ହ୍ୱାଇଟ୍ ହାଉସ୍ ନିକଟରେ ଗୁଳିକାଣ୍ଡ: ନ୍ୟାସନାଲ୍ ଗାର୍ଡ ସଦସ୍ୟା ମୃତ, ଆଫଗାନିସ୍ତାନରେ CIA…

ନୂଆଦିଲ୍ଲୀ,୨୮ା୧୧: ହ୍ୱାଇଟ୍ ହାଉସ୍ ନିକଟରେ ବୁଧବାର ଘଟିଥିବା “ଲକ୍ଷ୍ୟଭେଦୀ ଗୁଳିକାଣ୍ଡ”ରେ ଆହତ ହୋଇଥିବା ଦୁଇ ୱେଷ୍ଟ୍ ଭର୍ଜିନିଆ ନ୍ୟାସନାଲ୍ ଗାର୍ଡ ସଦସ୍ୟଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁବାର ସନ୍ଧ୍ୟାରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଖବର ନିଶ୍ଚିତ କରିଛନ୍ତି।

ମୃତ ୨୦ ବର୍ଷୀୟା ସୈନିକା ହେଉଛନ୍ତି ୟୁଏସ୍ ଆର୍ମି ସ୍ପେସାଲିଷ୍ଟ୍ ସାରା ବେକଷ୍ଟ୍ରୋମ୍। ଥ୍ୟାଙ୍କସ୍‌ଗିଭିଂ ଅବସରରେ ସେନା କର୍ମଚାରୀଙ୍କ ସହ କଥା ହେଉଥିବାବେଳେ ଟ୍ରମ୍ପ୍ ତାଙ୍କୁ ଜଣେ “ବହୁ ସମ୍ମାନିତ, ଯୁବ, ଏବଂ ମହାନ ବ୍ୟକ୍ତି” ଭାବରେ ବର୍ଣ୍ଣନା କରିଛନ୍ତି। ଅନ୍ୟ ଆହତ ଗାର୍ଡ ସଦସ୍ୟ, ୨୪ ବର୍ଷୀୟ ଆଣ୍ଡ୍ରିୟୁ ୱୁଲ୍ଫ୍ ଏବେ ମଧ୍ୟ ସଙ୍କଟାପନ୍ନ ଅବସ୍ଥାରେ ଅଛନ୍ତି।

ମୃତ୍ୟୁ ପୂର୍ବରୁ ସାରାଙ୍କ ପିତା ଗ୍ୟାରୀ ବେକଷ୍ଟ୍ରୋମ୍ ଦି ନ୍ୟୁୟର୍କ ଟାଇମ୍ସକୁ କହିଥିଲେ ଯେ ତାଙ୍କ ଝିଅର ଆଘାତ ସାଙ୍ଘାତିକ ଥିଲା ଏବଂ ସେ ବଞ୍ଚିବା ଅସମ୍ଭବ।

ଏହି ଆକ୍ରମଣର ଅଭିଯୁକ୍ତ ହେଉଛି ୨୯ ବର୍ଷୀୟ ଆଫଗାନ ନାଗରିକ ରହମାନୁଲ୍ଲା ଲକନୱାଲ୍। ଆମେରିକୀୟ ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ଲକନୱାଲ୍ ପୂର୍ବରୁ ଆଫଗାନିସ୍ତାନରେ CIA ଦ୍ୱାରା ସମର୍ଥିତ “ଜିରୋ ୟୁନିଟ୍”ରେ ବର୍ଷ ବର୍ଷ ଧରି କାର୍ଯ୍ୟ କରିଥିଲା। ଏହି ୟୁନିଟ୍ ତାଲିବାନ ବିରୋଧରେ ଲଢ଼ୁଥିଲା। ଲକନୱାଲ୍ ୨୦୨୧ ମସିହାରେ ‘ଅପରେସନ୍ ଆଲାଇସ୍ ୱେଲକମ୍’ କାର୍ଯ୍ୟକ୍ରମ ମାଧ୍ୟମରେ ଆମେରିକା ଆସିଥିଲା।

ଫେଡେରାଲ୍ ପ୍ରସିକ୍ୟୁଟରଙ୍କ ଅନୁଯାୟୀ, ଲକନୱାଲ୍ ୱାଶିଂଟନ୍‌ର ବେଲିଙ୍ଗହାମରୁ ୨,୫୦୦ ମାଇଲ୍‌ରୁ ଅଧିକ ଗାଡ଼ି ଚଳାଇ ୱାଶିଂଟନ୍ ଡିସି ଆସି ଏକ .୩୫୭ ସ୍ମିଥ୍ ଆଣ୍ଡ୍ ୱେସନ୍ ରିଭଲଭର ବ୍ୟବହାର କରି ଏହି “ ଘଟ ଲଗାଇ ଆକ୍ରମଣ” କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri