୫ ବୃହତ୍‌ ଜଳସେଚନ ପ୍ରକଳ୍ପ ଲାଗି ୧ କୋଟି ମଞ୍ଜୁର

ଜଳେଶ୍ୱର, ୯।୧୨(ଡି.ଏନ.ଏ.) ଦୀର୍ଘ ୪ ଦଶନ୍ଧି ଧରି ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନରେ ମୋଡିଫାଏଡ ଏରିଆ ଏଜେନ୍ସି (ମାଡା) ପ୍ରକଳ୍ପ କାର୍ଯ୍ୟ କରିଆସୁଥିଲେ ମଧ୍ୟ ସ୍ବଳ୍ପ ଅର୍ଥ ବିନିଯୋଗ ଯୋଗୁ ରାଇବଣିଆ ଅଞ୍ଚଳର ୬ଟି ପଞ୍ଚାୟତର ବିକାଶ ଠିକ୍‌ ଭାବେ ହୋଇପାରୁନାହିଁ। ଚଳିତବର୍ଷ ବିଧାୟକଙ୍କ ହସ୍ତକ୍ଷେପ ଫଳରେ ୫ଟି ଉଠାଜଳସେଚନ ପ୍ରକଳ୍ପ ଖନନ ଲାଗି ୧କୋଟି ଟଙ୍କା ମଞ୍ଜୁର ହୋଇଛି।
ଏପରି ଏକ ଯୋଜନା ଜଳେଶ୍ୱରରେ ୪୦ବର୍ଷ ଧରି କାର୍ଯ୍ୟ କରୁଥିବା ବେଳେ ୨୦୧୪-୧୫ ଆର୍ଥିକ ବର୍ଷରେ ୪.୪୩ ଲକ୍ଷ, ୨୦୧୫ରେ ୮.୧୪ଲକ୍ଷ, ୧୬-୧୭ରେ ୨ଲକ୍ଷ, ୧୭-୧୮ରେ ୫.୫ ଲକ୍ଷ ଓ ୧୮-୧୯ରେ ୫.୫ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୨୦୧୯-୨୦ରେ ୬ଲକ୍ଷ ଟଙ୍କା ଅନୁଦାନ ମିଳିଛି। ଏସବୁ ଅର୍ଥ ସମୁଦ୍ରକୁ ଶଙ୍ଖେ ବୋଲି କୁହାଯାଉଥିବା ବେଳେ ୨୦୨୦-୨୧ ଆର୍ଥିକ ବର୍ଷରେ କୌଣସି ଅନୁଦାନ ମିଳି ନ ଥିବା ଜଣାଯାଇଛି। ଗଠିତ କମିଟିରେ ଉପଜିଲାପାଳ ଅଧ୍ୟକ୍ଷ ଅଛନ୍ତି ା ଜିଲା ମଙ୍ଗଳ ଅଧିକାରୀ, ଉପଖଣ୍ଡ ମଙ୍ଗଳ ଅଧିକାରୀ, ବ୍ଲକ ମଙ୍ଗଳ ଅଧିକାରୀ, ବିଧାୟକ, ଏମ୍‌ପି ଏଥିରେ ସଭ୍ୟ ଥିବା ବେଳେ ବିଡିଓ ଆବାହକ ଭାବେ କାର୍ଯ୍ୟ କରନ୍ତି। ୫ଟି ପଞ୍ଚାୟତକୁ ଏହି ଯୋଜନାରେ ସାମିଲ କରାଯାଇଛି ା
୨୦୧୧ ଜନଗଣନା ଅନୁଯାୟୀ ସର୍ଦ୍ଦାରବନ୍ଧ ପଞ୍ଚାୟତରେ ମୋଟ ଜନସଂଖ୍ୟା ୪୮୯୫ ଥିବା ବେଳେ ୩୬୩୯ ଆଦିବାସୀ ଅଛନ୍ତି। ଶ୍ୟାମନଗର ପଞ୍ଚାୟତରେ ୫୮୬୬ ଜନସଂଖ୍ୟା ମଧ୍ୟରୁ ୩୨୫୩ ଆଦିବାସୀ, ବରଡିଆ ପଞ୍ଚାୟତରେ ୧୨୨୦୦ ଜନସଂଖ୍ୟାରୁ ୬୧୬୨ ଆଦିବାସୀ, କାଳିକ ପଞ୍ଚାୟତର ଜନସଂଖ୍ୟା ୫୪୮୩ ହୋଇଥିବା ବେଳେ ୨୦୩୨ ଆଦିବାସୀ ଶ୍ରେଣୀର ା ଖୁଆଡ ପଞ୍ଚାୟତର ଜନସଂଖ୍ୟା ୭୯୩୯ ମଧ୍ୟରୁ ୪୨୪୩ ଆଦିବାସୀ ଅଛନ୍ତି। ଏଭଳି ଆଦିବାସୀ ବହୁଳ ଅଞ୍ଚଳରେ ମାଡା କାର୍ଯ୍ୟକାରୀ ହୋଇଆସୁଛି। ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପରାମର୍ଶରେ ବ୍ଲକ କର୍ତ୍ତୃପକ୍ଷ ୧କୋଟି ଟଙ୍କା ବରଡିହାସ୍ଥିତ ବ୍ୟାଙ୍କ ଅଫ ବରୋଦାରେ ଜମା ରଖିଛନ୍ତି। ଏହି ଅର୍ଥରେ ୫ଟି ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ହେବାକୁ ଥିବା ବେଳେ ଏବେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ସୂଚନାଯୋଗ୍ୟ ଏସବୁ ପଞ୍ଚାୟତ ସହିତ ୧୦ଟି ପଞ୍ଚାୟତରେ ରୁରବାନ ଯୋଜନାରେ ୧୦୬କୋଟି ଟଙ୍କାର ଅନ୍ୟ ପ୍ରକଳ୍ପ ଚାଲୁଥିଲେ ମଧ୍ୟ ବାସ୍ତବରେ ସେ ଅଞ୍ଚଳରେ ବିକାଶ ହେଉ ନ ଥିବା ଜଣାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଜଳିଗଲା ଲିଚୁ ବୋଝେଇ ଗାଡ଼ି

ଭଦ୍ରକ ଅଫିସ, ୧୭।୫ – ୧୬ ନମ୍ବର ଜାତୀୟ ରାଜପଥର ନଳାଙ୍ଗ ନିକଟରେ ଗୁରୁବାର ମଧ୍ୟାହ୍ନରେ ଏକ ଲିଚୁ ବୋଝେଇ ଗାଡ଼ି ଜଳିଯାଇଛି। ଖବର ପାଇ...

ବିନା ଫଳକରେ ଚାଲିଛି ଜାତୀୟ ସ୍ବାସ୍ଥ୍ୟ ମିଶନ ଗୃହ ନିର୍ମାଣ

ଜଳେଶ୍ୱର, ୩୦।୬(ଡି.ଏନ.ଏ.): ବାଲେଶ୍ୱର ଜିଲାର ଜଳେଶ୍ୱର ସହରର ବଡବଜାରଠାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଜାତୀୟ ସ୍ବାସ୍ଥ୍ୟ ମିଶନର ଗୃହ ନିର୍ମାଣ କାର୍ଯ୍ୟ ଚାଲିଛି। ଏଥିରେ...

ଚଳଚଞ୍ଚଳ ଇମାମୀନଗର

ବାଲେଶ୍ୱର, ୧୯।୬(ମାନସ ବିଶ୍ୱାଳ): ବାଲେଶ୍ୱର ବାଲଗୋପାଳପୁରସ୍ଥିତ ଇମାମୀନଗର ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ନେତ୍ରଉତ୍ସବ, ନବଯୌବନ, ଉଭାଯାତ୍ରା ଓ ଘୋଷଯାତ୍ରା ନିମନ୍ତେ ପ୍ରସ୍ତୁତି ସାଙ୍ଗକୁ ଚଳଚଞ୍ଚଳ ହୋଇଉଠିଛି...

୫ ବର୍ଷ ପରେ ଘରକୁ ଫେରିଲେ ନାବାଳିକା: ଚୋରା ଚାଲାଣ ର଼୍ୟାକେଟର ପର୍ଦ୍ଦାଫାଶ, ଦଲାଲ ଗିରଫ

ବଡବିଲ, ୧୫।୫(ସ୍ବ.ପ୍ର.)-କେନ୍ଦୁଝର ଜିଲାରେ ନାବାଳିକା ଚାଲାଣ ର଼୍ୟାକେଟ୍‌ କିଭଳି ସକ୍ରିୟ ରହିଛି ତାହାର ଏକ ନଜିର ପଦାକୁ ଆସିଛି। ବଲାଣୀ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ...

କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ

ବାଲେଶ୍ବର ଅଫିସ, ୧ା୫-ବାଲେଶ୍ବର ସହର ସହଦେବଖୁଣ୍ଟା ଅଞ୍ଚଳରେ ଏସ୍‌ଟିଏଫ୍‌ ଟିମ୍‌ ଚଢ଼ାଉ କରି ୧କେଜି ୩୬୦ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହାର ମୂଲ୍ୟ ୧ କୋଟିର...

ଚୋରାମଦ ବିକ୍ରି ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ମହିଳା

ଭଦ୍ରକ ଅଫିସ, ୨୦।୫- ଗଁାରେ ବେଆଇନ ଚୋରାମଦ ବିକ୍ରି ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ମହିଳା। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଖଣ୍ଡିଆବଜାରର ଶତାଧିକ ଆଦିବାସୀ...

ବାଲିଆପାଳ ଅଞ୍ଚଳରେ ବ୍ୟାପକ କ୍ଷତି

ବାଲିଆପାଳ, ୨୩।୫(ସ୍ବ.ପ୍ର.)-ବାତ୍ୟା ଅମ୍ଫନ ପ୍ରଭାବରେ ବାଲିଆପାଳ ବ୍ଲକରେ ବ୍ୟାପକ କ୍ଷତି ହୋଇଛି। ବାତ୍ୟା ଛାଡ଼ିଯାଇଛି ମାତ୍ର ତାର ପ୍ରଭାବରେ ଚାଷୀ ଏବଂ ଗରିବ ଲୋକଙ୍କ ମେରୁଦଣ୍ଡ...

କୋର୍ଟ ପରିସର ପାଲଟିଲା ରଣକ୍ଷେତ୍ର

ବାଲେଶ୍ୱର ଅଫିସ,୩୦।୮:ବାଲେଶ୍ୱର ଫାମିଲି କୋର୍ଟକୁ ଛାଡ଼ପତ୍ର ପାଇଁ ଆସିଥିବା ଏକ ଦମ୍ପତି ସୋମବାର ମାରପିଟ ଲାଗିବା ଚର୍ଚ୍ଚାର ବିଷୟ ପାଲଟିଛି। ଉଭୟେ ସାମ୍ନାସାମ୍ନି ହେବା ପରେ...

Advertisement
Archives

Model This Week