରୂପଣ ପାଇଁ ଆସିବାକୁ ଥିବା ଟିମ୍‌ ବାବଦରେ ୧ଲକ୍ଷ ୩୭ହଜାର ୮ଶହ, ସାମଗ୍ରୀ ଷ୍ଟକ୍‌ ରଖିବା ପାଇଁ ୫ଲକ୍ଷ ଓ ସାମଗ୍ରୀ ପରିବହନ ଓ କମ୍ପ୍ୟୁଟର ବାବଦରେ ୨ଲକ୍ଷ ୫୫ହଜାର ଟଙ୍କା ମଧ୍ୟ ଜମା କରିଥିଲେ। ତେବେ ଟଙ୍କା ଜମା କରିବା ପରେ କମ୍ପାନୀ ପକ୍ଷରୁ କୌଣସି ବ୍ୟକ୍ତି ନ ଆସିବାରୁ ସେ କୋଲକାତା ଯାଇ ବିଜ୍ଞାପନରେ ଉଲ୍ଲେଖ ଥିବା କମ୍ପାନୀ କର୍ତ୍ତୃପକ୍ଷଙ୍କୁ ସାକ୍ଷାତ କରିଥିଲେ। ତେବେ ଉକ୍ତ କମ୍ପାନୀ ଜମା ଅର୍ଥ ଗ୍ରହଣ କରି ନ ଥିବା ସ୍ପଷ୍ଟ କଲା ପରେ ଠକାମୀର ଶିକାର ହୋଇଥିବା ନେଇ ବିକାଶ ଜାଣିବାକୁ ପାଇଲେ। ଜିଲାରେ ସାଇବର ଥାନା ନ ଥିବାରୁ ସେ ଦିଲ୍ଲୀ ଓ ଭୁବନେଶ୍ୱର ଯାଇ ଅଭିଯୋଗ କରିଥିଲେ ମଧ୍ୟ କୌଣସି ମାମଲା ରୁଜୁ ହୋଇ ନ ଥିଲା। ପରେ ସେ ବାରିପଦା ଟାଉନ ଥାନାକୁ ଜଣାଇଥିଲେ। ଏବେ ଜିଲାରେ ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଖୋଲିବା ପରେ ସେଠାରେ ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ଆଉ ସହି ହେବନି,ଏଥର ଭୋଟ ବର୍ଜନ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ପାଦଦେଶ ଯଦୁନାଥପୁର ପଞ୍ଚାୟତବାସୀ ଅବହେଳିତ ଓ ନିଷ୍ପେଷିିତ ଅବସ୍ଥାରେ ଜୀବନଯାପନ କରୁଛନ୍ତି। ଦେଶ ସ୍ବାଧୀନତାର ୭୭ବର୍ଷ ପରେ...

ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୪ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି...

ମୋରଡ଼ା ବିଜେଡି ବିଧାୟିକା ପ୍ରାର୍ଥିନୀଙ୍କ ପ୍ରତି ଛୁଟୁଛି ବିଦ୍ରୋହର ସୁଅ: ଦଳରୁ ଇସ୍ତଫା ଦେଲେ ସାଧାରଣ ସମ୍ପାଦକ

ମୋରଡ଼ା,୨୨ା୪(ସ୍ମାରକ ମାଜୀ): ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ପାଇଁ ବିଜୁ ଜନତା ଦଳ ମୋରଡ଼ା ବିଧାୟକ ରାଜକିଶୋର ଦାସଙ୍କ...

ଅଣାୟତ୍ତ ଶିମିଳିପାଳ ନିଆଁ

ବାରିପଦା,୨୨ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଅଣାୟତ୍ତ ହେବାରେ ଲାଗିଛି। ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କୋର୍‌ ଓ ବଫର ଅଞ୍ଚଳରେ ନିଆଁ...

ଜିଲ୍ଲା ପରିଷଦଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୯ କୋଟି ଟଙ୍କା ଗାଏବ

ମୟୁରଭଞ୍ଜ,୨୧।୪: ମୟୂରଭଞ୍ଜ ଜିଲାର ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଥିବା ଜିଲା ପରିଷଦ ଆକାଉଣ୍ଟରୁ ୯ କୋଟିରୁ ଅଧିକ ଟଙ୍କା ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି।...

ଖାଲି ପାଦରେ ପ୍ରଚାର କଲେ ପ୍ରାର୍ଥୀ

ଉଦଳା, ୨୧ା୪ (ସନ୍ତୋଷ କୁମାର ବାଚ୍ଛିନୀ): ଉଦଳା ବିଧାନସଭା ଆସନ ଲାଗି ୩୪ବର୍ଷ ପରେ କଂଗ୍ରେସରୁ ଟିକେଟ ପାଇଛନ୍ତି ଦୁର୍ଗାଚରଣ ଟୁଡୁ । ମଇଦାନରେ ଭୋଟରମାନଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri