Categories: ଖେଳ

୮ ମହିଳା ରେସଲର ସସ୍‌ପେଣ୍ଡ

ନୂଆଦିଲ୍ଲୀ,୧୬।୧(ପି.ଟି.)- ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ୮ ଜଣ ମହିଳା ରେସଲରଙ୍କୁ ଗୋଟିଏ ବର୍ଷ ପାଇଁ ସସ୍‌ପେଣ୍ଡ କରିଛି। ଲକ୍ଷ୍ନୌରେ ଅନୁଷ୍ଠିତ ଜାତୀୟ କ୍ୟାମ୍ପରୁ ନିଜ ଇଚ୍ଛାରେ ଚାଲିଯିବା କାରଣରୁ ଡବ୍ଲ୍ୟୁଏଫ୍‌ଆଇ ଏହି ନିଷ୍ପତ୍ତି ଗ୍ରହଣ କରିଛି। କ୍ୟାମ୍ପରେ ଟ୍ରାଏଲ୍ସରେ ଯୋଗ ଦେବା ପରେ ରେସଲରମାନେ ନିଜ ଇଚ୍ଛାରେ ଚାଲିଯାଇ ଶୃଙ୍ଖଳା ଭଙ୍ଗ କରିଥିଲେ। ଫଳରେ ଡବ୍ଲ୍ୟୁଏଫ୍‌ଆଇର ଶୃଙ୍ଖଳାଗତ କମିଟି ଏହି ନିଷ୍ପତ୍ତି ନେଇଛି। ସସ୍‌ପେଣ୍ଡ ହୋଇଥିବା ରେସଲରମାନେ ହେଲେ ହରିୟାଣାର ଅଙ୍କୁଶ (୫୩ କେ.ଜି.), ରୌନକ (୬୪ କେ.ଜି.) ଓ ସୁମନ (୬୮ କେ.ଜି.) ଏବଂ ଦିଲ୍ଲୀର ବଣ୍ଟି (୫୫ କେ.ଜି.) ଓ ସୁଷମା ସୌକିନ (୫୭ କେ.ଜି.)। ସେହିପରି ରାଜସ୍ଥାନର ଶୀତଲ ତୋମାର (୫୦ କେ.ଜି.), ମହାରାଷ୍ଟ୍ରର ରେଶମା ମାନେ (୬୯ କେ.ଜି.) ଓ ରେଲଓ୍ବେର ନିକ୍କି (୭୯ କେ.ଜି.)ଙ୍କୁ ମଧ୍ୟ ବାସନ୍ଦ କରାଯାଇଛି।

Share