ଦୁବାଇ, ୨୭ା୫ (ପି.ଟି.): ଓଭାଲଠାରେ ଆସନ୍ତା ମାସରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲର ବିଜେତା ଦଳ ପୁରସ୍କାର ବାବଦରେ ୧.୬ ନିୟୁତ ଆମେରିକୀୟ ଡଲାର ପାଇବ। ରନରଅପ୍ ଦଳ ପାଇଁ ୮,୦୦,୦୦୦ ଡଲାର ଆର୍ଥିକ ପୁରସ୍କାର ବ୍ୟବସ୍ଥା କରାଯାଇଥିବା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି। ଚାମ୍ପିୟନଶିପ୍ର ନିର୍ଣ୍ଣାୟକ ମ୍ୟାଚ ଲଣ୍ଡନସ୍ଥିତ ଦି ଓଭାଲଠାରେ ଜୁନ୍ ୭ରୁ ୧୧ ପର୍ଯ୍ୟନ୍ତ ଖେଳାଯିବ। ଜୁନ୍ ୧୨କୁ ରିଜର୍ଭ ଦିବସ ରଖାଯାଇଛି। ୨୦୧୯-୨୧ରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲରେ ପୁରସ୍କାର ରାଶି ସମାନ ରହିଥିଲା। ଅର୍ଥାତ୍ ଡବ୍ଲ୍ୟୁଟିସି ଗଦା ବ୍ୟତୀତ ମୋଟ ପୁରସ୍କାର ରାଶିିର ୩.୮ ନିୟୁତ ଡଲାର ରହିଥିଲା। ଦୁଇ ବର୍ଷ ପୂର୍ବେ ସାଉଥାମ୍ପଟନଠାରେ ଭାରତ ବିପକ୍ଷ ୬ ଦିନିଆ ଫାଇନାଲରେ ବିଜୟ ହାସଲ କରିଥିବା କେନ୍ ଓ୍ବିଲିୟମସନଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ ଏକ ଆକର୍ଷଣୀୟ ଗଦା ବ୍ୟତୀତ ୧.୬ ନିୟୁତ ଡଲାର ଆର୍ଥିକ ପୁରସ୍କାର ଲାଭ କରିଥିଲା। ଚାମ୍ପିୟନଶିପ୍ରେ ଭାଗ ନେଇଥିବା ସମସ୍ତ ୯ଟି ଦଳ ୩.୮ ନିୟୁତ ଡଲାରକୁ ବାଣ୍ଟି କରି ନେବେ। ଡବ୍ଲ୍ୟୁଟିସି ୨୦୨୧-୨୩ ଷ୍ଟାଣ୍ଡିଂରେ ତୃତୀୟ ସ୍ଥାନ ଅଧିକାର କରିଥିବା ଦକ୍ଷିଣ ଆଫ୍ରିକା ୪,୫୦,୦୦୦ ଡଲାର ପାଇବ। ଚତୁର୍ଥ ସ୍ଥାନରେ ରହିଥିବା ଇଂଲଣ୍ଡକୁ ୩,୫୦,୦୦୦ ଡଲାର ମିଳିବ। ଶ୍ରେଷ୍ଠ ଦଳଗୁଡ଼ିକ ମଧ୍ୟରେ ଦୌଡ଼ରେ ରହିଥିବା ଅନ୍ୟତମ ଦଳ ଶ୍ରୀଲଙ୍କା ୫ମ ସ୍ଥାନରେ ରହିବାରୁ ୨,୦୦,୦୦ ଡଲାର ପାଇବ। ସେହିପରି ଅବଶିଷ୍ଟ ଦଳ ନ୍ୟୁଜିଲାଣ୍ଡ (୬ଷ୍ଠ), ପାକିସ୍ତାନ (୭ମ), ଓ୍ବେଷ୍ଟଇଣ୍ଡିଜ (୮ମ) ଓ ବାଂଲାଦେଶ (୯ମ)କୁ ୧,୦୦,୦୦ ଡଲାର ଲେଖାଏ ମିଳିବ।
Ayodhya Deepotsav 2026: ଦୀପୋତ୍ସବ ପାଳନକୁ ନେଇ ଅଯୋଧ୍ୟା ଉତ୍ସବମୁଖର; ୩୦ ଲକ୍ଷ ଦୀପ ପ୍ରଜ୍ଜ୍ୱଳନ ସହ ହେବ ଇତିହାସ
ଅଯୋଧ୍ୟା,୭।୧୧: ଆଜି ଅଯୋଧ୍ୟାରେ ଦଶମ ‘ଦୀପୋତ୍ସବ’ ପାଳନ କରାଯାଉଛି। ସାକେତ କଲେଜ ଠାରେ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଜୟବୀର ସିଂହ ଦୀପୋତ୍ସବ ପାଇଁ ଉଦ୍ଦିଷ୍ଟ ଶୋଭାଯାତ୍ରା ବା…
ନ୍ୟୁଜିଲାଣ୍ଡ ମାଟିରେ ଇତିହାସ ରଚିଲେ ଗୁରନୁର: କଲେ ଏମିତି କାରନାମା
ୱେଲିଂଟନ,୭।୧୧: ଦ୍ୱିତୀୟ ଦିନିକିଆ ମ୍ୟାଚ୍ରେ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ଧରାଶାୟୀ ହୋଇଛି ନ୍ୟୁଜିଲାଣ୍ଡ। ଶନିବାର ଖେଳାଯାଉଥିବା ଏହି ମ୍ୟାଚ୍ରେ ଭାରତ ଘରୋଇ ଦଳକୁ ମାତ୍ର…
୨ ଦିନ ଧରି ନିଖୋଜ ଥିଲେ ଯବାନ, ଆଜି ଗଛରେ ଝୁଲୁଥିଲା ମୃତଦେହ, ଘଟଣାସ୍ଥଳରୁ…
ଲଖନପୁର,୭ା୧୧(ଗୌତମ ସାହୁ): ଦୁଇଦିନ ଧରି ନିଖୋଜ ଥିବା ଜଣେ ଓଏସ୍ପି ଯବାନଙ୍କ ଝୁଲନ୍ତା ମୃତଦେହକୁ ସୁନ୍ଦରଗଡ଼ ଜିଲା ହେମଗିରି ପୋଲିସ ଶନିବାର ଉଦ୍ଧାର କରିଛି। ମୃତ ଯବାନ…
ଚର୍ଚ୍ଚାରେ ଭାରତୀୟ ମହିଳା: ବିଶ୍ୱର ଶ୍ରେଷ୍ଠ ୩ ସୁନ୍ଦରୀଙ୍କ ଦେଶ ମଧ୍ୟରେ ସ୍ଥାନ ପାଇଲା ଭାରତ
ଦୁନିଆରେ ସବୁଠାରୁ ସୁନ୍ଦର ମହିଳାମାନେ କେଉଁ ଦେଶରେ ରୁହନ୍ତି? ଏହି ପ୍ରଶ୍ନ ଉପରେ ଏକ ନୂତନ ରାଙ୍କିଙ୍ଗ ସାମାନ୍ୟକୁ ଆସିଛି। ଟ୍ରାଭେଲ ପ୍ଲାଟଫର୍ମ ‘Mytour’ ୨୦ଟି ଦେଶର…
ପ୍ରଧାନଶିକ୍ଷୟିତ୍ରୀଙ୍କ ଅନୁପସ୍ଥିତି ନେଇ ଅସନ୍ତୋଷ: ସ୍କୁଲ ଫାଟକରେ ତାଲା ପକାଇଲେ ଅଭିଭାବକ
ବଞ୍ଚୋ,୭ା୧୧(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ପୌରପାଳିକାର ୧ ନମ୍ବର ଓ୍ବାର୍ଡ ଅଧୀନରେ ଥିବା ବିରିବଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ ବ୍ୟବସ୍ଥାକୁ ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ…
ମହମ୍ମଦ ଶାମି ମୋଟ ସମ୍ପତ୍ତି ଜାଣିଲେ ଉଡ଼ିଯିବ ହୋଶ୍: ଜାଣନ୍ତୁ କେତେ କୋଟିର ମାଲିକ ଏହି ଷ୍ଟାର୍ ପେସର୍
ନୂଆଦିଲ୍ଲୀ,୭।୧୧:ଭାରତୀୟ କ୍ରିକେଟ୍ର ଅନ୍ୟତମ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି ଟେଷ୍ଟ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି। ଦୀର୍ଘ ଦିନ ଧରି ଭାରତୀୟ ଟେଷ୍ଟ ଦଳକୁ ଫେରିବା…
ଦିନିକିଆ କ୍ରିକେଟ ଇତିହାସରେ ନ୍ୟୁଜିଲ୍ୟାଣ୍ଡର ସବୁଠାରୁ କମ ସ୍କୋର; ଗୁରନୁର ବ୍ରାରଙ୍କ ଘାତକ ବୋଲିଂ
ନୂଆଦିଲ୍ଲୀ,୭।୧୧: ଟେଷ୍ଟ ମ୍ୟାଚ ଶୈଳୀରେ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ଡ ୧୩୪ ରନ ସଂଗ୍ରହ କରିଛି। ବର୍ଷା କାରଣରୁ ଖେଳ ଆରମ୍ଭ ହେବାରେ ବିଳମ୍ବ ହୋଇଥିଲା ଏବଂ ପରବର୍ତ୍ତୀ…
IND vs NZ 2nd ODI: ଭାରତୀୟ ବୋଲରଙ୍କ ଜବରଦସ୍ତ ପ୍ରତ୍ୟାବର୍ତ୍ତନ; ୧୩୪ ରନରେ ଅଲଆଉଟ ହେଲା ନ୍ୟୁଜିଲ୍ୟାଣ୍ଡ
ନୂଆଦିଲ୍ଲୀ,୭।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚରେ ଭାରତୀୟ ଦଳ ଚମତ୍କାର ବୋଲିଂ ପ୍ରଦର୍ଶନ କରି ନ୍ୟୁଜିଲ୍ୟାଣ୍ଡକୁ ମାତ୍ର ୧୩୪ ରନରେ ଅଲଆଉଟ କରିଦେଇଛି, ଫଳରେ ଭାରତକୁ…

