Posted inଫୁରସତ

୧.୮ କି.ମି. ଯିବାକୁ ୭୦୦ ଟଙ୍କା ଭଡ଼ା

ନୂଆଦିଲ୍ଲୀ: ସମ୍ପତି ଭାରତର ଅନେକ ସହରରେ ଯାତାୟତ ପାଇଁ ବିଭିନ୍ନ ରାଇଡିଂ ଆପ୍‌କୁ ବହୁଳ ଭାବେ ବ୍ୟବହାର କରାଯାଉଛି। ଏହାଦ୍ୱାରା ଯାତ୍ରୀ ଅତି ସହଜରେ ଗାଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଆସିବା କରିପାରୁଛନ୍ତି। ଯାତାୟତର ଉକ୍ତ ମାଧ୍ୟମ ଅନ୍ୟ ମାଧ୍ୟମଗୁଡ଼ିକଠାରୁ ସାମାନ୍ୟ ଅଧିକ ଭଡ଼ା ନେଉଥିଲେ ମଧ୍ୟ ଏହା ଯାତ୍ରୀମାନଙ୍କ ପାଇଁ ବେଶ୍‌ ଆରାମଦାୟକ ରହିଥାଏ। ତେବେ ଯେତେବେଳେ ଏହି ରାଇଡିଂ ଆପ୍‌ ଗୁଡ଼ିକର ଚାହିଦା ଅଧିକ ଥାଏ, ସେତେବେଳେ ଏହାର ଭଡା ମଧ୍ୟ ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇଥାଏ। ଫଳରେ ଯାତ୍ରୀମାନେ ଅସୁବିଧାରେ ପଡ଼ିଥାନ୍ତି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ଲିଙ୍କ୍‌ଡିନ୍‌’ରେ ଜଣେ ବ୍ୟକ୍ତି ଏହି ସମ୍ବନ୍ଧୀୟ ଏକ ପୋଷ୍ଟ କରିଛନ୍ତି, ଯାହା ଅନେକଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ବିତର୍କ ଆରମ୍ଭ କରିଛି।
ମ୍ୟାନେଜ୍‌ମେଣ୍ଟ ପ୍ରଫେସ୍‌ନାଲ ସୂର୍ଯ୍ୟ ପାଣ୍ଡେ ନାମକ ଜଣେ ବ୍ୟକ୍ତି ‘ଲିଙ୍କ୍‌ଡିନ୍‌’ରେ ଏକ ପୋଷ୍ଟ କରି ଭାରତରେ ପ୍ରଚଳିତ ଅନ୍‌ଲାଇନ କ୍ୟାବ ସେବାକୁ ସମାଲୋଚନା କରିଛନ୍ତି। ସେ ଲେଖିଛନ୍ତି, ବିଡମ୍ବନାର ବିଷୟ ହେଉଛି ଯେଉଁ ସମସ୍ୟାର ସମାଧାନ ପାଇଁ ଓଲା, ଉବର ଓ ରାପିଡୋ ଭଳି ଅନଲାଇନ୍‌ ରାଇଡିଂ ସେବା ଭାରତରେ ଆରମ୍ଭ ହୋଇଥିଲା, ଏବେ ତାହା ଗ୍ରାହକଙ୍କ ପାଇଁ ସବୁଠୁ ବଡ ସମସ୍ୟାରେ ପରିଣତ ହୋଇଛି। ସେ ନିଜ ପୋଷ୍ଟରେ ଏକ ସ୍କ୍ରିନ୍‌ସଟ୍‌ ମଧ୍ୟ ସେୟାର କରଛନ୍ତି, ଯେଉଁଥିରେ ମାତ୍ର ୧.୮ କିଲୋମିଟର ରାସ୍ତା ପାଇଁ ଉବର କ୍ୟବ୍‌ ଭଡା ୬୯୯ ଟଙ୍କା ରହିଛି। ଭାରତରେ ଅନଲାଇନ୍‌ ରାଇଡିଂ ସେବା ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ଯାତାୟାତ ସେବା ଯୋଗାଇଦେବାକୁ ଆରମ୍ଭ କରାଯାଇଥିଲା। ତେବେ ସବୁଠୁ ଦରକାର ଥିବା ସମୟରେ ଉକ୍ତ ଆପଗୁଡ଼ିକ ୩୦୦% ଅଧିକ ଭଡ଼ା ନେଉଥିବା ସୂର୍ଯ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ‘ତେହେଲକା’ ସମ୍ପାଦକ: ହାଇକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୬।୮: ୨୦୧୩ ମସିହାର ବହୁଚର୍ଚ୍ଚିତ ବଳାତ୍କାର ମାମଲା ସମ୍ପର୍କରେ ପୂର୍ବତନ ‘ତେହେଲକା’ ସମ୍ପାଦକ ତରୁଣ ତେଜପାଲଙ୍କ ପାଇଁ ଏକ ବଡ଼ ଝଟକା ଲାଗିଛି। ବମ୍ବେ ହାଇକୋର୍ଟର ଗୋଆ…

Gen Zଙ୍କୁ ବଡ଼ ଉପହାର ଦେଲେ ବିଜୟ, କଲେ ବଡ଼ ଘୋଷଣା: ମିଳିବ…

ଚେନ୍ନାଇ,୬।୮: ତାମିଲନାଡୁରେ ଟିଭିକେ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପ୍ରଥମ ବଜେଟ ବିଧାନସଭାରେ ଉପସ୍ଥାପନ କରିଛି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନେତୃତ୍ୱାଧୀନ ଏହି ନୂଆ…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଆହୁରି ୧୮ଟଙ୍କା ବଢିଯିବ LPG ସିଲିଣ୍ଡର! ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୬।୮: ଭାରତରେ ଆଗାମୀ ଦିନରେ ଘରୋଇ ଏଲପିଜି (LPG) ସିଲିଣ୍ଡର ପିଛା ଦାମ୍ ପ୍ରାୟ ୧୮ ଟଙ୍କା ବୃଦ୍ଧି ହୋଇପାରେ। ଏହାସହିତ ପେଟ୍ରୋଲ-ଡିଜେଲ ଏବଂ ସିଏନ୍‌ଜି (CNG)ର…

ପୁଣି ହଜାର ହଜାର ଟଙ୍କା ବଢିଲା ସୁନା ଦର: ରୁପା ମୂଲ୍ୟରେ ମଧ୍ୟ…

ନୂଆଦିଲ୍ଲୀ,୬।୮: ପୁଣି ବଢିଲା ସୁନା ଦର। ଗତକାଲି ତୁଳନାରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୨,୮୯୦ ବୃଦ୍ଧି ପାଇଛି। ରୁପା ମୂଲ୍ୟରେ ମଧ୍ୟ ଏକ…

ଭାରତର ଏମିତି ଏକ ଗାଁ: ୫ ଦିନ ବିନା ପୋଷାକରେ ରୁହନ୍ତି ମହିଳା, ରହସ୍ୟ ଜାଣି ହେବେ ତାଜୁବ

ପୃଥିବୀ ବହୁତ ବିଶାଳ ଏବଂ ଏହାର ପ୍ରତ୍ୟେକ କୋଣରେ ଲୋକମାନଙ୍କର ନିଜସ୍ବ ପରମ୍ପରା ଓ ରୀତିନୀତି ରହିଛି। କେତେକ ପରମ୍ପରା ଆମ ପାଖପାଖି ସାଧାରଣ ଲାଗେ, ଆଉ…

Gen-Zଙ୍କ ପାଇଁ RSS ନେଲା ବଡ଼ ପଦକ୍ଷେପ: ଆଗକୁ…

ନୂଆଦିଲ୍ଲୀ,୫।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ମୁଖ୍ୟ ମୋହନ ଭାଗବତ ସଂଗଠନର ଶତବାର୍ଷିକୀ ବର୍ଷ ପାଳନ ପାଇଁ ଆମେରିକା ଏବଂ କାନାଡା ଗସ୍ତ କରିବେ। ଅଗଷ୍ଟ ୨୯ରେ…

ହଠାତ୍‌ ଟାୟାର ହେଲା ବ୍ଲାଷ୍ଟ, ଘାଟିରେ ଓଲଟି ପଡିଲା ଲୁହା ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ…

ମୋହନା,୬।୮ ( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ବ୍ଲକ ଖାରିଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭୀମଦଳି ଘାଟିରେ ଏକ ଲୁହା ବୋଝେଇ ଟ୍ରକ୍‌ ଭାରସାମ୍ୟ…

ଆନ୍ଦୋଳନ ପରେ ନୂଆ ରଣନୀତି, ଅଭିଜିତ ଦୀପକେଙ୍କ ଘରେ CJPର ମାରାଥନ ବୈଠକ: ହେବ ବଡ଼ ଘୋଷଣା

ନୂଆଦିଲ୍ଲୀ, ୬।୮: ଦେଶବ୍ୟାପୀ କଥିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌କୁ ବିରୋଧ କରି ଦିଲ୍ଲୀର ଜନ୍ତର-ମନ୍ତରରେ ହୋଇଥିବା ଆନ୍ଦୋଳନ ସମୟରେ ପ୍ରମୁଖ ସ୍ବର ଭାବେ ଉଭା ହୋଇଥିବା କକରୋଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri