୯୮ କିଲୋ ଗଞ୍ଜେଇ, ସ୍କର୍ପିଓ ଜବତ

ସୋନପୁର,୨୮।୮(ନି.ପ୍ର.) – ସୁବର୍ଣ୍ଣପୁର ଜିଲା ଅବକାରୀ ମୋବାଇଲ ଟିମ୍‌ ପକ୍ଷରୁ ତେଲନଦୀ ବ୍ରିଜ୍‌ ପାର୍ଶ୍ୱରେ ଶନିବାର ଚଢାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି। ଗଞ୍ଜେଇ ଚୋରା ଚାଲାଣରେ ବ୍ୟବହୃତ ଏକ ନୂଆ ସ୍କର୍ପିଓ ମଧ୍ୟ ଜବତ ହୋଇଛି। ଏହି ଘଟଣାରେ ବ୍ୟବସାୟୀ ଛତିଶଗଡର ଜଞ୍ଜଗିରଚପା ଜିଲା ମାଲଖୋରୋଦା ଗ୍ରାମର ଭୋଜରାମ ପଙ୍କେଇ(୩୨)ଙ୍କୁ ଗିରଫ କରାଯାଇଛି। ଶନିବାର ତାଙ୍କୁ କୋର୍ଟଚାଲାଣ କରାଯାଇଛି। ତେବେ ସ୍କର୍ପିଓ ଡ୍ରାଇଭର ଛତିଶଗଡ ରାୟଗଡର ରାଜୁ ଯାଦବ ଫେରାର ହୋଇଯାଇଛନ୍ତି। ସେହିଭଳି ଗଞ୍ଜେଇ ଗାଡିକୁ ଆଗରେ ଏସକର୍ଟ ଦେଇ ଯାଉଥିବା ଅନ୍ୟ ଏକ ଗାଡି ଖସି ଯିବାରେ ସକ୍ଷମ ହୋଇଛି। ଅବକାରୀ ବିଭାଗର ତନଖି ସମୟରେ ସ୍କର୍ପିଓରୁ ୧୦୦ଟି ପ୍ୟାକେଟ୍‌ରେ ଥିବା ୯୮ କିଲୋ ଗଞ୍ଜେଇ ମିଳିଛି। ଗଞ୍ଜେଇ ବୌଦ୍ଧ ଜିଲା ଶଗଡାରୁ ଛତିଶଗଡର ବିଳାସପୁର ଅଞ୍ଚଳକୁ ଚାଲାଣ ହେଉଥିଲା। ବାଉଁଶୁଣୀ ଥାନା ଅଞ୍ଚଳର ଜଣେ ବ୍ୟବସାୟୀ ଏହି ଗଞ୍ଜେଇ ବିକ୍ରି କରିଥିବା ତଦନ୍ତରୁ ଜଣାପଡିଛି। ଅନ୍ୟପକ୍ଷେ ସ୍କର୍ପିଓର ନମ୍ବର ନକଲି। ଗାଡିରେ ଲାଗିଥିବା ନମ୍ବର ପ୍ଲେଟ୍‌ରେ ଓଡିଶାର ନମ୍ବର ଓଡି୧୭ଏମ-୯୧୬୦ ଲେଖାଥିବା ବେଳେ ଗାଡି ଭିତରୁ ଛତିଶଗଡର ନମ୍ବର ପ୍ଲେଟ ସିଜି୧୨ଏଏକ୍ସ-୬୫୦୪ ମିଳିଛି। ଅବକାରୀ ଅଧିକ୍ଷକ ସାମୁଏଲ ଏକ୍କା ଗଞ୍ଜେଇ ଚାଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏହି ଚଢାଉ ନିର୍ଦ୍ଦେଶ ଦେଇଥିଲେ। ଡିଏସ୍‌ପି ସନ୍ତୋଷ କୁମାର ଧଳ ସାମନ୍ତଙ୍କ ନେତୃତ୍ୱରେ ଚଢାଉ କରାଯାଇଥିଳା। ପ୍ରକାଶ ଯେ, କନ୍ଧମାଳ ଓ ବୌଦ୍ଧ ଜିଲାରୁ ଗଞ୍ଜେଇ ସୁବର୍ଣ୍ଣପୁର ଜିଲା ଦେଇ ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲାଣ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସିକ୍ରେଟ କ୍ୟାବିନରେ ଚାଲାଣ ହେଉଥିଲା ୧୮୭ କେଜି ଗଞ୍ଜେଇ, ମାଡ଼ିବସିଲା ସୁବଳୟା ପୋଲିସ

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏକ ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ଗାଁଦାଣ୍ଡରେ ଯୁବକଙ୍କୁ ପିଟି ହତ୍ୟା

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଭଉଣୀ ଘରକୁ ଯିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇ ବାଇକ ମୁହାଁମୁହିଁ ଧକ୍କାରେ…

ଅମରପାଲି,୧।୩(ପୀତାମ୍ବର ସାହୁ): ବୀରମହାରାଜପୁର-ଅମରପାଲି ରାସ୍ତାର ମୁର୍ଷୁଣ୍ଢୀ ବିଦ୍ୟୁତ ଗ୍ରୀଡ ସମ୍ମୁଖରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା…

ପ୍ରେମିକ ଜେଲ୍‌ରେ, ଘରକୁ ଗଲେ ନବବଧୂ : ବନ୍ଧୁକ ଦେଖାଇ ଅପହରଣ ଘଟଣାରେ ନୂଆମୋଡ

ତରଭା,୨୬ା୨(ମାନଭଞ୍ଜନ ମିଶ୍ର): ସୁବର୍ଣ୍ଣପୁର ଜିଲା ତରଭା ପୋଲିସ ସମ୍ବଲପୁରରୁ ଉଦ୍ଧାର କରିଥିବା ନବବଧୂଙ୍କୁ ବୁଧବାର ତାଙ୍କ ମା’ଙ୍କୁ ହସ୍ତାନ୍ତର କରାଯାଇଛି l ସେ ମା’ଙ୍କ ସହିତ ଘରକୁ…

୨ ଦିନରେ ୨ କିଡ୍‌ନୀ ଆକ୍ରାନ୍ତଙ୍କ ମୃତ୍ୟୁ: ମୃତକଙ୍କୁ ମିଳୁନି ସରକାରୀ ସହାୟତା

ଅମରପାଲି, ୨୪ା୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍‌ନୀ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତ ଦୁଇଦିନ ମଧ୍ୟରେ ୨ କିଡନୀ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା…

ସାହାଜଲଥା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ସମସ୍ୟା: ୬ ଶ୍ରେଣୀ ପାଇଁ ଜଣେ ଶିକ୍ଷକ

ଅମରପାଲି,୨୩ା୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତର ସାହାଜଲଥା ପ୍ରାଥମିକ ବିଦ୍ୟାଳୟରେ ଦେଖା ଦେଇଛି ଶିକ୍ଷକ ସମସ୍ୟା। ଏହି ସ୍କୁଲରେ ବାଲ ବାଟିକା ସହିତ ପ୍ରଥମରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri