Categories: ଖେଳ

୯୯ବର୍ଷୀୟ ପୂର୍ବତନ ରଣ୍‌ଜୀ ଖେଳାଳିଙ୍କୁ ଭେଟିଲେ ତେନ୍ଦୁଲକର, ଓ୍ବ

ମୁମ୍ବାଇ, ୧୪ା୧(ପି.ଟି.)- କ୍ରିକେଟ ଆଇକନ୍‌ ସଚିନ ତେନ୍ଦୁଲକର ଏବଂ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍‌ ଓ୍ବ ସୋମବାର ବସନ୍ତ ରାଇଜୀଙ୍କୁ ଭେଟିଛନ୍ତି। ବର୍ତ୍ତମାନ ଜୀବିତ ଥିବା ପୂର୍ବତନ ରଣ୍‌ଜୀ ଖେଳାଳିଙ୍କ ମଧ୍ୟରେ ରାଇଜୀ ହେଉଛନ୍ତି ସବୁଠାରୁ ବୟସ୍କ। ତାଙ୍କୁ ବର୍ତ୍ତମାନ ୯୯ ବର୍ଷ। ସେ ଜଣେ ଡାହାଣହାତୀ ବ୍ୟାଟ୍ସମ୍ୟାନ ଥିଲେ। ୧୯୪୦ ଦଶକରେ ସେ ୯ ପ୍ରଥମଶ୍ରେଣୀ ମ୍ୟାଚ୍‌ ଖେଳି ମୋଟ୍‌ ୨୭୭ ରନ୍‌ ସଂଗ୍ରହ କରିଥିଲେ। ତାଙ୍କର ସର୍ବୋଚ୍ଚ ସ୍କୋର ରହିଛି ୬୮ ରନ୍‌। ଚଳିତ ମାସରେ ସେ ୧୦୦ ବର୍ଷରେ ପଦାର୍ପଣ କରିବେ। ତେନ୍ଦୁଲକର ଏବଂ ଓ୍ବ ସାଉଥ୍‌ ମୁମ୍ବାଇ ଅନ୍ତର୍ଗତ ଓ୍ବାକେଶ୍ୱର ଏରିଆରେ ରାଇଜୀଙ୍କ ବାସଭବନକୁ ଯାଇ ତାଙ୍କୁ ଭେଟିଥିଲେ। ରାଇଜୀ ଆହୁରି ମଧ୍ୟ ଜଣେ କ୍ରିକେଟ ହିଷ୍ଟୋରିଆନ୍‌। ତାଙ୍କୁ ଯେତେବେଳେ ମାତ୍ର ୧୩ ବର୍ଷ ବୟସ ହୋଇଥିଲା ଭାରତ ବମ୍ବେ ଜିମ୍‌ଖାନ୍ନାଠାରେ ଏହାର ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିଥିଲା।

Share