୬ ଅନାଥ ଭଉଣୀଭାଇଙ୍କୁ ଥଇଥାନ

କେନ୍ଦୁଝର, ୨ା୭ (ସ୍ବ.ପ୍ର.)-ସାହାରପଡା ବ୍ଲକ ଲୁଙ୍ଗା ଗ୍ରାମ ମୁଣ୍ଡା ସାହିରେ ବାପା ଓ ମା ଙ୍କୁ ହରାଇ ଅନାଥ ହୋଇଯାଇଥିବା ୬ ଶିଶୁଙ୍କୁ ପାଠ ପଢାଇବା ବ୍ୟବସ୍ଥା ପ୍ରଶାସନ କରୁଛି ା ଏନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଚିଫ ସେକ୍ରେଟାରୀ ହସ୍ତକ୍ଷେପ କରିଥିଲେ। ଚିଫ ସେକ୍ରେଟାରୀଙ୍କ ଆଦେଶ କ୍ରମେ ଜିଲାପାଳ ଆଶୀଷ ଠାକ୍‌ରେ ସେମାନଙ୍କ ଥଇଥାନ ପାଇଁ ପଦକ୍ଷେପ ନେଇଛନ୍ତି। ଜିଲା ମଙ୍ଗଳ ଅଧିକାରୀ ପ୍ରଦ୍ୟୁମ୍ନ ଦାସ ଓ ଜିଲା ଶିଶୁ ସୁରକ୍ଷା ଅଧିକାରିଣୀ ଦେବାଙ୍ଗନା ବାରିକ ସେମାନଙ୍କ ଘରକୁ ଯାଇ ସେମାନଙ୍କ ଅବସ୍ଥା ବୁଝିଥିଲେ ା ସେମାନଙ୍କ ବାପା କିଡନୀ ରୋଗରେ ଆକ୍ରାନ୍ତ ହୋଇ ୨ ବର୍ଷ ତଳେ ଦେହାନ୍ତ ହେବା ପରେ ମା’ ସମ୍ବାରୀ ମୁଣ୍ଡା ଗତ ମାସ ୧୪ ତାରିଖରେ ମୃତ୍ୟୁବରଣ କରିବା ପରେ ପିଲାମାନେ ଅନାଥ ହୋଇଯାଇଥିଲେ। ସେମାନେ ପାଠ ପଢା ଛାଡି ପେଟ ପୋଷିବା ପାଇଁ କାମଧନ୍ଦା କରିବା ପାଇଁ ନିଷ୍ପତ୍ତି ନେବା ଘଟଣା ପରେ ଜୁନ ୨୫ ତାରିଖରେ ୬ ଅନାଥ ଭଉଣୀଭାଇ ନିରାଶ୍ରୟ ଶୀର୍ଷକ ଖବର ପ୍ରକାଶ ପାଇଥିଲା ା ଏନେଇ ଡିସିପିଓ ଶ୍ରୀମତୀ ବାରିକ ସୂଚନା ଦେଇଛନ୍ତି ଯେ, ବାଲମା ମୁଣ୍ଡା (ନବମ ଶ୍ରେଣୀ), ମିଞ୍ଜା ମୁଣ୍ଡା (ନବମ ଶ୍ରେଣୀ) ଓ ମଙ୍ଗୁଳୀ ମୁଣ୍ଡା (୮ମ ଶ୍ରେଣୀ)ଙ୍କୁ ଏସସି/ଏସଟି ବିଭାଗ ଅଧୀନରେ ଚାଲିଥିବା ଆବାସିକ ବିଦ୍ୟାଳୟ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଜାମୁଦାରେ ନାମ ଲେଖାଇବା ସହ କୃପାସିନ୍ଧୁ ମୁଣ୍ଡା (ଚତୁର୍ଥ ଶ୍ରେଣୀ) ଓ ଲିଲ୍ୟାମଣୀ ମୁଣ୍ଡା ( ଦ୍ୱିତୀୟ ଶ୍ରେଣୀ)ଙ୍କୁ ରାମଚନ୍ଦ୍ରପୁର ଆଶ୍ରମ ବିଦ୍ୟାଳୟରେ ନାମ ଲେଖାଇବା ନେଇ ନିଷ୍ପତ୍ତି ହୋଇଛି। ସମ୍ପୃକ୍ତ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ନାମ ଲେଖା ନେଇ ଦୁଇ ଦିନ ମଧ୍ୟରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଷ୍ଟାଟସ ରିପୋର୍ଟ ଦେବାକୁ କୁହାଯାଇଛି ା ଜାନକୀ ମୁଣ୍ଡା (ଦଶମ ପାସ)ଙ୍କୁ ସ୍କିଲ ଡେଭେଲପମେଣ୍ଟ କରି ଥଇଥାନ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ତାଙ୍କୁ ଘର ମିଳିଥିଲେ ହେଁ ଭଙ୍ଗାଦଦରା ଘରେ ରହୁଥିବାରୁ ସେମାନଙ୍କ ପାଇଁ ଆବାସ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି। ୬ ଶିଶୁ ମଧ୍ୟରୁ ୫ ଜଣ ବାଳିକା ଥିବାରୁ ସେମାନଙ୍କୁ ସୁରକ୍ଷା ଓ ଅନ୍ୟ ସହାୟତା ପ୍ରଦାନ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଶୋଇଥିବାବେଳେ ମାଡ଼ି ଆସିଲା ବିପଦ: ଆକାଶରୁ ଖସିଲା ମୃତ୍ୟୁ, ଗୋଟିଏ ପରିବାରର…

ନୀଳଗିରି,୨୦ା୭(ପ୍ରଶାନ୍ତ କୁମାର ବିଶ୍ୱାଳ): ଘରେ ଶୋଇଥିବା ଅବସ୍ଥାରେ ରବିବାର ରାତିରେ ହଠାତ୍‌ ହେଲା ବଜ୍ରପାତ। ଏହି ବଜ୍ରପାତରେ ଗୋଟିଏ ପରିବାରର ୮ ଜଣଙ୍କ ମଧ୍ୟରୁ ୫ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri