୬ ଅନାଥ ଭଉଣୀଭାଇଙ୍କୁ ଥଇଥାନ

କେନ୍ଦୁଝର, ୨ା୭ (ସ୍ବ.ପ୍ର.)-ସାହାରପଡା ବ୍ଲକ ଲୁଙ୍ଗା ଗ୍ରାମ ମୁଣ୍ଡା ସାହିରେ ବାପା ଓ ମା ଙ୍କୁ ହରାଇ ଅନାଥ ହୋଇଯାଇଥିବା ୬ ଶିଶୁଙ୍କୁ ପାଠ ପଢାଇବା ବ୍ୟବସ୍ଥା ପ୍ରଶାସନ କରୁଛି ା ଏନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଚିଫ ସେକ୍ରେଟାରୀ ହସ୍ତକ୍ଷେପ କରିଥିଲେ। ଚିଫ ସେକ୍ରେଟାରୀଙ୍କ ଆଦେଶ କ୍ରମେ ଜିଲାପାଳ ଆଶୀଷ ଠାକ୍‌ରେ ସେମାନଙ୍କ ଥଇଥାନ ପାଇଁ ପଦକ୍ଷେପ ନେଇଛନ୍ତି। ଜିଲା ମଙ୍ଗଳ ଅଧିକାରୀ ପ୍ରଦ୍ୟୁମ୍ନ ଦାସ ଓ ଜିଲା ଶିଶୁ ସୁରକ୍ଷା ଅଧିକାରିଣୀ ଦେବାଙ୍ଗନା ବାରିକ ସେମାନଙ୍କ ଘରକୁ ଯାଇ ସେମାନଙ୍କ ଅବସ୍ଥା ବୁଝିଥିଲେ ା ସେମାନଙ୍କ ବାପା କିଡନୀ ରୋଗରେ ଆକ୍ରାନ୍ତ ହୋଇ ୨ ବର୍ଷ ତଳେ ଦେହାନ୍ତ ହେବା ପରେ ମା’ ସମ୍ବାରୀ ମୁଣ୍ଡା ଗତ ମାସ ୧୪ ତାରିଖରେ ମୃତ୍ୟୁବରଣ କରିବା ପରେ ପିଲାମାନେ ଅନାଥ ହୋଇଯାଇଥିଲେ। ସେମାନେ ପାଠ ପଢା ଛାଡି ପେଟ ପୋଷିବା ପାଇଁ କାମଧନ୍ଦା କରିବା ପାଇଁ ନିଷ୍ପତ୍ତି ନେବା ଘଟଣା ପରେ ଜୁନ ୨୫ ତାରିଖରେ ୬ ଅନାଥ ଭଉଣୀଭାଇ ନିରାଶ୍ରୟ ଶୀର୍ଷକ ଖବର ପ୍ରକାଶ ପାଇଥିଲା ା ଏନେଇ ଡିସିପିଓ ଶ୍ରୀମତୀ ବାରିକ ସୂଚନା ଦେଇଛନ୍ତି ଯେ, ବାଲମା ମୁଣ୍ଡା (ନବମ ଶ୍ରେଣୀ), ମିଞ୍ଜା ମୁଣ୍ଡା (ନବମ ଶ୍ରେଣୀ) ଓ ମଙ୍ଗୁଳୀ ମୁଣ୍ଡା (୮ମ ଶ୍ରେଣୀ)ଙ୍କୁ ଏସସି/ଏସଟି ବିଭାଗ ଅଧୀନରେ ଚାଲିଥିବା ଆବାସିକ ବିଦ୍ୟାଳୟ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଜାମୁଦାରେ ନାମ ଲେଖାଇବା ସହ କୃପାସିନ୍ଧୁ ମୁଣ୍ଡା (ଚତୁର୍ଥ ଶ୍ରେଣୀ) ଓ ଲିଲ୍ୟାମଣୀ ମୁଣ୍ଡା ( ଦ୍ୱିତୀୟ ଶ୍ରେଣୀ)ଙ୍କୁ ରାମଚନ୍ଦ୍ରପୁର ଆଶ୍ରମ ବିଦ୍ୟାଳୟରେ ନାମ ଲେଖାଇବା ନେଇ ନିଷ୍ପତ୍ତି ହୋଇଛି। ସମ୍ପୃକ୍ତ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ନାମ ଲେଖା ନେଇ ଦୁଇ ଦିନ ମଧ୍ୟରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଷ୍ଟାଟସ ରିପୋର୍ଟ ଦେବାକୁ କୁହାଯାଇଛି ା ଜାନକୀ ମୁଣ୍ଡା (ଦଶମ ପାସ)ଙ୍କୁ ସ୍କିଲ ଡେଭେଲପମେଣ୍ଟ କରି ଥଇଥାନ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ତାଙ୍କୁ ଘର ମିଳିଥିଲେ ହେଁ ଭଙ୍ଗାଦଦରା ଘରେ ରହୁଥିବାରୁ ସେମାନଙ୍କ ପାଇଁ ଆବାସ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି। ୬ ଶିଶୁ ମଧ୍ୟରୁ ୫ ଜଣ ବାଳିକା ଥିବାରୁ ସେମାନଙ୍କୁ ସୁରକ୍ଷା ଓ ଅନ୍ୟ ସହାୟତା ପ୍ରଦାନ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ଶ୍ରୀକାନ୍ତଙ୍କ ପ୍ରାର୍ଥିତ୍ୱରୁ ତ୍ରିମୁଖୀ ଲଢ଼େଇ

ବାଲେଶ୍ୱର,୧୬ା୪(ମାନସ ବିଶ୍ୱାଳ):ବାଲେଶ୍ୱର ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଶ୍ରୀକାନ୍ତ ଜେନାଙ୍କ ନାମ ଘୋଷଣା କରାଯାଇଛି। ପୂର୍ବରୁ ଭାଜପାରୁ ପ୍ରତାପ ଷଡ଼ଙ୍ଗୀ ଓ ବିଜେଡିରୁ...

ପ୍ରତାପ ଷଡଙ୍ଗୀଙ୍କୁ ନିଜ ଦଳର କର୍ମୀ ଚେତାବନୀ, ଏମିତି ନ କଲେ ନିର୍ବାଚନମଣ୍ଡଳୀରେ ପୂରାଇ ଦିଆଯିବ ନାହିଁ

ବାଲେଶ୍ୱର,୧୪।୪(ମାନସ ବିଶ୍ୱାଳ)- ଜଳେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ପକ୍ଷରୁ ଘୋଷଣା କରାଯାଇଥିବା ପ୍ରାର୍ଥୀଙ୍କୁ ବିରୋଧ କରାଯାଇଛି। ଏନେଇ ବାଲେଶ୍ୱର ସହର ସହଦେବଖୁଣ୍ଟାସ୍ଥିତ ଏକ ଘରୋଇ...

ଚିଙ୍ଗୁଡ଼ି ଘେରିରେ ଏସିଡ୍‌ ଢାଳି ଯୁବକଙ୍କୁ ହତ୍ୟା

ରୂପସା,୧୪।୪(ବାଞ୍ଛାନିଧି ଦେ)ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ଗନ୍ଧିଆ ଗାଁ ନିକଟରେ ଥିବା ଏକ ଚିଙ୍ଗୁଡ଼ି ଘେରିରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି।...

ଟିକେଟ୍ ପାଇ ନବୀନଙ୍କୁ କୃତଜ୍ଞତା ଜଣାଇଲେ ଲେଖାଶ୍ରୀ

ଭୁବନେଶ୍ୱର,୧୩ା୪: ବାଲେଶ୍ୱର ଲୋକ ସଭା ପାଇଁ ବିଜୁ ଜନତା ଦଳ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଶନିବାର ସେ ଦଳର ମୁଖିଆ ତଥା...

ଉଭୟଙ୍କୁ ପ୍ରତିଶ୍ରୁତି, ଭାଗ୍ୟରେ ଟିକେଟ

ବାଲେଶ୍ୱର,୧୩।୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ଟିକେଟକୁ ନେଇ ଲାଗିରହିଛି ଡ୍ରାମା। ଗତ ୨୦୧୪ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇ...

ନୀଳଗିରିର ବୋହୂ, ପରିବେଶ ବିଜ୍ଞାନରେ ପିଏଚ୍‌ଡି; ବିଜେଡି ଟିକେଟ୍‌ରେ ଲଢ଼ିବାକୁ ଯାଉଥିବା ଲେଖାଶ୍ରୀଙ୍କ ବିଷୟରେ ଜାଣନ୍ତୁ…

ଭୁବନେଶ୍ୱର/ବାଲେଶ୍ବର,୧୨।୪: ଏକଦା ବିରୋଧୀ ଦଳରେ ଥିବା ବେଳେ ବିଜେଡି ସୁପ୍ରିମୋଙ୍କୁ ଶବ୍ଦବାଣରେ କଟାକ୍ଷ କରିବାର ଗୋଟିଏ ବି ସୁଯୋଗ ଛାଡ଼ୁ ନ ଥିଲେ। ହେଲେ ୨୦୨୪...

 ଚଡ଼କ ମେଳାରେ ଅଘଟଣ

ଜଳେଶ୍ୱର,୧୨।୪(ନବୀନ ସାହୁ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବାବା ଚନ୍ଦନେଶ୍ୱରଙ୍କ ଚଡ଼କ ଯାତ୍ରାରେ ଜଣେ ବତ୍ରଧାରୀ ମହିଳାଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଶ୍ରଦ୍ଧାଳୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri