ଜିଏସ୍‌ଟି ପଞ୍ଜୀକରଣ ହରାଇଲେ ୧.୬ ଲକ୍ଷ ସଂସ୍ଥା

ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ବ୍ୟବସ୍ଥାରେ ୧.୬ ଲକ୍ଷ ସଂସ୍ଥା ପଞ୍ଜୀକରଣ ହରାଇଛନ୍ତି। ୬ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଏହି ସଂସ୍ଥାଗୁଡିକ ରିଟର୍ନ ଫାଇଲ କରି ନ ଥିଲେ। ଫଳରେ ଟିକସ କର୍ତ୍ତୃପକ୍ଷ ଏମାନଙ୍କ ପଞ୍ଜୀକରଣକୁ ରଦ୍ଦ କରିଥିବା ଶନିବାର ଜଣାପଡିଛି। ସେହିଭଳି ଜାଲିଆତି କରି ରିଫଣ୍ଡ ପାଇବା ଲାଗି କିଛି ସଂସ୍ଥା କାରସାଦି କରିଥିବା ନଜରକୁ ଆସିଛି। ଟିକସ ଫାଇଲିଂରେ ବିଭିନ୍ନ ଅନିୟମିତତା ଅଭିଯୋଗରେ ୧୩୨ ଜଣ ଗିରଫ ହୋଇଛନ୍ତି। ଗତ ମାସେ ମଧ୍ୟରେ ଏଭଳି ଘଟଣା ସାମ୍ନାକୁ ଆସିଛି। ସାରା ଦେଶରେ ଅପରେଶନ ଦ୍ୱାରା ଏଭଳି ଘଟଣାର ପର୍ଦ୍ଦାଫାଶ ହୋଇଛି।
ବେଆଇନ ଜାଲ୍‌ ଇନ୍‌ପୁଟ ଟାସ୍କ କ୍ରେଡିଟ ସୁବିଧା କରାଇଦେବା ଅଭିଯୋଗରେ ୪ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏବଂ ଜଣେ ମହିଳାଙ୍କ ଗିରଫ ଭଳି ଘଟଣା ମଧ୍ୟ ନଜରକୁ ଆସିଛି। ନଭେମ୍ବର ମଧ୍ୟ ଭାଗରୁ ଏଭଳି ବିଭିନ୍ନ ୧୪୩୦ ମାମଲା ଦାୟର ହୋଇଛି। ୪୫୮୬ ସଂସ୍ଥା ଜାଲ୍‌ ବୋଲି ଜଣାପଡିଛି। ଏଭଳି ବିଭିନ୍ନ ଘଟଣାକୁ ନଜରରେ ରଖି ୧.୬ ଲକ୍ଷ ସଂସ୍ଥାଙ୍କ ପଞ୍ଜୀକରଣ ବାତିଲ କରାଯାଇଥିବା ଶନିବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସୂଚନାଯୋଗ୍ୟ, ୧.୨ କୋଟିରୁ ଊର୍ଦ୍ଧ୍ୱ ସଂସ୍ଥା ଜିଏସ୍‌ଟି ଅଧୀନରେ ପଞ୍ଜୀକୃତ ଅଛନ୍ତି।
ଜଣେ ଅଧିକାରୀ କହିଛନ୍ତି ଯେ, ଜିଏସ୍‌ଟିଏନ୍‌ରେ ପଞ୍ଜୀକରଣ କରିଥିବା ସଂସ୍ଥାଗୁଡିକ ମଧ୍ୟରୁ ଯେଉଁଗୁଡିକ ୬ ମାସରୁ ଊର୍ଦ୍ଧ୍ୱ ସମୟ ହେବ ରିଟର୍ନ ଫାଇଲ କରିନାହାନ୍ତି ସେଗୁଡିକୁ ପ୍ରଥମେ ନୋଟିସ ଦିଆଯାଇଥିଲା। ଏହା ପରେ ପଞ୍ଜୀକରଣ ବାତିଲ କରାଯାଇଛି। ଏହା ଷ୍ଟାଣ୍ଡାର୍ଡ ପ୍ରୋସେଜିଅର ବୋଲି ଅଧିକାରୀ ମତ ରଖିଛନ୍ତି। ସେହିଭଳି ଆଉ ୨୮,୬୩୫ ଟିକସଦାତା ଜିଏସ୍‌ଟି ଆର୍‌ ୩ବି ଫାଇଲ କରିନାହାନ୍ତି। ୬ ମାସରୁ ଊର୍ଦ୍ଧ୍ୱ ସମୟ ହେବ ଏହି ସଂସ୍ଥାଗୁଡିକ ରିଟର୍ନ ଭରି ନାହାନ୍ତି। ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଜିଏସ୍‌ଟି କମିଶନରଙ୍କୁ କୁହାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri