୫ ଗାଁକୁ ଖୋଲିଲା ରାସ୍ତା ଅପହଞ୍ଚ ଇଲାକାକୁ ଗଲା ଦୁଇଚକିଆ ଯାନ

ରାଇକିଆ,୧୫ା୭(ଡ଼ି.ଏନ.ଏ)-ରାଇକିଆ ବ୍ଲକର ମାଣିକେଶ୍ୱର ପଞ୍ଚାୟତର ବାନ୍ଦାଙ୍ଗି, ଇନ୍ଦ୍ରଗଡ଼ ପଞ୍ଚାୟତର ସାର୍ବାପାଙ୍ଗା, ସାର୍ସାପାଟା, ବାସୁବାଡ଼ି, ଦୁବା ଗାଁକୁ ରାସ୍ତା ଖୋଲିଛି। ପ୍ରଥମ ଥର ପାଇଁ ଏହି ସ୍ଥାନକୁ ଦୁଇ ଓ ଚାରି ଚକିଆ ଯାନ ପହଞ୍ଚତ୍ଛି। ବର୍ଷ ବର୍ଷ ଧରି ଏହି ସବୁ ଗ୍ରାମବାସୀ ବିଛିନ୍ନାଞ୍ଚଳ ଜୀବନ ବିତାଉଥିଲେ। ନା ଥିଲା ରାସ୍ତାଘାଟ, ନା ମିଳୁଥିଲା ମାୈଳିକ ସୁବିଧା। ବ୍ଲକ ମୂଖ୍ୟ ଦପ୍ତରଠାରୁ ପାଖାପାଖି ୧୫ କିମି ଦୂରରେ କୁମ୍ଭାରଖାଡ଼ି ଓ ସିକବାଡ଼ି ଗାଁ ରହିଛି। ସେଠାରୁ ୪କିମି ଘାଟି ପାହାଡ଼ ଚଢି ଦୁଇ ଫୁଟ ଓସାରର ପାଦ ଚଲା ରାସ୍ତାରେ ଉପରକୁ ଉଠିଲା ପରେ ପ୍ରଥମେ ସାର୍ବାପାଙ୍ଗା, ତାପରେ ବାନ୍ଦାଙ୍ଗି। ସେଠାରୁ ଆଗକୁ ଗଲେ ସାର୍ସାପାଟା, ବାସୁବାଡ଼ି, ଦୁବା ଗ୍ରାମକୁ ଯାଇ ହୁଏ। ଦୁବା ଗ୍ରାମରେ ୩୬ ପରିବାର, ସାର୍ସାପାଟାରେ ୯ ପରିବାର ସାର୍ବାପାଙ୍ଗାରେ ୨୨ ପରିବାର, ବାସୁବାଡ଼ିରେ ୯ ପରିବାର, ଏବଂ ବାନ୍ଦାଙ୍ଗିରେ ୨୦ ପରିବାର ବାସ କରୁଛନ୍ତି। ଏହି ସବୁ ଗାଁର ଲୋକେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବା ପାଇଁ ଯୋଗ୍ୟ ଥିଲେ ମଧ୍ୟ ରାସ୍ତା ନ ଥିବାରୁ ଓ୍ବାର୍କ ଅର୍ଡ଼ର ନେବାକୁ ଅନିଚ୍ଛା ପ୍ରକାଶ କରିଥିଲେ। ପ୍ରଶାସନ ପକ୍ଷରୁ ବାରମ୍ବାର ଉଦ୍ୟମ ସତ୍ତ୍ୱେ ଘର ତିଆରି ହୋଇ ପାରିନଥିଲା। ୨୦୧୩ ଫାଇଲିନ ବାତ୍ୟାରେ ବାନ୍ଦାଙ୍ଗିରେ ଥିବା ପ୍ରାଥମିକ ବିଦ୍ୟାଳୟ ଭାଙ୍ଗି ଯାଇଥିଲା। ଏବେ ମଧ୍ୟ ସେହି ଗୃହରେ ଅସ୍ଥାୟୀ ଭାବେ ପାଠ ପଢା ଚାଲିଛି। ପକ୍କା ଅଙ୍ଗନବାଡ଼ି ଗୃହ, ବିଶୁଦ୍ଧ ପାଣି ନାହିଁ। ଦୁଇ ମାସ ହେଲା ଏହି ସବୁ ଅଞ୍ଚଳକୁ ରାସ୍ତା କାମ ଆରମ୍ଭ ହୋଇଛି। ୧୨ ଲକ୍ଷ ଟଙ୍କା ବ୍ୟୟରେ ଘାଟି କଟିଂ କରାଯାଇଛି। ସାର୍ବାପାଙ୍ଗା ଗାଁ ପାଖକୁ ବର୍ତ୍ତମାନ ଯାନବାହାନ ଚଳାଚଳ କରିବା ଆରମ୍ଭ ହୋଇଛି। ପାହାଡ଼ ଉପରେ ଜଙ୍ଗଲ ଘେରା ମଧ୍ୟରେ ଥିବା ଆମ ଗାଁରୁ ୧୦ କିମି ଚାଲି ଯିବା ପରେ ଅଟୋରେ ବସି ପାରୁଥିଲୁ। ଏପରିକି ଆମ ଗାଁରେ କାୈଣସି ଲୋକଙ୍କର ସାଇକେଲ ଟିଏ ମଧ୍ୟ ନାହିଁ ବୋଲି ଦୁବା ଗ୍ରାମର ନରେନ୍ଦ୍ର ପ୍ରଧାନ କହିଛନ୍ତି। ଏ ନେଇ ରାଇକିଆ ବିଡିଓ ରଶ୍ମି ରଞ୍ଜନ ମହନ୍ତ କହିଛନ୍ତି, ଏହି ସବୁ ଗଁାକ ରାସ୍ତା କାମ ଶେଷ କର୍ଯ୍ୟାୟରେ ପହଞ୍ଚତ୍ଛି। କଲଭର୍ଟ ମଧ୍ୟ ତିଆରି କରାଯାଇଛି। ସେଠାରେ ଥିବା ଏକ ବିଦ୍ୟାଳୟ ମରାମତି ଏବଂ ଅଙ୍ଗନବାଡ଼ି କୋଠା ପାଇଁ ପାଇଁ ପ୍ରାଥମିକତା ଦିଆଯିବ ଏବଂ ସମସ୍ତେ ଯେପରି ସଧାରଣ ସୁବିଧା ପାଇ ପାରିବେ ସେ ନେଇ ପଦକ୍ଷେପ ନିଆଯାଉଥିବା କହିଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଦଶମ ଶ୍ରେଣୀ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ମୋବାଇଲ୍‌ ଟ୍ରାକିଂ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଲା…

ଦିଗପହଣ୍ଡି, ୪।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri