ଢେଙ୍କାନାଳ ଅଫିସ, ୧।୧ ରାଜ୍ୟରେ କାୟା ବିସ୍ତାର କରୁଥିବା ଓମିକ୍ରନ୍ ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ରାଜ୍ୟ ସରକାର। ଭିଡ଼ ଏଡ଼ାଇବାକୁ ଜାନୁୟାରୀରେ କଟକଣା ଆହୁରି କଡ଼ାକଡ଼ି କରାଯାଇଛି। ହେଲେ ବିଦେଶାଗତଙ୍କୁ ନେଇ ଚିନ୍ତାରେ ପଡ଼ିଛି ଢେଙ୍କାନାଳ ଜିଲା ପ୍ରଶାସନ ଏବଂ ସ୍ବାସ୍ଥ୍ୟ ବିଭାଗ। କାରଣ ବିଦେଶରୁ ଜିଲାକୁ ବାହୁଡ଼ିଥିବା ୧୦ଜଣଙ୍କ ପତ୍ତା ମିଳୁନାହିଁ। ସମ୍ପୃକ୍ତ ବିଦେଶ ଫେରନ୍ତାଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ସେମାନଙ୍କୁ ଚିହ୍ନଟ କରିବାକୁ ସ୍ବାସ୍ଥ୍ୟ କେନ୍ଦ୍ର, ଆଶା ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ସୁଦ୍ଧା ମୋଟ୍ ୧୩୪ ଜଣ ବିଦେଶରୁ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ରେଡ୍ଜୋନ୍ (ଓମିକ୍ରନ୍ ସଂକ୍ରମଣ ବୃଦ୍ଧି ପାଇଥିବା ଦେଶ)ରୁ ୨୯ ଏବଂ ଗ୍ରୀନ୍ ଜୋନ୍ (କରୋନା ସଂକ୍ରମଣ ବୃଦ୍ଧି ପାଇଥିବା ଦେଶ)ରୁ ୧୦୫ ଜଣ ରହିଛନ୍ତି। ତନ୍ମଧ୍ୟରୁ ୧୨୪ଜଣଙ୍କୁ ଚିହ୍ନଟ କରାଯାଇଛି। ହେଲେ ଅବଶିଷ୍ଟ ୧୦ ଜଣଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରୁନାହିଁ। ସେମାନଙ୍କ ଟେଲିଫୋନ ନମ୍ବର, ଠିକଣା ସମ୍ପର୍କରେ ଜିଲା ସ୍ବାସ୍ଥ୍ୟ ବିଭାଗ ନିକଟରେ କୌଣସି ସୂଚନା ନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କ ତାଲିକା ଜିଲା ସ୍ବାସ୍ଥ୍ୟ ବିଭାଗକୁ ପ୍ରଦାନ କରାଯାଇଛି। ସମ୍ପୃକ୍ତ ୧୦ଜଣ ନିଜ ଅଞ୍ଚଳର ଲୋକ, ପରିବାର ସହିତ ମିଳାମିଶା କରିଥିବା ସନ୍ଦେହ ଦୃଢ଼ୀଭୂତ ହୋଇଛି। ସେମାନେ ଓମିକ୍ରନ୍ ସ୍ପ୍ରେଡ୍ର ପାଲଟିବା ଆଶଙ୍କାକୁ ଏଡ଼ାଇ ଦିଆଯାଇପାରୁନାହିଁ। ଯାହାକୁ ନେଇ ସ୍ବାସ୍ଥ୍ୟ ବିଭାଗର ମୁଣ୍ଡବ୍ୟଥା ବଢ଼ିଛି। ଅପରପକ୍ଷେ ରେଡ୍ଜୋନ୍ରୁ ଫେରିଥିବା ୨୮ ଏବଂ ଗ୍ରୀନଜୋନରୁ ଫେରିଥିବା ୪୪ ଜଣଙ୍କ ଉଭୟ ଆର୍ଟିପିସିଆର ଏବଂ ଓମିକ୍ରନ ଟେଷ୍ଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୬୬ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ଅନ୍ୟମାନଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଏ ସଂକ୍ରାନ୍ତରେ ଜିଲା ଚିକିତ୍ସାଧିକାରୀ ଡା. ଅଶୋକ କୁମାର ଦାଶ କୁହନ୍ତି, ୧୦ ବିଦେଶ ଫେରନ୍ତା ଦାଖଲ କରିଥିବା ମୋବାଇଲ୍ ନମ୍ବର, ଠିକଣା ଭୁଲ୍ ଥିଲେ ସମସ୍ୟା ବଢ଼ିବ। ତଥାପି ଯଥାସମ୍ଭବ ସେମାନଙ୍କୁ ଚିହ୍ନଟ କରିବାକୁ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି।

ଢ଼ାବା ମାଲିକାଣୀଙ୍କୁ ହତ୍ୟା ପାଇଁ ଶୁଟରଙ୍କୁ ଡକାଇଥିଲେ ଜ୍ୱାଇଁ
ଖଡିଆଳ,୧୧।୮(ଡି.ଏନ.ଏ.): ନୂଆପଡ଼ା ଜିଲା ଖଡିଆଳ ବ୍ଲକ ଅଧୀନ ଡୁଆଝରସ୍ଥିତ ଆପନା ଢ଼ାବା ମାଲିକାଣୀ ବାସନ୍ତୀ ମେହେର ହତ୍ୟା ଘଟଣାର ପୋଲିସ ବୁଧବାର ପର୍ଦ୍ଦାଫାସ କରିଛି। ପୋଲିସ...

୬ ହଜାର ଟଙ୍କା ନେଇ ଧରାପଡ଼ିଲେ ପିଇଓ
ଭବାନୀପାଟଣା,୨୨।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଲପୁର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ(ପିଇଓ) କ୍ଷମା ପ୍ରସାଦ ଦୁରିଆ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା...

ରାଜଧାନୀରେ ଶିଶୁକନ୍ୟାଙ୍କୁ ବଳାତ୍କାର ମାମଲା:୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ଏନ୍ଏଚ୍ଆର୍ସିରେ ପିଟିଶନ
ଭୁବନେଶ୍ୱର,୨୨ା୮(ବ୍ୟୁରୋ)- ଗତ ମଙ୍ଗଳବାର ରାଜଧାନୀରେ ଘଟିଥିଲା ଏକ ଲୋମଟାଙ୍କୁରା ଘଟଣା। ଚନ୍ଦ୍ରଶେଖରପୁର ଥାନା ନିଳାଦ୍ରିବିହାର ଅଞ୍ଚଳରେ ଜଣେ ୬ବର୍ଷର ଶିଶୁକନ୍ୟାଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ମାମଁୁ...

କୃଷ୍ଣପ୍ରସାଦ ପଞ୍ଚାୟତ ସମିତି ଅଧିବେଶନ: ବିକାଶ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ
କୃଷ୍ଣପ୍ରସାଦ,୧ା୮(ଡି.ଏନ.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ପଞ୍ଚାୟତ ସମିତିର ୬ଷ୍ଠ ବାର୍ଷିକ ଅଧିବେଶନ ବୁଧବାର ପଞ୍ଚାୟତ ସମିତି ସଭାଗୃହରେ ଅଧ୍ୟକ୍ଷା ସୌଦାମିନୀ ମାନସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି...

ଆରମ୍ଭରୁ ସାର ଅଭାବ
ବରଗଡ଼ ଅଫିସ୍,୧୫।୨: ବରଗଡ଼ ଜିଲାରେ ରବି ଚାଷକାମ ଜୋର୍ ଧରିଛି। ଅଧିକାଂଶ ସ୍ଥାନରେ ଚାଷୀମାନେ ତଳିପକା, ଧାନ ବୁଣା ସାରିଦେଲେଣି। କେତେକ ସ୍ଥାନରେ ରୁଆକାର୍ଯ୍ୟ ମଧ୍ୟ...

୨୯ଦିନ ହେବ ଯୁବକଙ୍କ ପତ୍ତା ମିଳୁନି
ଭୁବନେଶ୍ୱର, ୨୦।୧୧ (ବ୍ୟୁରୋ) : ନୟାପଲ୍ଲୀ ଥାନା ଅନ୍ତର୍ଗତ ବେହେରା ସାହିରୁ ଜଣେ ଯୁବକ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି। ସେ ହେଲେ କେନ୍ଦ୍ରାପଡ଼ା ଜିଲା...

କୋଟିଆରେ ଥାନା ଉଦ୍ଘାଟନ କଲା ଓଡ଼ିଶା, ସ୍ଥିତି ପରଖିଲା ଆନ୍ଧ୍ର
ପଟ୍ଟାଙ୍ଗୀ,୨୭।୫(ଡି.ଏନ୍.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ବୁଧବାର ଜିଲା ପ୍ରଶାସନ ପକ୍ଷରୁ ଥାନା ଉଦ୍ଘାଟନ କରାଯିବା ପରେ ଗୁରୁବାର ଆନ୍ଧ୍ର ପ୍ରଶାସନିକ...

କରୋନା ପ୍ରଭାବ: ନାଲ୍କୋରେ ଉତ୍ପାଦନ କମିବା ଆଶଙ୍କା
ବଅଁରପାଳ, ୨୪।୩(ଡି.ଏନ.ଏ.): କରୋନା ସଂକ୍ରମଣ ପ୍ରତିହତ କରିବାକୁ ସାରା ଦେଶରେ ଲାଗୁ କରାଯାଇଛି ଲକ୍ଡାଉନ୍। ଏହାର ଗଭୀର ପ୍ରଭାବ ପଡ଼ିଛି ଶିଳ୍ପାନୁଷ୍ଠାନ ଉପରେ। ନବରତ୍ନ ମାନ୍ୟତାପ୍ରାପ୍ତ...