୮ ଦୁର୍ନୀତିଖୋର ଅଧିକାରୀଙ୍କୁ ଜବାବ ତଲବ

ଯାଜପୁର ଅଫିସ,୨୪।୧ :ଯାଜପୁର ଜିଲାର ୧୦ବ୍ଲକ ଅନ୍ତର୍ଗତ ପ୍ରାୟ ଅଧିକାଂଶ ଗ୍ରାମ ପଞ୍ଚାୟତ ଦୁର୍ନୀତିରେ ବୁଡ଼ି ରହିଛି ା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମଜିଏନ୍‌ଆର୍‌ଇଜିଏସ୍‌), ଚତୁର୍ଦ୍ଦଶ ଅର୍ଥ କମିଶନ, ଆବାସ ଯୋଜନା ଆଦି ଲୋକହିତକର ଯୋଜନାରେ ଆବଣ୍ଟିତ ଅର୍ଥକୁ ଚଳୁ କରିବାରେ ଅଧିକାରୀମାନେ ପଛଘୁଞ୍ଚା ଦେଇ ନାହାନ୍ତି ା ଯାଜପୁର ଜିଲା ଲୋକାଲ ଫଣ୍ଡ ଅଡିଟ(ଏଲ୍‌ଏଫ୍‌ଏ) ରିପୋର୍ଟରେ ଏହା ଜଳଜଳ ହୋଇ ଦିଶୁଛି ା ପୂର୍ବରୁ ଏନେଇ ଅନେକ ଦୁର୍ନୀତିଖୋର ଅଧିକାରୀଙ୍କ ବିରୋଧରେ ରାଜ୍ୟ ଏଲ୍‌ଏଫ୍‌ଏ ନିର୍ଦ୍ଦେଶାଳୟରୁ ପଦକ୍ଷେପ ଗ୍ରହଣ କରାଯାଇଛି। ସମ୍ପ୍ରତି ସୁକିନ୍ଦା ବ୍ଲକର ୮ଜଣ ସରପଞ୍ଚ, ସମ୍ପାଦକ ଓ ଭିଏଲ୍‌ଡବ୍ଲ୍ୟୁଙ୍କ ନାମରେ ସରକାରୀ ଅର୍ଥ ହେରାଫେରି ଅଭିଯୋଗରେ ପୁଣି କାରଣ ଦର୍ଶାଅ ନୋଟିସ ଦେବାକୁ ଏଲ୍‌ଏଫ୍‌ ନିର୍ଦ୍ଦେଶାଳୟ ପକ୍ଷରୁ ଯାଜପୁର ଜିଲାର ଏଲ୍‌ଏଫ୍‌ଏ ଅଡିଟ ଅଫିସରଙ୍କୁ ନିର୍ଦ୍ଦେଶ ହୋଇଛି। ଏଥିରେ ସୁକିନ୍ଦା ବ୍ଲକ ହରିପୁର ପଞ୍ଚାୟତର ତକତ୍ାଳୀନ ସରପଞ୍ଚ ଲଳିତା ସ୍ବାଇଁଙ୍କ ନାମରେ ୭୮୨୫/୬ା୧୦ା୨୦୦୭ ନମ୍ବରରେ କାରଣଦର୍ଶାଅ ନୋଟିସ ହୋଇଥିଲା। ଏବେ ପୁଣି ୧୩ବର୍ଷ ପରେ ସମ୍ପୃକ୍ତ ସରପଞ୍ଚଙ୍କୁ ନୋଟିସ ଦେବାକୁ ନିର୍ଦ୍ଦେଶ ହୋଇଛି। ସେହିପରି ଡୁବୁରୀ ପଞ୍ଚାୟତର ତତ୍କାଳୀନ ସମ୍ପାଦକ ମୁକ୍ତିରଞ୍ଜନ ପାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ ନମ୍ବର ୨୨୫/୬ା୧ା୨୦୧୦, ହରିପୁର ପଞ୍ଚାୟତର ତକତ୍ାଳୀନ ସମ୍ପାଦକ ରାମଚନ୍ଦ୍ର ଦାସଙ୍କ କାରଣଦର୍ଶାଅ ନୋଟିସ ନମ୍ବର ୨୨୬୧/୨୯ା୩ା୨୦୧୦ ଓ ସରପଞ୍ଚ ଲଳିତା ସ୍ବାଇଁଙ୍କୁ ୨୨୫୮/୨୯ା୩ା୨୦୧୦ରେ ନୋଟିସ ହୋଇଛି। ହରିପୁର ଗ୍ରାମ ପଞ୍ଚାୟତର ତକତ୍ାଳୀନ ସରପଞ୍ଚ ଲଳିତା ସ୍ବାଇଁଙ୍କ ନାମରେ ପୁଣି ୬୯୪୧/୩୧ା୮ା୨୦୧୦ ନମ୍ବରରେ ଓ ତକତ୍ାଳୀନ ସମ୍ପାଦକ ରାମଚନ୍ଦ୍ର ଦାସଙ୍କ ନାମରେ ୨୫୧୦/୩୧ା୩ା୨୦୧୦ ନମ୍ବରରେ କାରଣଦର୍ଶାଅ ନୋଟିସ ହୋଇଥିଲା। ଅନୁରୂପ ଭାବେ ଡୁବୁରୀ ପଞ୍ଚାୟତର ତକତ୍ାଳୀନ ସମ୍ପାଦକ ମୁକ୍ତିରଞ୍ଜନ ପାତ୍ରଙ୍କ ନାମରେ ୮୮୩୭/୨୬ା୧୦ା୨୦୧୦ ନମ୍ବରରେ ଏବଂ ସନସାଇଲୋ ପଞ୍ଚାୟତର ତକତ୍ାଳୀନ ଭିଏଲଡବ୍ଲ୍ୟୁ ଶତୃଘ୍ନ ଶାହାଙ୍କ ନାମରେ ୮୮୫୩/୧ା୭ା୨୦୧୩ରେ କାରଣ ଦର୍ଶାଅ ନୋଟିସ ହୋଇଥିଲା ା ସନସାଇଲୋ ପଞ୍ଚାୟତର ତକତ୍ାଳୀନ ସରପଞ୍ଚ ଜୟକୃଷ୍ଣ ମହାନ୍ତଙ୍କ ନାମରେ ମଧ୍ୟ ୮୮୫୬/୧ା୭ା୨୦୧୩ ନମ୍ବରରେ କାରଣ ଦର୍ଶାଅ ନୋଟିସ ହୋଇଥିଲା ା
ଏହିସବୁ କାରଣଦର୍ଶାଅ ନୋଟିସର ଅନୁପାଳନ ହୋଇ ନ ଥିବାରୁ ଏଲ୍‌ଏଫ୍‌ଏର ନିର୍ଦ୍ଦେଶାଳୟ ପକ୍ଷରୁ ଏକ୍ଜାମିନର ଅଫ୍‌ ଲୋକାଲ ଆକାଉଣ୍ଟ ପୁଣି ଥରେ କାରଣଦର୍ଶାଅ ନୋଟିସ ଜାରି କରି ୧୫ ଦିନ ମଧ୍ୟରେ କ’ଣ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି ତା’ର ସବିଶେଷ ରିପୋର୍ଟ ଦାଖଲ କରିବାକୁ ନୋଟିସରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ମୁଖ୍ୟ ଅଭିଯୁକ୍ତ କ୍ଷୀତିଶଙ୍କୁ ପୋଲିସର ମାରାଥନ ଜେରା, ଫିଟିବ ରହସ୍ୟ…

ବଲାଙ୍ଗୀର,୨୯।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କୁ…

ବର୍ଷାପବନରେ ଉଡ଼ି ଯାଇଥିଲା ଟିଣ ଛପର, ଅସହାୟ ମହିଳାଙ୍କୁ ହାତ ବଢାଇଲେ…

ଗଞ୍ଜାମ,୨୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ.୭ ବାଲି ସାହିରେ ରୁହନ୍ତି ସନ୍ତୋଷୀ ନାୟକ ଏବଂ ତାଙ୍କ ଛୋଟ ପରିବାର l ପରିବାର କହିଲେ ଏକ…

‘ସେବା ସଂକଳ୍ପ ଅଭିଯାନ’ରେ ସାମିଲ ହେଲେ ରାଜ୍ୟ ସଭା ଏମ୍‌ପି: କଲେ ବୃକ୍ଷରୋପଣ

କର୍ଲାମୁଣ୍ଡା, ୨୯।୯ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳକୁ ମଙ୍ଗଳବାର ରାଜ୍ୟ ସଭା ଏମ୍‌ପି ସୁଜିତ୍‌ କୁମାର ଗସ୍ତ କରିଛନ୍ତି। ତାଙ୍କ ସହ…

ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ ଗଣ୍ଡ ସମାଜ ପ୍ରତିନିଧି ଦଳ, ବଢ଼ାଇଲେ ସହାୟତାରେ ହାତ

ତୁମୁଡିବନ୍ଧ,୨୯।୯:(ଦୀପକ କୁମାର ପରାସେଠ): ରାଜ୍ୟସ୍ତରୀୟ ଗଣ୍ଡ ସମାଜର ଏକ ପ୍ରତିନିଧି ଦଳ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଲଙ୍କାଗଡ଼ ପଞ୍ଚୟତ ଗସ୍ତକରି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ…

ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ, ଖେଳ ଶିକ୍ଷକ ନିଲମ୍ବିତ

ଖୋର୍ଦ୍ଧା,୨୯।୯(ପ୍ରଭାତ ପାଣିଗ୍ରାହୀ): ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ । ଖୋର୍ଦ୍ଧା ଜିଲା ନରଣଗଡ଼ସ୍ଥିତ ଚିନ୍ତାମଣି ବିଦ୍ୟା ନିକେତନ ନିକଟରେ ଘଟିଛି…

ବନ୍ଦ ହେଲା ହୀରାକୁଦର ୬ ଗେଟ୍‌, ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…

ଶାଗ ତୋଳିବାକୁ ଯାଇ ମୁକୁଳା ଡ୍ରେନରେ ପଡିଗଲେ ବ୍ୟକ୍ତି, ତାପରେ….

ଭଦ୍ରକ,୨୯।୯(ସନାତନ ରାଉତ): ମୁକୁଳା ଡ୍ରେନ୍ ନେଲା ଜୀଵନ । ଭଦ୍ରକ ବାଇପାସ ସ୍ଥିତ କେନାଲ ଡିଭିଜନ ଅଫିସ ଭିତର ଡ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି…

ଅପହଞ୍ଚ ଗାଁ ପାଣିଖିଆକୁ ମିଳିବ ମୌଳିକ ସେବା: ୯ ଅଭିଯୋଗର ତ୍ୱରିତ ସମାଧାନ

ମହାକାଳପଡ଼ା, ୨୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ୍‌ ସଭାଗୃହରେ କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆୟାର ଯୋଗଦେଇ ମିଳିତ ଜନଶୁଣାଣି କରିଥିଲେ। ୮୫ ଅଭିଯୋଗ ହୋଇଥିଲା। ସାମୂହିକ ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?