୭,୨୫୮ ପିଲାଙ୍କୁ ମିଳିବ କାଳିଆ ଛାତ୍ର ବୃତ୍ତି: ମନ୍ତ୍ରୀ

ଭୁବନେଶ୍ୱର,୨୨।୮(ବ୍ୟୁରୋ): ରାଜ୍ୟରେ ମେଧାବୀ ଛାତ୍ରୀଛାତ୍ରମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ‘କାଳିଆ ଛାତ୍ରବୃତ୍ତି’ ପ୍ରଦାନ କରୁଛନ୍ତି। ତେବେ ବର୍ତ୍ତମାନ ରାଜ୍ୟରେ ମୋଟ ୭,୨୫୮ ପିଲାଙ୍କୁ ଏହି ବୃତ୍ତି ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।

ଗୁରୁବାର କାଳିଆ ଛାତ୍ରବୃତ୍ତି ସମ୍ପର୍କିତ ଏକ ବୈଠକ ପରେ ମନ୍ତ୍ରୀ ସାହୁ ସୂଚନା ଦେଇ କହିଛନ୍ତି, କାଳିଆ ଛାତ୍ରବୃତ୍ତି ଲାଗି ମୋଟ ୧୯,୨୪୭ ଜଣ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୭,୨୫୮ ଆବେଦନକାରୀଙ୍କୁ ଅନୁମୋଦନ କରାଯାଇଛି। ନୋଡାଲ ଅଫିସରଙ୍କ ଜରିଆରେ ୬୬୧ ଅନୁମୋଦନକୁ ମଞ୍ଜୁରୀ ମିଳିଥିବା ସେ କହିଛନ୍ତି।