୬୦ ଦେଶରେ କରୋନା କାୟା: ଚାଇନାରେ ମୃତ୍ୟୁସଂଖ୍ୟା ୨,୮୭୦

ତେହେରାନ୍‌/ସିଓଲ,୨ା୩: ଚାଇନାର ଉହାନ ସହରରୁ ସୃଷ୍ଟ କରୋନା ଭୂତାଣୁ ସଂକ୍ରମଣ ଏବେ ପାଖାପାଖି ୬୦ ଦେଶକୁ ବ୍ୟାପିଲାଣି। ଏଥିରେ କେବଳ ଲୋକଙ୍କ ମୃତ୍ୟୁ ଘଟୁଛି ତାହା ନୁହେଁ, ବରଂ ଏହାଦ୍ୱାରା ଅନେକ ଦେଶର ଅର୍ଥନୀତି ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଚାଇନାରେ ସଂକ୍ରମଣ ହାର ପୂର୍ବାପେକ୍ଷା କମିଥିବାବେଳେ ଇରାନ ଓ ଦକ୍ଷିଣ କୋରିଆ ଭଳି ଦେଶରେ ଏହା ଦ୍ରୁତଗତିରେ ମାଡ଼ିଚାଲିଛି, ଯାହା ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ଇରାନରେ ରବିବାର ୧୧ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହେବା ଫଳରେ ସେଠାରେ ମୋଟ ମୃତ୍ୟୁସଂଖ୍ୟା ୫୪ରେ ପହଞ୍ଚତ୍ଛି। ଏଥିସହିତ ଇରାନରେ ୯୭୮ ଜଣଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୮୫ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଚାଇନା ବାହାରେ ଦକ୍ଷିଣ କୋରିଆରେ ସର୍ବାଧିକ ସଂକ୍ରମଣ ହୋଇଥିବା ଜଣାପଡ଼ିଛି। ସେଠାରେ ରବିବାର ୩୭୬ଜଣଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ମୋଟ ରୋଗୀସଂଖ୍ୟା ୩,୫୨୬ରେ ପହଞ୍ଚତ୍ଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ସେଠାରେ ବର୍ତ୍ତମାନ ସୁଦ୍ଧା ୨୦ ଜଣଙ୍କ ମୃତ୍ୟୁ ଘଟିଲାଣି। ଦକ୍ଷିଣ କୋରିଆ କର୍ତ୍ତୃପକ୍ଷ ଶିନ୍‌ଚେଓଞ୍ଜି ଚର୍ଚ୍ଚର ୨,୬୦,୦୦୦ ସଦସ୍ୟଙ୍କ ଯାଞ୍ଚ କରୁଥିବାରୁ ସଂକ୍ରମିତଙ୍କ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ଦକ୍ଷିଣ କୋରିଆର ବୃହତ୍‌ ସହର ଡାଏଗୁର ରାସ୍ତାଘାଟ ଏକ ପ୍ରକାର ଶୂନ୍‌ଶାନ ହୋଇପଡିଛି। ସେଠାରେ ଅଳ୍ପ କେତେକ ଦୋକାନରେ ମାସ୍କ ପିନ୍ଧିଥିବା କିଛି ଲୋକ କିଣାକିଣି କରୁଥିବା ଦେଖିବାକୁ ମିଳିଥିଲା। ଲୋକମାନଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। ଦେଶରେ ସପ୍ତାହେ ପାଇଁ ସ୍କୁଲ ଛୁଟି କରିଦିଆଯାଇଥିବାବେଳ ଡାଏଗୁ ସହରରେ ୩ ସପ୍ତାହ ଛୁଟି ଘୋଷଣା କରାଯାଇଛି।
କରୋନା ସଂକ୍ରମଣରେ ଜାପାନ ତୃତୀୟ ସ୍ଥାନରେ ରହିଛି। ସେଠାରେ ୨୨୦ ଜଣଙ୍କଠାରେ ଏହି ଭୂତାଣୁ ଚିହ୍ନଟ ହୋଇଥିବାବେଳେ ଏହାର ଉପକୂଳରେ ଅଟକି ଥିବା ଡାଇମଣ୍ଡ ପ୍ରିନ୍ସେସସ୍‌ ଜାହାଜରେ ୭୦୫ ଜଣ କରୋନା ସଂକ୍ରମିତ। ଏହା ବ୍ୟତୀତ ବ୍ରିଟେନ, ମାଲେସିଆ, ଥାଇଲାଣ୍ଡ, ଓମାନ, ଲେବାନନ, ଅଷ୍ଟ୍ରେଲିଆ, ସ୍ବିଜରଲାଣ୍ଡ, ନ୍ୟୁଜିଲାଣ୍ଡ, ଗ୍ରୀସ୍‌, ବେଲାରୁଷ, ଲିଥିଓନିଆ, ଆମେରିକା, ଇଟାଲୀ, ଜର୍ମାନୀ, କୁଏଟ୍‌, ଫ୍ରାନ୍ସ, ନେଦରଲାଣ୍ଡସ୍‌, ନାଇଜେରିଆ, ସାନ୍‌ମାରିନୋ, ଇଷ୍ଟୋନିଆ, ଡେନ୍‌ମାର୍କ, ବାହାରିନ, ଅଷ୍ଟ୍ରିଆ, ସ୍ପେନ୍‌, କାନାଡା, ଇରାକ, ୟୁଏଇ, ସିଙ୍ଗାପୁର, ତାଇଓ୍ବାନ, ପାକିସ୍ତାନ, ଆଫଗାନିସ୍ତାନ, ଭିଏତ୍‌ନାମ, ଫିଲିପାଇନ୍ସ, ନେପାଳ, ଶ୍ରୀଲଙ୍କା, ନରଓ୍ବେ, ବ୍ରାଜିଲ, କ୍ରୋଏସିଆ, ଆଲଜେରିଆ ପ୍ରଭୃତି ଦେଶକୁ କରୋନା ବ୍ୟାପିଥିବା ଜଣାପଡିଛି।

ଚାଇନାରେ ମୃତ୍ୟୁସଂଖ୍ୟା ୨,୮୭୦
ଚାଇନାରେ ରବିବାର ୩୫ ଜଣଙ୍କ ମୃତ୍ୟୁ ହେବା ପରେ ସେଠାରେ ମୋଟ କରୋନା ମୃତ୍ୟୁସଂଖ୍ୟା ୨,୮୭୦ରେ ପହଞ୍ଚତ୍ଛି। ଶନିବାର ୪୭ ଜଣଙ୍କର ମୃତ୍ୟୁ ହୋଇଥିଲା। ସେହିପରି ରବିବାର ୫୭୩ ନୂଆ ରୋଗୀ ଚିହ୍ନଟ ହେବା ପରେ ଚାଇନାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୯,୮୨୪ରେ ପହଞ୍ଚତ୍ଛି। ଗତ ଦୁଇମାସରେ ଚାଇନାରେ ସଂକ୍ରମଣ ଯେଉଁ ହାରରେ ବଢ଼ି ଚାଲିଥିଲା, ତାହା ହ୍ରାସ ପାଇଛି। ହଂକଂରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୬ରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

‘କାଜି କ୍ୟାମ୍ପ ଉପରେ କ୍ଷେପଣାସ୍ତ୍ର ପକାଅ’: ଭୋପାଳ ଭାଜପା ବିଧାୟକଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ହଇଚଇ

ଭୋପାଳ,୮।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ରାମେଶ୍ୱର ଶର୍ମାଙ୍କ ଏକ ବୟାନ ରାଜନୈତିକ ବିବାଦ ସୃଷ୍ଟି କରିଛି। ହୁଜୁର ବିଧାନସଭା ନିର୍ବାଚନମଣ୍ଡଳୀର…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

ରାଜଧାନୀରେ ମହିଳାଙ୍କୁ ବଳାତ୍କାର

ଭୁବନେଶ୍ୱର,୮।୯: ରାଜଧାନୀ ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଘରେ ପଶି ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।…

Shubman Gill Net Worth: ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାଉଛନ୍ତି ଶୁବମନ ଗିଲ; ଜାଣନ୍ତୁ ୨୭ ବର୍ଷ ବୟସରେ କେତେ ଧନୀ ‘ଦି ପ୍ରିନ୍ସ’

ନୂଆଦିଲ୍ଲୀ,୮।୯: ୨୦୧୮ରେ ପୃଥ୍ବୀ ଶ’ଙ୍କ ଅଧିନାୟକତ୍ୱରେ ଭାରତ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। ସେତେବେଳେ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଇଣ୍ଡିଆ ଶ’ଙ୍କ ପରି ପରବର୍ତ୍ତୀ…

ନିଲମ୍ବିତ ହେଲେ ପୂର୍ବତନ ବିଧାୟକଙ୍କ ସ୍ବାମୀ, ଜାଣନ୍ତୁ କାରଣ…

ଭୁବନେଶ୍ୱର,୮।୯: ପୂର୍ବତନ ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ବାମୀ ଦୁର୍ଗା ଛୁରିଆଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ରାଜନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ଅଭିଯୋଗରେ ଓଡ଼ିଶା ସହକାରୀ ସମିତି ରେଜିଷ୍ଟ୍ରାରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri