ବିଦେଶୀ ସାମଗ୍ରୀ ଉପରେ ଲାଗୁ ହେଲା ୧୦% ଶୁଳ୍କ

ଓ୍ବାଶିଂଟନ୍‌ ,୨୫ା୨: ଆମେରିକାର ଟାରିଫ୍‌କୁ ନେଇ ଏବେ ସାରା ବିଶ୍ୱରେ ଦ୍ୱନ୍ଦ୍ୱ ଲାଗି ରହିଛି। ଆମେରିକା ସୁପ୍ରିମକୋର୍ଟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଟାରିଫ୍‌ ନୀତିକୁ ଅବୈଧ ଘୋଷଣା କରିବା ପରେ ଟ୍ରମ୍ପ୍‌ ବାରମ୍ବାର ତାଙ୍କର ଆଭିମୁଖ୍ୟରେ ପରିବର୍ତ୍ତନ କରିଚାଲିଥିବାରୁ କେଉଁ ଦେଶ ଉପରେ କେତେ ପରିମାଣର ଟାରିଫ୍‌ ଲାଗୁ ହେବ, ତାହା ଏବେ ମଧ୍ୟ ସ୍ପଷ୍ଟ ହୋଇନାହିଁ। ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପରେ ଟ୍ରମ୍ପ୍‌ ସବୁ ଦେଶ ଉପରେ ଅତିରିକ୍ତ ୧୦ ପ୍ରତିଶତ (ଗ୍ଲୋବାଲ୍‌ ଟାରିଫ୍‌) ଲଗାଇବାକୁ ପ୍ରଥମେ ଘୋଷଣା କରିଥିଲେ। ଆମେରିକାର ଇଣ୍ଟରନ୍ୟାଶନାଲ ଇମର୍ଜେନ୍ସି ଇକୋନୋମିକ୍‌ ପାଓ୍ବାର ଆକ୍ଟ, ୧୯୭୭(ଆଇଇଇପିଏ) ଅନୁସାରେ ଟ୍ରମ୍ପ୍‌ ବିଭିନ୍ନ ରାଷ୍ଟ୍ର ଉପରେ ଟାରିଫ୍‌ ଲଗାଇଥିଲାବେଳେ ଏହାକୁ ସୁପ୍ରିମକୋର୍ଟ ବେଆଇନ ଘୋଷଣା କରିଥିଲେ। ଏହାପରେ ଟ୍ରମ୍ପ୍‌ ୧୯୭୪ ଟ୍ରେଡ୍‌ ଆକ୍ଟର ଧାରା ୧୨୨କୁ ଆଧାରକରି ୧୦ ପ୍ରତିଶତ ହାରରେ ଗ୍ଲୋବାଲ ଟାରିଫ୍‌ ଲଗାଇବାକୁ ଘୋଷଣା କରିଥିଲେ। ପରେ ସେ ପୁଣି ନିଜ ଆଭିମୁଖ୍ୟ ପରିବର୍ତ୍ତନକରି ୧୫ ପ୍ରତିଶତ ଟାରିଫ୍‌ ଘୋଷଣା କରିଥିଲେ। କିନ୍ତୁ ଟ୍ରମ୍ପ୍‌ ଫେବୃଆରୀ ୨୦ରେ ଘୋଷଣା କରିଥିବା ୧୦ ପ୍ରତିଶତ ଗ୍ଲୋବାଲ୍‌ ଟାରିଫ୍‌ ଅନୁସାରେ ଆମେରିକାର କଷ୍ଟମସ୍‌ ଆଣ୍ଡ ବର୍ଡର ପ୍ରୋଟେକ୍ସନ୍‌ ବିଭାଗ ମଙ୍ଗଳବାରଠାରୁ ବିଦେଶୀ ସାମଗ୍ରୀ(ଶୁଳ୍କ ଛାଡ଼ ପାଇଁ ଉଦ୍ଦିଷ୍ଟ ନଥିବା) ଉପରେ ଶୁଳ୍କ ଲାଗୁ କରିଛି। ୧୫ ପ୍ରତିଶତ ଟାରିଫ୍‌ ଲଗାଇବାକୁ ଟ୍ରମ୍ପ୍‌ ଯେଉଁ ଘୋଷଣା କରିଥିଲେ , ସେଥିପାଇଁ ଅଧିକ ସମୟ ଲାଗିବ ବୋଲି କୁହାଯାଇଛି। ଟାରିଫ୍‌କୁ ନେଇ ଟ୍ରମ୍ପ୍‌ ପ୍ରଶାସନରେ ଘଡ଼ିକେ ଘୋଡା ଛୁଟୁଥିଲାବେଳେ ଆମେରିକାର ବାଣିଜ୍ୟ ଅଂଶୀଦାର ରାଷ୍ଟ୍ରଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ବଢ଼ିିବାରେ ଲାଗିଛି। କେବଳ ସେତିକି ନୁହେଁ, ଗତ ସୋମବାର ଟାରିଫ୍‌କୁ ନେଇ ଟ୍ରମ୍ପ୍‌ ଯେଭଳି ଧମକ ଦେଇଥିଲେ ତାହାକୁ ନେଇ ମଧ୍ୟ ଅନେକ ରାଷ୍ଟ୍ରଙ୍କ ମୁଣ୍ଡବିନ୍ଧା ବଢ଼ିଛି। ଆମେରିକା ସହ ବାଣିଜ୍ୟ ଡିଲ୍‌ କରିସାରିଥିବା ରାଷ୍ଟ୍ର ଯଦି ଗେମ୍‌ ଖେଳିବାକୁ ଚେଷ୍ଟା କରନ୍ତି, ତେବେ ସେମାନଙ୍କ ଉପରେ ଅଧିକ ହାରରେ ଟାରିଫ୍‌ ଲଗାଯିବ ବୋଲି ଟ୍ରମ୍ପ୍‌ ଧମକ ଦେଇଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଅଧିକାରୀଙ୍କୁ ବ୍ଲାକ୍‌ମେଲ କରି ଟଙ୍କା ନେବା ପଡ଼ିଲା ମହଙ୍ଗା, ୨ ଖବରଦାତାଙ୍କ ସହ ଆଉ ଜଣେ ଗିରଫ

ଭବାନୀପାଟଣା,୭ା୯(ଉତ୍ତମ କୁମାର ଦାଶ): ଜଣେ ସରକାରୀ ଅଧିକାରୀଙ୍କୁ ବ୍ଲାକ୍‌ମେଲ୍‌ କରି ଟଙ୍କା ନେବା ଘଟଣାରେ ୨ ଖବରଦାତାଙ୍କ ସହ ଜଣେ ଗିରଫ ହେବା କଳାହାଣ୍ଡି ଜିଲାରେ ଏବେ…

ନନ୍ଦନକାନରେ ଖୁସି ଖବର: ପ୍ରଥମଥର ମା’ ହେଲା ସିଂହୀ ମାୟା, ଦୁଇ ଶାବକରୁ…

ବାରଙ୍ଗ,୭ା୯(ଲିଙ୍ଗରାଜ ରାଉତ): ନନ୍ଦନକାନନ ପାଇଁ ଏକ ଖୁସି ଖବର। ସିଂହୀ ମାୟା ପ୍ରଥମ କରି ମା’ ହୋଇଛି। ୧୧୨ ଦିନର ଗର୍ଭଧାରଣ ପରେ ସୋମବାର ଭୋର୍‌ରେ ସିଂହୀ…

ପୁଣି ମାଡ଼ିଆସୁଛି ବଡ଼ ବର୍ଷା: ୯ରୁ ଅତିପ୍ରବଳ ବର୍ଷା

ଭୁବନେଶ୍ୱର, ୭ା୯: ରାଜ୍ୟକୁ ପୁଣି ମାଡ଼ିଆସୁଛି ବଡ଼ ବର୍ଷା। ଆଜି ଓ ଆସନ୍ତାକାଲି ବିଭିନ୍ନ ଜିଲାରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ହେବ। ଏହାପରେ ୯ ତାରିଖରୁ…

ଖଣି ନିଲାମକୁ ନେଇ ତେଜୁଛି ବିରୋଧ, ଆନ୍ଦୋଳନ ଚେତାବନୀ ଦେଇ ଅଞ୍ଚଳବାସୀ କହିଲେ…

ଥୁଆମୂଳ ରାମପୁର,୭।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ବନ୍ୟପ୍ରାଣୀ ଅଭୟାରଣ୍ୟ ଅନ୍ତର୍ଗତ ଖଣ୍ଡୁଆଳମାଳି ପାହାଡ଼ କର୍ଲାପାଟ ବକ୍ସାଇଟ ବ୍ଲକକୁ ନେଇ ବିରୋଧ ତେଜୁଛି। ଆନୁମାନିକ ୨୪.୮…

PCB ଛାଡିବା ପରେ ପାକିସ୍ତାନ କ୍ରିକେଟର ଚିଠା ଖୋଲିଲେ ମିସବା, ହେଲାଣି ଚର୍ଚ୍ଚା

ଇସଲାମାବାଦ,୭।୯: ପାକିସ୍ତାନ କ୍ରିକେଟରେ କ’ଣ ଘଟୁଛି? ଦଳ ଏବଂ ଚୟନ କମିଟି ପରିବର୍ତ୍ତନ କରିବା ଦ୍ୱାରା ପାକିସ୍ତାନ କ୍ରିକେଟ ଦଳର ବର୍ତ୍ତମାନ ଏବଂ ଭବିଷ୍ୟତ ପରିବର୍ତ୍ତନ ହେବ…

ଓଜନ କମାଇବାର ସହଜ ଉପାୟ

ଆମ ଶରୀରର ଓଜନ ସନ୍ତୁଳିତ ରହିବା ନିହାତି ଦରକାର। ହେଲେ ଏହାର ଏକ ସରଳ ଉପାୟ ରହିଛି। ଏହାକୁ ଜଣେ ଅତି ସହଜରେ ଆପଣେଇ ପାରିବ। ତାହା…

ଆଜି ରାଜ୍ୟ କ୍ୟାବିନେଟ୍‌: ୯ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଅପରାହ୍ନ ୫ଟାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି…

ଗୋ’ ଚାଲାଣବେଳେ ଫାଟିଲା ପିକ୍‌ଅପ୍‌ ଟାୟାର, ୩ ବଳଦ ମୃତ

ଜଗନ୍ନାଥପ୍ରସାଦ,୭ା୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ରବିବାର ମଧ୍ୟରାତ୍ରିରେ ବେଆଇନ ଗୋ-ଚାଲାଣ ବେଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଜିରାବାଡ଼ି ଗ୍ରାମ ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri