୧୦ ଅଭିଯୁକ୍ତ ଗିରଫ

ବାଲେଶ୍ୱର, ୧୩।୯(ମାନସ ବିଶ୍ୱାଳ): ବାଲେଶ୍ୱର ସହରରେ କିଛିଦିନ ଧରି ଅପରାଧିକ କାର୍ଯ୍ୟକଳାପ ବନ୍ଦ ଥିଲା ବେଳେ ଗତ ସୋମବାର ଅପରାହ୍ନରେ ସହଦେବଖୁଣ୍ଟା ଥାନା ଶୋଭାରାମପୁର ଅଞ୍ଚଳର ଟାଇଲ୍‌ବସା ନିକଟରେ ଜଣେ ଯୁବକଙ୍କୁ ଗୁଳି କରାଯାଇଛି। ଏଥିରେ ସ୍ଥାନୀୟ ଯୁବକ ବିନୟ କୁମାର ବିହାରୀ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଜିଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥଙ୍କ ନିର୍ଦ୍ଦେଶରେ ଘଟଣାର ପୋଲିସ କଠୋର ଆଭିମୁଖ୍ୟ ଗ୍ରହଣ କରି ମାତ୍ର ୧୨ଘଣ୍ଟା ଭିତରେ ଗୁଳି ଫୁଟାଇଥିବା ୧୦ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ‘ବି’ ଗ୍ରୁପ୍‌ର ମୁଖିଆ ହେବା ପ୍ରସଙ୍ଗକୁ ନେଇ ଗୁଳିକାଣ୍ଡ ଘଟିଥିବା ପୋଲିସ କହିଛି।
ଥାନା ପରିସରରେ ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥଙ୍କ ସୂଚନା ଦେଇଛନ୍ତି ଯେ, ସୋମବାର ସନ୍ଧ୍ୟାରେ ଟାଇଲ୍‌ବସା ନିକଟରେ ଗୁଳିକାଣ୍ଡ ହୋଇଥିଲା। ଅପରାଧିକ ଗୋଷ୍ଠୀର ମୁଖ୍ୟ କିଏ ନେବ, ଏହାକୁ କେନ୍ଦ୍ର କରି ଗୁଳିମାଡ଼ କରାଯାଇଥିଲା। ଉକ୍ତ ଅଞ୍ଚଳରେ ଥିବା ମୁଖ୍ୟ ଗ୍ରୁପ୍‌ର କାର୍ଯ୍ୟକଳାପ ପୋଲିସର ଦୃଢ଼ କାର୍ଯ୍ୟାନୁଷ୍ଠାନରୁ ନିଷ୍କ୍ରିୟ ହୋଇଯାଇଛି। ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଘଟଣାର ୧୨ ଘଣ୍ଟା ମଧ୍ୟରେ ୧୦ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଯେଉଁ ବେଆଇନ ବନ୍ଧୁକ ବ୍ୟବହାର ହୋଇଥିଲା ତାକୁ ମଧ୍ୟ ଜବତ କରାଯାଇଛି। ତାଙ୍କୁ ପାଖରୁ ତେଲେଙ୍ଗା କଟୁରୀ, ମୋବାଇଲ ଫୋନ୍‌ ଓ ମୋଟରସାଇକେଲ ଜବତ କରାଯାଇଛି। ଗ୍ରୁପ୍‌ରେ ୨୦ରୁ ୩୫ ବର୍ଷର ଯୁବକମାନେ ସାମିଲ୍‌ ଅଛନ୍ତି। ତଦନ୍ତ ଜାରି ରହିଥିବା ବେଳେ ବେଆଇନ ବନ୍ଧୁକ କେଉଁଠାରୁ ମିଳୁଛି ଏହା ଉପରେ ପରବର୍ତ୍ତୀ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ସହଦେବଖୁଣ୍ଟା ଥାନା ଶୋଭାରାମପୁର ଅଞ୍ଚଳର ମନୋରଞ୍ଜନ ବିନ୍ଧାଣୀ (୨୫) ଓ ସୁଶାନ୍ତ ଦାସ (୨୪) ଓ ବୈକୁଣ୍ଠ ବଗାଳ (୩୩), ଶିଳ୍ପାଞ୍ଚଳ ଥାନା ସମଲପୁର ଅଞ୍ଚଳର ସନ୍ଦୀପ ରାଉତ (୧୯) ଓ ଗୋପାଲ ସିଂହ (୨୩) ଓ କାହ୍ନୁ ନାୟକ (୩୮), ସରସ୍ବତୀପୁର ଅଞ୍ଚଳର ଦୀପକ ବେହେରା (୨୨), ଅଚ୍ୟୁତପୁର ଅଞ୍ଚଳର ରଞ୍ଜନ କୁମାର ସାହୁ (୨୯), ଟାଉନ୍‌ ଥାନା ସୁନହଟ ଅଞ୍ଚଳର ସଞ୍ଜୀବ କୁମାର ଦେହୁରୀ, ଖନ୍ତାପଡ଼ା ଥାନା କାବୁଡ଼ି ଅଞ୍ଚଳର ସତ୍ୟରଞ୍ଜନ ଦାସ (୨୪)। ସେମାନଙ୍କ ନିକଟରୁ ଗୋଟିଏ ଦେଶୀବନ୍ଧୁକ, ତେଲେଙ୍ଗା କଟୁରୀ, ଗୁପ୍ତି, ୩ଟି ମୋଟରସାଇକେଲ ଓ ୧୦ଟି ମୋବାଇଲ ଫୋନ୍‌ ଜବତ କରାଯାଇଛି। ସହଦେବଖୁଣ୍ଟା ଥାନା ମାମଲା (ନଂ. ୩୬୨/୨୩), ଧାରା ୧୪୭/୧୪୮/୩୪୧/ ୩୦୭/୧୪୯ ଆଇପିସି/ ୨୫/୨୭ ଆର୍ମସ ଆକ୍ଟ ମୂଳେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri