କେନ୍ଦ୍ରାପଡ଼ା ଜିଲାରେ ଟିକା ଅପେକ୍ଷାରେ ୧୧ ଲକ୍ଷ ଲୋକ

କେନ୍ଦ୍ରାପଡ଼ା ଅଫିସ,୩୦୪:ରାଜ୍ୟର ୧୧ ଜିଲା ପରି କେନ୍ଦ୍ରାପଡ଼ା ଜିଲାରେ କୋଭିଡ୍‌-୧୯ ଟିକାକରଣ ଗୁରୁବାର ବନ୍ଦ ରହିଛି। ଟିକା ନ ଥିବାରୁ ଟିକାକରଣ ହୋଇ ପାରିନାହିଁ। ତଥ୍ୟ ଅନୁଯାୟୀ, ଜିଲାର ପ୍ରାୟ ୧୧ ଲକ୍ଷ ଲୋକ ଟିକାକରଣ ଅପେକ୍ଷାରେ ଅଛନ୍ତି। ଅପରପକ୍ଷରେ ଟିକା ନେଉଥିବା ବ୍ୟକ୍ତି ମାସେ ପର୍ଯ୍ୟନ୍ତ ରକ୍ତଦାନ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି, ଯାହା ରକ୍ତଦାନ କାର୍ଯ୍ୟକ୍ରମକୁ ପ୍ରଭାବିତ କରିବ ବୋଲି ଆଲୋଚନା ହେଉଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ମାତ୍ର ୧୦ ଦିନ ପାଇଁ ରକ୍ତ ଗଚ୍ଛିତ ଥିବା ସୂଚନା ମିଳିଛି। ତେଣୁ ଟିକା ନେବା ପୂର୍ବରୁ ଯୁବବର୍ଗ ରକ୍ତଦାନ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ଆହ୍ବାନ ଦିଆଯାଇଛି।
କରୋନା ଦ୍ୱିତୀୟ ଲହରର ଗ୍ରାଫ୍‌ ଜିଲାରେ ୧୨ଦିନ ଧରି କ୍ରମାଗତ ଭାବେ ଉପରକୁ ଯାଉଥିବାରୁ ଟିକା ନେବା ପାଇଁ ଜିଲାବାସୀ ଅଧିକ ଆଗ୍ରହୀ ହୋଇଛନ୍ତି। ଗତ ୧୩ରୁ ୨୬ ତାରିଖ ପର୍ଯ୍ୟନ୍ତ ୫୦ ସଂଖ୍ୟା ମଧ୍ୟରେ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଦୁଇଦିନ ଧରି ଏହାର ଗ୍ରାଫ୍‌ ବଢ଼ିଚାଲିଛି। ରିପୋର୍ଟ ଲେଖା ପର୍ଯ୍ୟନ୍ତ ଜିଲାରେ ଚିହ୍ନଟ ସଂକ୍ରମିତଙ୍କ ସଂଖ୍ୟା ୯,୮୭୪ ହୋଇଥିବା ବେଳେ ୯,୩୭୬ ସୁସ୍ଥ ହୋଇଛନ୍ତି। ୪୬୮ଜଣ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି। ଜିଲାର ଲୋକସଂଖ୍ୟା ୧୬ ଲକ୍ଷରୁ ଅଧିକ। ଏଥିମଧ୍ୟରୁ ୧୨,୧୦,୨୩୫ ଜଣ ୧୮ ବର୍ଷରୁ ଊର୍ଦ୍ଧ୍ୱ। ଜିଲାକୁ ୧,୭୭,୦୦୦ ଡୋଜ୍‌ ଟିକା ଅଦ୍ୟାବଧି ଆସିଥିବା ବେଳେ ୩୪ ହଜାର ଲୋକଙ୍କୁ ସମ୍ପୂର୍ଣ୍ଣ ଦୁଇ ଡୋଜ୍‌ ଲେଖାଏ ଦିଆଯାଇଛି। ଗତ ଜାନୁୟାରୀ ୧୬ରୁ ଆରମ୍ଭ ହୋଇଥିବା ଏହି ଟିକାକରଣରେ କୋଭିଡ୍‌ ଯୋଦ୍ଧାଙ୍କ ସମେତ ଅଦ୍ୟାବଧି ୬୦ ବର୍ଷରୁ ଊର୍ଦ୍ଧ୍ୱ ୯୩ ହଜାର ଲୋକଙ୍କୁ ଟିକା ଦିଆଯାଇଛି। ସେହିପରି ଟିକାକରଣର ତୃତୀୟ ପର୍ଯ୍ୟାୟରେ ୪୫ ବର୍ଷରୁ ୬୦ ମଧ୍ୟରେ ଥିବା ୬୦,୦୦୦ ଲୋକଙ୍କୁ ପ୍ରଥମ ଡୋଜ୍‌ ଟିକାକରଣ ହୋଇଛି। ପ୍ରାୟ ୧୧ ଲକ୍ଷ ଲୋକ ଟିକା ପାଇଁ ଅପେକ୍ଷା କରିଥିବା ତଥ୍ୟରୁ ସୂଚନା ମିଳିଛି। ଅପରପକ୍ଷରେ ଆସନ୍ତା ମେ ୧ରୁ ୧୮ରୁ ୪୫ ବର୍ଷ ମଧ୍ୟରେ ଥିବା ଯୁବବର୍ଗଙ୍କୁ ଟିକାକରଣ ହେବ ବୋଲି ଘୋଷଣା ହୋଇଛି। ସେହିପରି ଟିକାକରଣ ପରେ ମାସେ ପର୍ଯ୍ୟନ୍ତ ରକ୍ତଦାନ ହେବନାହିଁ। ଏହା ରକ୍ତ ସଂଗ୍ରହରେ ବାଧା ସୃଷ୍ଟି କରିବ ବୋଲି ସୂଚନା ମିଳିଛି। କେନ୍ଦ୍ରାପଡ଼ା ଜିଲାରେ ବର୍ଷକୁ ପ୍ରାୟ ୫ ହଜାର ୟୁନିଟ୍‌ର ରକ୍ତ ଆବଶ୍ୟକ ଅଛି। ଟିକାକରଣର ସମୟ ସହିତ ମେଳ କଲେ ଆସନ୍ତା ମେ, ଜୁନ, ଜୁଲାଇ ଓ ଅଗଷ୍ଟ ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ବ୍ୟାହତ ହେବ। ୨୦୨୦ ମେ’ରେ ୯ଟି କ୍ୟାମ୍ପ ମାଧ୍ୟମରେ ୩୭୩ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିଲା। ସେହିପରି ଜୁନ୍‌ରେ ୭ଟି କ୍ୟାମ୍ପ୍‌ରୁ ୩୦୧, ଜୁଲାଇରେ ୧୦ଟି କ୍ୟାମ୍ପ୍‌ରୁ ୪୫୨ ୟୁନିଟ୍‌ ଓ ଅଗଷ୍ଟରେ ୧୧ଟି କ୍ୟାମ୍ପ୍‌ ମାଧ୍ୟମରେ ୪୮୨ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିଲା। ଦୈନିକ ୨୦ରୁ ୨୨ଟି ରକ୍ତ ଜିଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବହାର ହେଉଥିବା ବେଳେ ଆଗାମୀ ୧୦ ଦିନ ପାଇଁ ରେଡ୍‌କ୍ରସରେ ରକ୍ତ ଗଚ୍ଛିତ ଥିବା ଜଣାପଡିଛି। ଯୁବବର୍ଗ ଟିକାକରଣ ପୂର୍ବରୁ ରକ୍ତଦାନ କଲେ ଆବଶ୍ୟକ ମୁତାବକ ରକ୍ତ ରୋଗୀଙ୍କୁ ମିଳିପାରିବ ବୋଲି ବୁଦ୍ଧିଜୀବୀ, ସ୍ବେଚ୍ଛାସେବୀ ସଙ୍ଗଠନକୁ ଉପଜିଲାପାଳ ନିରଞ୍ଜନ ବେହେରା ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri