୯ବର୍ଷ ବିତିଲା: ସରୁନି ୩୦ ଫୁଟିଆ ରାସ୍ତା କାମ

ପୁରୁଣା ଭୁବନେଶ୍ୱର, ୯ା୧(ଡି.ଏନ.ଏ.): ଭୁବନେଶ୍ୱରର କଟକ-ପୁରୀ ରାସ୍ତାରୁ ଟ୍ରାଫିକ୍‌ ସମସ୍ୟା, ଦୁର୍ଘଟଣା କମ୍‌ କରିବା ଲକ୍ଷ୍ୟ ନେଇ ୨୦୧୦ ଅକ୍ଟୋବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୟା ଓ୍ବେଷ୍ଟ କେନାଲର ଉଭୟପାର୍ଶ୍ୱ ରାସ୍ତା ଲାଗି ଶିଳାନ୍ୟାସ କରିଥିଲେ। ୯ ବର୍ଷ ତଳେ ହୋଇଥିବା ଯୋଜନା ୪ ଭାଗରୁ ଭାଗେ ସରିପା ରିନାହିଁ। ଚାଷୀ ଓ ଚାଷର ଉନ୍ନତି ନେଇ ଜଳସମ୍ପଦ ବିଭାଗ ପକ୍ଷରୁ ୩୪ କି.ମି. ଲମ୍ବ ଦୟା ଓ୍ବେଷ୍ଟ କେନାଲ ବାରଙ୍ଗଠାରୁ ଜଟଣୀ ନିର୍ବାଚନମଣ୍ଡଳୀର ରଥିପୁର ଯାଏ ଲମ୍ବିଛି। ଏହାର ପଳାଶୁଣୀ ଛକରୁ ଗ୍ୟାରେଜ ଛକ ପର୍ଯ୍ୟନ୍ତ ୭.୮ କି.ମି. କେନାଲର ଉଭୟପାର୍ଶ୍ୱରେ ୩୦ଫୁଟ ରାସ୍ତା ସହ ସ୍ଥାନେ ସ୍ଥାନେ ବସ ରହଣୀ ସ୍ଥଳ, ଅଟୋ ଷ୍ଟାଣ୍ଡ, ସର୍ବସାଧାରଣ ପାର୍କିଂ ଓ ସୌନ୍ଦର୍ଯ୍ୟକରଣର ବିସ୍ତୃତ ଯୋଜନା ହୋଇଥିଲା। ମାତ୍ର ବିଭାଗଗୁଡ଼ିକ ମଧ୍ୟରେ ସମନ୍ବୟ ଅଭାବ ତଥା ଅଫିସରଙ୍କ ଅବହେଳା ଯୋଗୁ ଏହା ଶେଷ ହୋଇପାରୁନି। ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିବା ପରେ ୨୦୧୨ରେ କେନାଲର ଉଭୟପାର୍ଶ୍ୱ ରାସ୍ତା ଶେଷ କରିବାକୁ କୁହାଯାଇଥିଲା। ଉଭୟପାର୍ଶ୍ୱରେ କେନାଲର କିଛି ଅଂଶ ପୋତି ରାସ୍ତା କାର୍ଯ୍ୟ ପରେ ଉନ୍ନତୀକରଣ କରି ଭଲ ଭାବେ ଜଳସେଚନ ବ୍ୟବସ୍ଥା କରାଯିବା ଲକ୍ଷ୍ୟ ରହିଥିଲେ ହେଁ ତାହା ପୂରଣ ହୋଇପାରିଲାନାହିଁ। କେନାଲର ଉଭୟପାର୍ଶ୍ୱରେ ଜବରଦଖଲ ସାଙ୍ଗକୁ ରହିଥିବା ଘରଗୁଡିକର ଆବର୍ଜନା ଏହା ମଧ୍ୟକୁ ଛଡାଯାଉଛି। କେନାଲର ଜଳ ଦିନକୁଦିନ ପ୍ରଦୂଷିତ ହେବାରେ ଲାଗିଛି। ବିଏମ୍‌ସିକୁ ଜବରଦଖଲ ଉଚ୍ଛେଦ ଦାୟିତ୍ୱ ଦିଆଯାଇଥିଲେ ମଧ୍ୟ ତାହା କରାଯାଉ ନ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ କରିଥିବା ଶିଳାନ୍ୟାସକୁ ବେଖାତିର କରାଯାଇଛି ବୋଲି ସାଧାରଣରେ ଅଭିଯୋଗ ହେଉଛି।
ଭୂତଳ ଜଳସ୍ତର ହ୍ରାସ ହେବା ସହ ପ୍ରଦୂଷଣ, ରୋଗ ବାହକ ସାଜିଛି
ଦୟା ଓ୍ବେଷ୍ଟ କେନାଲକୁ ରାଜଧାନୀର କେତେକ ଅଞ୍ଚଳର ଜୀବନଧାରା ବୋଲି ଅଭିହିତ କରାଯାଇଛି। ଏହାର ଅବସ୍ଥିତି ଅତ୍ୟନ୍ତ ଜରୁରୀ ବୋଲି ତତ୍କାଳୀନ ବାଣୀବିହାର ପ୍ରଫେସର ତଥା ଭୂବିଜ୍ଞାନୀ ନବକିଶୋର ମାହାଳିକ କହିଥିଲେ। ଏହି କେନାଲ ଶୁଷ୍କ ହେଲେ କିମ୍ବା ଧାରା ସଙ୍କୁଚିତ ହେଲେ ଭୂତଳ ଜଳସ୍ତର ହ୍ରାସ ପାଇବା ସହ ରାଜଧାନୀବାସୀ ଜଳସଙ୍କଟରେ ଆଉଟପାଉଟ ହେବେ ବୋଲି ସେ କହିଥିଲେ। ଖରାଦିନେ ଏହି କେନାଲ ଆଖପାଖରେ ପାଣିର ସମସ୍ୟା ଅନୁଭୂତ ହେଲାଣି। ମାତ୍ର ବିଭିନ୍ନ ସ୍ଥାନରେ ବିଏମ୍‌ସି ଓ ଘରୋଇ ନାଳନର୍ଦ୍ଦମା ପାଣି ଏହି ଦୟା ଓ୍ବେଷ୍ଟ କେନାଲରେ ଛଡାଯିବା ଯୋଗୁ ବର୍ଷାଦିନେ ଏହା ରୋଗ ବାହକ ସାଜୁଛି। ଭୂତଳ ଜଳ ପ୍ରଦୂଷିତ ହେବା ସହ ବିଭିନ୍ନ ପ୍ରକାର ରୋଗ ବ୍ୟାପିବାର କାରଣ ସାଜିଛି। ଏ ନେଇ ସହରର ସ୍ବାସ୍ଥ୍ୟ ଅଧିକାରୀ ଡ. ବସନ୍ତ ମିଶ୍ର କୁହନ୍ତି, ବର୍ଷାଦିନେ ଏହି କେନାଲରେ ପାଣି ଜମି ରହିବା ଓ ପ୍ରଦୂଷିତ ଯୋଗୁ ଅନେକ ରୋଗ ଦେଖାଦେଉଛି। ଭୂତଳ ଜଳ ପ୍ରଦୂଷିତ ହେଉଛି। ତେବେ ଆମେ କେବଳ ପରାମର୍ଶ ଦେଇପାରିବୁ ମାତ୍ର କାର୍ଯ୍ୟ କରିବା ବିଏମ୍‌ସି ଓ ପୂର୍ତ୍ତ ବିଭାଗ ଉପରେ ନିର୍ଭର କରେ।

ବିଏମ୍‌ସିକୁ ଦାୟୀକଲା ପୂର୍ତ୍ତ ବିଭାଗ

ଦୟା ଓ୍ବେଷ୍ଟ କେନାଲର ଉଭୟପାର୍ଶ୍ୱ ରାସ୍ତା ନିର୍ମାଣ କାର୍ଯ୍ୟ କେବେ ଶେଷ ହେବ ସେ ନେଇ ନିର୍ବାହୀଯନ୍ତ୍ରୀ ସୂର୍ଯ୍ୟ ନାରାୟଣ ମିଶ୍ରଙ୍କୁ ପଚାରିବାରୁ ସେ ବିଏମ୍‌ସିକୁ ଦାୟୀ କରିଛନ୍ତି। ବାରମ୍ବାର ଚିଠି ଲେଖି ବିଏମ୍‌ସି ଅଧିକାରୀଙ୍କୁ ଏ ନେଇ ଅବଗତ କଲା ପରେ ମଧ୍ୟ ଜବରଦଖଲ ଉଚ୍ଛେଦ ଶେଷ ହେଉନି। କେନାଲ ଉଭୟପାର୍ଶ୍ୱ ସହ ଭିତରପାର୍ଶ୍ୱରେ ମଧ୍ୟ ବସ୍ତି ଗଢି ଉଠିଲାଣି। ବିଏମ୍‌ସି ଉଚ୍ଛେଦ ନ କରିବା ଯାଏ ଏହି ଯୋଜନା କାର୍ଯ୍ୟ କରିବା ଅସମ୍ଭବ ବୋଲି ସେ କହିଛନ୍ତି। ଏ ନେଇ ବିଏମ୍‌ସି ଅତିରିକ୍ତ କମିଶନର ସୁରଥ ଚନ୍ଦ୍ର ମଲ୍ଲିକ କୁହନ୍ତି, ବିଏମ୍‌ସି ପକ୍ଷରୁ ସବୁ ସମୟରେ ଜବରଦଖଲ ଉଚ୍ଛେଦ ଜାରି ରହିଛି। ପୂର୍ତ୍ତ ବିଭାଗ ଏପରି ଜନହିତକର ଦୟା ଓ୍ବେଷ୍ଟ କେନାଲ ଅବ୍ୟବସ୍ଥାକୁ ନେଇ ବିଏମ୍‌ସିକୁ ଦାୟୀ ନ କରି ନିର୍ଦ୍ଦିଷ୍ଟ ଭାବେ ସହଯୋଗ ଲୋଡିଲେ ଉଚ୍ଛେଦ ନିଶ୍ଚୟ କରାଯିବ। ଏ ସମ୍ପର୍କରେ ବିଏମ୍‌ସି ଏନଫୋର୍ସମେଣ୍ଟ ଅଧିକାରୀ ଅବନୀକାନ୍ତ ପଟ୍ଟନାୟକ କୁହନ୍ତି, ଦୟା ଓ୍ବେଷ୍ଟ କେନାଲ ଉଭୟପାର୍ଶ୍ୱରେ ଉଚ୍ଛେଦ ବିଭିନ୍ନ ସମୟରେ କରାଯାଇଛି। କେତେକ ସ୍ଥାନରେ ସରକାରୀ ନିର୍ମାଣ ଉଚ୍ଛେଦ କରାଯିବା ନେଇ ଆଲୋଚନା ଜାରି ରହିଛି। ଏହି ସମସ୍ୟାର ସମାଧାନ ଖୁବ୍‌ଶୀଘ୍ର ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri