୫ ବୃହତ୍‌ ଜଳସେଚନ ପ୍ରକଳ୍ପ ଲାଗି ୧ କୋଟି ମଞ୍ଜୁର

ଜଳେଶ୍ୱର, ୯।୧୨(ଡି.ଏନ.ଏ.) ଦୀର୍ଘ ୪ ଦଶନ୍ଧି ଧରି ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନରେ ମୋଡିଫାଏଡ ଏରିଆ ଏଜେନ୍ସି (ମାଡା) ପ୍ରକଳ୍ପ କାର୍ଯ୍ୟ କରିଆସୁଥିଲେ ମଧ୍ୟ ସ୍ବଳ୍ପ ଅର୍ଥ ବିନିଯୋଗ ଯୋଗୁ ରାଇବଣିଆ ଅଞ୍ଚଳର ୬ଟି ପଞ୍ଚାୟତର ବିକାଶ ଠିକ୍‌ ଭାବେ ହୋଇପାରୁନାହିଁ। ଚଳିତବର୍ଷ ବିଧାୟକଙ୍କ ହସ୍ତକ୍ଷେପ ଫଳରେ ୫ଟି ଉଠାଜଳସେଚନ ପ୍ରକଳ୍ପ ଖନନ ଲାଗି ୧କୋଟି ଟଙ୍କା ମଞ୍ଜୁର ହୋଇଛି।
ଏପରି ଏକ ଯୋଜନା ଜଳେଶ୍ୱରରେ ୪୦ବର୍ଷ ଧରି କାର୍ଯ୍ୟ କରୁଥିବା ବେଳେ ୨୦୧୪-୧୫ ଆର୍ଥିକ ବର୍ଷରେ ୪.୪୩ ଲକ୍ଷ, ୨୦୧୫ରେ ୮.୧୪ଲକ୍ଷ, ୧୬-୧୭ରେ ୨ଲକ୍ଷ, ୧୭-୧୮ରେ ୫.୫ ଲକ୍ଷ ଓ ୧୮-୧୯ରେ ୫.୫ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୨୦୧୯-୨୦ରେ ୬ଲକ୍ଷ ଟଙ୍କା ଅନୁଦାନ ମିଳିଛି। ଏସବୁ ଅର୍ଥ ସମୁଦ୍ରକୁ ଶଙ୍ଖେ ବୋଲି କୁହାଯାଉଥିବା ବେଳେ ୨୦୨୦-୨୧ ଆର୍ଥିକ ବର୍ଷରେ କୌଣସି ଅନୁଦାନ ମିଳି ନ ଥିବା ଜଣାଯାଇଛି। ଗଠିତ କମିଟିରେ ଉପଜିଲାପାଳ ଅଧ୍ୟକ୍ଷ ଅଛନ୍ତି ା ଜିଲା ମଙ୍ଗଳ ଅଧିକାରୀ, ଉପଖଣ୍ଡ ମଙ୍ଗଳ ଅଧିକାରୀ, ବ୍ଲକ ମଙ୍ଗଳ ଅଧିକାରୀ, ବିଧାୟକ, ଏମ୍‌ପି ଏଥିରେ ସଭ୍ୟ ଥିବା ବେଳେ ବିଡିଓ ଆବାହକ ଭାବେ କାର୍ଯ୍ୟ କରନ୍ତି। ୫ଟି ପଞ୍ଚାୟତକୁ ଏହି ଯୋଜନାରେ ସାମିଲ କରାଯାଇଛି ା
୨୦୧୧ ଜନଗଣନା ଅନୁଯାୟୀ ସର୍ଦ୍ଦାରବନ୍ଧ ପଞ୍ଚାୟତରେ ମୋଟ ଜନସଂଖ୍ୟା ୪୮୯୫ ଥିବା ବେଳେ ୩୬୩୯ ଆଦିବାସୀ ଅଛନ୍ତି। ଶ୍ୟାମନଗର ପଞ୍ଚାୟତରେ ୫୮୬୬ ଜନସଂଖ୍ୟା ମଧ୍ୟରୁ ୩୨୫୩ ଆଦିବାସୀ, ବରଡିଆ ପଞ୍ଚାୟତରେ ୧୨୨୦୦ ଜନସଂଖ୍ୟାରୁ ୬୧୬୨ ଆଦିବାସୀ, କାଳିକ ପଞ୍ଚାୟତର ଜନସଂଖ୍ୟା ୫୪୮୩ ହୋଇଥିବା ବେଳେ ୨୦୩୨ ଆଦିବାସୀ ଶ୍ରେଣୀର ା ଖୁଆଡ ପଞ୍ଚାୟତର ଜନସଂଖ୍ୟା ୭୯୩୯ ମଧ୍ୟରୁ ୪୨୪୩ ଆଦିବାସୀ ଅଛନ୍ତି। ଏଭଳି ଆଦିବାସୀ ବହୁଳ ଅଞ୍ଚଳରେ ମାଡା କାର୍ଯ୍ୟକାରୀ ହୋଇଆସୁଛି। ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପରାମର୍ଶରେ ବ୍ଲକ କର୍ତ୍ତୃପକ୍ଷ ୧କୋଟି ଟଙ୍କା ବରଡିହାସ୍ଥିତ ବ୍ୟାଙ୍କ ଅଫ ବରୋଦାରେ ଜମା ରଖିଛନ୍ତି। ଏହି ଅର୍ଥରେ ୫ଟି ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ହେବାକୁ ଥିବା ବେଳେ ଏବେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ସୂଚନାଯୋଗ୍ୟ ଏସବୁ ପଞ୍ଚାୟତ ସହିତ ୧୦ଟି ପଞ୍ଚାୟତରେ ରୁରବାନ ଯୋଜନାରେ ୧୦୬କୋଟି ଟଙ୍କାର ଅନ୍ୟ ପ୍ରକଳ୍ପ ଚାଲୁଥିଲେ ମଧ୍ୟ ବାସ୍ତବରେ ସେ ଅଞ୍ଚଳରେ ବିକାଶ ହେଉ ନ ଥିବା ଜଣାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…

ସୁବର୍ଣ୍ଣରେଖାରେ ୪ର୍ଥ ବନ୍ୟା: ୪ ବ୍ଲକ୍‌ରେ ଲକ୍ଷାଧିକ ଲୋକ ଜଳବନ୍ଦୀ

ଭୋଗରାଇ,୨୬ା୯(ପ୍ରଦୀପ ଦାସ): ଝାଡ଼ଖଣ୍ଡ ମାଳାଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗାଲୁଡ଼ିହି ଜଳାଧାରରୁ ୧ ୩ଟି ଗେଟ୍‌ ଖୋଲାଯାଇ ଉଦ୍‌ବୃତ୍ତ ବର୍ଷାଜଳ ସୁବର୍ଣ୍ଣରେଖାକୁ ନିଷ୍କାସନ ହେବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?