ୱାର୍ଡ଼ ବୁଲି ସମସ୍ୟା ବୁଝିଲେ ବିଧାୟକ

ବାଲେଶ୍ୱର ଅଫିସ,୨୨।୬-ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତ ଗୁରୁବାର ସନ୍ଧ୍ୟାରେ ପୌରାଞ୍ଚଳର ୫ ଓ ୭ନମ୍ବର ୱାର୍ଡ଼ ପରିଦର୍ଶନ କରିଥିଲେ। ଉକ୍ତ ୱାର୍ଡ଼ଗୁଡିକରେ ଥିବା ପାନୀୟଜଳ, ପୋଖରୀ ପୁନରୁଦ୍ଧାର, ରାସ୍ତା ନବୀକରଣ, ଡ୍ରେନ ନିର୍ମାଣର ସମସ୍ୟା ସ୍ଥାନୀୟ ବାସିନ୍ଦାଙ୍କଠାରୁ ଅବଗତ ହେବା ସହ ଏହାର ଯଥାଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଅଞ୍ଚଳବାସୀ ବିଧାୟକ ଦତ୍ତଙ୍କୁ ସ୍ବାଗତସମ୍ବର୍ଦ୍ଧନା ପୂର୍ବକ ଯୁବନେତା ସନ୍ଦୀପ୍ତ ଦାସଙ୍କ ଆବାହକତ୍ୱରେ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରିଥିଲେ। ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଗଗନଚନ୍ଦ୍ର ମହାନ୍ତି ଅଧ୍ୟକ୍ଷତା କରିଥିବା ବେଳେ ପୂର୍ବତନ କାଉନସିଲର ସୁବ୍ରତ ଦାସ ପରିଚାଳନା କରିଥିଲେ। ବିଶେଷ କରି ଏହି ଅଞ୍ଚଳରେ ବର୍ଦ୍ଧିତ ପରିବାର ସଂଖ୍ୟାନୁସାରେ ପାନୀୟଜଳ ପର୍ଯ୍ୟାପ୍ତ ନ ହେବା, ମଣ୍ଡଳବଗିଚା ପୋଖରୀ ପୁନରୁଦ୍ଧାର ଓ ଏହି ଦୁଇ ୱାର୍ଡ଼ର ରାସ୍ତା ନବୀକରଣ ସହିତ ପାର୍ଶ୍ୱସ୍ଥ ଡ୍ରେନ୍‌ ନିର୍ମାଣ ଆବଶ୍ୟକତା ସମ୍ପର୍କରେ ଗ୍ରାମବାସୀ ବିଧାୟକଙ୍କୁ ଅବଗତ କରିଥିଲେ। ସହରର ସର୍ବାଙ୍ଗୀନ ବିକାଶ ପାଇଁ ଅମୃତ ଯୋଜନାରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ପୌର କର୍ତ୍ତୃପକ୍ଷ ଓ ନିର୍ବାଚିତ ପରିଷଦଙ୍କର ଏହି ଦୁଇ ୱାର୍ଡ଼ ପ୍ରତି ଟିକିଏ ବି ଦୃଷ୍ଟି ଦେଇ ନ ଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ବିଧାୟକ ସ୍ଥାନୀୟ ବାସିନ୍ଦାଙ୍କଠାରୁ ସମସ୍ୟା ସମ୍ପର୍କରେ ବୁଝିବା ସହ ଏ ଅଞ୍ଚଳରେ ଖୁବ୍‌ଶୀଘ୍ର ଏକ ପାନୀୟଜଳ ପମ୍ପ୍‌ହାଉସ ନିର୍ମାଣ କରିବା ଏବଂ ସହର ରାସ୍ତା ନବୀକରଣ, ଡ୍ରେନ ନିର୍ମାଣକୁ ସେ ଅଗ୍ରାଧିକାର ଦେବା ଓ ଆସନ୍ତା ଖରାଦିନରେ ପୋଖରୀ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିବେ ବୋଲି ବିଧାୟକ ଦତ୍ତ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ଅଞ୍ଚଳବାସୀଙ୍କ ପକ୍ଷରୁ ବିଧାୟକ ଦତ୍ତଙ୍କ ସମେତ ତାଙ୍କର ସହଯୋଗୀ ସୀତାକାନ୍ତ ସ୍ବାଇଁ, ଗୌରାଙ୍ଗ ଦାସ, ଧୀରଜ ମହାନ୍ତି, ବିକାଶ ପାଢ଼ୀ, ଚିତ୍ତରଞ୍ଜନ ପଣ୍ଡା, ଅନନ୍ତ ନାୟକ, ଅରୂପ ଜେନା ପ୍ରମୁଖ ଦଳୀୟ କର୍ମକର୍ତ୍ତାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ନାରାୟଣ ନନ୍ଦୀ, ନିଖିଲ ଆଶ, ରାମଶ୍ୟାମ ସେନ୍‌, ଶ୍ୟାମଳ କୃଷ୍ଣ ଦେ, ଶେଖ ଜବାର, ଲକ୍ଷ୍ମଣ ବେହେରା କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ଦୁଇ ୱାର୍ଡ଼ ଅନ୍ତର୍ଗତ ଅକତପୁର, ମଣ୍ଡଳବଜାର, ମାନସିଂବଜାର, ହେମକାପଦା, ମଛୁଆସାହି ପ୍ରଭୃତି ଅଞ୍ଚଳରୁ ବହୁ ଗ୍ରାମବାସୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri