୬ ମାସ ତଳୁ ଶେଷ ହେଲାଣି ଇକୋ ପାର୍କ ପରିଚାଳନା ଚୁକ୍ତି: ନାଲି ଫିତା ତଳେ ନବୀକରଣ

ଅନୁଗୋଳ ଅଫିସ, ୧୩।୧୧-ସହରବାସୀଙ୍କୁ ସତେଜ ରଖିବା ତଥା ଏକ ସୁସ୍ଥ ପରିବେଶ ଭେଟିଦେବାକୁ ଅନୁଗୋଳ ପୌରପାଳିକା ପକ୍ଷରୁ ଶିକ୍ଷକପଡ଼ାଠାରେ ଇକୋ ପାର୍କର ପରିକଳ୍ପନା କରାଯାଇଥିଲା। ପ୍ରଥମେ ପୌରପାଳିକା ଏହାକୁ ନିଜେ ପରିଚାଳନା କରୁଥିଲା। କିନ୍ତୁ ପରେ ଚୁକ୍ତିଭିତ୍ତିରେ ଏକ ଘରୋଇ ସଂସ୍ଥାକୁ ଦାୟିତ୍ୱ ପ୍ରଦାନ କରାଯାଇଛି। ପ୍ରତିବର୍ଷ ଉକ୍ତ ଚୁକ୍ତିର ନବୀକରଣ ନିମନ୍ତେ ସର୍ତ୍ତ ରଖାଯାଇଛି। କିନ୍ତୁ ଗତ ୬ ମାସ ହେଲା ଚୁକ୍ତି ଅବଧି ପୂରଣ ହୋଇଯାଇଥିଲେ ବି ଏଯାଏ ନୂଆ ଚୁକ୍ତିନାମା ବା ନବୀକରଣ କରାଯାଇ ନାହିଁ। ପ୍ରଶାସନର ନାଲି ଫିତା ତଳେ ଫାଇଲ୍‌ ପଡ଼ିରହିଥିବାରୁ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି ପରିଚାଳନା ଦାୟିତ୍ୱ ନେଇଥିବା ଘରୋଇ ସଂସ୍ଥା। ଏପରି କି ଏଥିପାଇଁ ପୌରପାଳିକା ଆର୍ଥିକ ଭାବେ କ୍ଷତିଗ୍ରସ୍ତ ହେବ ବୋଲି ମଧ୍ୟ କୁହାଯାଉଛି।
ଇକୋ ପାର୍କକୁ ଅନୁଗୋଳ ପୌରପାଳିକାର ଡ୍ରିମ୍‌ ପ୍ରୋଜେକ୍ଟ ବୋଲି କୁହାଯାଉଛି। ଏହି ପାର୍କ ନିର୍ମାଣ ପରେ ୨୦୧୮ ପର୍ଯ୍ୟନ୍ତ ପୌରପାଳିକା ଏହାକୁ ନିଜେ ପରିଚାଳନା କରୁଥିଲା। ତେବେ ଗତବର୍ଷ କାଉନସିଲ ଭାଙ୍ଗିବା ପୂର୍ବରୁ ପାର୍କର ପରିଚାଳନା ଦାୟିତ୍ୱ ଘରୋଇ ସଂସ୍ଥାକୁ ଦେବାକୁ କାଉନସିଲ ବୈଠକରେ ସ୍ଥିର କରାଯାଇଥିଲା। ତଦନୁଯାୟୀ ବର୍ଷକୁ ୬ ଲକ୍ଷ ୩୦୧ ଟଙ୍କାର ଟେଣ୍ଡର କରାଯାଇ ୫ ବର୍ଷ ପାଇଁ ଏକ ଘରୋଇ ସଂସ୍ଥାକୁ ଚୁକ୍ତିଭିତ୍ତିରେ ପରିଚାଳନା ଦାୟିତ୍ୱ ପ୍ରଦାନ କରାଯାଇଥିଲା। ପ୍ରତିବର୍ଷ ଚୁକ୍ତି ନବୀକରଣ କରାଯିବା ସର୍ତ୍ତ ସହ ସିକ୍ୟୁରିଟି ବାବଦକୁ ଉକ୍ତ ସଂସ୍ଥାଠାରୁ ୩ ଲକ୍ଷ ଟଙ୍କା ରଖାଯାଇଥିଲା। ୨୦୧୯ ମେ ୩୧ରୁ ପାର୍କ ପରିଚାଳନା କରୁଥିବା ସଂସ୍ଥା ସହ ହୋଇଥିବା ଚୁକ୍ତି ଅବଧି ଶେଷ ହୋଇଯାଇଛି। କିନ୍ତୁ ଏଯାଏ ତାହାର ନବୀକରଣ କରାଯାଇନାହିଁ। ପୌରପାଳିକା ପ୍ରଶାସକ ତଥା ଜିଲାପାଳ ଚୁକ୍ତି ନବୀକରଣ ପାଇଁ ନିର୍ଦ୍ଦେଶ ଦେବା ପରେ ପୌରପାଳିକା ପକ୍ଷରୁ ଫାଇଲ ପିଡିଙ୍କ ମାଧ୍ୟମରେ ଜିଲାପାଳଙ୍କ ନିକଟକୁ ପଠାଯାଇଥିଲା। କିନ୍ତୁ ପିଡି ଫାଇଲଟିକୁ ଏପିଡିଙ୍କୁ ପ୍ରଦାନ କରିଥିଲେ ମଧ୍ୟ ତାହା ତାଙ୍କ ଟେବୁଲ ଉପରେ ଦୀର୍ଘଦିନ ହେବ ପଡ଼ିରହିଛି। ପ୍ରଶାସନର ଏପରି କାର୍ଯ୍ୟକୁ ନେଇ ପାର୍କ ପରିଚାଳନା ଦାୟିତ୍ୱ ନେଇଥିବା ଠିକାସଂସ୍ଥା ମାଲିକ ରଞ୍ଜିତ କୁମାର ଜେନା ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଯେବେଠାରୁ ଚୁକ୍ତି ନବୀକରଣ କରାଯିବ ସେବେଠାରୁ ହିସାବ କରି ସେ ଟଙ୍କା ପ୍ରଦାନ କରିବେ। ଯଦି ବାସ୍ତବରେ ଏପରି କରାଯାଏ ତା’ହେଲେ ପୌରପାଳିକା ଲକ୍ଷାଧିକ ଟଙ୍କାର ରାଜସ୍ବ ହରାଇବ ବୋଲି ଆଶଙ୍କା କରାଯାଉଛି।
ଏ ସମ୍ପର୍କରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ (ପିଡି) ଅତୁଲ୍ୟ କୁମାର ଚମ୍ପତ୍ତିରାୟ କହିଛନ୍ତି, ଫାଇଲ ଅଟକାଇ ରଖିବାରେ କୌଣସି ମନ୍ଦ ଉଦ୍ଦେଶ୍ୟ ନାହିଁ। ପରିଚାଳନା ବ୍ୟବସ୍ଥାର ଘରୋଇକରଣ ବେଳେ ଜିଏସ୍‌ଟି ଲାଗୁ କରାଯାଇ ନ ଥିଲା। ଚଳିତ ଥର ଜିଏସ୍‌ଟି ଲାଗୁ କରିବାକୁ ଯୋଜନା ରଖାଯାଇଛି। ଜିଏସ୍‌ଟି କମିଶନରଙ୍କ ସହ ଯୋଗାଯୋଗ କରାଯାଉଥିବାରୁ ଫାଇଲ ଅଟକି ରହିଛି। ତେବେ କିପରି ଏହି କାର୍ଯ୍ୟ ଶୀଘ୍ର ହେବ ସେ ନେଇ ବିଚାର କରାଯିବ ବୋଲି ପିଡି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri