ବିକାଶ ପାଇଁ ପ୍ରତି ଓ୍ବାର୍ଡକୁ କୋଟିଏ

ଭୁବନେଶ୍ୱର, ୨୦।୮ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଦ୍ୱିତୀୟ କର୍ପୋରେଶନ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ବିଏମ୍‌ସି କାର୍ଯ୍ୟାଳୟରେ ଏହି ବୈଠକ ବସିଥିଲା। ଏଥିରେ ବିକାଶମୂଳକ କାର୍ଯ୍ୟ, ପରିମଳ ସମେତ ବିଭିନ୍ନ ସମସ୍ୟା ଓ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ଉନ୍ନୟନମୂଳକ କାର୍ଯ୍ୟ ପାଇଁ ପ୍ରତି ଓ୍ବାର୍ଡକୁ ୧ କୋଟି ଟଙ୍କାର ଓ୍ବାର୍ଡ ବଜେଟ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି। ଏହି ଟଙ୍କାକୁ କର୍ପୋରେଟରମାନେ ଆସନ୍ତା ୨୦୨୩ ମାର୍ଚ୍ଚ ସୁଦ୍ଧା ଖର୍ଚ୍ଚ କରିବା ସହିତ ବିଏମ୍‌ସିକୁ ବ୍ୟୟ ଅଟକଳ ପ୍ରଦାନ କରିବେ ବୋଲି ମେୟର କହିଥିଲେ। ଏହି ସମୟରେ ଓ୍ବାର୍ଡ ନଂ. ୫୫ର କର୍ପୋରେଟର ନୃପେଶ ନାୟକ ‘ମାଇନର୍‌ ରିପେୟାରିଂ ଫଣ୍ଡ୍‌’ ରଖିବା ପାଇଁ ପ୍ରସ୍ତାବ ଦେଇଥିଲେ। ଓ୍ବାର୍ଡକୁ ଦିଆଯିବାକୁ ଥିବା ୧କୋଟି ଟଙ୍କାରୁ ୨ଲକ୍ଷ ଲେଖାଏ ଟଙ୍କା ଏହି ଫଣ୍ଡ୍‌ରେ ଜମା ହେବ। ଉକ୍ତ ଟଙ୍କା ଓ୍ବାର୍ଡରେ ଥିବା ଛୋଟ ଛୋଟ ସମସ୍ୟାର ସମାଧାନରେ ଖର୍ଚ୍ଚ କରାଯିବ ବୋଲି ସେ କହିଥିଲେ। ତେବେ ପରିମଳ ପ୍ରସଙ୍ଗକୁ ନେଇ ବୈଠକରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। କର୍ପୋରେଶନ ଗଠନ ହେବା ପରେ ବି କର୍ପୋରେଟରଙ୍କ ସହିତ କୌଣସି ଆଲୋଚନା ନ କରି ନୂଆ ସଫେଇ ସଂସ୍ଥା ସହିତ ଏଗ୍ରିମେଣ୍ଟ କରାଯାଇଥିବା ଅଭିଯୋଗ ହୋଇଥିଲା। ଏଥିସହିତ ଟେଣ୍ଡର ପ୍ରକ୍ରିୟାରେ ପ୍ରିୟାପ୍ରୀତି ତୋଷଣ କରାଯାଇ ଯୋଗ୍ୟତା ନ ଥିବା ବିଭିନ୍ନ ସଂସ୍ଥାକୁ କାମ ଦିଆଯାଇଥିବାରୁ ଉଦ୍‌ବେଗ ପ୍ରକାଶ ପାଇଥିଲା। ତରବରିଆ ଭାବେ ଟେଣ୍ଡର ଡାକି ଓ୍ବାର୍କ ଅର୍ଡର ଦିଆଯାଇଛି। ନୂଆକରି ଚୁକ୍ତି କରାଯାଇଥିବା ପୁରୁଣା ଏଜେନ୍ସି ମଧ୍ୟରେ କେବଳ ‘ଜାଗୃତି’ ରହିଥିବାବେଳେ ରାମ୍‌କୀ ଓ ପିଏମ୍‌ଆର୍‌କୁ ବାଦ୍‌ ଦିଆଯାଇଛି। ଅପରପକ୍ଷେ ନୂଆ ସଂସ୍ଥା ‘ଗ୍ରୀନ୍‌ ସର୍କଲ’ ଏବଂ ‘ଆଓ୍ବାରଲ୍ୟାଣ୍ଡ’ ପାଖରେ ଆବଶ୍ୟକ ମେଶିନ ଓ କର୍ମଚାରୀ ନାହାନ୍ତି। ବିଏମ୍‌ସିଠାରୁ ଗାଡ଼ି ନେଇ ସେମାନେ କାମ କରୁଛନ୍ତି। ଉଭୟ ସଂସ୍ଥାକୁ ମୋଟ୍‌ ୧୩ଟି ଓ୍ବାର୍ଡ ଦିଆଯାଇଥିବାବେଳେ ସେଥିରୁ ମାତ୍ର ୨/୩ଟି ଓ୍ବାର୍ଡରେ କାମ ଆରମ୍ଭ ହୋଇଛି। ତେଣୁ ନୂଆ ସଂସ୍ଥାକୁ ବରଖାସ୍ତ କରି ପୁରୁଣା ସଂସ୍ଥାକୁ କାମ ଦେବାକୁ ଦାବି କରାଯାଇଥିଲା। ଏହି ପ୍ରସଙ୍ଗରେ ମେୟର ଓ କମିଶନର କ୍ଷୋଭ ପ୍ରକାଶ କରିବା ସହିତ ଠିକ ଭାବେ କାମ ନ କଲେ ସମ୍ପୃକ୍ତ ସଂସ୍ଥାକୁ ବାହାର କରି ଦିଆଯିବ ବୋଲି କହିଥିଲେ।
ଏହାବାଦ୍‌ ଡ୍ରାଫ୍ଟ ବଜେଟ, ମୁକ୍ତା ପ୍ରୋଜେକ୍ଟ, ଭତ୍ତା, ନୂତନ ବିଲ୍ଡିଂ ନିର୍ମାଣ ସମୟରେ ସିଟି ପ୍ଲାନରମାନେ ଏହାକୁ ତଦାରଖ କରିବା ଆଦି ଉପରେ ଆଲୋଚନା ହୋଇଥିଲା। ରାଶନକାର୍ଡ ପାଇଁ ଆବେଦନ କରାଯାଉଥିଲେ ବି ଦୀର୍ଘଦିନ ହେବ କାର୍ଡ ପ୍ରଦାନ କରାଯାଉନାହିଁ। ତେବେ ବର୍ତ୍ତମାନ ବିଏମ୍‌ସିରେ ୨୫୦୯ ରାଶନ କାର୍ଡ ରହିଛି, ଖୁବ୍‌ଶୀଘ୍ର ଏହାକୁ ହିତାଧିକାରୀଙ୍କୁ ବଣ୍ଟନ କରାଯିବ ବୋଲି ସୂଚନା ଦିଆଯାଇଛି। ବର୍ଷା ପରେ ନୟାପଲ୍ଲୀ ଅଞ୍ଚଳରେ ଡ୍ରେନ୍‌ କାମକୁ ତ୍ୱରାନ୍ବିତ କରାଯିବ ବୋଲି ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା।
ବୈଠକରେ ବିଧାୟକ ସୁଶାନ୍ତ ରାଉତ, କମିଶନର ବିଜୟ ଅମୃତା କୁଲାଙ୍ଗେ, ଡେପୁଟି ମେୟର ମଞ୍ଜୁଲତା କହଁର, ବିଏମସିର ବିଭିନ୍ନ ପଦାଧିକାରୀ, ସମସ୍ତ କର୍ପୋରେଟର ଉପସ୍ଥିତ ଥିଲେ। କାର୍ଯ୍ୟସୂଚୀ ଅନୁସାରେ ଗୋଟିଏ ପରେ ଗୋଟିଏ ପ୍ରଶ୍ନ, ପ୍ରସ୍ତାବ, ଚର୍ଚ୍ଚା ଓ ହିସାବ କିତାବ ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri