ଯୁବତୀଙ୍କୁ କମେଣ୍ଟ କରି ୧୦ ଗିରଫ

ସମ୍ବଲପୁର,୩ା୭(ବ୍ୟୁରୋ): ସମ୍ବଲପୁର ଜିଲା ଟାଉନ ଥାନା ଦେଉଳବନ୍ଧ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ କମେଣ୍ଟମରାକୁ ପ୍ରତିବାଦ କରିବାରୁ ଜଣେ ଯୁବତୀଙ୍କୁ ଆକ୍ରମଣ ହୋଇଛି। ଯୁବତୀଙ୍କ ମା’ ତୁଳସୀ ତ୍ରିପାଠୀଙ୍କ ଅଭିଯୋଗ କ୍ରମେ ପୋଲିସ ୭ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଜିତେନ୍ଦ୍ର ଛତର(୨୩), ଅର୍ଜୁନ ହାତୀ (୨୦), ସଞ୍ଜୟ ଛତର (୨୦), ଅନିଲ ରାଉତ (୨୦), ସଞ୍ଜୟ ସିଂ (୩୩) ଓ ଅନ୍ୟ ୨ଜଣ କୋଭିଡ୍‌ ସଂକ୍ରମିତ। ଅନ୍ୟପକ୍ଷେ ଜଣେ ଅଭିଯୁକ୍ତଙ୍କ ଭଉଣୀଙ୍କ ଅଭିଯୋଗ କ୍ରମେ ଯୁବତୀଙ୍କ ବାପା ରାମଚନ୍ଦ୍ର ତ୍ରିପାଠୀ (୪୪), ଭାଇ ସଚିନ ତ୍ରିପାଠୀ (୨୩) ଓ ପଡୋଶୀ ଭବାନୀଶଙ୍କର ରାୟ(୨୦)ଙ୍କୁ ପୋଲିସ ଗିରଫ କରିଛି। ଏ ନେଇ ପୃଥକ୍‌ ଭାବେ ଥାନାରେ ୨୭୬ ଓ ୨୭୭/୨୧ରେ ମାମଲା ରୁଜୁ ହୋଇଛି।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଯୁବତୀଙ୍କ ମା’ ତୁଳସୀ ଅଭିଯୋଗ କରିଛନ୍ତି ଯେ, ପରିବାର ସହ ସେ ଘର ଆଗରେ ଛିଡ଼ା ହୋଇଥିଲେ। ଏହି ସମୟରେ ଅଭିଯୁକ୍ତମାନେ ପାଖକୁ ଆସି ଝିଅକୁ କମେଣ୍ଟ ମାରିବା ସହ ଗାଳିଗୁଲଜ କରିଥିଲେ। ଏହାକୁ ବିରୋଧ କରିବାରୁ ସେମାନେ ଝିଅ ଓ ଅନ୍ୟମାନଙ୍କୁ ଆକ୍ରମଣ କରିଥିଲେ। ସେହିପରି ଜଣେ ଅଭିଯୁକ୍ତଙ୍କ ଭଉଣୀ ସନ୍ତୋଷିନୀ ମଲ୍ଲିକଙ୍କ ଅଭିଯୋଗ ଅନୁଯାୟୀ, ପିଲାମାନେ ଏକାଠି ବସି ଗପ କରୁଥିଲେ। ସେହି ସମୟରେ ଯୁବତୀଙ୍କ ବାପା ଓ କେତେଜଣ ଯୁବକ ଆସି ମାରପିଟ କରିଥିଲେ। କମେଣ୍ଟମରା କଥା ସମ୍ପୂର୍ଣ୍ଣ ମିଛ। ଏ ସମ୍ପର୍କରେ ଟାଉନ ଥାନା ଅଧିକାରୀ ପ୍ରକାଶ କର୍ଣ୍ଣ କହିଛନ୍ତି, ପୋଲିସ ଅଭିଯୋଗ ପାଇ ସେଠାରେ ପହଞ୍ଚତ୍ଥିଲା। ଉଭୟ ପକ୍ଷଙ୍କ ମଧ୍ୟରେ ବୁଝାମଣା ହୋଇଥିଲା। ହେଲେ ପୋଲିସ ଫେରି ଆସିବା ପରେ ଗଣ୍ଡଗୋଳ ହୋଇଥିଲା। ଉଭୟଙ୍କ ପକ୍ଷରୁ ଅଭିଯୋଗ ପରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri