ଠକି ନେଲେ ୧୦ଲକ୍ଷ

ବାରିପଦା ଅଫିସ,୬।୧:  ଏକ କମ୍ପାନୀର ରିଟେଲର ହେବା ପାଇଁ ବାରିପଦା ୱାର୍ଡ ନଂ.୫ର ବିକାଶ ଚନ୍ଦ୍ର ଶାହା ୧୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଠକେଇର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ଏନେଇ ମୟୂରଭଞ୍ଜ ଜିଲା ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ବୁଧବାର ଏକ ମାମଲା(ନଂ.୧/୨୨) ରୁଜୁ ହୋଇଛି।
ଅନୁଯାୟୀ, ସୋସିଆଲ ମିଡିଆରୁ ବିଜ୍ଞାପନ ଦେଖି ବିକାଶ ଏକ କମ୍ପାନୀର ରିଟେଲର ହେବା ପାଇଁ ଆବେଦନ କରିଥିଲେ। ବିଜ୍ଞାପନ ମୁତାବକ ତାଙ୍କୁ ଇ ମେଲ୍‌ ମାଧ୍ୟମରେ ରେଜିଷ୍ଟ୍ରେଶନ ବାବଦରେ ୨୫ହଜାର ୯୬୦ ଟଙ୍କା ଜମା କରିବାକୁ କୁହାଯାଇଥିଲା। ସେ ଅନ୍‌ଲାଇନ୍‌ ମାଧ୍ୟମରେ ଉକ୍ତ ରାଶି ଜମା କରିବା ପରେ ଏଗ୍ରିମେଣ୍ଟ ବାବଦରେ ୧ଲକ୍ଷ ୨୫ହଜାର ଜମା କରିଥିଲେ। ଏନ୍‌ଇଏଫ୍‌ଟି ଓ ଆର୍‌ଟିଜିଏସ୍‌ ମାଧ୍ୟମରେ ୩ଟି ବ୍ୟାଙ୍କରେ ଏହି ଟଙ୍କା ସେ ଜମା କରିଥିଲେ। ପରବର୍ତ୍ତୀ ସମୟରେ ଦୋକାନ ଘର ଯାଞ୍ଚ ଓ ସ୍ଥାନ ନିରୂପଣ ପାଇଁ ଆସିବାକୁ ଥିବା ଟିମ୍‌ ବାବଦରେ ୧ଲକ୍ଷ ୩୭ହଜାର ୮ଶହ, ସାମଗ୍ରୀ ଷ୍ଟକ୍‌ ରଖିବା ପାଇଁ ୫ଲକ୍ଷ ଓ ସାମଗ୍ରୀ ପରିବହନ ଓ କମ୍ପ୍ୟୁଟର ବାବଦରେ ୨ଲକ୍ଷ ୫୫ହଜାର ଟଙ୍କା ମଧ୍ୟ ଜମା କରିଥିଲେ। ତେବେ ଟଙ୍କା ଜମା କରିବା ପରେ କମ୍ପାନୀ ପକ୍ଷରୁ କୌଣସି ବ୍ୟକ୍ତି ନ ଆସିବାରୁ ସେ କୋଲକାତା ଯାଇ ବିଜ୍ଞାପନରେ ଉଲ୍ଲେଖ ଥିବା କମ୍ପାନୀ କର୍ତ୍ତୃପକ୍ଷଙ୍କୁ ସାକ୍ଷାତ କରିଥିଲେ। ତେବେ ଉକ୍ତ କମ୍ପାନୀ ଜମା ଅର୍ଥ ଗ୍ରହଣ କରି ନ ଥିବା ସ୍ପଷ୍ଟ କଲା ପରେ ଠକାମୀର ଶିକାର ହୋଇଥିବା ନେଇ ବିକାଶ ଜାଣିବାକୁ ପାଇଲେ। ଜିଲାରେ ସାଇବର ଥାନା ନ ଥିବାରୁ ସେ ଦିଲ୍ଲୀ ଓ ଭୁବନେଶ୍ୱର ଯାଇ ଅଭିଯୋଗ କରିଥିଲେ ମଧ୍ୟ କୌଣସି ମାମଲା ରୁଜୁ ହୋଇ ନ ଥିଲା। ପରେ ସେ ବାରିପଦା ଟାଉନ ଥାନାକୁ ଜଣାଇଥିଲେ। ଏବେ ଜିଲାରେ ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଖୋଲିବା ପରେ ସେଠାରେ ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିରକୁ ଯାଇଥିଲେ ମା’, ଫେରିଲା ବେଳକୁ ଝୁଲି ପଡିଥିଲେ ଝିଅ

ଉଦଳା,୨୪।୮(ସନ୍ତୋଷ ବାଛିନୀ): ଘର ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଉଦଳା ଥାନା ଏନଏସି ୧୦ ନମ୍ବର ୱାର୍ଡରେ ଏଭଳି ଅଭାବନୀୟ ଘଟଣା ଘଟିଛି…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ଲଭ୍‌-ସେକ୍ସ-ଧୋକା ଅଭିଯୋଗ; ବାରିପଦା ଟାଉନ୍‌ ଥାନାର SI ଅଟକ

ବାରିପଦା,୨୨।୮: ବାରିପଦା ଟାଉନ୍‌ ଥାନାର ଜଣେ ସବ୍‌-ଇନ୍ସପେକ୍ଟରଙ୍କ ବିରୋଧରେ ଜଣେ ମହିଳା ଲଭ୍‌-ସେକ୍ସ-ଧୋକା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପରେ ଟାଉନ୍‌ ଥାନାର SI ପ୍ରଭାତ ନାୟକଙ୍କୁ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri