୯ବର୍ଷ ବିତିଲା: ସରୁନି ୩୦ ଫୁଟିଆ ରାସ୍ତା କାମ

ପୁରୁଣା ଭୁବନେଶ୍ୱର, ୯ା୧(ଡି.ଏନ.ଏ.): ଭୁବନେଶ୍ୱରର କଟକ-ପୁରୀ ରାସ୍ତାରୁ ଟ୍ରାଫିକ୍‌ ସମସ୍ୟା, ଦୁର୍ଘଟଣା କମ୍‌ କରିବା ଲକ୍ଷ୍ୟ ନେଇ ୨୦୧୦ ଅକ୍ଟୋବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୟା ଓ୍ବେଷ୍ଟ କେନାଲର ଉଭୟପାର୍ଶ୍ୱ ରାସ୍ତା ଲାଗି ଶିଳାନ୍ୟାସ କରିଥିଲେ। ୯ ବର୍ଷ ତଳେ ହୋଇଥିବା ଯୋଜନା ୪ ଭାଗରୁ ଭାଗେ ସରିପା ରିନାହିଁ। ଚାଷୀ ଓ ଚାଷର ଉନ୍ନତି ନେଇ ଜଳସମ୍ପଦ ବିଭାଗ ପକ୍ଷରୁ ୩୪ କି.ମି. ଲମ୍ବ ଦୟା ଓ୍ବେଷ୍ଟ କେନାଲ ବାରଙ୍ଗଠାରୁ ଜଟଣୀ ନିର୍ବାଚନମଣ୍ଡଳୀର ରଥିପୁର ଯାଏ ଲମ୍ବିଛି। ଏହାର ପଳାଶୁଣୀ ଛକରୁ ଗ୍ୟାରେଜ ଛକ ପର୍ଯ୍ୟନ୍ତ ୭.୮ କି.ମି. କେନାଲର ଉଭୟପାର୍ଶ୍ୱରେ ୩୦ଫୁଟ ରାସ୍ତା ସହ ସ୍ଥାନେ ସ୍ଥାନେ ବସ ରହଣୀ ସ୍ଥଳ, ଅଟୋ ଷ୍ଟାଣ୍ଡ, ସର୍ବସାଧାରଣ ପାର୍କିଂ ଓ ସୌନ୍ଦର୍ଯ୍ୟକରଣର ବିସ୍ତୃତ ଯୋଜନା ହୋଇଥିଲା। ମାତ୍ର ବିଭାଗଗୁଡ଼ିକ ମଧ୍ୟରେ ସମନ୍ବୟ ଅଭାବ ତଥା ଅଫିସରଙ୍କ ଅବହେଳା ଯୋଗୁ ଏହା ଶେଷ ହୋଇପାରୁନି। ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିବା ପରେ ୨୦୧୨ରେ କେନାଲର ଉଭୟପାର୍ଶ୍ୱ ରାସ୍ତା ଶେଷ କରିବାକୁ କୁହାଯାଇଥିଲା। ଉଭୟପାର୍ଶ୍ୱରେ କେନାଲର କିଛି ଅଂଶ ପୋତି ରାସ୍ତା କାର୍ଯ୍ୟ ପରେ ଉନ୍ନତୀକରଣ କରି ଭଲ ଭାବେ ଜଳସେଚନ ବ୍ୟବସ୍ଥା କରାଯିବା ଲକ୍ଷ୍ୟ ରହିଥିଲେ ହେଁ ତାହା ପୂରଣ ହୋଇପାରିଲାନାହିଁ। କେନାଲର ଉଭୟପାର୍ଶ୍ୱରେ ଜବରଦଖଲ ସାଙ୍ଗକୁ ରହିଥିବା ଘରଗୁଡିକର ଆବର୍ଜନା ଏହା ମଧ୍ୟକୁ ଛଡାଯାଉଛି। କେନାଲର ଜଳ ଦିନକୁଦିନ ପ୍ରଦୂଷିତ ହେବାରେ ଲାଗିଛି। ବିଏମ୍‌ସିକୁ ଜବରଦଖଲ ଉଚ୍ଛେଦ ଦାୟିତ୍ୱ ଦିଆଯାଇଥିଲେ ମଧ୍ୟ ତାହା କରାଯାଉ ନ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ କରିଥିବା ଶିଳାନ୍ୟାସକୁ ବେଖାତିର କରାଯାଇଛି ବୋଲି ସାଧାରଣରେ ଅଭିଯୋଗ ହେଉଛି।
ଭୂତଳ ଜଳସ୍ତର ହ୍ରାସ ହେବା ସହ ପ୍ରଦୂଷଣ, ରୋଗ ବାହକ ସାଜିଛି
ଦୟା ଓ୍ବେଷ୍ଟ କେନାଲକୁ ରାଜଧାନୀର କେତେକ ଅଞ୍ଚଳର ଜୀବନଧାରା ବୋଲି ଅଭିହିତ କରାଯାଇଛି। ଏହାର ଅବସ୍ଥିତି ଅତ୍ୟନ୍ତ ଜରୁରୀ ବୋଲି ତତ୍କାଳୀନ ବାଣୀବିହାର ପ୍ରଫେସର ତଥା ଭୂବିଜ୍ଞାନୀ ନବକିଶୋର ମାହାଳିକ କହିଥିଲେ। ଏହି କେନାଲ ଶୁଷ୍କ ହେଲେ କିମ୍ବା ଧାରା ସଙ୍କୁଚିତ ହେଲେ ଭୂତଳ ଜଳସ୍ତର ହ୍ରାସ ପାଇବା ସହ ରାଜଧାନୀବାସୀ ଜଳସଙ୍କଟରେ ଆଉଟପାଉଟ ହେବେ ବୋଲି ସେ କହିଥିଲେ। ଖରାଦିନେ ଏହି କେନାଲ ଆଖପାଖରେ ପାଣିର ସମସ୍ୟା ଅନୁଭୂତ ହେଲାଣି। ମାତ୍ର ବିଭିନ୍ନ ସ୍ଥାନରେ ବିଏମ୍‌ସି ଓ ଘରୋଇ ନାଳନର୍ଦ୍ଦମା ପାଣି ଏହି ଦୟା ଓ୍ବେଷ୍ଟ କେନାଲରେ ଛଡାଯିବା ଯୋଗୁ ବର୍ଷାଦିନେ ଏହା ରୋଗ ବାହକ ସାଜୁଛି। ଭୂତଳ ଜଳ ପ୍ରଦୂଷିତ ହେବା ସହ ବିଭିନ୍ନ ପ୍ରକାର ରୋଗ ବ୍ୟାପିବାର କାରଣ ସାଜିଛି। ଏ ନେଇ ସହରର ସ୍ବାସ୍ଥ୍ୟ ଅଧିକାରୀ ଡ. ବସନ୍ତ ମିଶ୍ର କୁହନ୍ତି, ବର୍ଷାଦିନେ ଏହି କେନାଲରେ ପାଣି ଜମି ରହିବା ଓ ପ୍ରଦୂଷିତ ଯୋଗୁ ଅନେକ ରୋଗ ଦେଖାଦେଉଛି। ଭୂତଳ ଜଳ ପ୍ରଦୂଷିତ ହେଉଛି। ତେବେ ଆମେ କେବଳ ପରାମର୍ଶ ଦେଇପାରିବୁ ମାତ୍ର କାର୍ଯ୍ୟ କରିବା ବିଏମ୍‌ସି ଓ ପୂର୍ତ୍ତ ବିଭାଗ ଉପରେ ନିର୍ଭର କରେ।

ବିଏମ୍‌ସିକୁ ଦାୟୀକଲା ପୂର୍ତ୍ତ ବିଭାଗ

ଦୟା ଓ୍ବେଷ୍ଟ କେନାଲର ଉଭୟପାର୍ଶ୍ୱ ରାସ୍ତା ନିର୍ମାଣ କାର୍ଯ୍ୟ କେବେ ଶେଷ ହେବ ସେ ନେଇ ନିର୍ବାହୀଯନ୍ତ୍ରୀ ସୂର୍ଯ୍ୟ ନାରାୟଣ ମିଶ୍ରଙ୍କୁ ପଚାରିବାରୁ ସେ ବିଏମ୍‌ସିକୁ ଦାୟୀ କରିଛନ୍ତି। ବାରମ୍ବାର ଚିଠି ଲେଖି ବିଏମ୍‌ସି ଅଧିକାରୀଙ୍କୁ ଏ ନେଇ ଅବଗତ କଲା ପରେ ମଧ୍ୟ ଜବରଦଖଲ ଉଚ୍ଛେଦ ଶେଷ ହେଉନି। କେନାଲ ଉଭୟପାର୍ଶ୍ୱ ସହ ଭିତରପାର୍ଶ୍ୱରେ ମଧ୍ୟ ବସ୍ତି ଗଢି ଉଠିଲାଣି। ବିଏମ୍‌ସି ଉଚ୍ଛେଦ ନ କରିବା ଯାଏ ଏହି ଯୋଜନା କାର୍ଯ୍ୟ କରିବା ଅସମ୍ଭବ ବୋଲି ସେ କହିଛନ୍ତି। ଏ ନେଇ ବିଏମ୍‌ସି ଅତିରିକ୍ତ କମିଶନର ସୁରଥ ଚନ୍ଦ୍ର ମଲ୍ଲିକ କୁହନ୍ତି, ବିଏମ୍‌ସି ପକ୍ଷରୁ ସବୁ ସମୟରେ ଜବରଦଖଲ ଉଚ୍ଛେଦ ଜାରି ରହିଛି। ପୂର୍ତ୍ତ ବିଭାଗ ଏପରି ଜନହିତକର ଦୟା ଓ୍ବେଷ୍ଟ କେନାଲ ଅବ୍ୟବସ୍ଥାକୁ ନେଇ ବିଏମ୍‌ସିକୁ ଦାୟୀ ନ କରି ନିର୍ଦ୍ଦିଷ୍ଟ ଭାବେ ସହଯୋଗ ଲୋଡିଲେ ଉଚ୍ଛେଦ ନିଶ୍ଚୟ କରାଯିବ। ଏ ସମ୍ପର୍କରେ ବିଏମ୍‌ସି ଏନଫୋର୍ସମେଣ୍ଟ ଅଧିକାରୀ ଅବନୀକାନ୍ତ ପଟ୍ଟନାୟକ କୁହନ୍ତି, ଦୟା ଓ୍ବେଷ୍ଟ କେନାଲ ଉଭୟପାର୍ଶ୍ୱରେ ଉଚ୍ଛେଦ ବିଭିନ୍ନ ସମୟରେ କରାଯାଇଛି। କେତେକ ସ୍ଥାନରେ ସରକାରୀ ନିର୍ମାଣ ଉଚ୍ଛେଦ କରାଯିବା ନେଇ ଆଲୋଚନା ଜାରି ରହିଛି। ଏହି ସମସ୍ୟାର ସମାଧାନ ଖୁବ୍‌ଶୀଘ୍ର ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri