୬ ରଥ ଗଡୁଥିଲା, ସୁନା ଧ୍ୱଜ କଳସ ଲାଗୁଥିଲା

ପୁରୀ ଅଫିସ,୨୮।୬ : ବଦଳୁଛି ସମୟ। ଆଉ ସମୟ ସହିତ ତାଳଦେଇ କେତେକ ପ୍ରଥା ବା ପରମ୍ପରାରେ ବି ପରିବର୍ତ୍ତନ ହେଉଛି। ଏଥିରୁ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା ବି ବାଦ୍‌ ପଡ଼ିନାହିଁ। ପରିବର୍ତ୍ତିତ ସମୟ ସହିତ ତାଳଦେଇ ରଥଯାତ୍ରାରେ ବି କିଛି ପରିବର୍ତ୍ତନ ଘଟିଛି। ସେତେବେଳର ରଥଯାତ୍ରା ଆଉ ଏବେର ରଥଯାତ୍ରା ମଧ୍ୟରେ କେତେକ ଫରକ୍‌ ଦେଖିବାକୁ ମିଳୁଛି।
ଏ ସମ୍ପର୍କରେ ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କୁହନ୍ତି, ସୋମବଂଶୀ ରାଜା ଯଯାତି କେଶରୀଙ୍କ ସମୟରେ ରଥଯାତ୍ରାର ରୂପରେଖ ସ୍ବତନ୍ତ୍ର ଥିଲା। ସେ ସମୟରେ ଶ୍ରୀମନ୍ଦିରର ଉଚ୍ଚତା ଥିଲା ୪୮ ହାତ। ଠାକୁର ଥିଲେ ୨ ହାତ ୧୦ ଙ୍ଗୁଳିର। ରଥଗୁଡ଼ିକର ଉଚ୍ଚତା ୧୮ ହାତ ଥିଲା। ସେତେବେଳେ ଠାକୁରଙ୍କ ପାଇଁ ୬ଟି ରଥ ନିର୍ମାଣ ହେଉଥିଲା। ଶ୍ରୀମନ୍ଦିରଠାରୁ ବଳଗଣ୍ଡି ପର୍ଯ୍ୟନ୍ତ ତିନିରଥ ଯାଉଥିଲା। ମଝିରେ ପ୍ରବାହିତ ହେଉଥିଲା ମାଳିନୀ ନଦୀ। ଏହି ନଦୀର ଅପର ପାର୍ଶ୍ୱରେ ଇନ୍ଦ୍ରଦ୍ୟୁମ୍ନ ପାଟଣାରେ ତିନିରଥ ନିର୍ମାଣ କରାଯାଉଥିଲା। ଏହି ରଥଗୁଡ଼ିକ ଚାରିଚକିଆ ଶଗଡ଼ି ସଦୃଶ ଥିଲା। ଏହି ରଥଗୁଡ଼ିକ ମାଳିନୀ ବା ବଡ଼ନଦୀର ଉତ୍ତର ଭୂମିରେ ଆଡପମଣ୍ଡପ ବା ଗୁଣ୍ଡିଚା ଘରକୁ ଯାଉଥିଲା। ସିଂହଦ୍ୱାରଠାରୁ ବଳଗଣ୍ଡି ପର୍ଯ୍ୟନ୍ତ ଯାଉଥିବା ତିନିରଥ ମଧ୍ୟରୁ ଶ୍ରୀଜଗନ୍ନାଥଙ୍କ ରଥ ୧୬ ଚକିଆ, ଶ୍ରୀବଳଭଦ୍ରଙ୍କ ରଥ ୧୪ଚକିଆ ଏବଂ ଦେବୀ ସୁଭଦ୍ରାଙ୍କର ରଥ ଥିଲା ୧୨ ଚକିଆ। ରଥ ଉପରେ ସୁନାର ତିନିବେଣ୍ଟିଆ ଧ୍ୱଜ କଳସ ଲାଗୁଥିଲା। କନକମୁଣ୍ଡିରେ ରତ୍ନଚାନ୍ଦୁଆ ଟଣା ହେଉଥିଲା। ସେତେବେଳେ ଅନ୍ୟ ଗୋଟିଏ ଛୋଟ ରଥରେ ବଜନ୍ତରୀ, ରଥ ଘଣ୍ଟୁଆ ଓ ବାଦ୍ୟକାରମାନେ ଆଗେ ଆଗେ ଯାଉଥିଲେ। ଏହି ରଥକୁ ଘୋଡାମାନେ ଟାଣୁଥିଲେ। ପଛରେ ଥିବା ତିନିରଥକୁ ଭକ୍ତମାନେ ଟାଣୁଥିଲେ। ରଥରେ ଚାଉଳ, ନଡ଼ିଆଖଣ୍ଡ ପଡ଼ି ଭୋଗ ଲାଗୁଥିଲା। ସେହି ଭୋଗକୁ ଭକ୍ତଜନଙ୍କୁ ବଣ୍ଟାଯାଉଥିଲା। ରଥ ଚକଡ଼ାରେ ଏଥିପାଇଁ ଗୋଟିଏ ପଦ ରହିଛି, ଯାଉ ରଥ ଯାଉ ବଳଗଣ୍ଡିଠି ଥାଉ, ଉଆ ଚାଉଳ ଖଣ୍ଡ ନଡ଼ିଆ ଟାଉ ଟାଉ କରି ଖାଉ… ।
ବଳଗଣ୍ଡିଠାରେ ତିନିରଥ ପହଞ୍ଚତ୍ବା ପରେ ଠାକୁରମାନଙ୍କୁ ଦୋଳଚାପରେ ନଦୀ ପାର୍‌ କରାଯାଉଥିଲା। ଦାରୁବିଗ୍ରହମାନେ ନଦୀ ପାର୍‌ ହୋଇ ଚାରିଚକିଆ ଶଗଡ଼ି ରଥରେ ବସି ଗୁଣ୍ଡିଚା ମନ୍ଦିରକୁ ଯାଉଥିଲେ। ନବଦିନାତ୍ମକ ଯାତ୍ରା ସମାପ୍ତ କରି ଠାକୁରମାନେ ବାହୁଡ଼ି ଆସୁଥିଲେ। ରଥ ଚକଡ଼ାରେ ଉଲ୍ଲେଖ ରହିଛି ପାଟଣା ରଥ ଚାରିଚକିଆ, କିଆ ପଟୁଳାରେ ହୋଇଛି ଠିଆ… ।
ଦ୍ୱିତୀୟ ନରସିଂହ ଦେବ ଖ୍ରୀଷ୍ଟୀୟ ୧୨୭୮ରୁ ୧୩୦୭ଙ୍କ ସମୟରେ ମାଳିନୀ ନଦୀକୁ ପୋତିଦେବା ଫଳରେ ଠାକୁରମାନଙ୍କ ଲାଗି ତିଆରି କରାଯାଉଥିବା ୬ରଥ ପରିବର୍ତ୍ତେ ତିନିରଥ ନିର୍ମିତ ହେଲା। ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ରଥଯାତ୍ରା ପାଇଁ ୩ଗୋଟି ରଥ ନିର୍ମାଣ ହୋଇଆସୁଛି। ରଥ ଉପରେ ସୁନାର ତିନିବେଣ୍ଟିଆ ଧ୍ୱଜ କଳସ ପରିବର୍ତ୍ତେ ପିତ୍ତଳର କଳସମାନ ଲାଗୁଛି। କନକମୁଣ୍ଡିରେ ରତ୍ନଚାନ୍ଦୁଆ ବଦଳରେ ସାଧାରଣ ଚାନ୍ଦୁଆ ବ୍ୟବହାର କରାଯାଉଛି। ବଜନ୍ତରୀ, ରଥଘଣ୍ଟୁଆ ଓ ବାଦ୍ୟକାରମାନେ ସେତେବେଳେ ସ୍ବତନ୍ତ୍ର ରଥରେ ଯାଉଥିବାବେଳେ ବର୍ତ୍ତମାନ ଘଣ୍ଟୁଆମାନେ ତିନିରଥରେ ହିଁ ଯାଉଛନ୍ତି। ସେମାନଙ୍କ ପାଇଁ ସ୍ବତନ୍ତ୍ର ରଥ ନିର୍ମିତ ହେଉନାହିଁ ବୋଲି ଡ. ଦାଶ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri