୮୧ କେନ୍ଦ୍ରରେ ପରୀକ୍ଷା ଦେବେ ୧୫ ହଜାର ଛାତ୍ରୀଛାତ୍ର

ଜଗତ୍‌ସିଂହପୁର ଅଫିସ୍‌,୫ା୨: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆସନ୍ତା ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ରେ ଶେଷହେବ। ଏନେଇ ଜିଲା ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଚଳିତବର୍ଷ ଜଗତ୍‌ସିଂହପୁର ଜିଲାର ୨୯୪ ଉଚ୍ଚ ବିଦ୍ୟାଳୟରୁ ମୋଟ ୧୫,୩୨୪ ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷା ଦେବେ। ଏଥିପାଇଁ ୮୧ ପରୀକ୍ଷା କେନ୍ଦ୍ର କରାଯାଇଛି। ପ୍ରଶ୍ନପତ୍ର ସୁରକ୍ଷିତ ରଖିବା ପାଇଁ ୮ ନୋଡାଲ କେନ୍ଦ୍ର କରାଯାଇଛି। ଏଥର ବିଭିନ୍ନ ବିଷୟରେ ଥିବା ଅବ୍‌ଜେକ୍ଟିଭ୍‌ର ଉତ୍ତର ଆଉ ଗୋଲ ବୁଲାଇ ଦେବାକୁ ପଡିବ ନାହିଁ। ସବୁ ସବ୍‌ଜେକ୍ଟିଭ୍‌ ହୋଇଛି। ଅର୍ଥାତ୍‌ ଗୋଲ ବଦଳରେ ନିର୍ଦ୍ଦିଷ୍ଟ ଉତ୍ତର ଲେଖିବାକୁ ପଡିବ। ପରୀକ୍ଷାର୍ଥୀ, ଶିକ୍ଷୟିତ୍ରୀ, ଶିକ୍ଷକ କିମ୍ବା ବିଦ୍ୟାଳୟର କୌଣସି କର୍ମଚାରୀ କେନ୍ଦ୍ରରେ ମୋବାଇଲ ଫୋନ୍‌ ବ୍ୟବହାର କରିବା ଉପରେ ଅଙ୍କୁଶ ଲଗାଯାଇଛି। କେବଳ କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟ ଜରୁରୀ କଲ୍‌ ଗ୍ରହଣ କରିବା ପାଇଁ ସୁଯୋଗ ଅଛି। ତାହା ପୁଣି କେବଳ କାର୍ଯ୍ୟାଳୟରେ। କେନ୍ଦ୍ରରେ ଯଦି କେହି ବିଶୃଙ୍ଖଳା ପ୍ରଦର୍ଶନ କରନ୍ତି ତେବେ ୧୯୮୮ ପରୀକ୍ଷା ପରିଚାଳନା ଅଧିନିୟମ ବଳରେ ୩ ହଜାର ଟଙ୍କା ଜରିମାନା ଓ ୨ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ଜିଲା ଶିକ୍ଷା ଅଧିକାରୀ ପ୍ରତିଭା ମଞ୍ଜରୀ ଦାସ ସୂଚନା ଦେଇଛନ୍ତି।
ଜିଲା ଶିକ୍ଷା ବିଭାଗ ସୂଚନା ଅନୁଯାୟୀ, ଚଳିତବର୍ଷ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷାରେ ୧୫,୦୦୧ ଛାତ୍ରୀଛାତ୍ର ରେଗୁଲାର ଓ ୩୨୩ ଏକ୍ସ-ରେଗୁଲାର, ଏହିପରି ୧୫,୩୨୪ ଜଣ ପରୀକ୍ଷା ଦେବେ। ପତ୍ର ବିନିମୟ ପାଠ୍ୟକ୍ରମରେ ୪୨ ରେଗୁଲାର ଓ ୨ ଏକ୍ସ-ରେଗୁଲାର, ଏହିପରି ୪୪ଜଣ ପରୀକ୍ଷା ଦେବେ। ମଧ୍ୟମାରେ ୯୬ ଜଣ ପରୀକ୍ଷା ଦେବାର ସୁଯୋଗ ଥିବାବେଳେ ସେମାନଙ୍କ ମଧ୍ୟରେ ୯୦ ରେଗୁଲାର ଓ ୬ ଏକ୍ସ-ରୋଗୁଲାର ଛାତ୍ରୀଛାତ୍ର ଅଛନ୍ତି। ଅନୁରୂପ ଭାବେ ରାଜ୍ୟ ମୁକ୍ତ ବିଦ୍ୟାଳୟ(ଏସ୍‌ଓଏସ୍‌ଇ)ରେ ୧୯୫ ଛାତ୍ରୀଛାତ୍ର ପରୀକ୍ଷା ଦେବେ। ସେମାନଙ୍କ ମଧ୍ୟରୁ ୯୪ ରେଗୁଲାର ଓ ୯୯ ଏକ୍ସ-ରୋଗୁଲାର ବୋଲି ଜଣାଯାଇଛି। ଜିଲାରେ ରେଗୁଲାର ଛାତ୍ରୀଛାତ୍ରଙ୍କ ପାଇଁ ୭୮ କେନ୍ଦ୍ର କରାଯାଇଥିବା ବେଳେ ମଧ୍ୟମାରେ ୧ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟରେ ୨ଟି ରହିଛି। ୮ ନୋଡାଲ କେନ୍ଦ୍ରରେ ଯେପରି ପ୍ରଶ୍ନପତ୍ର ସୁରକ୍ଷିତ ରହିବ ସେନେଇ ସିିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଛି। ଏଥିସହ କଡା ସୁରକ୍ଷା ବ୍ୟବସ୍ଥା କରାଯିବ। ସେଗୁଡିକ ହେଲା ବାଲିକୁଦା ଉଚ୍ଚ ବିଦ୍ୟାଳୟ, ନାଉଗାଁହାଟ ଉଚ୍ଚ ବିଦ୍ୟାଳୟ, ବିରିଡ଼ି ବ୍ଲକ ଚାନ୍ଦପୁରସ୍ଥିତ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ, ଏରସମା ଉଚ୍ଚ ବିଦ୍ୟାଳୟ, ଜଗତ୍‌ସିଂହପୁରସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କୁଜଙ୍ଗ ବ୍ଲକର ବନବିହାରୀ ଉଚ୍ଚ ବିଦ୍ୟାଳୟ, ରଘୁନାଥପୁର ବ୍ଲକର ପୂର୍ଣ୍ଣଚନ୍ଦ୍ର ବିଦ୍ୟାମନ୍ଦିର ଓ ତିର୍ତ୍ତୋଲ ବ୍ଲକର ମଣିଚରଣ ସାରଳା ଏକାଡେମୀ। ଜିଲାପାଳ, ଏସ୍‌ପି, ଜିଲା ଶିକ୍ଷା ଅଧିକାରୀ ଓ ପରିଷଦ କେନ୍ଦ୍ରୀୟ ଜେନାର ଡେପୁଟି ସେକ୍ରେଟାରୀଙ୍କୁ ନେଇ ଗଠିତ ସେଣ୍ଟ୍ରାଲ ଟ୍ୟାଗିଂ ସେଣ୍ଟର ନିଷ୍ପତ୍ତିକ୍ରମେ ଏହି ବିଦ୍ୟାଳୟଗୁଡିକୁ ନୋଡାଲ କେନ୍ଦ୍ର କରାଯାଇଛି। ପ୍ରଶ୍ନପତ୍ର ପରୀକ୍ଷା ଦିନ ସକାଳେ କେନ୍ଦ୍ରରେ ସୁରକ୍ଷିତଭାବେ ପହଞ୍ଚାଯିବା ପାଇଁ ଡେସପାଚ୍‌ ଟିମ୍‌ ଗଠନ କରାଯାଇଛି। ପ୍ରତି ନୋଡାଲ କେନ୍ଦ୍ରରୁ ୩ଜଣିଆ ଏକ ଡେସପାଚ୍‌ ଟିମ୍‌ (୨ ଶିକ୍ଷକ, ୧ ବନ୍ଧୁକଧାରୀ) ପ୍ରଶ୍ନପତ୍ର ନେଇ କେନ୍ଦ୍ରରେ ପହଞ୍ଚାଇବେ। ଏବର୍ଷ ପାଖାପାଖି ୩୦ଟି କେନ୍ଦ୍ରରେ ସିସିଟିଭି କ୍ୟାମେରା ଲାଗିବା ପାଇଁ ଚିନ୍ତା କରାଯାଇଛି। ପରୀକ୍ଷା ସୁପରିଚାଳନା ପାଇଁ ଜିଲା ଶିକ୍ଷା ଅଧିକାରୀଙ୍କ ନେତୃତ୍ୱରେ ୨ଟି ସ୍କ୍ବାଡ୍‌ ଗଠନ କରାଯାଇଛି। ଏହାବାଦ୍‌ ପରିଷଦ କେନ୍ଦ୍ରୀୟ ଜୋନ ପକ୍ଷରୁ ୧ଟି ସ୍କ୍ବାଡ୍‌ ରହିଛି। ଜିଲାର ସମସ୍ତ ବିଡିଓ, ତହସିଲଦାରଙ୍କୁ ଅଚାନକ ପରୀକ୍ଷା କେନ୍ଦ୍ର ପରିଦର୍ଶନ ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲାପାଳ, ଏସ୍‌ପି, ଅତିରିକ୍ତ ଜିଲାପାଳ, ଉପ ଜିଲାପାଳ ପ୍ରମୁଖ ଚାହିଁଲେ ଯେ କୌଣସି କେନ୍ଦ୍ର ପରିଦର୍ଶନ କରିପାରିବେ ବୋଲି ନିଷ୍ପତ୍ତି ହୋଇଛି। ପ୍ରତି କେନ୍ଦ୍ରରେ ଜଣେ ସୁପରିଣ୍ଟେଣ୍ଡେଣ୍ଟ ଓ ଜଣେ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ରହିବେ। ଯେଉଁ ବିଦ୍ୟାଳୟରେ ୨୫୦ରୁ ଅଧିକ ପରୀକ୍ଷାର୍ଥୀ ସେଠାରେ ୧ ସୁପରିଣ୍ଟେଣ୍ଡେଣ୍ଟ ଓ ୨ ଜଣ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ରହିବା ବ୍ୟବସ୍ଥା ହୋଇଛି। ପ୍ରତି ୨୫ ପିଲାରେ ଜଣେ ପରୀକ୍ଷା ନିୟନ୍ତ୍ରକ (ଇନ୍‌ଭିଜିଲେଟର୍‌) ରହିବେ। ୫୦ ପିଲା ଥିଲେ ଜଣେ ରୋଭର ଓ ୧୦୦ରେ ଜଣେ ରିଲିଭର୍‌ ନିଯୁକ୍ତ ହେବେ। ପ୍ରତି ପରୀକ୍ଷା କେନ୍ଦ୍ରରେ ବିଦ୍ୟୁତ୍‌, ପାଣି ଓ ପରିଶ୍ରାଗାର ସୁବ୍ୟବସ୍ଥିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବିଶେଷକରି ପାୱାର କଟ୍‌ ରୋକିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ସେସୁ ନିର୍ବାହୀ ଯନ୍ତ୍ରୀଙ୍କୁ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri