ପିଅନ ପଦବୀ ପାଇଁ ୧୫ ଲକ୍ଷ ଆବେଦନ,ଏମ୍‌ଫିଲ୍‌ ଡିଗ୍ରୀ ଥିବା ଯୁବବର୍ଗ ବି ସାମିଲ୍‌…

ଲାହୋର,୨୮।୯: ପାକିସ୍ତାନରେ ଏବେ ବେକାରଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଦେଶର ବେକାରଙ୍କ ସଂଖ୍ୟା ୬.୫ ପ୍ରତିଶତ ରହିଥିବା ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ କହୁଥିବାବେଳେ ପ୍ରକୃତ ତଥ୍ୟ କିନ୍ତୁ ଏହାର ଓଲଟା ହୋଇଛି। ଦେଶରେ ୧୬ ପ୍ରତିଶତ ବେକାର ରହିଛନ୍ତି। ଧୀରେଧୀରେ ଏଭଳି ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଫଳରେ ବେରୋଜଗାର ସ୍ଥିତି ଭୟଙ୍କର ହେବାରେ ଲାଗିଛି।

ସରକାରୀ ନୀତିର ଅପାରଗତା ଏବଂ କରୋନା ମହାମାରୀ ଯୋଗୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। ଦେଶର ୨୪ ପ୍ରତିଶତ ଶିକ୍ଷିତ ଏବେ ବେକାର ହୋଇ ବସି ରହିଛନ୍ତି ବୋଲି ପାକିସ୍ତାନ ଇନଷ୍ଟିଚ୍ୟୁଟ ଅଫ୍‌ ଡେଭଲପ୍‌ମେଣ୍ଟ୍‌ ଇକୋନୋମିକ୍ସ୍‌(ପିଆଇଡିଇ) ପକ୍ଷରୁ ପ୍ରକାଶିତ ହୋଇଥିବା ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ସମ୍ପ୍ରତି ଏକ ପିଅନ ପଦବୀ ପାଇଁ ୧୫ ଲକ୍ଷ ବେକାର ଯୁବବର୍ଗ ଆବେଦନ କରିଥିବା ଖବର ପାକିସ୍ତାନ ଗଣମାଧ୍ୟମ ସଂସ୍ଥାରେ ପ୍ରକାଶ ପାଇଛି। ପିଅନ ପଦବୀ ପାଇଁ ଏମ୍‌ଫିଲ୍‌ ଡିଗ୍ରୀଧାରୀ ଯୁବକମାନେ ମଧ୍‌ୟ ଆବେଦନ କରିଛନ୍ତି। ଏହି ଘଟଣା ଏବେ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏହାଦ୍ୱାରା ଇମ୍ରାନ୍‌ଙ୍କ ମିଛ ଧରା ପଡ଼ିଯାଇଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଯାତ୍ରା ପୂର୍ବରୁ ହୋମୱାର୍କ କରିବା ଆବଶ୍ୟକ: ନେପାଳ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ,୨୩।୪: ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ଆସନ୍ତା ମାସରେ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଗସ୍ତ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା...

ଇମ୍ରାନ୍‌ଙ୍କ ସମସ୍ୟା ବଢ଼ିଲା: କ୍ଷମତାଚ୍ୟୁତ ପାଇଁ ବିରୋଧୀ ଏକଜୁଟ

ଇସଲାମାବାଦ୍‌, ୧୯।୧୦: ପାକିସ୍ତାନରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ସରକାର ଲାଗି ସମସ୍ୟା ବଢ଼ିବାରେ ଲାଗିଛି। ଇମ୍ରାନ୍‌ଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ବିରୋଧୀ ଦଳଗୁଡ଼ିକ ଏକଜୁଟ ହେବାରେ...

ଧନୀ ରାଷ୍ଟ୍ରଙ୍କୁ ଦୋମୁହାଁ କହିଲେ ବେସିକ୍‌ ଗ୍ରୁପ୍‌

ନୂଆଦିଲ୍ଲୀ,୧୭।୧୧(ପି.ଟି.): ଇଜିପ୍ଟରେ ଚାଲିଥିବା ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମିଟ୍‌ (କୋପ୍‌୨୭)ରେ ଭାରତ, ଚାଇନା, ବ୍ରାଜିଲ ଏବଂ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ସଂଗଠନ (ବେସିକ୍‌ ଗ୍ରୁପ୍‌)...

ରାଜତନ୍ତ୍ର ବିରୋଧୀଙ୍କୁ ୪୩ ବର୍ଷ ଜେଲ

ବ୍ୟାଙ୍କକ୍‌, ୨୦ା୧: ରାଜତନ୍ତ୍ର ଓ ରାଜ ପରିବାରକୁ ଅପମାନିତ କରିଥିବା ଥାଇଲାଣ୍ଡର ଜଣେ ମହିଳାଙ୍କୁ ମଙ୍ଗଳବାର ୪୩ ବର୍ଷ ଜେଲଦଣ୍ଡ ହୋଇଛି। ଦେଶର ଲେଜି ମାଜେଷ୍ଟି...

ଡ୍ରୋନ୍ ଆକ୍ରମଣର ଅଭିଯୋଗ ଆଣିଲା ରୁଷିଆ, ୟୁକ୍ରେନ ଦେଲା ଚେତବାନୀ

ମସ୍କୋ/କ୍ୱିଭ,୩୦ ।୧୦: ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ଶନିବାର ୟୁକ୍ରେନ୍ ଉପରେ ବଡ ଅଭିଯୋଗ ଆଣିଛି । ରୁଷିଆ କହିଛି ୟୁକ୍ରେନ କ୍ରିମିୟାର ସବୁଠାରୁ ବଡ ସହର...

ନେପାଳରେ ଦେଉବା ସରକାର

କାଠମାଣ୍ଡୁ, ୧୪ା୭: ନେପାଳୀ କଂଗ୍ରେସ ଅଧ୍ୟକ୍ଷ ଶେର ବାହାଦୁର ଦେଉବା ମଙ୍ଗଳବାର ୫ମ ଥର ପାଇଁ ନେପାଳର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଷ୍ଟ୍ରପତି...

ବ୍ରିଫ୍‌କେସ୍‌କୁ ବିବାହ କଲେ ଏହି ଯୁବତୀ: ପ୍ରେମକାହାଣୀ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଅନେକ ରୋଚକ ପ୍ରେମ କାହାଣୀ ବିଷୟରେ ଆପଣ ଜାଣିଥିବେ ଏବଂ ଶୁଣିଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଥିବା ଏହି ପ୍ରେମ କାହାଣୀ ସମ୍ପୂର୍ଣ୍ଣ...

ପାକିସ୍ତାନରେ ୧୫୦ ବର୍ଷର ମନ୍ଦିର ଭାଙ୍ଗିଲା

କରାଚି, ୧୭।୭: ପାକିସ୍ତାନରେ ୨୪ ଘଣ୍ଟା ମଧ୍ୟରେ ୨ଟି ମନ୍ଦିର ଉପରେ ଆକ୍ରମଣ ହୋଇଛି। ଶନିବାର କରାଚିଠାରେ ଥିବା ୧୫୦ ବର୍ଷ ପୁରୁଣା ମନ୍ଦିରକୁ ଭାଙ୍ଗି...

Advertisement
Archives

Model This Week