Posted inଭଦ୍ରକ

୧ କି.ମି. ଷ୍ଟ୍ରେଚରରେ ବୁହାହେଲେ ରୋଗୀ

ଭଦ୍ରକ ଅଫିସ,୩୦।୬: ଝାଡ଼ାବାନ୍ତି ହେଉଥିବା ଜଣେ ବୃଦ୍ଧାଙ୍କୁ ଡାକ୍ତରଖାନା ନେବାକୁ ୧୦୮ ଆମ୍ବୁଲାନ୍ସ ଆସିଥିଲା। ହେଲେ ରାସ୍ତା ଖରାପ ଯୋଗୁ ଗଁାକୁ ଯାଇ ନ ପାରି ୧ କି.ମି. ପୂର୍ବରୁ ଆମ୍ବୁଲାନ୍ସ ଅଟକି ରହିଥିଲା। ଫଳରେ ଷ୍ଟ୍ରେଚରରେ ଉକ୍ତ ବୃଦ୍ଧାଙ୍କୁ ୧ କି.ମି. ବୋହି ନେବାକୁ ପଡ଼ିଥିଲା। ଭଦ୍ରକ ଜିଲା ବନ୍ତ ବ୍ଲକ ରାମପୁର ପଞ୍ଚାୟତର କାଜିପୋଖରୀ ଚାରିତିରା ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ଅନୁଯାୟୀ, ଉକ୍ତ ଗ୍ରାମର ଖଗେଶ୍ୱର ନାୟକଙ୍କ ସ୍ତ୍ରୀ କନକଲତା(୬୫)ଙ୍କର ମଙ୍ଗଳବାର ଅପରାହ୍ନରେ ଝାଡ଼ାବାନ୍ତି ହେବାରୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେବା ପାଇଁ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା। ଆମ୍ବୁଲାନ୍ସ ଆସି ଅଧାରେ ଅଟକି ରହିବାରୁ ଗ୍ରାମର ସନ୍ଦୀପ ମହାପାତ୍ର, ଗୋବିନ୍ଦ ମଲ୍ଲିକ, ପୁପୁନା ସାମଲ, ବୁଟୁ ନାୟକ, ସନ୍ତୋଷ ନାୟକ ପ୍ରମୁଖ ଯୁବକମାନେ ଆମ୍ବୁଲାନ୍ସରେ ଥିବା ଷ୍ଟ୍ରେଚରରେ କନକଲତାଙ୍କୁ ବୋହି ଗାଡ଼ି ପର୍ଯ୍ୟନ୍ତ ନେଇଥିଲେ। ଉକ୍ତ ଗ୍ରାମର ଯୁବକ ତାପସ କୁମାର ମହାପାତ୍ର ଖରାପ ରାସ୍ତାର ଫଟୋ ମୁଖ୍ୟମନ୍ତ୍ରୀ, ଭଦ୍ରକ ଏମ୍‌ପି, ଜିଲାପାଳ, ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ଓ ବନ୍ତ ବିଡିଓଙ୍କୁ ଟୁଇଟ୍‌ କରିଛନ୍ତି।
ଏହି ଭଦ୍ରକ-ଆନନ୍ଦପୁର ରାସ୍ତାର ବରପଦା ହନୁମାନ ଛକଠାରୁ ମିଟୁଆଣୀ, ଭାୟା କାଜିପୋଖରୀ ୩ କି.ମି.ରୁ ଅଧିକ ରାସ୍ତା ଦୀର୍ଘବର୍ଷ ଧରି ମରାମତି ହୋଇ ନ ଥିବାରୁ ଶୋଚନୀୟ ହୋଇପଡ଼ିଛି। ବର୍ଷାଦିନେ ଆମ୍ବୁଲାନ୍ସ, ଦମକଳ ଓ ପୋଲିସ ଭ୍ୟାନ୍‌ ପରି ଅତ୍ୟାବଶ୍ୟକ ଗାଡ଼ିଗୁଡ଼ିକ ଉକ୍ତ ଗ୍ରାମକୁ ଯାଇପାରୁ ନ ଥିବାରୁ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ପୂର୍ବରୁ ବହୁବାର ଜିଲାପାଳଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ଓ ଟୁଇଟ୍‌ ମାଧ୍ୟମରେ ଅବଗତ କରାଯାଇଥିଲେ ମଧ୍ୟ ରାସ୍ତାର ଅବସ୍ଥା ବଦଳି ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭଣ୍ଡାରିପୋଖରୀରେ ନୂଆ-ପୁରୁଣା

ବନ୍ତ,୧୭।୪ (ହରିନାରାୟଣ ମହାନ୍ତି):ସାଧାରଣ ନିର୍ବାଚନରେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରରେ ଏଥର ହେବ ନୂଆ-ପୁରୁଣା ଲଢ଼େଇ। ବିଜେଡି ପକ୍ଷରୁ ଭଦ୍ରକ ବିଧାୟକ ସଞ୍ଜୀବ କୁମାର...

ଭଦ୍ରକ ଲୋକ ସଭା କ୍ଷେତ୍ର: ରଣାଙ୍ଗନରେ ଅନନ୍ତ, ଅଭିମନ୍ୟୁ, ମଞ୍ଜୁଲତା

ଭଦ୍ରକ,୧୫ା୪(ସନାତନ ରାଉତ): ଭଦ୍ରକ ଲୋକ ସଭା ଆସନରେ ଭାଜପା ଓ ବିଜେଡି ପୁରୁଣା ପ୍ରାର୍ଥୀଙ୍କୁ ଦୋହରାଇଥିବା ବେଳେ କଂଗ୍ରେସ ଶନିବାର ପୂର୍ବତନ ଏମ୍‌ପି ଅନନ୍ତ ପ୍ରସାଦ...

ଡିଭାଇଡର୍‌ ଉପରେ ଚଢ଼ିଗଲା କାର୍‌, ଚାଲିଗଲା ବାପ-ଝିଅଙ୍କ ଜୀବନ, ୩ ଗୁରୁତର

ଭଦ୍ରକ,୧୪ା୪(ସନାତନ ରାଉତ): ପୁରୀରୁ ଖଡ଼ଗପୁର ଆସୁଥିବା ଏକ କାର୍‌ ରବିବାର ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢ଼ି ଯିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ...

ବ୍ରିଜ୍‌ରୁ ଖସିଲା କଦଳୀ ବୋଝେଇ ଟ୍ରକ୍‌

ଭଦ୍ରକ,୧୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ଗେଲପୁର ଓଭର ବ୍ରିଜରୁ ତଳକୁ ଶୁକ୍ରବାର ଖସି ପଡ଼ିଛି କଦଳୀ ବୋଝେଇ ଟ୍ରକ୍‌। ଟ୍ରକର ଆଗ...

ସମୂହ ନମାଜ ପାଠ କଲେ ୭ ହଜାରରୁ ଊର୍ଦ୍ଧ୍ୱ ମୁସଲମାନ ଧର୍ମାବଲମ୍ବୀ

ଭଦ୍ରକ,୧୧ା୪(ସନାତନ ରାଉତ): ଶାନ୍ତି, ମୈତ୍ରୀ, ତ୍ୟାଗ ଓ ସମର୍ପଣର ପର୍ବ ଇଦ୍‌ ଅବସରରେ ଗୁରୁବାର ଭଦ୍ରକ ଇଦ୍‌ଗାହାଠାରେ ୭ ହଜାରରୁ ଊର୍ଦ୍ଧ୍ୱ ମୁସଲମାନ ଧର୍ମାବଲମ୍ବୀ ସମୂହ...

ପୋତିହେଲାଣି ଚୁଡ଼ାମଣି ଘାଟ ମୁହାଣ

ବାସୁଦେବପୁର,୧୧ା୪(ନାରାୟଣ ପ୍ରସାଦ ବାରିକ୍‌)ଚୁଡ଼ାମଣୀ ଘାଟ ପୋଲଠାରୁ ବଙ୍ଗୋପସାଗର ମୁହାଣ ପର୍ଯ୍ୟନ୍ତ ପ୍ରାୟ ୩ କି.ମି.ରୁ ଊର୍ଦ୍ଧ୍ୱ ଅଙ୍କାବଙ୍କା ଗମେଈ ନଦୀ ପୋତି ହୋଇ ପଡ଼ିଲାଣି। ଫଳରେ...

ଗୁଲମକ୍କି ଦଳକୁ ଆସିବା ପରେ ଶକ୍ତିଶାଳୀ ହେଉଛି ବିଜେଡି

ଭୁବନେଶ୍ୱର,୧୦ା୪(ଅନିଲ ଦାସ):ଭଦ୍ରକ ପୌରପାଳିକାର ପୌରାଧ୍ୟକ୍ଷା ଗୁଲମକ୍କି ହବିବଙ୍କ ସମେତ ଶତାଧିକ କର୍ମୀ ମଙ୍ଗଳବାର ଶଙ୍ଖଭବନଠାରେ ପୂର୍ବତନ ମନ୍ତ୍ରୀ ତଥା ଭଦ୍ରକ ଜିଲା ପର୍ଯ୍ୟବେକ୍ଷକ ସଞ୍ଜୟ କୁମାର...

ନିର୍ବାଚନ କାର୍ଯ୍ୟରେ ଅବହେଳା ପାଇଁ ଏଆରଆଇ ନିଲମ୍ବିତ

ଭଦ୍ରକ,୧୦।୪(ସନାତନ ରାଉତ ): ନିର୍ବାଚନ କାର୍ଯ୍ୟରେ ଅବହେଳା ଓ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆଦେଶ ଅବମାନନା ପାଇଁ ଭଦ୍ରକ ଜିଲା ବନ୍ତ ତହସିଲର ଅତିରିକ୍ତ ରାଜସ୍ବ ନିରୀକ୍ଷକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri