Posted inଜାତୀୟ

୫ ବିଲିୟନ ଡଲାର ପ୍ରତିରକ୍ଷା ରପ୍ତାନି ଲକ୍ଷ୍ୟ

ଲକ୍ଷ୍ନୌ,୬ା୨(ପି.ଟି.): ଆଗାମୀ ୫ ବର୍ଷରେ ପ୍ରତିରକ୍ଷା ରପ୍ତାନି ୫ ବିଲିୟନ ଡଲାର (ପାଖାପାଖି ୩୫ ହଜାର କୋଟି ଟଙ୍କା)ରେ ପହଞ୍ଚାଇବା ପାଇଁ ଭାରତ ଲକ୍ଷ୍ୟ ରଖିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ବୃଦ୍ଧି ଏବଂ ଏଠାରେ ଶିଳ୍ପ ସ୍ଥାପନ ଲାଗି ନିବେଶକମାନଙ୍କୁ ଆକୃଷ୍ଟ କରିବା ନିମନ୍ତେ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମୋଦି ସୂଚନା ଦେଇଥିଲେ। ଏକାଦଶ ପ୍ରତିରକ୍ଷା ପ୍ରଦର୍ଶନୀ (ଡିଫେନ୍ସ ଏକ୍ସପୋ)କୁ ଉଦ୍‌ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ଭାରତ ଭଳି ଏକ ବିଶାଳ ଦେଶ ପ୍ରତିରକ୍ଷା ସରଞ୍ଜାମ ପାଇଁ ସମ୍ପୂର୍ଣ୍ଣ ଭାବେ ବିଦେଶ ଉପରେ ନିର୍ଭରଶୀଳ ହୋଇପାରିବ ନାହିଁ। ଏଥିପାଇଁ ଗତ ୫ ବର୍ଷ ମଧ୍ୟରେ ତାଙ୍କ ସରକାର ଅନେକ କମ୍ପାନୀକୁ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ପାଇଁ ଲାଇସେନ୍ସ ପ୍ରଦାନ କରିଛନ୍ତି। ୨୦୧୪ରେ ୨୧୦ଟି କମ୍ପାନୀକୁ ଲାଇସେନ୍ସ ଦିଆଯାଇଥିବାବେଳେ ଗତବର୍ଷ ଏହି ସଂଖ୍ୟା ୪୬୦କୁ ବୃଦ୍ଧି ପାଇଛି। ଭାରତ କମାଣଠାରୁ ଆରମ୍ଭ କରି ଲଢ଼ୁଆ ବିମାନ, ବିମାନବାହୀ ଯୁଦ୍ଧଜାହାଜ, ବୁଡ଼ାଜାହାଜ, ହାଲୁକା ଲଢ଼ୁଆ ବିମାନ ଏବଂ ଲଢ଼ୁଆ ହେଲିକପ୍ଟର ଆଦି ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ କରୁଛି। ‘ଭାରତରେ ଭାରତ ଓ ବିଶ୍ୱ ପାଇଁ ନିର୍ମାଣ’ ଆମର ମନ୍ତ୍ର ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ୨୦୧୪ରେ ଭାରତ ୨୦୦୦ କୋଟି ଟଙ୍କାର ପ୍ରତିରକ୍ଷା ସାମଗ୍ରୀ ରପ୍ତାନି କରିଥିବାବେଳେ ଗତ ଦୁଇବର୍ଷରେ ଏହା ୧୭,୦୦୦ କୋଟି ଟଙ୍କାରେ ପହଞ୍ଚତ୍ଛି। ଆଗାମୀ ୫ ବର୍ଷରେ ଏହାକୁ ୩୫ ହଜାର କୋଟି ଟଙ୍କାରେ ପହଞ୍ଚାଇବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଉତ୍ତରପ୍ରଦେଶ ଦେଶର ପ୍ରତିରକ୍ଷା ଉତ୍ପାଦନ ହବ୍‌ ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଏସ୍‌ଡି) ଏବଂ ସାମରିକ ବ୍ୟାପାର ବିଭାଗ ପ୍ରତିଷ୍ଠା ପ୍ରତିରକ୍ଷା ଉତ୍ପାଦନ ବୃଦ୍ଧିରେ ସହାୟକ ହେବ। ଆଗାମୀ ଦିନରେ ଭାରତ ମହାକାଶରେ ନିଜର ଉପସ୍ଥିତି ବଢ଼ାଇବାକୁ ଯାଉଛି ବୋଲି ମୋଦି କହିଥିଲେ।
୮ରେ ଶେଷ ହେବାକୁ ଥିବା ଏହି ଏକ୍ସପୋରେ ଦେଶବିଦେଶରୁ ଅନେକ ପ୍ରତିରକ୍ଷା ଶିଳ୍ପସଂସ୍ଥା ଅଂଶଗ୍ରହଣ କରିଛନ୍ତି। ଭାରତର ଉଭୟ ସରକାରୀ ଓ ଘରୋଇ ପ୍ରତିରକ୍ଷା ଉତ୍ପାଦନକାରୀ, ଓଇଏମ୍‌ ଏବଂ ଏମ୍‌ଏସ୍‌ଏମ୍‌ଇ ଭାଗନେଇ ସେମାନଙ୍କ ସାମଗ୍ରୀ ପ୍ରଦର୍ଶନ କରିଛନ୍ତି। ଗୋଟିଏ ସ୍ଥାନରେ ସବୁ ପ୍ରକାର ପ୍ରତିରକ୍ଷା ସାମଗ୍ରୀ ଦେଖିବାକୁ ମିଳିଛି। ୨୦୧୮ରେ ଚେନ୍ନାଇରେ ଅନୁଷ୍ଠିତ ଡିଫେନ୍ସ ଏକ୍ସପୋରେ ୫୪୨ ଭାରତୀୟ ଓ ୧୬୦ ବିଦେଶୀ କମ୍ପାନୀ ଭାଗନେଇଥିଲେ। ଏଥିରେ ୫୦ଟି ଦ୍ୱିପାକ୍ଷିକ ବୈଠକ ହେବା ସହ ୪୦ ଏମ୍‌ଓୟୁ ସ୍ବାକ୍ଷର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

ସାବରିମାଲା ଦୁର୍ନୀତିର ବଡ଼ ପର୍ଦ୍ଦାଫାଶ

କୋଚି,୧ା୧: କେରଳ ହାଇକୋର୍ଟଙ୍କ ତରଫରୁ ସାବରିମାଲା ମନ୍ଦିରର ସୁନା ଚୋରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ମନ୍ଦିର ଗର୍ଭଗୃହର ଦ୍ୱରାପାଳକ...

ଏହି ଦିନ ଗଡ଼ିବ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍: ବୁକ୍ କରନ୍ତୁ ଟିକେଟ୍

ନୂଆଦିଲ୍ଲୀ,୧।୧: ଭାରତୀୟ ପରିବହନ କ୍ଷେତ୍ରରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା ଅନୁଯାୟୀ, ଆସନ୍ତା ଅଗଷ୍ଟ ୧୫,...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri