Posted inଜାତୀୟ

୫ ବିଲିୟନ ଡଲାର ପ୍ରତିରକ୍ଷା ରପ୍ତାନି ଲକ୍ଷ୍ୟ

ଲକ୍ଷ୍ନୌ,୬ା୨(ପି.ଟି.): ଆଗାମୀ ୫ ବର୍ଷରେ ପ୍ରତିରକ୍ଷା ରପ୍ତାନି ୫ ବିଲିୟନ ଡଲାର (ପାଖାପାଖି ୩୫ ହଜାର କୋଟି ଟଙ୍କା)ରେ ପହଞ୍ଚାଇବା ପାଇଁ ଭାରତ ଲକ୍ଷ୍ୟ ରଖିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ବୃଦ୍ଧି ଏବଂ ଏଠାରେ ଶିଳ୍ପ ସ୍ଥାପନ ଲାଗି ନିବେଶକମାନଙ୍କୁ ଆକୃଷ୍ଟ କରିବା ନିମନ୍ତେ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମୋଦି ସୂଚନା ଦେଇଥିଲେ। ଏକାଦଶ ପ୍ରତିରକ୍ଷା ପ୍ରଦର୍ଶନୀ (ଡିଫେନ୍ସ ଏକ୍ସପୋ)କୁ ଉଦ୍‌ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ଭାରତ ଭଳି ଏକ ବିଶାଳ ଦେଶ ପ୍ରତିରକ୍ଷା ସରଞ୍ଜାମ ପାଇଁ ସମ୍ପୂର୍ଣ୍ଣ ଭାବେ ବିଦେଶ ଉପରେ ନିର୍ଭରଶୀଳ ହୋଇପାରିବ ନାହିଁ। ଏଥିପାଇଁ ଗତ ୫ ବର୍ଷ ମଧ୍ୟରେ ତାଙ୍କ ସରକାର ଅନେକ କମ୍ପାନୀକୁ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ପାଇଁ ଲାଇସେନ୍ସ ପ୍ରଦାନ କରିଛନ୍ତି। ୨୦୧୪ରେ ୨୧୦ଟି କମ୍ପାନୀକୁ ଲାଇସେନ୍ସ ଦିଆଯାଇଥିବାବେଳେ ଗତବର୍ଷ ଏହି ସଂଖ୍ୟା ୪୬୦କୁ ବୃଦ୍ଧି ପାଇଛି। ଭାରତ କମାଣଠାରୁ ଆରମ୍ଭ କରି ଲଢ଼ୁଆ ବିମାନ, ବିମାନବାହୀ ଯୁଦ୍ଧଜାହାଜ, ବୁଡ଼ାଜାହାଜ, ହାଲୁକା ଲଢ଼ୁଆ ବିମାନ ଏବଂ ଲଢ଼ୁଆ ହେଲିକପ୍ଟର ଆଦି ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ କରୁଛି। ‘ଭାରତରେ ଭାରତ ଓ ବିଶ୍ୱ ପାଇଁ ନିର୍ମାଣ’ ଆମର ମନ୍ତ୍ର ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ୨୦୧୪ରେ ଭାରତ ୨୦୦୦ କୋଟି ଟଙ୍କାର ପ୍ରତିରକ୍ଷା ସାମଗ୍ରୀ ରପ୍ତାନି କରିଥିବାବେଳେ ଗତ ଦୁଇବର୍ଷରେ ଏହା ୧୭,୦୦୦ କୋଟି ଟଙ୍କାରେ ପହଞ୍ଚତ୍ଛି। ଆଗାମୀ ୫ ବର୍ଷରେ ଏହାକୁ ୩୫ ହଜାର କୋଟି ଟଙ୍କାରେ ପହଞ୍ଚାଇବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଉତ୍ତରପ୍ରଦେଶ ଦେଶର ପ୍ରତିରକ୍ଷା ଉତ୍ପାଦନ ହବ୍‌ ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଏସ୍‌ଡି) ଏବଂ ସାମରିକ ବ୍ୟାପାର ବିଭାଗ ପ୍ରତିଷ୍ଠା ପ୍ରତିରକ୍ଷା ଉତ୍ପାଦନ ବୃଦ୍ଧିରେ ସହାୟକ ହେବ। ଆଗାମୀ ଦିନରେ ଭାରତ ମହାକାଶରେ ନିଜର ଉପସ୍ଥିତି ବଢ଼ାଇବାକୁ ଯାଉଛି ବୋଲି ମୋଦି କହିଥିଲେ।
୮ରେ ଶେଷ ହେବାକୁ ଥିବା ଏହି ଏକ୍ସପୋରେ ଦେଶବିଦେଶରୁ ଅନେକ ପ୍ରତିରକ୍ଷା ଶିଳ୍ପସଂସ୍ଥା ଅଂଶଗ୍ରହଣ କରିଛନ୍ତି। ଭାରତର ଉଭୟ ସରକାରୀ ଓ ଘରୋଇ ପ୍ରତିରକ୍ଷା ଉତ୍ପାଦନକାରୀ, ଓଇଏମ୍‌ ଏବଂ ଏମ୍‌ଏସ୍‌ଏମ୍‌ଇ ଭାଗନେଇ ସେମାନଙ୍କ ସାମଗ୍ରୀ ପ୍ରଦର୍ଶନ କରିଛନ୍ତି। ଗୋଟିଏ ସ୍ଥାନରେ ସବୁ ପ୍ରକାର ପ୍ରତିରକ୍ଷା ସାମଗ୍ରୀ ଦେଖିବାକୁ ମିଳିଛି। ୨୦୧୮ରେ ଚେନ୍ନାଇରେ ଅନୁଷ୍ଠିତ ଡିଫେନ୍ସ ଏକ୍ସପୋରେ ୫୪୨ ଭାରତୀୟ ଓ ୧୬୦ ବିଦେଶୀ କମ୍ପାନୀ ଭାଗନେଇଥିଲେ। ଏଥିରେ ୫୦ଟି ଦ୍ୱିପାକ୍ଷିକ ବୈଠକ ହେବା ସହ ୪୦ ଏମ୍‌ଓୟୁ ସ୍ବାକ୍ଷର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲିଭ୍‌ ଇନ୍‌ରେ ରହୁଥିବା ପାର୍ଟନରଙ୍କ ଗଳା ଚିପିଦେଲେ ଯୁବତୀ: ୧୮ ଘଣ୍ଟା ପର୍ଯ୍ୟନ୍ତ ଘରେ ରଖିବା ପରେ ଘଟିଲା..

ନାସିକ,୧୮।୮: ନାସିକରେ ଜଣେ ମହିଳା ତାଙ୍କ ଲିଭ-ଇନ ପାର୍ଟନରଙ୍କ ଗଳା କାଟି ହତ୍ୟା କରି କସରା ଘାଟରେ ମୃତଦେହ ପକାଇ ଦେଇଛନ୍ତି। ଏହି ହତ୍ୟାକାଣ୍ଡରେ ପୋଲିସ ମହିଳା…

ଜମିରେ ଚାଷ କରୁଥିବା ବେଳେ କାମୁଡ଼ିଲା ସାପ, ପରେ….

ପାରଳାଖେମୁଣ୍ଡି, ୧୮।୮ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଥାନା ଅଧୀନ ଅଗରଖଣ୍ଡି ପଞ୍ଚାୟତର ଭିନ୍ନଳା ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ…

ଲାଇଭ୍‌ ମ୍ୟାଚ୍‌ରେ ପଡିକ୍କଲଙ୍କୁ କୋଳାଗ୍ରତ କରି ଚୁମ୍ବନ ଦେଲେ ରାହୁଲ: ପଡ଼ିଆରେ ଏମିତି କ’ଣ ଘଟିଲା, ଦେଖନ୍ତୁ VIDEO

ଗାଲେ,୧୮।୮: ଗାଲେରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ଚତୁର୍ଥ ଦିନରେ ଦେବଦତ୍ତ ପଡିକ୍କଲ ତାଙ୍କ ସାଥୀ କେଏଲ ରାହୁଲଙ୍କୁ ଆଉଟ ହେବାରୁ ରକ୍ଷା…

ପ୍ରାଇଭେଟ ପାର୍ଟ ବିକ୍ରି କଲେ ମିଳିବ ୧.୨୦ କୋଟି! Reel ଦେଖି ନାବାଳକଙ୍କ ସହ ଭୟଙ୍କର କାଣ୍ଡ, କାଟିଦେଲେ…

ଭୋପାଳ,୧୮।୮: ଭୋପାଳରେ ଛୋଟା ତାଳାବ କୂଳରୁ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା। ଏହାପରେ ପୋଲିସ ମୃତ ଯୁବକଙ୍କ ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିଲା। ଧୋବି…

ବୟଫ୍ରେଣ୍ଡଙ୍କ ସହ ମୋମୋ ଖାଉଥିଲେ ସ୍ତ୍ରୀ, ହଠାତ୍‌ ପହଞ୍ଚିଗଲେ ସ୍ବାମୀ: ଆଉ ତା’ପରେ ଯାହା ଘଟିଲା…

ଭୋପାଳ,୧୮।୮: ମଧ୍ୟପ୍ରଦେଶର ଭୋପାଳରୁ ଏକ ଅଜବ ପାରିବାରିକ ନାଟକ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏଠାରେ ଏକ ଅନୈତିକ ସମ୍ପର୍କର ହାଇଭୋଲଟେଜ ଡ୍ରାମା ରାସ୍ତା…

ପୁଣି ଆସୁଛି ବଡ଼ ଲଘୁଚାପ! ପ୍ରବଳରୁ ଅତି ପ୍ରବଳ ବର୍ଷା, ୨୪ ଘଣ୍ଟାରେ…

ଭୁବନେଶ୍ୱର , ୧୮।୮: ଆସୁଛି ଆଉ ଏକ ଲଘୁଚାପ। ଅଗଷ୍ଟ ୨୨ କିମ୍ବା ୨୩ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ…

ବଡ଼ ଘୋଷଣା କଲା ଭାଜପା: ୩ ରାଜ୍ୟ ପାଇଁ…

ନୂଆଦିଲ୍ଲୀ,୧୮।୮: ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ତିନୋଟି ରାଜ୍ୟ ପାଇଁ ନୂତନ ପ୍ରଭାରୀ ନିଯୁକ୍ତ କରିଛନ୍ତି। ଉତ୍ତର ପ୍ରଦେଶ, ପଞ୍ଜାବ…

ପର୍ବପର୍ବାଣୀ ଋତୁ ପୂର୍ବରୁ LPGକୁ ନେଇ ବଡ଼ ନିଷ୍ପତ୍ତି ନେଲେ ସରକାର, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୮: ଆସନ୍ତା କିଛି ସପ୍ତାହରେ ଗଣେଶ ଚତୁର୍ଥୀ, ନବରାତ୍ରି, ଦୀପାବଳି ଏବଂ ଏହାପରେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଏଭଳି ସମୟରେ ରୋଷେଇ ଘରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri