୫ ବର୍ଷରେ ୫% ଦାରିଦ୍ର୍ୟ ହ୍ରାସ ଲକ୍ଷ୍ୟ

ଭୁବନେଶ୍ୱର, ୨୬ା୬(ବ୍ୟୁରୋ): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଙ୍ଗଳବାର ବିଧାନସଭାରେ ଅଭିଭାଷଣ ଦେଇ ଏକ ନୂତନ, ସଶକ୍ତ ଓଡ଼ିଶା ଗଠନର ଆହ୍ବାନ ଦେଇଛନ୍ତି। ଏଥିସହିତ ରାଜ୍ୟ ସରକାର ଗତ ମେ ୩ ତାରିଖରେ ବାତ୍ୟା ଫନୀର କିଭଳି ମୁକାବିଲା କଲେ, ସ୍ବଚ୍ଛ ଦୁର୍ନୀତିମୁକ୍ତ, ଲୋକାଭିମୁଖୀ ପ୍ରଶାସନ ପାଇଁ କିଭଳି ପ୍ରଶଂସା ସାଉଁଟୁଛନ୍ତି ସେ ସବୁକୁ ବଖାଣିଥିଲେ। ମହିଳା ସଶକ୍ତୀକରଣଠାରୁ ଆରମ୍ଭ କରି ମିଶନ ଶକ୍ତି, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ, ସାମାଜିକ ସୁରକ୍ଷା, ଯୁବତୀ ଯୁବକଙ୍କ ନିଯୁକ୍ତି, ଗମନାଗମନ, ପାନୀୟଜଳ, ବିଦ୍ୟୁତ୍‌ ଯୋଗାଣ, କୃଷି, ପର୍ଯ୍ୟଟନ କ୍ଷେତ୍ରର ବିକାଶ ଦିଗରେ ସରକାର କିଭଳି ଆଗକୁ ମାଡ଼ି ଚାଲିଛନ୍ତି ତାହାର ଗୋଲାପି ଚିତ୍ର ଆଙ୍କିଛନ୍ତି। ଏଥିସହିତ ଆଗାମୀ ୫ ବର୍ଷରେ ସରକାର କରିବାକୁ ଯାଉଥିବା ବିକାଶର ରଙ୍ଗିନ ସ୍ବପ୍ନ ଦେଖାଇଛନ୍ତି।
ମଙ୍ଗଳବାର ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଥିଲା। ଜାତୀୟ ସଙ୍ଗୀତ ଗାନ ପରେ ରାଜ୍ୟପାଳ ଗୃହରେ ଅଭିଭାଷଣ ରଖିଥିଲେ। ଏହା ପୂର୍ବରୁ ପରଲୋକଗତ ଲୋକ ସଭା ସଦସ୍ୟ ଲଡ଼ୁକିଶୋର ସ୍ବାଇଁ, ପୂର୍ବତନ ମନ୍ତ୍ରୀ ହରିହର କରଣ, ପୂର୍ବତନ ସଦସ୍ୟ ପ୍ରିୟନାଥ ଦେବ, ପୂର୍ବତନ ମନ୍ତ୍ରୀ ବେଦପ୍ରକାଶ ଅଗ୍ରଓ୍ବାଲ, ପୂର୍ବତନ ସଦସ୍ୟ ଗଙ୍ଗାଧର ପ୍ରଧାନ, ଦ୍ୱିତୀକୃଷ୍ଣ ପଣ୍ଡା, ଚନ୍ଦ୍ରସେଣା ନାୟକ ଓ ପରିକ୍ଷିତ କର୍ଣ୍ଣଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ନିର୍ବାଚନ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ଅଗ୍ରାଧିକାର ଭିତ୍ତିରେ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ରାଜ୍ୟର ସମସ୍ତ କୃଷକ ଓ ଭୂମିହୀନ କୃଷି ଶ୍ରମିକଙ୍କୁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ଏଥିସହିତ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଯୋଗାଇ ଦିଆଯିବ। ଆସନ୍ତା ୫ବର୍ଷ ମଧ୍ୟରେ ଦାରିଦ୍ର୍ୟ ହାର ୫% କମାଇବାକୁ ଲକ୍ଷ୍ୟ ରଖାଯାଇଛି। ମେକ୍‌ ଇନ୍‌ ଓଡ଼ିଶା ଅଭିଯାନରେ ୬ଟି ପ୍ରମୁଖ କ୍ଷେତ୍ରରେ ୩୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ସରକାର ଉଦ୍ୟମ ଜାରି ରଖିଛନ୍ତି। ବିଶ୍ୱ ଦକ୍ଷତା କେନ୍ଦ୍ର ଜରିଆରେ ୧.୫ ଲକ୍ଷ ଅତି କୁଶଳୀ ବୃତ୍ତିଧାରୀ ସୃଷ୍ଟି କରାଯିବ। ସ୍କିଲ୍‌ଡ ଇନ୍‌ ଓଡ଼ିଶାକୁ ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡରେ ପରିଣତ କରି ଆସନ୍ତା ୫ ବର୍ଷ ମଧ୍ୟରେ ୧୫ ଲକ୍ଷ କୁଶଳୀ ଯୁବତୀ ଯୁବକ ସୃଷ୍ଟି କରାଯିବ। ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ କ୍ଷେତ୍ରରେ ନିରନ୍ତର ବିକାଶ ପାଇଁ ରାଜ୍ୟ ସରକାର ଅଣୁ ଓ କ୍ଷୁଦ୍ର ଉଦ୍ୟୋଗୀ କଲ୍ୟାଣ ବୋର୍ଡ ସ୍ଥାପନ କରିବେ। ପୂଜକ, ନାପିତ, ରଜକଙ୍କ ପରି ପାରମ୍ପରିକ ଜୀବିକାରେ ଥିବା ଲୋକମାନଙ୍କ ପାଇଁ ଏକ କଲ୍ୟାଣ ବୋର୍ଡ ଗଠନ କରି ସାମାଜିକ ସୁରକ୍ଷା ଯୋଗାଇ ଦେବେ। ହକିର ବିକାଶ ପାଇଁ ସୁନ୍ଦରଗଡ଼ ଜିଲାର ସମସ୍ତ ୧୭ଗୋଟି ବ୍ଲକରେ ଖେଳପଡ଼ିଆରେ ଉନ୍ନତମାନର ଆଷ୍ଟ୍ରୋଟର୍ଫ ବିଛାଯିବ। ରାଜ୍ୟର ୧୧୪ଟି ସ୍ଥାନରେ ବହୁମୁଖୀ ଅତ୍ୟାଧୁନିକ ସହରାଞ୍ଚଳ ଛାତ୍ରାବାସ ନିର୍ମାଣ ହେବ। ଆଗାମୀ ୫ ବର୍ଷ ମଧ୍ୟରେ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ପଞ୍ଜୀକୃତ କରି ବିଭିନ୍ନ ସାମାଜିକ ନିରାପତ୍ତା କାର୍ଯ୍ୟକ୍ରମରେ ସାମିଲ କରାଯିବ ବୋଲି ରାଜ୍ୟପାଳ କହିଛନ୍ତି। ଟଙ୍କିକିଆ ଚାଉଳ ଯୋଜନା ଜାରି ରଖିବା ସହିତ ଅଧିକ ‘ଆହାର କେନ୍ଦ୍ର’ ଖୋଲିବାକୁ ସରକାର ପ୍ରତିଶ୍ରୁତିବଦ୍ଧ। ଆସନ୍ତା ୩ ବର୍ଷ ମଧ୍ୟରେ ୫ଟି ନୂତନ ସରକାରୀ ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ଶେଷ କରିବା ସହିତ ଖାଲି ପଦବୀ ପୂରଣ କରାଯିବ ବୋଲି ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେରୁ ଯାତ୍ରା ଦେଖିବାକୁ ଯାଉଥିବାବେଳେ ଅଘଟଣ: ଗଛକୁ ପିଟିଲା ବାଇକ, ଘଟଣାସ୍ଥଳରେ…

ବୌଦ୍ଧ,୧୫।୪( ଅଜିତ କୁମାର ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ବଡବନ୍ଧଠରେ ମଙ୍ଗଳବାର ବିଳମ୍ବିତ ରାତିରେ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ…

ପୁଣି ଇରାନ ଆଗରେ ୨ଟି ବଡ଼ ସର୍ତ୍ତ ରଖିଲା ଆମେରିକା, ଜାଣନ୍ତୁ କ’ଣ…

ଓ୍ବାଶିଂଟନ୍‌,୧୫।୪: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସପ୍ତାହରେ ଆମେରିକା…

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

ବିଦ୍ୟାଳୟ ଶିକ୍ଷାରେ ଡ୍ରପ୍‌ଆଉଟ୍‌ ସମସ୍ୟା

ନିକଟରେ ଅନେକ ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଅଧାରୁ ପାଠ ଛାଡ଼ୁଥିବା ଶିଶୁଙ୍କ ସଂଖ୍ୟା ଉଦ୍‌ବେଗଜନକ ବୋଲି ପ୍ରକାଶ ପାଇଛି। ପ୍ରଶାସନିକ ସ୍ତରରେ ମଧ୍ୟ…

ଏକା ହୋଇଗଲା ଆମେରିକା, ଟ୍ରମ୍ପଙ୍କ ହାତ ଛାଡିଦେଲେ ଏହି ସବୁ ନିକଟତମ ବନ୍ଧୁ ଦେଶ

ଓ୍ବାଶିଂଟନ୍‌,୧୫।୪: ଇରାନ ସହିତ ଯୁଦ୍ଧରେ ଗଭୀର ଭାବରେ ଜଡିତ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି। ଏହି ଆଘାତ ତାଙ୍କ ନିଜ…

ଚାଇନାକୁ ଲାଗିବ ବଡ଼ ଝଟ୍‌କା: ଜୀବନରେଖା ଶେଷ କରିଦେବେ ଟ୍ରମ୍ପ! ଆମେରିକାର ସାଥ୍‌ ଦେବ ଭାରତ

ଓ୍ବାଶିଂଟନ୍‌,୧୫।୪: ମଧ୍ୟପ୍ରାଚ୍ୟରେ ହର୍ମୁଜ ପ୍ରଣାଳୀକୁ ନେଇ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଏକ ନୂତନ ପ୍ରସଙ୍ଗ ଉଭା ହୋଇଛି ଯାହା ବିଶ୍ୱ ଦୃଷ୍ଟି ଆକର୍ଷଣ କରିଛି। ଆମେରିକା ଇରାନ…

ଅନୁ ଗର୍ଗଙ୍କ ବଡ଼ ଘୋଷଣା: ଓଡ଼ିଶା ହେବ ‘ଏସିଆ’ର….

ଭୁବନେଶ୍ୱର,୧୫ା୪(ରବିନାରାୟଣ ଜେନା):ଓଡ଼ିଶାରେ ସମୃଦ୍ଧ ଐତିହ୍ୟ, ବିବିଧ ସଂସ୍କୃତି ଓ ପ୍ରାକୃତିକ ମନୋରମ୍ୟ ରହିଛି। ଏହାକୁ ନେଇ ବିଶ୍ୱସ୍ତରୀୟ ପର୍ଯ୍ୟଟକମାନଙ୍କୁ କିଭଳି ଆକର୍ଷିତ କରାଯାଇ ପାରିବ ସେନେଇ ପର୍ଯ୍ୟଟନ…

୪ବର୍ଷ ବିତିଲା, ମିଳିଲାନି ନିଖୋଜ ଶ୍ରମିକଙ୍କ ପତ୍ତା

ନୂଆପଡ଼ା,୧୫ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ଦର୍ଲିପଡା ଗଁ।ର ଜଣେ ଦାଦନ ଶ୍ରମିକ ନିଖୋଜ ହେବାର ପ୍ରାୟ ୪ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri