Posted inଜାତୀୟ

୧.୨୬ ଲକ୍ଷ କୋଟିର ୧୧୬ ପରିଯୋଜନା ହେବ ବନ୍ଦ!…

ନୂଆଦିଲ୍ଲୀ,୮।୧୧ : ଦେଶରେ ଜାରି ରହିଥିବା ୧.୨୬ ଲକ୍ଷ କୋଟି ଟଙ୍କାର ୧୧୬ ଭିତ୍ତିଭୂମି ପ୍ରକଳ୍ପ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିବାଦ, ଜମି ଅଧିଗ୍ରହଣ ଏବଂ ଅମଲାତନ୍ତ୍ରର ଉଦାସୀନତା ଯୋଗୁ ଅନେକ ବର୍ଷ ପଡ଼ି ରହିଛି। ସେସବୁ ପରିଯୋଜନାକୁ ଶୀଘ୍ର ବନ୍ଦ କରାଯାଇପାରେ। ଏହି ଯୋଜନାଗୁଡିକରେ ସରକାର ଏପର୍ଯ୍ୟନ୍ତ ୨୦,୩୧୧ କୋଟି ଟଙ୍କାର ପୁଞ୍ଜି ବ୍ୟୟ କରିଛନ୍ତି। କିନ୍ତୁ ଯୋଜନାଗୁଡିକ ଗତିଶୀଳ ହେଉ ନଥିବା ବୋଲି ଦେଖି ବର୍ତ୍ତମାନ ସରକାର ସେସବୁକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ମନସ୍ଥ କରୁଛନ୍ତି।

ନୀତି ଆୟୋଗ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏକ ଆଭ୍ୟନ୍ତରୀଣ ରିପୋର୍ଟ ଅନୁଯାୟୀ ଆୟୋଗ ପ୍ରାୟ ୧୧୬ ଟି ପ୍ରକଳ୍ପ ଚିହ୍ନଟ କରିଛନ୍ତି ଯାହା ବନ୍ଦ କିମ୍ବା ବାତିଲ ପାଇଁ ବିଚାର କରାଯାଉଛି। ଏହି ପ୍ରକଳ୍ପଗୁଡିକ ମଧ୍ୟରେ କେତେକ ରେଳ ଏବଂ ସଡକ କ୍ଷେତ୍ର ସହିତ ଜଡିତ ପରିଯୋଜନା ରହିଛି। ରେଳବାଇର ୫୦ ଟି ପ୍ରକଳ୍ପ ସ୍ଥଗିତ ରଖାଯିବ। ସେଥିମଧ୍ୟରୁ କିଛି ୪୦ ବର୍ଷ ପୂର୍ବେ ଅନୁମୋଦିତ ହୋଇଥିଲା। ୧୫କୁ ବର୍ତ୍ତମାନ ସୁଦ୍ଧା ମଞ୍ଜୁରୀ ମଧ୍ୟ ମିଳିନାହିଁ। ସେହିଭଳି ସଡକ କ୍ଷେତ୍ରର ୩୩ଟି ପ୍ରକଳ୍ପ ବନ୍ଦ କିମ୍ବା ସ୍ଥଗିତ ହୋଇପାରେ।

ରିପୋର୍ଟରେ ଦର୍ଶାଯାଇଛି ଯେ ଅଟକି ରହିଥିବା ରେଳ ପ୍ରକଳ୍ପର ମୂଲ୍ୟ ୪୯ ପ୍ରତିଶତ ବୃଦ୍ଧି ହୋଇ ୮୮,୩୭୩ କୋଟିରେ ପହଞ୍ଚିଛି। ରେଳବାଇର ୭୨ ଟି ପ୍ରକଳ୍ପରେ ଏପର୍ଯ୍ୟନ୍ତ ୮,୫୦୦ କୋଟିରୁ ଅଧିକ ପୁଞ୍ଜି ଖର୍ଚ୍ଚ ହୋଇଛି। ସେହିଭଳି ସଡକ ପରିବହନ ଏବଂ ରାଜପଥର ୩୩ଟି ପ୍ରକଳ୍ପ ଦୀର୍ଘ ସମୟ ଧରି ବିଚାରାଧୀନ ଅଛି। ଯାହାର ମୂଲ୍ୟ ୬ ପ୍ରତିଶତ ବୃଦ୍ଧି ପାଇଛି। ଏହି ପ୍ରକଳ୍ପଗୁଡିକ ପାଇଁ ଏପର୍ଯ୍ୟନ୍ତ ୧୧,୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ବାସ୍ତବରେ, ଆୟୋଗ ବନ୍ଦ କରିବାକୁ ଚିନ୍ତା କରୁଥିବା ୧୧୬ ଟି ପ୍ରକଳ୍ପ ମଧ୍ୟରୁ ୫୫ରୁ ଅଧିକ ପ୍ରକଳ୍ପ ଉପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଜମି ଅଧିଗ୍ରହଣ ବିବାଦ ଚାଲିଛି। ଅଥଚ ଅମଲାତନ୍ତ୍ରର ଉଦାସୀନ ମନୋଭାବ ଯୋଗୁୁ ଏହି ଯୋଜନାଗୁଡିକ ଅଟକି ରହିଛି। ଆୟୋଗର ରିପୋର୍ଟରେ ସମ୍ପୃକ୍ତ ମନ୍ତ୍ରଣାଳୟମାନେ ମଧ୍ୟ ରାଜ୍ୟ ସରକାର ଜମି ଅଧିଗ୍ରହଣ ପାଇଁ ଅନୁମୋଦନ ଦେଉ ନାହାଁନ୍ତି କିମ୍ବା ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁନାହାଁନ୍ତି।

୨୦୨୩ ଆର୍ଥିକ ବର୍ଷରେ ବଜେଟରେ କେନ୍ଦ୍ର ସରକାର ରେଳ ଏବଂ ସଡ଼କ ପରିବହନ ବିଭାଗକୁ ନୂତନ ଭିତ୍ତିଭୂମି ପ୍ରକଳ୍ପର ବିକାଶ ପାଇଁ ସର୍ବାଧିକ ପରିମାଣର ଅର୍ଥ ଆବଣ୍ଟନ କରିଥିଲେ। କିନ୍ତୁ ଦଶନ୍ଧି ଧରି ବିଚାରାଧୀନ ପ୍ରକଳ୍ପଗୁଡିକରେ ଟଙ୍କା ବୁଡ଼ିବା ମଧ୍ୟ ଆର୍ଥିକ ଚିନ୍ତା ବଢ଼ାଇଛି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରୁ ଅଧିକାଂଶ ନୂତନ ପ୍ରକଳ୍ପ ଦ୍ୱାରା ବଦଳାଯାଇପାରିବ। ଅନେକ ପ୍ରକଳ୍ପରେ ବିଳମ୍ବ ହେତୁ ସେମାନଙ୍କର ମୂଲ୍ୟ ମଧ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri