ପୋଲିଓ ବୁନ୍ଦା ଖାଇଲେ ୧.୭ଲକ୍ଷ ଶିଶୁ

ବରଗଡ଼ ଅଫିସ୍‌,୩୧।୧: ବରଗଡ଼ ଜିଲାରେ ରବିବାର ପୋଲିଓ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଏହାର ଶୁଭାରମ୍ଭ କରିଥିଲେ। ମଙ୍ଗଳବାର ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ। ପ୍ରଥମ ଦିବସରେ ୧ଲକ୍ଷ ୭ହଜାର ୧୦୫ ଜଣଙ୍କୁ (୯୪.୧ ପ୍ରତିଶତ) ପୋଲିଓ ଟିକା ଦିଆଯାଇଛି। ସେଥିମଧ୍ୟରେ ବରଗଡ଼ ସହରାଞ୍ଚଳରେ ସର୍ବନିମ୍ନ ୮୩.୪ ଏବଂ ପଦ୍ମପୁର ସହରାଞ୍ଚଳରେ ସର୍ବାଧିକ ୧୦୧.୭ ପ୍ରତିଶତ ଶିଶୁ ପୋଲିଓ ଟିକା ଖାଇଛନ୍ତି। ଜିଲାରେ ୧ଲକ୍ଷ ୧୩ହଜାର ୭୭୮ଜଣ ଶିଶୁଙ୍କୁ (୫ବର୍ଷ ପର୍ଯ୍ୟନ୍ତ) ଏହି ଟିକା ଦେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ୬୭୦ଟି ଟିକାକରଣ କେନ୍ଦ୍ର ଖୋଲି ୧୩୪୦ଜଣ ସ୍ବାସ୍ଥ୍ୟକର୍ମୀ, ଆଶା ଏବଂ ଅଙ୍ଗନୱାଡ଼ି କର୍ମୀଙ୍କୁ ନିୟୋଜିତ କରାଯାଇଛି। ସେହିପରି ୧୩୦ଜଣ ସୁପରଭାଇଜରଙ୍କୁ ଦାୟିତ୍ୱ ଦିଆଯାଇ ଥିବାବେଳେ ୧୬ଟି ଭ୍ରାମ୍ୟମାଣ ଟିମ୍‌ ରହିଛନ୍ତି। କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସମୁଦାୟ ୨୮୯୭ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା: ନଭେମ୍ବର ୧ରୁ କଂସ ଚୟନ ପ୍ରକ୍ରିୟା ଆରମ୍ଭ, ଉଠିଲା ବୟସ କଟକଣା

ବରଗଡ଼, ୨୮।୧୦(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୭ ମସିହା ଜାନୁଆରୀ ୧୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଦୀର୍ଘ ୧୧…

ରାତିରେ ଋଷିକୁଲ୍ୟାରେ ବନ୍ୟାପାଣି ପଶି ଆସିବା ଆଶଙ୍କା: ପୁରୁଷୋତ୍ତମପୁରବାସୀଙ୍କୁ ସତର୍କ କଲା ପ୍ରଶାସନ,ସୁରକ୍ଷିତ ସ୍ଥାନକୁ…

ପୁରୁଷୋତ୍ତମପୁର,୨୮।୧୦(ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଗଞ୍ଜାମ ଜିଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଋଷିକୁଲ୍ୟା ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଜଳସ୍ତର ହୁ…

ଅତି ପ୍ରବଳ ବର୍ଷା ଆଶଙ୍କା: କଳାହାଣ୍ଡି ଜିଲାର ସମସ୍ତ ସ୍କୁଲ-ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା

ଭବାନୀପାଟଣା, ୨୮।୧୦(ଉତ୍ତମ କୁମାର ଦାଶ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗର ଏହି ପୂର୍ବାନୁମାନକୁ ଦୃଷ୍ଟିରେ…

ବୁଡ଼ିଲା ଜଳ ଯୋଗାଣ ଗୃହ: ୮୦୦ରୁ ଊର୍ଦ୍ଧ୍ୱ ପରିବାର ପାଣି ପାଇଁ ଆକୁଳ, ଚିନ୍ତାରେ ମୋହନାବାସୀ

ମୋହନା, ୨୮।୧୦(ମନ୍ମଥ ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ପ୍ରକୋପରେ ଗତ ଦୁଇଦିନ ହେଲା ଲଗାଣ ବର୍ଷା ଜାରି ରହିଥିବା ବେଳେ ଗଜପତି ଜିଲା ମୋହନା ଅଞ୍ଚଳ ସମ୍ପୂର୍ଣ୍ଣ ଜଳମଗ୍ନ…

ବୈଭବଙ୍କ ବ୍ୟାଟିଂ ଦେଖି ଗାଁରେ କ’ଣ ଚର୍ଚ୍ଚା? ଅଭିଷେକଙ୍କ ସହ କଥାବେଳେ କଲେ ଖୁଲାସା, କହିଲେ…

ନୂଆଦିଲ୍ଲୀ, ୨୮।୧୦: ନ୍ୟୁଜିଲାଣ୍ଡ ଗସ୍ତରେ ଖେଳାଯାଉଥିବା ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ୩ଟି ମ୍ୟାଚ ଜିତି ଭାରତୀୟ କ୍ରିକେଟ ଦଳ ସିରିଜରେ ଅପରାଜେୟ ଅଗ୍ରଣୀ…

ଡେରାବିଶ ବ୍ଲକ୍‌ରେ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସରକାରୀ ଅର୍ଥ ହଡ଼ପ: ସିନିୟର ଆସିଷ୍ଟାଣ୍ଟଙ୍କ ନାଁରେ ଅଭିଯୋଗ, ତଦନ୍ତ ପାଇଁ…

ଡେରାବିଶ, ୨୮।୧୦(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ୍‌ରେ ଏକ ବଡ଼ଧରଣର ସରକାରୀ ଅର୍ଥ ହେରଫେର ଓ ଦୁର୍ନୀତିର ପର୍ଦ୍ଦାଫାଶ ହୋଇଛି। ବ୍ଲକ୍‌ରେ କାର୍ଯ୍ୟରତ ସିନିୟର…

ଘୁଞ୍ଚିଲା ଆନ୍ଧ୍ର ନିର୍ବାଚନ: ପରିବର୍ତ୍ତନ ହେଲା ଭୋଟ୍-ଗଣନା ତାରିଖ, କୋଟିଆ ପଞ୍ଚାୟତରୁ ପ୍ରାର୍ଥୀ ହେଲେ ୨

ପଟ୍ଟାଙ୍ଗି, ୨୮।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ହେବାକୁ ଥିବା ଜିଲ୍ଲା ପରିଷଦ (ZPTC) ଏବଂ ସମିତି ସଭ୍ୟ (MPTC)…

ତପ୍ତପାଣି ଘାଟି ରାସ୍ତାରେ ପାହାଡ଼ି ଝରଣା ପାଣି: ୩୨୬ ନଂ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ, ଶହ ଶହ…

ଦିଗପହଣ୍ଡି, ୨୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିର ପାଳୁଖୋଳା ଗାଁ ନିକଟସ୍ଥ ୩୨୬ ନମ୍ବର ଜାତୀୟ ରାଜପଥରେ ବୁଧବାର ସକାଳୁ ପାହାଡ଼ି ଝରଣା ପାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?