Posted inଫୁରସତ

ପ୍ରତି ୯ରୁ ଜଣଙ୍କୁ ହୋଇପାରେ କ୍ୟାନ୍‌ସର

ନୂଆଦିଲ୍ଲୀ, ୧୮।୧୨: ଭାରତରେ ପ୍ରତିବର୍ଷ କ୍ୟାନ୍‌ସର ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରତି ୯ ଜଣଙ୍କ ମଧ୍ୟରୁ ଜଣେ ଭାରତୀୟଙ୍କ ଶରୀରରେ କ୍ୟାନ୍‌ସର ବିକଶିତ ହେଉଥିବା ନ୍ୟାଶନାଲ ସେଣ୍ଟର ଫର୍‌ ଡିଜିଜ୍‌ ଇନ୍‌ଫରମେଟିକ୍ସ ଆଣ୍ଡ୍‌ ରିସର୍ଚ୍ଚ (ଏନ୍‌ସିଡିଆଇଆର୍‌) ଏବଂ ଆଇସିଏମ୍‌ଆର୍‌ ପକ୍ଷରୁ କରାଯାଇଥିବା ମିଳିତ ଅଧ୍ୟୟନ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଦେଶରେ ଦେଖାଯାଇଥିବା ନୂଆ କ୍ୟାନ୍‌ସର ମାମଲା ସାଙ୍ଗକୁ ମୋଟ ଜନସଂଖ୍ୟା ଭିତ୍ତିରେ ରିପୋର୍ଟ ଇଣ୍ଡିଆନ୍‌ ଜର୍ନାଲ ଅଫ୍‌ ମେଡିକାଲ ରସର୍ଚ୍ଚ (ଆଇଜେଏମ୍‌ଆର୍‌)ରେ ଏହା ପ୍ରକାଶ ପାଇଛି। ନବଜାତଠାରୁ ୭୪ ବର୍ଷ ବୟସ ବର୍ଗଙ୍କ କ୍ଷେତ୍ରରେ ପ୍ରତି ୬୭ ପୁରୁଷଙ୍କ ମଧ୍ୟରୁ ଜଣଙ୍କଠାରେ ଫୁସ୍‌ଫୁସ୍‌ କ୍ୟାନ୍‌ସର ହେବାର ଆଶଙ୍କା ରହିଛି। ସେହିପରି ପ୍ରତି ୨୯ ମହିଳାଙ୍କ ମଧ୍ୟରୁ ଜଣଙ୍କ ଶରୀରରେ ସ୍ତନ କର୍କଟର ଡର ଥିବା ରିପୋର୍ଟରେ ଦର୍ଶାଯାଇଛି।

ଚଳିତବର୍ଷ ଦେଶରେ ମୋଟ ୧୪.୬ ଲକ୍ଷ ଲୋକ କର୍କଟ ରୋଗ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ତେବେ ସବୁଠାରୁ ଅଧିକ ଲୋକ ଫୁସ୍‌ଫୁସ୍‌ ଏବଂ ବ୍ରେଷ୍ଟ କ୍ୟାନ୍‌ସରରେ ଆକ୍ରାନ୍ତ ହେଉଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ନବଜାତ ଶିଶୁଙ୍କଠୁ ଆରମ୍ଭ କରି ୧୪ ବର୍ଷ ବୟସ ବର୍ଗ ଲିମ୍ଫୋଏଡ୍‌ ଲ୍ୟୁକେମିଆ (ଅସ୍ଥିମଜ୍ଜା କର୍କଟ) କ୍ୟାନ୍‌ସରରେ ଅଧିକମାତ୍ରାରେ ଆକ୍ରାନ୍ତ ହେଉଥିବାବେଳେ ସେମାନଙ୍କ ମଧ୍ୟରେ ୨୯.୨% ପୁଅ ଓ ୨୪.୨% ଝିଅ ରହିଛନ୍ତି। ୨୦୨୦ ତୁଳନାରେ ୨୦୨୫ ବେଳକୁ ଆକ୍ରାନ୍ତଙ୍କ ସଂଖ୍ୟା ୧୨.୮% ବୃଦ୍ଧି ପାଇବ ବୋଲି ରିପୋର୍ଟରେ କୁହାଯାଇଛି।

ଦେଶରେ କର୍କଟଜନିତ ମୃତ୍ୟୁ ସଂଖ୍ୟା ୨୦୨୦ ଅନୁସାରେ ଚଳିତବର୍ଷ ବୃଦ୍ଧି ପାଇଥିବା କେନ୍ଦ୍ରିୟ ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ରାଜ୍ୟ ସଭାରେ କହିଛନ୍ତି। କ୍ୟାନ୍‌ସର, ମଧୁମେହ ଏବଂ ହୃଦ୍‌ଜନିତ ରୋଗର ନିରାକରଣ ପାଇଁ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri